ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବଡ଼ୋଦରାର ଏୟାର କ୍ରାଫ୍ଟ ନିର୍ମାଣ କାରଖାନାର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମର୍ମାନୁବାଦ

Posted On: 01 NOV 2022 9:24PM by PIB Bhubaneshwar

ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, ମୋର ମନ୍ତ୍ରିମଣ୍ଡଳ ସହକର୍ମୀଗଣ ଏବଂ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜୀ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଟାଟା ସନ୍ସର ଅଧ୍ୟକ୍ଷ, ଏୟାର ବସ ଇଣ୍ଟରନାସନାଲର ମୁଖ୍ୟ ବାଣିଜିକ ଅଧିକାରୀ, ପ୍ରତିରକ୍ଷା ଓ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ପ୍ରତ୍ୟେକ ବ୍ୟକ୍ତି, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ ।

ନମସ୍କାର

ଗୁଜରାଟରେ ଦୀପାବଳି ଦେବ ଦୀପାବଳି ସହ ଶେଷ ହୋଇଥାଏ । ଏହି ଦୀପାବଳି ମହୋତ୍ସବରେ ବଡ଼ୋଦରାର ଗୁଜରାଟ ଓ ସମଗ୍ର ଦେଶ ଏକ ଅମୂଲ୍ୟ ଉପହାର ଗ୍ରହଣ କରିଛି । ଗୁଜରାଟ ପାଇଁ ଏହା ନବବର୍ଷ ଓ ମୁଁ ନୂଆ ବର୍ଷରେ ପ୍ରଥମ ଥର ପାଇଁ ଗୁଜରାଟ ଆସିଛି । ଆପଣ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ।

ଆଜି ଆମେ ଭାରତକୁ ବିଶ୍ୱର ଏକ ପ୍ରମୁଖ ନିର୍ମାଣ କେନ୍ଦ୍ର କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ । ଭାରତ ଆଜି ନିଜର ଯୁଦ୍ଧ ବିମାନ ବିକଶିତ କରୁଛି । ଆଜି ଭାରତ ନିଜର ଟ୍ୟାଙ୍କ ଓ ବୁଡ଼ାଜାହାଜ ତିଆରି କରିଛି । ଆହୁରି କହିବାକୁ ଗଲେ ଭାରତରେ ପ୍ରସ୍ତୁତ ଔଷଧ ଓ ଟିକା ଆଦି ବିଶ୍ୱରେ ଲକ୍ଷ ଲକ୍ଷ ବ୍ୟକ୍ତିଙ୍କ ଜୀବନ ରକ୍ଷା କରୁଛି । ଭାରତରେ ନିର୍ମିତ ଇଲେକଟ୍ରୋନିକ ଗେଜେଟ, ମୋବାଇଲ ଫୋନ ଓ କାର ଆଦି ବିଶ୍ୱର ଅନେକ ଦେଶରେ ଚାଲୁଛି। ‘ମେକ ଇନ ଇଣ୍ଡିଆ’ ଓ ‘ମେକ ଫର ଦି ଗ୍ଲୋବ’ ମନ୍ତ୍ର ଧରି ଚାଲୁଥିବା ଭାରତ ଏହାର ସାମର୍ଥ୍ୟ ବୃଦ୍ଧି କରି ଚାଲିଛି । ବର୍ତ୍ତମାନ ଭାରତ ପରିବହନ ବିମାନ ମଧ୍ୟ ନର୍ମାଣ କରିବ । ଭାରତରେ ଏହା ଆଜିଠାରୁ ଆରମ୍ଭ ହେଉଛି । ମୋତେ ଜଳ ଜଳ ଦେଖାଯାଉଛି ଯେ ଭାରତ ବିଶ୍ୱର ବୃହତ୍ତମ ଯାତ୍ରୀ ବିମାନ ମଧ୍ୟ ତିଆରି କରି ଏଥିରେ ‘ମେକ ଇନ ଇଣ୍ଡିଆ’ର ଛାପ ରଖିବ ।

ବନ୍ଧୁଗଣ,

ଆଜି ବଡ଼ୋଦରାରେ ଯେଉଁ ଶିଳାନ୍ୟାସ ହୋଇଛି, ତାହା ଦେଶର ପ୍ରତିରକ୍ଷା ଓ ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ଅବସ୍ଥାନ୍ତର ଆଣିବାରେ ଶକ୍ତି ରହିଛି । ପ୍ରଥମ ଥର ପାଇଁ ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ଏଭଳି ବିରାଟ ପୁଞ୍ଜି ବିନିଯୋଗ ହେଉଛି । ଏଠାରେ ନିର୍ମିତ ହେବାକୁ ଯାଉଥିବା ପରିବହନ ବିମାନ କେବଳ ଆମ ସ୍ଥଳସେନାକୁ ବଳ ଦେବ ନାହିଁ, ବରଂ ବିମାନ ନିର୍ମାଣ କ୍ଷେତ୍ରରେ ଏକ ଅନୁକୂଳ ବାତାବରଣ ଦେଶରେ ସୃଷ୍ଟି କରିବ । ଶିକ୍ଷା ଓ ସଂସ୍କୃତିର କେନ୍ଦ୍ର ଭାବେ ପରିଚିତ ବଡ଼ଦୋରା ବର୍ତ୍ତମାନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ବିଶ୍ୱରେ ତା’ର ପରିଚୟ ସୃଷ୍ଟି କରିବ । ଯଦିଓ ଭାରତ ବିମାନର ଯନ୍ତ୍ରାଂଶ ବିଶ୍ୱର ଅନେକ ଦେଶକୁ ରପ୍ତାନୀ କରୁଛି । ବର୍ତ୍ତମାନ ପ୍ରଥମ ଥର ପାଇଁ ସାମରିକ ପରିବହନ ବିମାନ ଦେଶରେ ତିଆରି ହେବାକୁ ଯାଉଛି । ମୁଁ ଏଥିପାଇଁ ଟାଟା ଗ୍ରୁପ ଓ ଏୟାର ବସ ଡିଫେନ୍ସ କମ୍ପାନୀକୁ ଶୁଭେଚ୍ଛା ଜଣାଉଛି । ମତେ କୁହାଯାଇଛି ଯେ ଭାରତରେ ୧ଠଠରୁ ଅଧିକ ଏମଏସଏମଇ ଏହି ପ୍ରକଳ୍ପରେ ଯୋଗ ଦେବେ । ଭବିଷ୍ୟତରେ ବିଶ୍ୱର ଅନ୍ୟ ଦେଶକୁ ରପ୍ତାନୀ ପାଇଁ ବହିନା ମଧ୍ୟ ଏଠାରେ ରଖାଯିବ । ତାହା ହିଁ ‘ମେକ ଇନ ଇଣ୍ଡିଆ’ ଓ ‘ମେକ ଫର ଦି ଗ୍ଲୋବ’ର ସଂକଳ୍ପ । ଏହା ଏହି ଦେଶରୁ କ୍ରମଶ ମଜବୁତ ହେଉଛି ।

ବନ୍ଧୁଗଣ,

ଆମର ଏବେ ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବିମାନ ଚଳାଚଳ କ୍ଷେତ୍ର ରହିଛି । ବିମାନ ଚଳାଚଳ କ୍ଷେତ୍ରରେ ଆମେ ବିଶ୍ୱର ତିନିଜଣଙ୍କ ମଧ୍ୟରେ ସ୍ଥାନିତ ହେବାକୁ ଯାଉଛୁ । ଆଗାମୀ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ କୋଟି କୋଟି ନୂତନ ବିମାନ ଯାତ୍ରୀ ଆମର ହେବାକୁ ଯାଉଛନ୍ତି । ଏ କ୍ଷେତ୍ରରେ ଉଡ଼ାଣ ଯୋଜନା ମଧ୍ୟ ବହୁଳ ଭାବେ ସାହାଯ୍ୟ କରୁଛି । ଆଗାମୀ ୧୦ରୁ ୧୫ ବର୍ଷ ମଧ୍ୟରେ ଭାରତ ପ୍ରାୟ ୨ଠଠଠରୁ ଅଧିକ ଯାତ୍ରୀ ଓ କାର୍ଗୋ ବିମାନ ଆବଶ୍ୟକ କରିବ । ଭାରତରେ କେବଳ  ୨ଠଠଠ ଏୟାର କ୍ରାଫ୍ଟ ଆବଶ୍ୟକ ହେବା ଅର୍ଥ ଏ କ୍ଷେତ୍ର କେତେ ଦ୍ରୁତ ଅଭିବୃଦ୍ଧି ମୁଖେ ଅଗ୍ରସର ହେଉଛି, ତାହା ଏଥିରୁ ସ୍ପଷ୍ଟ ଅନୁମତି ହୁଏ । ଭାରତ ଏହି ବିଶାଳ ଆବଶ୍ୟକତାକୁ ପୂରଣ କରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇସାରିଲାଣି । ଆଜିର ଶିଳାନ୍ୟାସ ସମାରୋହ ଏ ଦିଗରେ ଏକ ମୁଖ୍ୟ ପଦକ୍ଷେପ ।

ବନ୍ଧୁଗଣ,

ଆଜିର ଘଟଣା ବିଶ୍ୱ ପାଇଁ ଏକ ବାର୍ତ୍ତା ଦେଉଛି । ଭାରତ ଆଜି ବିଶ୍ୱ ପାଇଁ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । କରୋନା, ଯୁଦ୍ଧ ଓ ଯୋଗାଣ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ସତ୍ତ୍ୱେ ଭାରତର ନିର୍ମାଣ କ୍ଷେତ୍ର ଅଭିବୃଦ୍ଧି ଗତିଶୀଳ ହୋଇଛି । ଏହା କୌଣସି ଆକସ୍ମିକ ସୁଯୋଗ ନୁହେଁ । ଆଜି ଭାରତରେ କାର୍ଯ୍ୟକାରୀ ହେଉଥିବା ଅବସ୍ଥା ନିରବଚ୍ଛିନ୍ନ ଭାବେ ଉନ୍ନତ ହେବାରେ ଲାଗିଛି । ଆଜି ଭାରତ ମିତବ୍ୟୟୀ ନିର୍ମାଣ ଓ ଆଶାତୀତ ସଫଳତା ଦେଉଛି । ଆଜି ଭାରତରେ ପ୍ରଚଣ୍ଡ ମେଧାଶକ୍ତି ଓ କୁଶଳ ମାନବ ସମ୍ବଳର ଭଣ୍ଡାର ରହିଛି । ଗତ ଆଠ ବର୍ଷ ମଧ୍ୟରେ ସରକାର ନେଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁ ନିର୍ମାଣ ବାତାବରଣ ଖୁବ ସୁଦୃଢ଼ ହୋଇଛି । ଆଜିଭଳି ବ୍ୟାବସାୟିକ ସୁଗମତା ଆଗରୁ ଦେଖା ନ ଥିଲା । ବାଣିଜି୍ୟକ ଟିକସ ବ୍ୟବସ୍ଥାର ସରଳୀକରଣ ଭଳି ଆଞ୍ଚଳିକ ସଂସ୍କାରଯୋଗୁ ଏହାକୁ ବିଶ୍ୱରେ ପ୍ରତିଯୋଗିତାମୂଳକ କରିବା ସହ ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ଯୋଗୁ ପ୍ରତିରକ୍ଷା, ଖଣି, ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନି ଆକର୍ଷିତ ହେବେ । ଶ୍ରମ କ୍ଷେତ୍ରରେ ହୋଇଥିବା ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନରୁ ମାତ୍ର ୪ଟି ସଂହିତାରେ ସୀମାବଦ୍ଧ କରାଯିବା ସହ ୩୩ ହଜାରରୁ ଅଧିକ କମ୍ପାନୀ ଉଚ୍ଛେଦ କରାଯାଇଛି । ଜାଲ ଭଳି ଟିକସ ବ୍ୟବସ୍ଥା ସ୍ଥାନରେ ଏକକ ବସ୍ତୁ ଓ ସେବା କର ପ୍ରଣୟନ କରାଯାଇଛି । ଏହି ସବୁ ସଂସ୍କାର ଯୋଗୁ ଆମର ନିର୍ମାଣ କ୍ଷେତ୍ର ଅନେକ ସୁବିଧା ପାଉଛି ।

ବନ୍ଧୁଗଣ,

ସଫଳତା ପଛରେ ଅନ୍ୟ ଏକ ପ୍ରମୁଖ କାରଣ ମଧ୍ୟ ରହିଛି । ବରଂ ମୁଁ କହିବାକୁ ଚାହେଁ ଯେ ସବୁଠାରୁ ବଡ଼ କାରଣ ହେଉଛି ମନୋବୃତ୍ତିରେ ପରିବର୍ତ୍ତନ । ଦୀର୍ଘଦିନ ଧରି ସରକାରମାନେ ଏଭଳି ମନୋବୃତ୍ତି ନେଇ ଶାସନ କରୁଥିଲେ ଯେ ସରକାର ସବୁ ଜାଣନ୍ତି ଓ ସବୁକିଛି ସରକାରଙ୍କ ଦ୍ୱାରା ହିଁ ହୋଇଥାଏ । ଏହି ମନୋବୃତ୍ତି ଦେଶର ମେଧାକୁ ଚାପି ରଖିବା ସହ ଭାରତର ଘରୋଇ କ୍ଷେତ୍ରକୁ ବଢ଼ିବା ପାଇଁ ଅନୁମତି ଦେଇନାହିଁ । ସବକା ପ୍ରୟାସ ଉତ୍ସାହ ସହ ଆଗକୁ ବଢ଼ିବା ସହ, ଦେଶ ଏବେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରକୁ ସମାନ ଗୁରୁତ୍ୱ ଦେଉଛନ୍ତି ।

ବନ୍ଧୁଗଣ,

ପୂର୍ବ ସରକାରମାନଙ୍କର ସମସ୍ୟାକୁ ଏଡ଼ାଇ ଯିବାର ମାନସିକତା ସେମାନେ ନିର୍ମାଣ କ୍ଷେତ୍ରକୁ କେବଳ ରିହାତି ଦେଇ ଚଳାଉଥିଲେ । ଭାରତରେ ନିର୍ମାଣ କ୍ଷେତ୍ର ଏଥିପାଇଁ ଜୋର କ୍ଷତିଗ୍ରସ୍ତ ହୋଇଛି । ଫଳରେ ପୂର୍ବରୁ କୌଣସି ନୀତି ଗ୍ରହଣ ହେଲା ନାହିଁ ଓ ଲଜିଷ୍ଟିକ, ବିଦୁତ ଓ ଜଳ ଯୋଗାଣ ପ୍ରଭୃତି ଉପରେ ଧ୍ୟାନ ଦିଆଗଲା ନାହିଁ । ଏହି ମାନସିକତାର ଫଳକୁ ମୋ ଦେଶର ଯୁବପିଢ଼ି ବେଶ ହୃଦୟଙ୍ଗମ କରିପାରୁଥିବେ । ଆଜିର ଭାରତ ଏକ ନୂତନ ମାନସିକତା ଓ କର୍ମସଂସ୍କୃତିକୁ ନେଇ କାର୍ଯ୍ୟ କରୁଛି । ଆମେ କାମଚଳା ପଦ୍ଧତିକୁ ପରିହାର କରି ନିବେଶକଙ୍କ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ପ୍ରୋତ୍ସାହନ ଦେଇଛୁ । ଆମେ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛୁ, ଯାହା ଫଳରେ ପରିବର୍ତ୍ତନ ଆଖିଦୃଶିଆ ହୋଇଛି । ଆଜି ଆମର ନୀତି ଦୃଢ଼, ଅନୁମାନ ସାପେକ୍ଷ ଓ ଭବିଷ୍ୟଦ୍ରଷ୍ଟା ହୋଇଛି । ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଓ ଜାତୀୟ ଲଜିଷ୍ଟିକ ନୀତି ବଳରେ ଆମେ ଦେଶର ଲଜିଷ୍ଟିକ୍ସ ପଦ୍ଧତିକୁ ଉନ୍ନତ କରୁଛୁ ।

ବନ୍ଧୁଗଣ,

ଆଗରୁ ଆଉ ଏକ ମାନସିକତା ଥିଲା, ତାହା ହେଉଛି ଯେ ଭାରତ ନିର୍ମାଣ କ୍ଷେତ୍ରରେ ଉକ୍ରର୍ଷ ସାଧନ କରିପାରିବ ନାହିଁ, ତେଣୁ ଏହା କେବଳ ସେବା କ୍ଷେତ୍ର ଉପରେ ଧ୍ୟାନ ଦେବ । ଆଜି ଆମେ କେବଳ ସେବା କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଉନାହୁଁ ବରଂ ନିର୍ମାଣ କ୍ଷେତ୍ରକୁ ମଧ୍ୟ ସମୃଦ୍ଧ କରୁଛୁ । ଆମେ ଜାଣୁ ଯେ ଆଜି ବିଶ୍ୱର କୌଣସି ଦେଶ କେବଳ ସେବା ବା ନିର୍ମାଣ କ୍ଷେତ୍ରରେ ବିକାଶ କରି ଅଭିବୃଦ୍ଧି ହାସଲ କରିପାରିବ ନାହିଁ । ଆମକୁ ବିକାଶ ପାଇଁ ଏକ ସାମଗ୍ରିକ ଦୃଷ୍ଟିଭଙ୍ଗୀ ଆପଣାଇବାକୁ ପଡ଼ିବ । ଏବଂ ଆଜି ନବ ଭାରତ ସେହି ରାସ୍ତାରେ ବିଶ୍ୱାସର ସହ ଚାଲିଛି । ଆଉ ଏକ ଅଳ୍ପ ବିଶ୍ୱାସ ଥିଲା ଯେ ଆମର କୁଶଳୀ ମାନବ ସମ୍ବଳର ଅଭାବ ରହିଛି । ତେଣୁ ଦେଶର ମେଧା ଉପରେ ଆସ୍ତାର ଅଭାବ ରହିଥିଲା, ସେଥିପାଇଁ ନିର୍ମାଣ କ୍ଷେତ୍ର ପ୍ରତି ଏକ ଦ୍ୱିଧା ଥିଲା ଓ ଏଥିପ୍ରତି କମ ଗୁରୁତ୍ୱ ଦିଆଯାଉଥିଲା। ମାତ୍ର ଆଜି ଭାରତ ନିର୍ମାଣ କ୍ଷେତ୍ରରେ ମଧ୍ୟ ଆଗରେ ରହିଛି । ସେମି କଣ୍ଡକ୍ଟର ଠାରୁ ଆରମ୍ଭ କରି ଏୟାର କ୍ରାଫ୍ଟ ପର୍ଯ୍ୟନ୍ତ ଆମେ ଆଗରେ ରହିବାକୁ ଅଭିପ୍ରାୟ ରଖି ଆଗେଇ ଚାଲିଛୁ । ଗତ ଆଠ ବର୍ଷ ମଧ୍ୟରେ ଆମେ କୌଶଳ ବିକାଶ ଉପରେ ଗୁରୁତ୍ୱ ଦେଇ ଏହାର ଏକ ବାତାବରଣ ସୃଷ୍ଟି କରିବା ଫଳରେ ଏହା ସମ୍ଭବ ହୋଇଛି । ସମସ୍ତ ପରିବର୍ତ୍ତନକୁ ସମନ୍ୱିତ କରିବା ଯୋଗୁ ଆମେ ଭାରତର ବିକାଶ ଯାତ୍ରା ନିର୍ମାଣ କ୍ଷେତ୍ରରେ ଏହି ସ୍ଥିତିରେ ପହଂଚିପାରିଛୁ।

ବନ୍ଧୁଗଣ,

ସରକାରଙ୍କ ବିନିଯୋଗ ଅନୁକୂଳ ନୀତି ଆଜି ଏଫଡିଆଇରେ ମଧ୍ୟ ପ୍ରତିଫଳିତ ହୋଇଛି । ଗତ ଆଠ ବର୍ଷ ମଧ୍ୟରେ ୧୬ଠଟି ଦେଶର କମ୍ପାନୀମାନେ ଭାରତରେ ପୁଞ୍ଜିନିବେଶ କରିଚନ୍ତି । ଏ କଥା ମଧ୍ୟ ନୁହେଁ ଯେ ଏହି ପୁଞ୍ଜିନିବେଶ କେବଳ ଶିଳ୍ପ କ୍ଷେତ୍ରରେ ହିଁ ହୋଇଛି । ଏହି ପୁଞ୍ଜି ବିନିଯୋଗ ଅର୍ଥନୀତିର ୬ଠଟି କ୍ଷେତ୍ରରେ ହେବା ସହ ଏହା ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ମହାକାଶ କ୍ଷେତ୍ରରେ କେବଳ ତିନି ବିଲିୟନ ଡଲାର ପୁଞ୍ଜିନିବେଶ ହୋଇଛି । ୨୦୦୦ରୁ ୨୦୧୪ ଏହି ୧୪ ବର୍ଷ ତୁଳନାରେ ଗତ ଆଠ ବର୍ଷରେ ଏହି କ୍ଷେତ୍ରରେ ପାଞ୍ଚ ଗୁଣ ଅଧିକ ନିବେଶ ହୋଇଛି । ଆଗାମୀ ବର୍ଷରେ ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ର ଆତ୍ମନିର୍ଭର ଭାରତ ଅଭିଯାନର ମୁଖ୍ୟ ସ୍ତମ୍ଭ ହେବ । ଆମେ ଆମର ପ୍ରତିରକ୍ଷା ନିର୍ମାଣ ୨୦୨୩ ସୁଦ୍ଧା ୨୫ ବିଲିୟନ ଡଲାରରୁ ଅଧିକ ପାଇଁ ଲକ୍ଷ୍ୟ ରଖିଛୁ । ଆମର ପ୍ରତିରକ୍ଷା ରପ୍ତାନୀ ମଧ୍ୟ ୫ ବିଲିୟନ ଡଲାର ଅତିକ୍ରମ କରିବ । ଉତ୍ତର ପ୍ରଦେଶ ଓ ତାମିଲନାଡୁରେ ବିକଶିତ ହେଉଥିବା ପ୍ରତିରକ୍ଷା କରିଡ଼ର ଏହି କ୍ଷେତ୍ରକୁ ଉଠାଇବାରେ ଅଧିକ ସହାୟକ ହେବ । ଆଜି ମୁଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଗୁଜରାଟ ସରକାରଙ୍କୁ ଗାନ୍ଧୀ ନଗରରେ ଚିତ୍ତାକର୍ଷକ ଡିଫେନ୍ସ- ଏକ୍ସପୋ ଆୟୋଜନ କରିବାରୁ ପ୍ରଶଂସା କରୁଛୁ । ଏହା ବିଭିନ୍ନ ପ୍ରତିରକ୍ଷା ଉପକରଣ ପ୍ରଦର୍ଶନର ଅଂଶ ଥିଲା । ମୁଁ ଖୁସିର ସହ କହୁଛି ଯେ ଏହା ସର୍ବକାଳୀନ ଶ୍ରେଷ୍ଠ ଡିଫେନ୍ସ ଏକ୍ସପୋ ଥିଲା । ମୁଁ ରାଜନାଥ ଜୀଙ୍କୁ ଅଭିନନ୍ଦନ ଜଣାଉଛି । ଏହାର ପ୍ରଧାନ ବୈଶିଷ୍ଟ୍ୟ ହେଉଛି ପ୍ରଦର୍ଶିତ ସମସ୍ତ ପ୍ରତିରକ୍ଷା ଉପକରଣ ଭାରତରେ ନିର୍ମିତ ହୋଇଛି । ଏହା ପ୍ରକଳ୍ପ ସି-୨୯୫ର ପ୍ରତିଫଳନ ଯାହାକି ଭବିଷ୍ୟତ ଡିଫେନ୍ସ ଏକ୍ସପୋରେ ଦେଖାଯିବ । ମୁଁ ମଧ୍ୟ ଟାଟା ଗ୍ରୁପ ଓ ଏୟାରବସକୁ ଏଥିପାଇଁ ମୋର ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ଆଜିର ଐତିହାସିକ ଦିନରେ ମୁଁ ହି ଶିଳ୍ପ ସହ ସଂଶ୍ଲିଷ୍ଟ ବନ୍ଧୁମାନଙ୍କୁ ମୋର ଅନୁରୋଧ ପୁଣି ଦୋହରାଉଛି । ଏବଂ ମୁଁ ଖୁସୀ ଯେ ସମସ୍ତ ଶିଳ୍ପ ନେତୃବୃନ୍ଦ ଓ ବିଭିନ୍ନ କ୍ଷେତ୍ରର ଟାଣୁଆ ବ୍ୟକ୍ତିବିଶେଷ ଏହି ସ୍ମରଣୀୟ ଘଟଣାକୁ ଦେଖିବାକୁ ଉପସ୍ଥିତ ଅଛନ୍ତି । ଦେଶରେ ଅଦ୍ଭୁତପୂର୍ବ ପୁଞ୍ଜିନିବେଶ ବିଶ୍ୱାସ ସୃଷ୍ଟି ହୋଇଛି । ଏହି ସୁଯୋଗ ହାତଛଡ଼ା ନକରି ଯେତେଦୂର ସମ୍ଭବ ଅଗ୍ରସର ହୁଅ । ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ଦେଶର ଷ୍ଟାର୍ଟଅପ ଅଗ୍ରଗତିରେ ସହାୟକ ହେବାକୁ ମୁଁ ନିବେଦନ କରୁଛି । ପ୍ରମୁଖ ଶିଳ୍ପାନୁଷ୍ଠାନଗୁଡ଼ିକ ଦେଶରେ ଯୁବପିଢ଼ି ଦ୍ୱାରା କରାଯାଉଥିବା ଷ୍ଟାର୍ଟଅପର ଅନୁଧ୍ୟାନ ନିମନ୍ତେ ଏକ ଷ୍ଟାର୍ଟଅପ ସେଲ ଗଠନ କରିବା ମୁଁ ଚାହୁଁଛି । ଏହା ଫଳରେ ନୂତନ ଷ୍ଟାର୍ଟଅପମାନଙ୍କ ଶକ୍ତି ବହୁଗୁଣିତ ହୋଇଯିବ । ଗବେଷଣା କ୍ଷେତ୍ରରେ, ଘରୋଇ କ୍ଷେତ୍ରରେ ଅବଦାନ ଖୁବ ସୀମିତ । ଆମେ ମିଳିମିଶି ଏହାକୁ ବଢ଼ାଇଲେ ଆମେ ଦେଶର ନିର୍ମାଣ ଓ ନବୋନ୍ମେଷ କ୍ଷେତ୍ରରେ ଏକ ମଜବୁତ ବାତାବରଣ ସୃଷ୍ଟି କରିପାରିବା । ସବକା ପ୍ରୟାସ ମନ୍ତ୍ର ଆମ ସମସ୍ତଙ୍କ ପାଇଁ ଉପକାରୀ ହେବା ସହ ଆମକୁ ମାର୍ଗଦର୍ଶନ ଦେବ । ଆମେ ଏକା ପଥରେ ଚାଲିବା ଉଚିତ । ପୁଣିଥରେ ମୁଁ ସମସ୍ତ ଦେଶବାସୀଙ୍କୁ ଏହି ଆଧୁନିକ ଏୟାର କ୍ରାଫ୍ଟ ନିର୍ମାଣ ସୁବିଧା ପାଇଁ ଅଭିନନ୍ଦନ ଜଣାଉଛି । ଦେଶର ଯୁବପିଢ଼ି ନିମନ୍ତେ ଅନେକ ସୁଯୋଗ ଅପେକ୍ଷା କରିଛି । ମୁଁ ମଧ୍ୟ ଦେଶର ଯୁବପିଢ଼ିକୁ ମୋର ସ୍ୱତନ୍ତ୍ର ଶୁଭେଚ୍ଛା ଜଣାଉଛି ।

ଅଶେଷ ଧନ୍ୟବାଦ ।

 

SM/MB



(Release ID: 1872870) Visitor Counter : 131