ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇଣ୍ଡୋନେସିଆରେ ଭୂମିକମ୍ପ ଯୋଗୁଁ ହୋଇଥିବା ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 22 NOV 2022 1:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆରେ ଭୂମିକମ୍ପ ଯୋଗୁଁ ହୋଇଥିବା ପ୍ରାଣହାନୀରେ ଗଭୀର ଶୋକ ଓ ବେଦନା ବ୍ୟକ୍ତ କରିଛନ୍ତି । ସେ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିବା ସହ ଦୁଃଖର ଏହି ମୁହୂର୍ତ୍ତରେ ଭାରତ ଇଣ୍ଡୋନେସିଆ ସହ ରହିଛି ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଇଣ୍ଡୋନେସିଆରେ ଭୂମିକମ୍ପ ଯୋଗୁଁ ହୋଇଥିବା ପ୍ରାଣହାନୀ ଓ ସମ୍ପତ୍ତି କ୍ଷୟ ପାଇଁ ଦୁଃଖୀ । ପୀଡିତ ଓ ସେମାନଙ୍କ ପରିବାରକୁ ଗଭୀର ସମବେଦନା ଜଣାଉଛି । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି । ଦୁଃଖର ଏହି ମୁହୂର୍ତ୍ତରେ ଭାରତ ଇଣ୍ଡୋନେସିଆ ସହ ରହିଛି ।” 

 

SR


(रिलीज़ आईडी: 1878006) आगंतुक पटल : 215
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam