ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟର ବନସକଣ୍ଠାସ୍ଥିତ ଥରାଡ଼ରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ


‘‘ମୋରବି ଅଘଟଣରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସାରା ଦେଶ ଶୋକାଭୀଭୂତ’’

‘‘ଆଜି, ବିକାଶର ଇତିହାସରେ ବନସକଣ୍ଠା ଏହାର ନିଜସ୍ୱ ଅଧ୍ୟାୟ ଲେଖିଛି’’

‘‘ଦେଶ ତଥା ଗୁଜରାଟର ଗୌରବ ବଢ଼ାଉଥିବା ପ୍ରତ୍ୟେକ କାର୍ଯ୍ୟ ହେଉଛି ଡବଲ ଇଞ୍ଜିନ ସରକାରର ପ୍ରତିଶ୍ରୁତିବଦ୍ଧତା’’

Posted On: 31 OCT 2022 5:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ବନସକଣ୍ଠାସ୍ଥିତ ଥରାଡ଼ରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତକାଲି ମୋରବିରେ ଘଟିଥିବା ଅଘଟଣ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ନିମନ୍ତେ ସାରା ଦେଶ ଦୁଃଖରେ ଅଭୀଭୂତ ଏଭଳି ଦୁଃଖଦ ସମୟରେ ପୀଡ଼ିତଙ୍କ ପରିବାର ସହିତ ଆମେ ସମସ୍ତେ ଛିଡ଼ା ହୋଇଛେ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ୍ ହୃଦୟ ସହକାରେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ସେ କହିଛନ୍ତି, ‘‘ଗତ ରାତିରେ ଭୂପେନ୍ଦ୍ରଭାଇ ସିଧାସଳଖ ଭାବେ କେବଡ଼ିଆରୁ ମୋରବିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଦାୟିତ୍ୱ ହାତକୁ ନେଇଥିଲେ ମୁଁ ମଧ୍ୟ ନିରନ୍ତର ଭାବେ ତାଙ୍କ ସହିତ ରିଲିଫ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ଯୋଗାଯୋଗରେ ରହିଛି ଏନଡିଆରଏଫ ଟିମ୍ ଏବଂ ସଶସ୍ତ୍ର ବଳର ଯବାନମାନେ ପହଞ୍ଚିଛନ୍ତି ଅମ୍ବାଜୀଙ୍କ ମାଟିରୁ ମୁଁ ଗୁଜରାଟର ଲୋକଙ୍କୁ ଭରସା ଦେଉଛି ଯେ ଉଦ୍ଧାର କାର୍ଯ୍ୟରେ କୌଣସି ପ୍ରକାର ଅଭାବ ରହିବ ନାହିଁ ’’

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯିବ କି ନାହିଁ, ତାହା ନେଇ ସେ ଦ୍ୱନ୍ଦ୍ୱରେ ପଡ଼ିଥିଲେ, କିନ୍ତୁ ବନସକଣ୍ଠାରେ ଜଳଯୋଗାଣ ପ୍ରକଳ୍ପର ଗୁରୁତ୍ୱ ଏବଂ ଲୋକଙ୍କ ଭଲପାଇବା ସକାଶେ, ସେ ପୁଣି ଦମ୍ଭ ଧରି ୮୦୦୦ କୋଟି ଟଙ୍କାର ଏହିସବୁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ପାଇଁ ଆଗେଇ ଆସିଥିଲେ ସେ ରେଖାଙ୍କିତ କରିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ବନସକଣ୍ଠା, ପଟାନ ମେହସାଣା ସମେତ ଗୁଜରାଟର ୬ଟିରୁ ଅଧିକ ଜିଲ୍ଲାକୁ ଜଳସେଚନ ସୁବିଧା ଯୋଗାଇବାରେ ସହାୟକ ହେବ ଅତୀତରେ ରାଜ୍ୟ ସମ୍ମୁଖୀନ ହୋଇଥିବା କଠିନ ସମୟଗୁଡ଼ିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ଲୋକ ପ୍ରବଳ ଉତ୍ସାହ ଯୋଗୁ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ଦମ୍ଭର ସହ କାମ କରିବାକୁ ସମର୍ଥ ଆଜିକା ଦିନରେ ଜିଲ୍ଲାକୁ ବଦଳାଇ ଦେଇଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ବନସକଣ୍ଠା ଏହାର ଏକ ଜୀବନ୍ତ ତଥା ଅନନ୍ୟ ଉଦାହରଣ ’’

ପ୍ରଧାନମନ୍ତ୍ରୀ ମନେପକାଇ ଥିଲେ ଯେ ଯେତେବେଳେ ଉତ୍ତର ଗୁଜରାଟର ଜିଲ୍ଲାଗୁଡ଼ିକର ହଜାର ହଜାର ଲୋକ ଫ୍ଲୋରାଇଡଯୁକ୍ତ ଦୂଷିତ ପାଣି ବ୍ୟବହାର କରୁଥିଲେ ଏବଂ ଏହା ଉକ୍ତ ଅଞ୍ଚଳରେ କୃଷି ଜୀବନ ଉପରେ ବଡ଼ ପ୍ରଭାବ ପକାଉଥିଲା ସେ ସୂଚନା ଦେଇଛନ୍ତି, ସ୍ଥିତି ଏଭଳି ଥିଲା ଯେ କୌଣସି ଜମିମାଲିକ ସେମାନଙ୍କ ଜମି ବିକିବା ପାଇଁ ଜଣେ ବି କ୍ରେତା ପାଉ ଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଏହି ଜମିର ମୁଁ ଜଣେ ସେବକ ହେବା ପରେ, ଆମ ସରକାର ଉକ୍ତ ଅଞ୍ଚଳର ଏହି ସମସ୍ୟାକୁ ଚିହ୍ନଟ କରିଥିଲେ ଏବଂ ଅତ୍ୟନ୍ତ ସମର୍ପଣ ଏବଂ ଦାୟିତ୍ୱସମ୍ପନ୍ନ ଭାବେ ସେଗୁଡ଼ିକୁ ଶେଷ କରିବା ପାଇଁ କାର୍ଯ୍ୟ କରିଥିଲେ ’’ ଶ୍ରୀ ମୋଦୀ କହିଛନ୍ତି, ‘‘ଆମେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲୁ, ଚେକ୍ ଡ୍ୟାମ୍ ପୁଷ୍କରିଣୀ ନିର୍ମାଣ କରିଥିଲୁ ’’ ପ୍ରଧାନମନ୍ତ୍ରୀ ସୁଜଲାମ-ସୁଫଲାମ ଯୋଜନା, ୱାସମୋ ଯୋଜନା ଏବଂ ପାଣି ସମିତିଗୁଡ଼ିକର ଉଦାହରଣ ଦେଇଥିଲେ ସେ ମହିଳାମାନଙ୍କ ଦ୍ୱାରା ନିର୍ବାହ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାର ରେଖାଙ୍କିତ କରିଥିଲେ, ଯାହା କି କଚ୍ଛ ସମେତ ସମଗ୍ର ଉତ୍ତର ଗୁଜରାଟ ଅଞ୍ଚଳରେ ଜଳସେଚନ, ଏବଂପର ଡ୍ରପ ମୋର କ୍ରପମଡେଲକୁ ସମୃଦ୍ଧ କରିଥିଲା, ଯାହା କି କୃଷି, ଉଦ୍ୟାନ କୃଷି ଏବଂ ଅଞ୍ଚଳରେ ପର୍ଯ୍ୟଟନକୁ ସମୃଦ୍ଧ କରିବାରେ ସହାୟକ ହୋଇଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଗୋଟିଏ ହାତରେ ଆମ ପାଖରେ ବନାସ ଡାଏରି ଏବଂ ଅନ୍ୟ ହାତରେ ଏକ ୧୦୦ ମେଗାୱାଟ ସୋଲାର ପାୱାର ପ୍ଲାଣ୍ଟ, ଅଞ୍ଚଳରେ ପ୍ରତ୍ୟେକ ଘରେ ଟ୍ୟାପ ପାଣି ପହଞ୍ଚାଇବା ପାଇଁ ଆମେ ସଫଳତା ହାସଲ କରିଛୁ ’’ ଶ୍ରୀ ମୋଦୀ ରେଖାଙ୍କିତ କରିଛି ଯେ ଡ୍ରିପ ଜଳସେଚନ ଅଣୁ ଜଳସେଚନ କୌଶଳ ବନସକଣ୍ଠା ପ୍ରତି ସମଗ୍ର ଦେଶର ଧ୍ୟାନ ଆକର୍ଷଣ ହୋଇଛି ଏବଂ ଏହା ବିଶ୍ୱରେ ବି ସ୍ୱୀକୃତ ହୋଇଛି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି, ‘‘ଆଜିକା ଦିନରେ ବନସକଣ୍ଠା ବିକାଶ ଇତିହାସରେ ଏହାର ନିଜସ୍ୱ ଅଧ୍ୟାୟ ଲେଖୁଛି ’’ ସେ ସୂଚନା ଦେଇଛନ୍ତି ଯେ ବନସକଣ୍ଠାରେ ଲକ୍ଷ ହେକ୍ଟର ଜମି ଡ୍ରିପ ଅଣୁ ଜଳସେଚନ ବ୍ୟବହାର ପାଇଁ ସମର୍ପିତ, ଯାହା କି ଜଳ ସାରଣୀ ଅଧିକ ନିମ୍ନମୁଖୀ ହେବା ପାଇଁ ସହାୟକ ସେ କହିଛନ୍ତି, ‘‘ଏହା କେବଳ ଆପଣମାନଙ୍କୁ ଫାଇଦା ପହଞ୍ଚାଉ ନାହିଁ, ଭବିଷ୍ୟତ ପିଢ଼ିମାନଙ୍କ ଜୀବନକୁ ସୁରକ୍ଷିତ କରୁଛି ’’ ସୁଜଲାମ-ସୁଫଲାମ ଯୋଜନାକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ ଅଞ୍ଚଳ ଲୋକମାନଙ୍କୁ ପ୍ରଶଂସା କରିଛନ୍ତି, ଯେଉଁମାନେ ନିଜ ଉଦ୍ୟମ ସମର୍ପଣ ଦ୍ୱାରା ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ଏବଂ ସୁଜଲାମ-ସୁଫଲାମ ଯୋଜନାକୁ ଏକ ସଫଳ ବନାଇଛନ୍ତି

