ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ସୀମା ଦର୍ଶନର ଅଂଶବିଶେଷ ଭାବେ ନଡାବେଟ ଓ ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳ ଭ୍ରମଣ କରିବାକୁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
Posted On:
05 NOV 2022 4:25PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ସୀମା ଦର୍ଶନର ଅଂଶବିଶେଷ ଭାବେ ନାଗରିକମାନଙ୍କୁ ନଡାବେଟ ଓ ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳ ଭ୍ରମଣ କରିବାକୁ ଆହ୍ୱାନ ଦେଇଛନ୍ତି ।
ପର୍ଯ୍ୟଟନ, ସଂସ୍କୃତି ଓ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡିଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସୀମା ଦର୍ଶନ ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ର ସହ ଏକ ନୂତନ ଦିଗନ୍ତ ଯୋଡିଛି । ସୀମାରେ ବସବାସ କରୁଥିବା ବ୍ୟକ୍ତିମାନଙ୍କ ଲଢୁଆ ମନୋଭାବକୁ ପ୍ରଶଂସା କରିବାକୁ ଏହା ସୁଯୋଗ ପ୍ରଦାନ କରିଛି ।
ନଡାବେଟ ଓ ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳ ଭ୍ରମଣ କରିବାକୁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି... ।”
SR
(Release ID: 1873936)
Visitor Counter : 163
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam