ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନିକଟରେ ଉତକ୍ଷେପଣ ହୋଇଥିବା ଇଓଏସ୍‍-୦୬ ଉପଗ୍ରହ ଉଠାଇଥିବା ଚମତ୍କାର ଚିତ୍ରକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 02 DEC 2022 6:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଉତକ୍ଷେପଣ ହୋଇଥିବା ଇଓଏସ୍‍-୦୬ ଉପଗ୍ରହର ଚିତ୍ରକୁ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାକାଶ ପ୍ରଯୁକ୍ତିବିଦ୍ୟା ଜଗତରେ ଏହି ଅଗ୍ରଗତି ବାତ୍ୟାର ପୂର୍ବାନୁମାନ କରିବାରେ ସହାୟକ ହେବ ଏବଂ ଉପକୂଳ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ନିକଟରେ ଉତକ୍ଷେପଣ ହୋଇଥିବା ଇଓଏସ୍‍-୦୬ ଉପଗ୍ରହର ଚମତ୍କାର ଚିତ୍ରକୁ ଆପଣ ଏବେ ଦେଖିଛନ୍ତି କି? ଗୁଜୁରାଟର କିଛି ସୁନ୍ଦର ଚିତ୍ର ସେୟାର କରୁଛି । ମହାକାଶ ପ୍ରଯୁକ୍ତିବିଦ୍ୟା ଜଗତରେ ଏହି ଅଗ୍ରଗତି ଆମକୁ ବାତ୍ୟାର ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ ଏବଂ ଆମର ଉପକୂଳ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହିତ କରିବ ।”

HS



(Release ID: 1880606) Visitor Counter : 125