ଅର୍ଥ ମନ୍ତ୍ରଣାଳୟ 
                
                
                
                
                
                    
                    
                        ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଜିଏସଟି କ୍ଷତିପୂରଣ ଆକାରରେ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଲେ କେନ୍ଦ୍ର ସରକାର
                    
                    
                        
ଓଡ଼ିଶାକୁ ମିଳିଲା ୫୨୪ କୋଟି ଟଙ୍କା
                    
                
                
                    Posted On:
                25 NOV 2022 4:11PM by PIB Bhubaneshwar
                
                
                
                
                
                
                ଏପ୍ରିଲରୁ ଜୁନ୍, ୨୦୨୨ ଅବଧି ପାଇଁ ବଳକା ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥରାଶି ନଭେମ୍ବର ୨୪, ଗୁରୁବାର ଦିନ ଜାରି କରାଯାଇଛି । ଉପରୋକ୍ତ ପରିମାଣ ସମେତ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୧,୧୫,୬୬୨ କୋଟି ଟଙ୍କାର କ୍ଷତିପୂରଣ ଯୋଗାଇ ଦିଆଯାଇଛି ।
ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫୨୪ କୋଟି ଟଙ୍କା ମିଳିଛି ।
ଅକ୍ଟୋବର ୨୦୨୨ ସୁଦ୍ଧା ମୋଟ୍ ୭୨,୧୪୭ କୋଟି ଟଙ୍କାର ସେସ୍ ବା ଉପକର ସଂଗ୍ରହ ହୋଇଥିବା ସତ୍ତ୍ବେ କେନ୍ଦ୍ର ସରକାର ନିଜସ୍ବ ଉତ୍ସରୁ ବଳକା ୪୩,୫୧୫ କୋଟି ଟଙ୍କାର କ୍ଷତିପୂରଣ ରାଶି ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାର ଏହି ଅର୍ଥରାଶି ଜାରି କରିବା ସହିତ ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ସୁଦ୍ଧା ସଂଗ୍ରହ କରାଯିବାକୁ ଥିବା ଆନୁମାନିକ ସେସର ସମ୍ପୂର୍ଣ୍ଣ ପରିମାଣ, ଅଗ୍ରୀମ ଆକାରରେ, ରାଜ୍ୟମାନଙ୍କୁ କ୍ଷତିପୂରଣ ଭାବେ ଯୋଗାଇ ଦେଇଛନ୍ତି । ରାଜ୍ୟମାନଙ୍କୁ ସେମାନଙ୍କର ସମ୍ବଳ ପରିଚାଳନାରେ ସହାୟତା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ସେମାନେ ଚଳିତ ଆର୍ଥିକ ବର୍ଷରେ ନିଜର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ, ବିଶେଷ କରି ପୁଞ୍ଜି ବ୍ୟୟ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରିପାରିବେ ।
ଚଳିତ ବର୍ଷ ମେ’ ମାସରେ, ଜିଏସଟି କ୍ଷତିପୂରଣ ପାଣ୍ଠିରେ  ମାତ୍ର ୨୫ ହଜାର କୋଟି ଟଙ୍କା ଥିବା ସତ୍ତ୍ବେ କେନ୍ଦ୍ର ସରକାର ଫେବୃଆରୀ-ମେ’ ୨୦୨୨ରେ ରାଜ୍ୟମାନଙ୍କୁ ପ୍ରାରମ୍ଭିକ ଜିଏସଟି କ୍ଷତିପୂରଣ ଆକାରରେ ୮୬ ହଜାର ୯୧୨ କୋଟି ଟଙ୍କା ଯୋଗାଇ ଦେଇଥିଲେ । ଏଥିପାଇଁ କେନ୍ଦ୍ର ସରକାର ନିଜସ୍ବ ଉତ୍ସରୁ ୬୨ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିଥିଲେ ।
ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ଜାରି କରାଯାଇଥିବା ଜିଏସଟି କ୍ଷତିପୂରଣ ଅର୍ଥରାଶିର ବିବରଣୀ ନିମ୍ନ ସାରଣୀରେ ଦିଆଗଲା:
	
		
			| ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ନାମ | (ଟଙ୍କା କୋଟିରେ) | 
		
			| ଆନ୍ଧ୍ରପ୍ରଦେଶ | 682 | 
		
			| ଆସାମ | 192 | 
		
			| ବିହାର | 91 | 
		
			| ଛତିଶଗଡ଼ | 500 | 
		
			| ଦିଲ୍ଲୀ | 1,200 | 
		
			| ଗୋଆ | 119 | 
		
			| ଗୁଜରାଟ | 856 | 
		
			| ହରିୟାଣା | 622 | 
		
			| ହିମାଚଳ ପ୍ରଦେଶ | 226 | 
		
			| ଜମ୍ମୁ ଓ କଶ୍ମୀର | 208 | 
		
			| ଝାଡ଼ଖଣ୍ଡ | 338 | 
		
			| କର୍ଣ୍ଣାଟକ | 1,915 | 
		
			| କେରଳ | 773 | 
		
			| ମଧ୍ୟପ୍ରଦେଶ | 722 | 
		
			| ମହାରାଷ୍ଟ୍ର | 2,081 | 
		
			| ଓଡ଼ିଶା | 524 | 
		
			| ପୁଡୁଚେରୀ | 73 | 
		
			| ପଞ୍ଜାବ | 984 | 
		
			| ରାଜସ୍ଥାନ | 806 | 
		
			| ତାମିଲନାଡ଼ୁ | 1,188 | 
		
			| ତେଲଙ୍ଗାନା | 542 | 
		
			| ଉତ୍ତର ପ୍ରଦେଶ | 1,202 | 
		
			| ଉତ୍ତରାଖଣ୍ଡ | 342 | 
		
			| ପଶ୍ଚିମବଙ୍ଗ | 814 | 
		
			| ମୋଟ୍ | 17,000 | 
	
 
******
P.S.
                
                
                
                
                
                (Release ID: 1878940)
                Visitor Counter : 256