ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଋଷ ରାଷ୍ଟ୍ରପତି ମାନ୍ୟବର ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 16 DEC 2022 4:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଋଷ ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋରେ କଥା ହୋଇଛନ୍ତି । 

ସମରକନ୍ଦରେ ଏସସିଓ ସମ୍ମିଳନୀରେ ସେମାନଙ୍କର ବୈଠକ ପରେ ଦୁଇ ନେତା ଶକ୍ତି ସହଯୋଗ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ସହିତ ଦ୍ୱିପାକ୍ଷିକ ସମ୍ପର୍କର ଅନେକ ଦିଗ ଉପରେ ସମୀକ୍ଷା କରିଛନ୍ତି ।

ୟୁକ୍ରେନରେ ଚାଲିଥିବା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆଲୋଚନା ଏବଂ କୂଟନୈତିକ ଆହ୍ୱାନକୁ ଏକମାତ୍ର ମାର୍ଗ ଭାବରେ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ ଜି -୨୦ ରେ ଭାରତର ଅଧ୍ୟକ୍ଷତା ବିଷୟରେ ରାଷ୍ଟ୍ରପତି ପୁଟିନଙ୍କୁ ସୂଚନା ଦେଇ ଏହାର ପ୍ରମୁଖ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ । ସେ ମଧ୍ୟ ସାଂଘାଇ ସହଯୋଗ ସଂଗଠନର ଭାରତର ଅଧ୍ୟକ୍ଷତା ସମୟରେ ଉଭୟ ଦେଶ ଏକାଠି କାମ କରିବାକୁ ଆଗ୍ରହ ବ୍ୟକ୍ତ କରିଥିଲେ ।

ନେତାମାନେ ପରସ୍ପର ସହ ନିୟମିତ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ ।

HS



(Release ID: 1884208) Visitor Counter : 133