ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଣିପୁର ସଂଗାଇ ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତାର ମୂଳପାଠ

Posted On: 30 NOV 2022 5:36PM by PIB Bhubaneshwar

ବହୁତ ଖୁସି । ସଂଗାଇ ମହୋତ୍ସବର ସଫଳ ଆୟୋଜନ ପାଇଁ ମଣିପୁରର ସମସ୍ତ ଲୋକମାନଙ୍କୁ ଅନେକ ଅନେକ ଶୁଭକାମନା । କରୋନା ଯୋଗୁ ଚଳିତ ଥର ଦୁଇବର୍ଷ ପରେ ସଂଗାଇ ମହୋତ୍ସବର ଆୟୋଜନ ହୋଇଛି । ମୋତେ ଖୁସି ଲାଗୁଛି ଯେ, ଏହି ଆୟୋଜନ ପୂର୍ବାପେକ୍ଷା ମଧ୍ୟ ଅଧିକ ସୁନ୍ଦର ଭାବରେ ଦେଖିବାକୁ ମିଳୁଛି । ଏହା ମଣିପୁରର ଲୋକମାନଙ୍କର ଯୋଗ ଏବଂ ପ୍ରଦର୍ଶନକୁ ଦର୍ଶାଉଛି । ବିଶେଷ ଭାବରେ, ମଣିପୁର ସରକାର ଯେଉଁଭଳି ଭାବରେ ଏକ ବ୍ୟାପକ ଦୃଷ୍ଟିକୋଣ ସହିତ ଏହାର ଆୟୋଜନ କରିଛନ୍ତି, ତାହା ପ୍ରକୃତରେ ଗ୍ରହଣୀୟ ଅଟେ । ମୁଁ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଜୀ ଏବଂ ପୁରା ସରକାରଙ୍କୁ ଏଥିପାଇଁ କୃତଜ୍ଞତା ଜଣାଉଛି ।

ସାଥୀମାନେ,

ମଣିପୁର ଏତେ ପ୍ରାକୃତିକ ସୌନ୍ଦର୍ଯ୍ୟ, ସାଂସ୍କୃତିକ ସମୃଦ୍ଧି ଏବଂ ବିବିଧତାପୂର୍ଣ୍ଣ ରାଜ୍ୟ ଅଟେ ଯେ ଯେକୌଣସି ଲୋକ ଏଠାକୁ ଥରେ ନିହାତି ଆସିବାକୁ ଚାହିଁବ । ଯେମିତି ଭିନ୍ନ ଭିନ୍ନ ମୋତିଗୁଡ଼ିକୁ ଗୋଟିଏ ସୂତାରେ ଗୋଟିଏ ସୁନ୍ଦର ମାଳା ତିଆରି କରାଯାଏ, ମଣିପୁର ମଧ୍ୟ ସେଭଳି ହିଁ ଅଟେ । ଆଜି ଅମୃତ କାଳରେ ଦେଶ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନା ସହିତ ଆଗକୁ ବଢୁଛି । ଏମିତି ଭାବରେ ‘ଗୋଟିଏ ଜାତିର ପର୍ବ’ର ଥିମ ଉପରେ ସଂଗାଇ ମହୋତ୍ସବର ସଫଳ ଆୟୋଜନ ଭବିଷ୍ୟତ ପାଇଁ ଆମକୁ ଆହୁରି ଶକ୍ତି ଦେବ, ନୂତନ ପ୍ରେରଣା ଦେବ । ଏମିତି ଭାବରେ ସଂଗାଇ, ମଣିପୁରର ରାଜ୍ୟ ଏନିମଲ ଅଟେ, ତା’ ସହିତ ଭାରତର ଆସ୍ଥା ଏବଂ ମାନ୍ୟତାରେ ମଧ୍ୟ ଏହାର ବିଶେଷ ସ୍ଥାନ ରହିଛି । ଏଥିପାଇଁ ସଂଗାଇ ମହୋତ୍ସବ ଭାରତର ଜୈବିକ ବିବିଧତାକୁ ପାଳନ କରିବାର ଏକ ଉତ୍ତମ ମହୋତ୍ସବ ମଧ୍ୟ ଅଟେ । ଏହା ପ୍ରକୃତି ସହିତ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ବନ୍ଧକୁ ମଧ୍ୟ ପାଳନ କରିଥାଏ । ଏବଂ ତା’ ସହିତ ଏହି ମହୋତ୍ସବ ସ୍ଥାୟୀ ଜୀବନଶୈଳୀ ପାଇଁ ଜରୁରୀ ସାମାଜିକ ସମ୍ବେଦନାର ପ୍ରେରଣା ମଧ୍ୟ ଦେଇଥାଏ । ଯେତେବେଳେ ଆମେ ପ୍ରକୃତିକୁ, ଜୀବ-ଜନ୍ତୁମାନଙ୍କୁ ଏବଂ ଗଛ-ଲତାଙ୍କୁ ମଧ୍ୟ ଆମର ପର୍ବପର୍ବାଣି ଏବଂ ହର୍ସୋଲାସର ଅଂଶ କରିଥାଉ, ସେତେବେଳେ ସହାସ୍ୱିତ ବା ପାଖରେ ଥିବା ଆମର ଜୀବନରେ ସହଜ ଅଂଶ ହୋଇ ଯାଇଥାଏ ।

ଭାଇ ଓ ଭଉଣୀମାନେ

ମୋତେ କୁହାଯାଇଛି ଯେ ‘ଗୋଟିଏ ଜାତିର ପର୍ବ’ର ଭାବନାକୁ ବିସ୍ତାର କରିବାକୁ ଯାଇ ଚଳିତ ଥର ସଂଗାଇ ମହୋତ୍ସବ କେବଳ ରାଜଧାନୀ ନୁହେଁ ବରଂ ସମଗ୍ର ରାଜ୍ୟରେ ଆୟୋଜିତ ହେଲା । ନାଗାଲାଣ୍ଡ ସୀମାରୁ ମିଅଁମାର ସୀମା ପର୍ଯ୍ୟନ୍ତ, ପାଖାପାଖି ୧୪ଟି ସ୍ଥାନରେ ଏହି ପର୍ବର ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳୁଛି । ଏହା ଏକ ବହୁତ ପ୍ରଶଂସନୀୟ କାର୍ଯ୍ୟ ଥିଲା । ଯେତେବେଳେ ଆମେ ଏମିତି ଆୟୋଜନଗୁଡ଼ିକୁ ଅଧିକରୁ ଅଧିକ ଲୋକମାନଙ୍କ ସହିତ ଯୋଡ଼ିଥାଉ ସେତେବେଳେ ଏହାର ସମ୍ପୂର୍ଣ୍ଣ ସମ୍ଭାବନା ଆଗକୁ ଆସିଥାଏ ।

ସାଥିମାନେ,

ଆମ ଦେଶରେ ପର୍ବପର୍ବାଣୀ, ଉତ୍ସବ ଏବଂ ମେଳା ବହୁ ପୁରାତନ, ପରମ୍ପରା ଅଟେ । ଏହା ମାଧ୍ୟମରେ ଆମର ସଂସ୍କୃତ ସମୃଦ୍ଧି ହୋଇଥାଏ, ଏହା ସହିତ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ବହୁତ ଶକ୍ତି ମିଳିଥାଏ । ସଂଗାଇ ମହୋତ୍ସବ ଭଳି ଆୟୋଜନ, ନିବେଶକମାନଙ୍କୁ, ଉଦ୍ୟୋଗୀମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ । ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି, ଏହି ମହୋତ୍ସବ ଭବିଷ୍ୟତରେ ମଧ୍ୟ ଏମିତି ଖୁସି ଏବଂ ରାଜ୍ୟର ବିକାଶର ଏକ ସଶକ୍ତ ମାଧ୍ୟମ ହେବ ।

ଏହି ଭାବନା ସହିତ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

 

NS/MB



(Release ID: 1880147) Visitor Counter : 110