ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନଭେମ୍ବର ୨୫ରେ ଲଚିତ ବରଫୁକନଙ୍କ ୪୦୦ତମ ଜୟନ୍ତୀ ଉପଲକ୍ଷେ ବର୍ଷେବ୍ୟାପୀ ଚାଲିଥିବା ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଅହୋମ ସାମ୍ରାଜ୍ୟର ରାଜକୀୟ ସୈନ୍ୟବାହିନୀର ସେନାପତି ଥିଲେ ଲଚିତ ବରଫୁକନ, ୧୬୭୧ ସାରାଇଘାଟ ଯୁଦ୍ଧରେ ମୋଗଲମାନଙ୍କୁ ପରାସ୍ତ କରିଥିଲେ
प्रविष्टि तिथि:
24 NOV 2022 11:46AM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ୨୫ ନଭେମ୍ବର, ୨୦୨୨ରେ ଲଚିତ ବରଫୁକନଙ୍କ ୪୦୦ତମ ଜୟନ୍ତୀ ଉପଲକ୍ଷେ ବର୍ଷେବ୍ୟାପୀ ଚାଲିଥିବା ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।
ଦେଶର ଅପରିଚିତ ନାୟକମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଲଗାତାର ଭାବେ ପ୍ରୟାସ କରି ଆସୁଛନ୍ତି । ଏହି କ୍ରମରେ, ଦେଶ ୨୦୨୨ ବର୍ଷକୁ ଲଚିତ ବରଫୁକନଙ୍କ ୪୦୦ତମ ଜନ୍ମଜୟନ୍ତୀ ବର୍ଷ ଭାବେ ପାଳନ କରୁଛି । ବର୍ଷେ ବ୍ୟାପୀ ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଗୌହାଟୀ ଠାରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଲଚିତ ବରଫୁକନ (୨୪ ନଭେମ୍ବର, ୧୬୨୨ – ୨୫ ଏପ୍ରିଲ, ୧୬୭୨) ଆସାମର ଅହୋମ ରାଜ୍ୟରେ ରାଜକୀୟ ସେନାର ପ୍ରସିଦ୍ଧ ସେନାପତି ଥିଲେ। ଆଉରଙ୍ଗଜେବ ଅଧୀନରେ ମୋଗଲ ସାମ୍ରାଜ୍ୟର ମହତ୍ବାକାଂକ୍ଷୀ ଚିରବିସ୍ତାରବାଦୀ ଅଭିଯାନକୁ ସେ ସଫଳତାପୂର୍ବକ ରୋକିବାରେ ସକ୍ଷମ ହୋଇଥିଲେ । ୧୬୭୧ ମସିହାରେ ସାରାଇଘାଟ ଯୁଦ୍ଧ ସଂଘଟିତ ହୋଇଥିଲା। ଲଚିତ ବରଫୁକନଙ୍କ ନେତୃତ୍ବରେ ଉତ୍ସାହୀ ଅହମୀୟା ସେନା ହାତରେ ମୋଗଲମାନେ ଶୋଚନୀୟ ଭାବେ ପରାସ୍ତ ଓ ଅପମାନିତ ହୋଇଥିଲେ । ଲଚିତ ବରଫୁକନ ଏବଂ ତାଙ୍କ ସେନାର ବୀରତ୍ବ ଗାଥା ଆମ ଦେଶର ଇତିହାସରେ ସବୁଠୁ ପ୍ରେରଣାଦାୟୀ ପ୍ରତିରୋଧକାରୀ ସୈନ୍ୟ ଅଭିଯାନ ଭାବେ ଲିପିବଦ୍ଧ ହୋଇ ରହିଛି ।
*******
P.S.
(रिलीज़ आईडी: 1878522)
आगंतुक पटल : 205
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam