ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଲିରେ ଜି -୨୦ ଶିଖର ସମ୍ମିଳନୀ ଅବସରରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 NOV 2022 9:58PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଲିରେ ଜି -୨୦ ଶିଖର ସମ୍ମିଳନୀ ଅବସରରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଆନ୍ଥୋନି ଆଲବାନିସଙ୍କୁ ଭେଟିଛନ୍ତି

 ଉଭୟ ନେତା ବିସ୍ତୃତ ରଣନୀତିକ ସହଯୋଗ ଏବଂ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନିୟମିତ ଭାବରେ ଚାଲିଥିବା ଉଚ୍ଚ ସ୍ତରୀୟ ପାରସ୍ପରିକ ସମ୍ପର୍କ ନେଇ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କର ସ୍ଥିତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା, ବାଣିଜ୍ୟ, ଶିକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଗଭୀର କରିବାରେ ସେମାନେ ଅଗ୍ରଗତିର ସମୀକ୍ଷା କରିଥିଲେ ଶିକ୍ଷା କ୍ଷେତ୍ରରେ ଅନୁଷ୍ଠାନିକ ସହଭାଗିତା, ବିଶେଷକରି ଉଚ୍ଚଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ତାଲିମ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା

ନେତାମାନେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ, ଯେଉଁଥିରେ ଏକ ସ୍ଥିର ତଥା ଶାନ୍ତିପୂର୍ଣ୍ଣ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଜଳବାୟୁ ସମ୍ବନ୍ଧୀୟ ବିଷୟ ଏବଂ ଭାରତର ଜି୨୦ ଅଧ୍ୟକ୍ଷତା ପାଇଁ ସେମାନଙ୍କର ଅଂଶିଦାର ଦୃଷ୍ଟିକୋଣ ସାମିଲ ଥିଲା

ପ୍ରଧାନମନ୍ତ୍ରୀ ଶୀଘ୍ର ଭାରତରେ ପ୍ରଧାନମନ୍ତ୍ରୀ ଆଲବାନିସଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି

HS


(ରିଲିଜ ଆଡି: 1876633) ପରିଦର୍ଶକ କାଉଣ୍ଟର : 146