ରାଷ୍ଟ୍ରପତିଙ୍କ ସଚିବାଳୟ

ବର୍ଷ 2021 ଏବଂ 2022 ପାଇଁ ଜାତୀୟ ଦିବ୍ୟାଙ୍ଗଜନ ସଶକ୍ତିକରଣ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି


ଦିବ୍ୟାଙ୍ଗଜନଙ୍କ ମଧ୍ୟରେ ଆତ୍ମବିଶ୍ବାସର ସଞ୍ଚାର କରିବା ତାଙ୍କର ସଶକ୍ତିକରଣ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ : ରାଷ୍ଟ୍ରପତି ମୁର୍ମୁ

Posted On: 03 DEC 2022 2:16PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗଜନ ଦିବସ ଅବସରରେ ଆଜି (3 ଡିସେମ୍ବର 2022) ନୂଆଦିଲ୍ଲୀରେ ବର୍ଷ 2021 ଏବଂ 2022 ପାଇଁ ଜାତୀୟ ଦିବ୍ୟାଙ୍ଗଜନ ସଶକ୍ତିକରଣ ପୁରସ୍କାର ପ୍ରଦାନ କରିଛନ୍ତି। 

ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଜାତି ସଂଘର ଏକ ଅନୁମାନ ଅନୁସାରେ ସାରା ବିଶ୍ବରେ ଶହେ କୋଟିରୁ ଅଧିକ ଦିବ୍ୟାଙ୍ଗଜନ ରହିଛନ୍ତି। ଏହାର ଅର୍ଥ ହେଉଛି ବିଶ୍ବରେ ପ୍ରତି ଅଷ୍ଟମ ବ୍ୟକ୍ତି କୌଣସି ନା କୌଣସି ଦିବ୍ୟାଙ୍ଗତାରେ ରହିଛନ୍ତି। ଭାରତର ଦୁଇ ପ୍ରତିଶତରୁ ଅଧିକର ଜନସଂଖ୍ୟା ଦିବ୍ୟାଙ୍ଗ ଅଟେ। ଏଥିପାଇଁ, ଏହା ଆମ ସଭିଙ୍କର ଦାୟୀତ୍ବ ଅଟେ ଯେ ଆମେ ଏହା ସୁନିଶ୍ଚିତ କରିବା ଯେ ଦିବ୍ୟାଙ୍ଗଜନ ସମ୍ମାନପୂର୍ବକ ମୁକ୍ତ ଜୀବନ ଯାପନ କରିପାରିବେ। ଆମର ଏହା ମଧ୍ୟ କର୍ତ୍ତବ୍ୟ ରହିଛି ଯେ ଆମେ ସୁନିଶ୍ଚିତ କରିବା ଯେ ଦିବ୍ୟାଙ୍ଗଜନଙ୍କୁ ଉପଯୁକ୍ତ ଶିକ୍ଷା ମିଳୁ ଏବଂ ସେମାନେ ନିଜର ଘର ଏବଂ ସମାଜରେ ସୁରକ୍ଷିତ ରହିବେ, ନିଜର କ୍ୟାରିୟର ବାଛିବାର ସ୍ବାଧୀନତା ଏବଂ ତାଙ୍କୁ ନିଯୁକ୍ତିର ସମାନ ସୁଯୋଗ ମିଳିବା ଆବଶ୍ୟକ। 

ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି ଯେ ଭାରତୀୟ ସଂସ୍କୃତି ଏବଂ ପରମ୍ପରାରେ, ଦିବ୍ୟାଙ୍ଗତାକୁ କେବେ ମଧ୍ୟ ଜ୍ଞାନ ତଥା ଉତ୍କୃଷ୍ଟତା ପ୍ରାପ୍ତ କରିବା ମାର୍ଗରେ ପ୍ରତିବନ୍ଧକ ଭାବରେ ଧରା ଯିବା ଉଚିତ୍ ନୁହେଁ। ପ୍ରାୟତଃ ଦେଖା ଯାଇଛି ଯେ ଦିବ୍ୟାଙ୍ଗଜନଙ୍କ ମଧ୍ୟରେ ନୈସର୍ଗିକ ଭାବରେ ଉତ୍କୃଷ୍ଟ ଗୁଣ ରହିଥାଏ। ଏପରି ଅନେକ ଉଦାହରଣ ରହିଛି, ଯେଉଁଠାରେ ଆମର ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନେ ନିଜର ଅଦମ୍ୟ ସାହସ, ପ୍ରତିକ୍ଷା ଏବଂ ସଙ୍କଳ୍ପ ବଳରେ ଅନେକ କ୍ଷେତ୍ରରେ ପ୍ରଭାବଶାଳୀ ଉପଲବ୍ଧି ହାସଲ କରିଛି। ଯଦି ସେମାନଙ୍କୁ ସଠିକ୍ ପରିବେଶରେ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରାଯିବ ତେବେ ସେମାନେ ପ୍ରତି କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ। 

ରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷା ହିଁ ପ୍ରତି ବ୍ୟକ୍ତିଙ୍କୁ ସଶକ୍ତିକରଣର ଚାବି ଅଟେ। ଏଥିରେ ଦିବ୍ୟାଙ୍ଗଜନ ମଧ୍ୟ ସାମିଲ୍ ରହିଛନ୍ତି। ସେ ଗୁରୁତ୍ବ ପ୍ରଦାନ କରି କହିଛନ୍ତି ଯେ ଶିକ୍ଷାରେ ଭାଷାଗତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରାଯିବା ଆବଶ୍ୟକ ତଥା ଶିକ୍ଷାକୁ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଅଧିକ ସୁଗମ ହେବା ଆବଶ୍ୟକ। ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି 2020 ରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବାର ସମାନ ସୁଯୋଗ ପ୍ରାପ୍ତ କରିବାର ମହତ୍ତ୍ବକୁ ରେଖାଙ୍କିତ କରାଯାଇଛି। ରାଷ୍ଟ୍ରପତି ଏହା ଜାଣି ଖୁସି ହେଲେ ଯେ ପ୍ରଥମରୁ ଷଷ୍ଠ ଶ୍ରେଣୀର ଶ୍ରବଣ ବାଧିତ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏନସିଇଆରଟି ର ପାଠ୍ୟପୁସ୍ତକକୁ ଭାରତୀୟ ସାଙ୍କେତିକ ଭାଷାରେ ପରିବର୍ତ୍ତନ କରାଯାଇଛି। ସେ କହିଛନ୍ତି ଯେ ଶ୍ରବଣ ବାଧିତ ଛାତ୍ରମାନଙ୍କର ଶିକ୍ଷାକୁ ମୁଖ୍ୟଧାରାରେ ଆଣିବା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଅଟେ। 

ରାଷ୍ଟ୍ରପତି କହିଛନ୍ତି ଯେ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେ କହିଛନ୍ତି ଯେ ଦିବ୍ୟାଙ୍ଗଜନଙ୍କ ମଧ୍ୟରେ ଆତ୍ମବିଶ୍ବାସକୁ ସଞ୍ଚାର କରିବା ତାଙ୍କୁ ଅଧିକାର ସମ୍ପର୍ଣ୍ଣ କରିବା ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ। ଦିବ୍ୟାଙ୍ଗଜନଙ୍କ ନିକଟରେ ମଧ୍ୟ ସେତିକି ପ୍ରତିଭା ଏବଂ କ୍ଷମତା ରହିଛି, ଯେତିକି ସାଧାରଣ ଲୋକଙ୍କ ନିକଟରେ ରହିଥାଏ, ବେଳେ ବେଳେ ସେମାନଙ୍କ ଠାରୁ ଅଧିକ ପ୍ରତିଭା ରହିଥାଏ। ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ, ଏହା ଆବଶ୍ୟକ ଯେ ତାଙ୍କ ମଧ୍ୟରେ ଆତ୍ମବିଶ୍ବାସର ସଞ୍ଚାର କରାଯିବା ଆବଶ୍ୟକ। ରାଷ୍ଟ୍ରପତି ସମାଜର ସମସ୍ତ ବର୍ଗଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଆତ୍ମନିର୍ଭର ହେବା ତଥା ଜୀବନରେ ଆଗକୁ ବଢ଼ିବା ପାଇଁ ଦିବ୍ୟାଙ୍ଗଜନଙ୍କୁ ପ୍ରେରିତ କରିବା ଆବଶ୍ୟକ। ସେ କହିଛନ୍ତି ଯେ ଆମର ଦିବ୍ୟାଙ୍ଗ ଭାଇ ଏବଂ ଭଉଣୀ ମୁଖ୍ୟ ଧାରାରେ ସାମିଲ୍ ହୋଇ ପ୍ରଭାବଶାଳୀ ଯୋଗଦାନ କରିବେ। ଏପରି ସ୍ଥିତିରେ ଆମର ଦେଶ ପ୍ରଗତି ପଥରେ ଆହୁରି ଦ୍ରୁତ ଗତିରେ ଅଗ୍ରସର ହେବ।

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନରେ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ ପ୍ରତି ବର୍ଷ ବ୍ୟକ୍ତି, ସଂସ୍ଥା, ସଙ୍ଗଠନ, ରାଜ୍ୟ/ ଜିଲ୍ଲା ଆଦିକୁ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ କ୍ଷେତ୍ରରେ କରାଯାଇଥିବା ଉତ୍କୃଷ୍ଟ କାମ ପାଇଁ ଜାତୀୟ ଦିବ୍ୟାଙ୍ଗଜନ ସଶକ୍ତିକରଣ ପୁରସ୍କାର ପ୍ରଦାନ କରିଥାଏ। 

 

BS



(Release ID: 1880771) Visitor Counter : 145