ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଡିଜି ଲକରରେ ବର୍ତ୍ତମାନ ସ୍ୱାସ୍ଥ୍ୟ ରେକର୍ଡ ରଖି ତାହାକୁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ( ଏବିଏଚଏ) ସହ ସଂଯୋଗ କରିପାରିବେ ବ୍ୟବହାରକାରୀ

Posted On: 10 NOV 2022 12:04PM by PIB Bhubaneshwar

ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବିଶ୍ୱସନୀୟ ନଥିପତ୍ର ବିନିମୟ ମଞ୍ଚ ଡିଜିଲକର ସଫଳତାର ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଶ୍ରଣ  ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସହ (ଏବିଡିଏମ) ସମ୍ପନ୍ନ କରିଛି ।  ଡିଜିଲକର ପ୍ଲାଟଫର୍ମ ଏଣିକି ସ୍ୱାସ୍ଥ୍ୟ ସମ୍ପର୍କୀତ ନଥିପତ୍ର ଗଚ୍ଛିତ କରି ରଖି ହେଲଥ ଲକର ଭାବେ କାର୍ଯ୍ୟ କରିବ । ଏଥିରେ ଚିକିତ୍ସକଙ୍କ ଦ୍ୱାରା ଲିଖିତ ପ୍ରେସକ୍ରିପସନ, ଟିକାକରଣ ରେକର୍ଡ, ପରୀକ୍ଷାଗାର ବିବରଣୀ, ହସପିଟାଲରୁ ମିଳିଥିବା ସବିଶେଷ ବିବରଣୀ ରଖାଯାଇପାରିବ ।

ଡିଜି ଲକର ପୂର୍ବରୁ ଏବିଡିଏମ୍ ସହ ଏହାର ପ୍ରଥମ ପର୍ଯ୍ୟାୟ  ମିଶ୍ରଣ କାର୍ଯ୍ୟ  ସମ୍ପୂର୍ଣ୍ଣ କରି ସାରିଥିବାବେଳେ, ଏବିଏଚଏମ ବା ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ ସୁବିଧା ୧୩କୋଟି   ବ୍ୟବହାରକାରୀଙ୍କୁ ଯୋଡ଼ିଛି । ଏହି ସର୍ବଶେଷ ସମନ୍ୱୟ ବ୍ୟବହାରକାରୀଙ୍କ ପାଇଁ ଡିଜିଲକର ଏକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଅଭିଲେଖ (ବିଏଚଆର) ଆପ୍ ଭାବେ କାର୍ଯ୍ୟ କରିବ । ଏଥିସହ ଏବିଏସଏ ଧାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ବିବରଣୀ ପଞ୍ଜୀକୃତ ବିଭିନ୍ନ  ଏବିଡିଏମ୍ ସୁବିଧା ଥିବା ହସ୍‌ପିଟାଲ  ଲ୍ୟାବ ସହ ସଂଯୋଗ କରି ତାହାକୁ ଡିଜି ଲକର ଜରିଆରେ ଦେଖିପାରିବେ । ବ୍ୟବହାରକାରୀମାନେ ମଧ୍ୟ ସେମାନଙ୍କ ପୁରୁଣା  ସ୍ୱାସ୍ଥ୍ୟ ବିବରଣୀ ନଥିକୁ ସ୍କାନ କରି ଏହି ଆପ୍‌ରେ ଅପଲୋଡ କରିପାରିବେ । ଏହାଛଡା ସେମାନେ ବଛା ବଛା ରେକର୍ଡ ଏବିଡିଏମ ପଞ୍ଜୀକୃତ ପେଶାଦାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ ସେୟାର କରିପାରିବେ । ବ୍ୟବହାରକାରୀଙ୍କ ନିମନ୍ତେ ଏହି ସମ୍ମିଶ୍ରଣର ସୁବିଧା ଉପରେ ଆଲୋକପାତ କରି ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ (ଏନଏଚଏମ)ର  ସିଇଓ ଡକ୍ଟର ଆର.ଏସ. ଶର୍ମା କହିଛନ୍ତି ଯେ ‘ ଏବିଡିଏମ୍ ଅଧୀନରେ ଅ।।ମେ ଏକ ଆନ୍ତ ପରିଚାଳିତ ସ୍ୱାସ୍ଥ୍ୟ ବାତାବରଣ ତିଆରି କରିଛି । ଉଭୟ ସରକାରୀ ଓ ଘରୋଇ କ୍ଷେତ୍ର ଅଂଶୀଦାରଙ୍କ ଆବେଦନପତ୍ର ଏବିଡିଏମ୍ ସହ ସମ୍ମିଶ୍ରଣ ହୋଇ ଅଧିକ ବ୍ୟବହାରକାରୀଙ୍କ ନିକଟରେ ଯୋଜନା ତଥ୍ୟ ପହଞô୍ଚବ । ଡିଜି ଲକର ବୈଧ ନଥିପତ୍ର ସମ୍ପର୍କରେ ଜାଣିବା ପାଇଁ ଏକ ବିଶ୍ୱସ୍ଥ ଓ ଲୋକପ୍ରିୟ ଆପ୍ । ସେ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବ୍ୟବହାରକାରୀମାନେ ଏଣିକି ଏହାକୁ ପିଏଚଆର ଆପ୍‌ଭାବେ ବ୍ୟବହାର କରି ସମସ୍ତ କାଗଜବିହୀନ ରେକର୍ଡ ରଖିବାର ସୁବିଧା ପାଇପାରିବେ ।

ସମନ୍ୱିତ କରିବା ଉପରେ ଡିଜିଟାଲ ଭାରତ ନିଗମର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅଭିଷେକ ସିଂ କହିଥିଲେ ଯେ

“ଏବିଡିଏମ୍‌ର ସୁବିଧା ଆମର ୧୩୦ନିୟୁତ ବ୍ୟବହାରକାରୀଙ୍କୁ ଉପଲବ୍ଧ କରାଇ ଆମେ ଗର୍ବିତ । ଏହି ମଞ୍ଚ ପାଖପାଖି ୮୫ ହଜାର ଏବିଏଚଏମ ବ୍ୟବହାରୀଙ୍କୁ ସାହାଯ୍ୟ କରି ସାରିଲାଣି । ହେଲ୍ପ ଲକର ସମନ୍ୱୟ ପରେ ଆମ ନିଶ୍ଚିତ ଯେ ଆମେ ସେମାନଙ୍କ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ ମାଧ୍ୟମରେ ସହଜରେ ସଂଯୋଗ କରିପାରିବୁ । ଏବିଏଚଏ ବ୍ୟବହାରକାରୀଙ୍କ ନିମନ୍ତେ ଡିଜି ଲକର ଏକ ପସନ୍ଦର ଲକର ଅଟେ ।”

ଡିଜି ଲକରର ସମସ୍ତ ପଞ୍ଜୀକୃତ ବ୍ୟବହାରକାରୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଲକର ସେବା ବର୍ତ୍ତମାନ ଉପଲବ୍ଧ ହେବ ।

*****

SM/SLP



(Release ID: 1874958) Visitor Counter : 159