ବିଗତ ୧୯-୨୦ ବର୍ଷରେ ହୋଇଥିବା କାର୍ଯ୍ୟଗୁଡ଼ିକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସୁଜଲାମ-ସୁଫଲାମ ସ୍କିମ ଅଧୀନରେ ଶହ ଶହ କିଲୋମିଟରର ସୁଦୀର୍ଘ ରିଚାର୍ଜ କେନାଲ ନିର୍ମାଣ କରାଯାଇଛି ସେ ଆହୁରି କହିଛନ୍ତି ଯେ ପାଇପଲାଇନ ବିଛାଯିବା ଏବଂ ଭୂତଳ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଗ୍ରାମ ପୋଖରୀଗୁଡ଼ିକୁ ପୁନରୁଦ୍ଧାର କରାଯାଇଛି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ନିର୍ମାଣ ହେବାକୁ ଥିବା ଦୁଇଟି ପାଇପଲାଇନ ଦ୍ୱାରା ହଜାରରୁ ଅଧିକ ଗ୍ରାମୀଣ ପୋଖରୀ ଉପକୃତ ହେବ ପ୍ରକଳ୍ପ ଯୋଜନା ବାବଦରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଇପଲାଇନ ମୁକ୍ତେଶ୍ୱର ଡ୍ୟାମ କର୍ମାବତ ତାଲାବ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି ଏବଂ ଉଚ୍ଚ ସ୍ଥାନକୁ ଇଲେକ୍ଟ୍ରିକ ପମ୍ପ ସହାୟତାରେ ଜଳ ଉଠାଯାଇ ପାରୁଛି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବିତରଣ କେନାଲ ନର୍ମଦାର ମୁଖ୍ୟ କେନାଲରୁ ନିର୍ମାଣ କରାଯାଉଛି, ଯାହା କି ଥରାଡ଼, ଭାଓ ସୁଇଗାଓଁ ତାଲୁକାରେ ଡୋଜେନରୁ ଅଧିକ ଗ୍ରାମକୁ ସୁବିଧା ମିଳିପାରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ପଟାନ ବନସକଣ୍ଠାର ତାଲୁକାର ଅନେକ ଗ୍ରାମ କସରା-ଦାନ୍ତିୱାଡ଼ା ପାଇପଲାଇନରୁ ମଧ୍ୟ ଉପକୃତ ହେବେ ଆଗାମୀ ସମୟରେ, ନର୍ମଦା ନଦୀ ଜଳ ମୁକ୍ତେଶ୍ୱର ଡ୍ୟାମ କର୍ମାବତ ପୋଖରୀକୁ ଆସିବ ଏହା ବନସକଣ୍ଠାରେ ବଡ଼ଗାମ, ପଟାନରେ ସିଦ୍ଧପୁର ଏବଂ ମେହସାଣାର ଖେରାଲୁ ଫାଇଦା ଦେବ ’’

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘କାହାକୁ ଜଳ ପ୍ରଦାନ କରିବା ଅତ୍ୟନ୍ତ ମହତ କାର୍ଯ୍ୟ ବିବେଚନା କରାଯାଏ ଜଳ ଆଣୁଥିବା ଲୋକ ଅମୃତ ହାସଲକାରୀ ବିବେଚିତ ହୋଇଥାଏ ଏବଂ ଏହି ଅମୃତ ଜଣକୁ ଅଜେୟ ବନାଇଥାଏ ଲୋକମାନେ ସେହି ବ୍ୟକ୍ତି ଉପରେ ପ୍ରବଳ ଆଶୀର୍ବାଦ ଅଜାଡ଼ି ଦେଇଥାନ୍ତି ’’ ଏହି ପରିପ୍ରେକ୍ଷୀରେ ହୋଇଥିବା ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ କୃଷି ପଶୁ ପାଳନରେ ନୂଆ ସମ୍ଭାବ୍ୟଗୁଡ଼ିକର ଉଦାହରଣ ଦେଇଛନ୍ତି ସେ ଜମିର ବର୍ଦ୍ଧିତ ଉତ୍ପାଦନ ଯୋଗୁ ସମୃଦ୍ଧି ହାସଲ କରୁଥିବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପରେ ମଧ୍ୟ ଆଲୋକପାତ କରିଥିଲେ ଶ୍ରୀ ମୋଦୀ ଏହି ପରିପ୍ରେକ୍ଷୀରେ କିଛି ମାସ ତଳେ ଏକ ଆଳୁ ପ୍ରକ୍ରିୟାକରଣ ପ୍ଲାଣ୍ଟର ଶିଳାନ୍ୟାସ କରିଥିବା କଥା ସ୍ମରଣ କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘କେନ୍ଦ୍ର ସରକାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ସୁଯୋଗ ବାବଦରେ ଅବଗତ କରାଉଛନ୍ତି ଏହି କ୍ଷେତ୍ରରେ ଉତ୍ପାଦନକାରୀ ସଂଘ ସାକ୍ଷୀ ମଣ୍ଡଳଗୁଡ଼ିକ ସହିତ ଚାଷୀମାନେ ଯୋଡ଼ି ହୋଇପାରୁଛନ୍ତି ’’ ଶୀତଳ ଭଣ୍ଡାର ନିର୍ମାଣ ହେଉ କିମ୍ବା ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ, ସରକାର କୋଟି କୋଟି ଟଙ୍କା ଯୋଗାଇ ଦେଇ ଏହି ସଂଗଠନଗୁଡ଼ିକୁ ସହାୟତା କରୁଥିବା ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଏକ ଦୃଷ୍ଟିକୋଣ ସହ ଆଗକୁ ବଢ଼ୁଛେ, ଯେଉଁଠି ଚାଷୀ କେବଳ ଡାଳିମ୍ବ ଗଛର ମାଲିକ ହେଉନାହିଁ, ବରଂ ଏହାର ଜୁସ ଉତ୍ପାଦନକାରୀ ୟୁନିଟରେ ସେୟାର ବି ହାସଲ କରୁଛନ୍ତି ପ୍ରଧାନମନ୍ତ୍ରୀ ସାକ୍ଷୀ ମଣ୍ଡଳ ଉପରେ ଆଲୋକପାତ କରିଛନ୍ତି, ଯାହା କି ଆଜି ଫଳ ପନିପରିବାରୁ ଆଚାର, ମୁରବା ଚଟନି ଆଦି ଭଳି ଅନେକ ଉତ୍ପାଦ ପ୍ରସ୍ତୁତ କରି ପ୍ରଶଂସା ସାଉଁଟୁଛନ୍ତି ସେ ଆହୁରି କହିଛନ୍ତି ଯେ ସରକାର ସାକ୍ଷୀ ମଣ୍ଡଳଗୁଡ଼ିକୁ ବ୍ୟାଙ୍କ ଋଣ ଯୋଗାଣ ସୀମା ଦୁଇଗୁଣା କରିଦେଇଛନ୍ତି ସେ କହିଛନ୍ତି, ‘‘ଆଦିବାସୀ ଅଞ୍ଚଳଗୁଡ଼ିକରେ ବନ ଧନ କେନ୍ଦ୍ରମାନ ଖୋଲାଯାଇଛି, ଯାହାଦ୍ୱାରା ଆଦିବାସୀ ମହିଳାଙ୍କ ସାକ୍ଷୀ ମଣ୍ଡଳ ଜଙ୍ଗଲଜାତ ଉତ୍ପାଦରୁ ସର୍ବୋକ୍ରୃଷ୍ଟ ଉତ୍ପାଦ ପ୍ରସ୍ତୁତ କରିପାରିବେ ’’

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଏମ କିଷାନ ସମ୍ମାନ ନିଧି ଚାଷୀଙ୍କୁ ମିଳୁଥିବା ବଡ଼ ଫାଇଦାର ପ୍ରମାଣ ଦେଉଛି ସେ ମଧ୍ୟ ଚାଷୀଙ୍କ ନିମନ୍ତେ ସାର ଲାଗି ପାନ୍ ଇଣ୍ଡିଆ କମନ୍ ବ୍ରାଣ୍ଡ୍ ନେମଭାରତ ଶୁଭାରମ୍ଭ ବାବଦରେ ଆଲୋକପାତ କରିଥିଲେ, ଯାହା କି ଚାଷୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦୂର କରିପାରିଛି ସେ ସୂଚନା ଦେଇଛନ୍ତି ଯେ ସରକାର ୨୬୦ ଟଙ୍କାରେ ଚାଷୀଙ୍କ ପାଇଁ ୟୁରିଆ ବ୍ୟାଗ ପ୍ରସ୍ତୁତ କରୁଛନ୍ତି, ଯାହାର ଅନ୍ତର୍ଜାତୀୟ ଦର ୨୦୦୦ ଟଙ୍କାରୁ ଅଧିକ ସେହିଭଳି, ସେ ଖୁସି ବ୍ୟକ୍ତ କରିଛନ୍ତି ଯେ ବନାସ ଡାଏରୀ ଫୁଟପ୍ରିଣ୍ଟ ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ ଝାଡ଼ଖଣ୍ଡକୁ ସମ୍ପ୍ରସାରଣ କରାଯାଇଛି ଗୋବର୍ଦ୍ଧନ ଭଳି ସ୍କିମଗୁଡ଼ିକ ଦ୍ୱାରା ଜୈବ ଇନ୍ଧନ ପଶୁଧନ ଉପଯୋଗିତା ବୃଦ୍ଧି କରୁଛି ସେ କହିଛନ୍ତି, ‘‘ଦୁଗ୍ଧ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି ’’

ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷାରେ ବନସକଣ୍ଠା ଭଳି ଅଞ୍ଚଳର ବର୍ଦ୍ଧିତ ଭୂମିକା ବାବଦରେ ବି ଆଲୋକପାତ କରିଛନ୍ତି ଦୀସାରେ ବାୟୁସେନା ବିମାନବନ୍ଦର ଏବଂ ନଦାବେଟରେସୀମା-ଦର୍ଶନଉକ୍ତ ଅଞ୍ଚଳରେ ଲୋକଙ୍କ ଜୀବନ ମାନରେ ଉନ୍ନତି ଆଣିପାରିଛି ସେ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଏନସିସିର ସମ୍ପ୍ରସାରଣ ଏବଂ ଭାଇବ୍ରାଣ୍ଟ ବୋର୍ଡର ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ସୀମାବର୍ତ୍ତୀ ଗ୍ରାମଗୁଡ଼ିକ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଥିବା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି

କଚ୍ଛ ଭୂକମ୍ପ ପୀଡ଼ିତଙ୍କ ସ୍ମୃତିରେ ସ୍ମୃତି ବନ ବାବଦରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମେମୋରିଆଲକୁ ପରିଦର୍ଶନ ନିମନ୍ତେ ଲୋକଙ୍କୁ ଉତ୍ସାହିତ କରିବାକୁ ଲୋକ ତଥା ବନାସ ଡାଏରୀ ମ୍ୟାନେଜମେଣ୍ଟକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି, ‘‘ଏଭଳି ପ୍ରତ୍ୟେକ କାର୍ଯ୍ୟ, ଯାହା କି ଜାତୀୟ ଗୌରବ ବଢ଼ାଉଛି, ଗୁଜରାଟର ଗୌରବ ବି ବୃଦ୍ଧି ପାଉଛି, ଯାହା କି ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା ଆମର ଶକ୍ତି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସରେ ନିହିତ ରହିଛି ’’

ଏହି ଅବସରରେ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ପ୍ରଭାତଭାଇ ପଟେଲ, ଶ୍ରୀ ଭରତସିଂହ ଧାବି ଶ୍ରୀ ଦୀନେଶଭାଇ ଅନବୈଦ୍ୟ, ଗୁଜରାଟ ସରକାରର ମନ୍ତ୍ରୀ ଶ୍ରୀ ଋଷିକେଶ ପଟେଲ, ଶ୍ରୀ ଜିତୁଭାଇ ଚୌଧରୀ, ଶ୍ରୀ କିରୀଟସିଂହ ବାଘେଲା ଏବଂ ଶ୍ରୀ ଗଜେନ୍ଦ୍ରସିଂହ ପାର୍ମର ପ୍ରମୁଖ ଉପସ୍ଥିତ ଥିଲେ

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବନସକଣ୍ଠାରେ ଥରାଡ଼ ପରିଦର୍ଶନ କରି ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଥିଲେ ଶିଳାନ୍ୟାସ ହୋଇଥିବା ଜଳଯୋଗାଣ ସଂକ୍ରାନ୍ତ ଅନେକ ପ୍ରକଳ୍ପ ମଧ୍ୟରେ ମୁଖ୍ୟ ନର୍ମଦା କେନାଲରୁ କେସରରୁ ଦାନ୍ତିୱାଡ଼ା ପାଇପଲାଇନ ଅନ୍ତର୍ଭୁକ୍ତ, ଯାହାର ମୂଲ୍ୟ ୧୫୬୦ କୋଟି ଟଙ୍କା ଏହି ପ୍ରକଳ୍ପ ଜଳଯୋଗାଣରେ ସୁଧାର ଆଣିବ ଏବଂ ଉକ୍ତ ଅଞ୍ଚଳର ଚାଷୀଙ୍କ ନିମନ୍ତେ ଉପଯୋଗୀ ସାବ୍ୟସ୍ତ ହେବ ପ୍ରଧାନମନ୍ତ୍ରୀ ଆହୁରି ଅନେକ ପ୍ରକଳ୍ପ ବାବଦରେ ଘୋଷଣା କରିଛନ୍ତି ଯେଉଁଥିରେ ସୁଜଲାମ-ସୁଫଲାମ କେନାଲର ସୁଦୃଢ଼ୀକରଣ, ମୁକ୍ତେଶ୍ୱର ଡ୍ୟାମ-କର୍ମାବତ ହ୍ରଦକୁ ମୋଢେରା-ମୋତି ଦାଉ ପାଇପଲାଇନର ସମ୍ପ୍ରସାରଣ, ଏବଂ ସାନ୍ତାଲପୁର ତାଲୁକାର ୧୧ ଗ୍ରାମ ପାଇଁ ଉଠା ଜଳସେଚନ ଆଦି ସ୍କିମ୍ ଅନ୍ତର୍ଭୁକ୍ତ

 

SR


(Release ID: 1872590) Visitor Counter : 120