ପୋଷ୍ଟ କରାଯିବା ଦିନାଙ୍କ:
10 NOV 2022 12:53PM by PIB Bhubaneswar
ଭାରତୀୟ ରେଳ ନିଜର ସମ୍ପୂର୍ଣ୍ଣ ବ୍ରଡଗେଜ୍ ନେଟୱର୍କ ବିଦ୍ୟୁତିକରଣର ମହତ୍ତ୍ବାକାଂକ୍ଷୀ ଯୋଜନା ପ୍ରାରମ୍ଭ କରିଛି। ଏହି ଯୋଜନା ଦ୍ବାରା କେବଳ ଉନ୍ନତ ଇନ୍ଧନ ଶକ୍ତିର ଉପଯୋଗ ହେବ ନାହିଁ, ଯଦ୍ବାରା ଉତ୍ପାଦନ ବଢ଼ିବ ଏବଂ ଏହା ସହିତ ଇନ୍ଧନ ଖର୍ଚ୍ଚ ହ୍ରାସ ହେବ ଓ ମୂଲ୍ୟବାନ ବିଦେଶୀ ମୁଦ୍ରାର ସଞ୍ଚୟ ମଧ୍ୟ ହୋଇ ପାରିବ।
ଆର୍ଥିକ ବର୍ଷ 2022-23 ସମୟରେ ଅକ୍ଟୋବର 2022 ପର୍ଯ୍ୟନ୍ତ ଭାରତୀୟ ରେଳ 1223 ରୁଟ କିଲୋମିଟର ର ବିଦ୍ୟୁତିକରଣର କାମ କରିସାରିଛି। ଆର୍ଥିକ ବର୍ଷ 2021-22 ର ଏହି ଅବଧି ମଧ୍ୟରେ 895 ରୁଟ୍ କିଲୋମିଟରର ବିଦ୍ୟୁତିକରଣ ହୋଇଥିଲା। ଏହା ଗତ ବର୍ଷର ସମାନ ଅବଧିର ପରିସଂଖ୍ୟାନ ଠାରୁ 36.64 ପ୍ରତିଶତ ଅଧିକ ଅଟେ।
ଏହା ମହତ୍ତ୍ବପୂର୍ଣ୍ଣ ଯେ ଭାରତୀୟ ରେଳର ଇତିହାସରେ 2021-22 ସମୟରେ 6366 ରୁଟ୍ କିଲୋମିଟରର ରେକର୍ଡ଼ ବିଦ୍ୟୁତିକରଣ କରାଯାଇଛି। ଏହା ପୂର୍ବରୁ 2020-21 ସମୟରେ ସବୁଠାରୁ ଅଧିକ ବିଦ୍ୟୁତିକରଣ 6015 ରୁଟ୍ କିଲୋମିଟରର ହୋଇଥିଲା।
31.10.2022 ସୁଦ୍ଧା ଭାରତୀୟ ରେଳର ବ୍ରଡଗେଜ୍ ନେଟୱର୍କ 65,141 ରୁଟ୍ କିଲୋମିଟର (କେଆରସିଏଲ୍ ସହିତ) ମଧ୍ୟରୁ 53,470 ବ୍ରଡଗେଜ୍ ରୁଟ୍ କିଲୋମିଟରର ବିଦ୍ୟୁତିକରଣ କରାଯାଇଛି, ଯାହା ସମୁଦାୟ ବ୍ରଡଗେଜ୍ ନେଟୱର୍କର 82.08 ପ୍ରତିଶତ ଅଟେ।
BS