ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସସିଓ ଶିଖର ସମ୍ମିଳନୀ ୨୦୧୯ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ପୋଷ୍ଟ କରାଯିବା ଦିନାଙ୍କ:
14 JUN 2019 3:09PM by PIB Bhubaneswar
ମହାମହିମ, କିର୍ଗିଜ ଗଣତନ୍ତ୍ରର ରାଷ୍ଟ୍ରପତି ଏବଂ ଆଜିକାର ସଭାର ଅଧ୍ୟକ୍ଷ,
ମହାମହିମ, ସହଯୋଗୀ ଏବଂ ବନ୍ଧୁଗଣ,
ସର୍ବ ପ୍ରଥମେ, ମୁଁ ଏସସିଓର ସଫଳ ନେତୃତ୍ୱ ପାଇଁ ରାଷ୍ଟ୍ରପତି ଜିନବେକୋବ ଏବଂ କିର୍ଗିଜ ଗଣତନ୍ତ୍ରକୁ ଶୁଭେଚ୍ଛା ଜଣାଇବାକୁ ଚାହିଁବି । ଉଦାର ଆତିଥ୍ୟ ଏବଂ ସ୍ୱାଗତ- ସତ୍କାର ପାଇଁ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଉଛି । ଏସସିଓ ପ୍ରମୁଖଙ୍କ ଏହି ବୈଠକରେ ଭାଗ ନେବା ମୋ ପାଇଁ ହେଉଛି ଖୁସିର କଥା । ଭାରତକୁ ଏସସିଓର ପୂର୍ଣ୍ଣ ସଦସ୍ୟ ଭାବେ ଦୁଇ ବର୍ଷ ହୋଇ ସାରିଛି। ଆମେ ଏସସିଓର ସମସ୍ତ କାର୍ଯ୍ୟକଳାପରେ ସକରାତ୍ମକ ଯୋଗଦାନ ଦେଇଛୁ । ଆମେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏସସିଓର ଭୂମିକା ଏବଂ ବିଶ୍ୱସନୀୟତା ବୃଦ୍ଧି ପାଇଁ ବ୍ୟାପକ ସହଭାଗୀତା ପାଇଁ ଆଲୋଚନା ଜାରି ରଖିଛୁ।
ମହାମହିମ,
ଏସସିଓ ଅଞ୍ଚଳ ତଥା ଭାରତର ଇତିହାସ, ସଭ୍ୟତା ଏବଂ ସଂସ୍କୃତି ହଜାର- ହଜାର ବର୍ଷର ପରମ୍ପରା ସହିତ ଜଡିତ ହୋଇ ରହିଛି । ଆମର ଏହି ସହଭାଗିତା ଏହି କ୍ଷେତ୍ରକୁ ଆଧୁନିକ ଯୁଗରେ ଉନ୍ନତ ଯୋଗାଯୋଗର ବହୁତ ଆବଶ୍ୟକତା ଅଛି । ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର, ଚବାହାର ବନ୍ଦର, ଅଶଗାବାତ ବୁଝାମଣା ଭଳି ପଦକ୍ଷେପ, ଯୋଗାଯୋଗ ଉପରେ ଭାରତର ଦୃଷ୍ଟିକୁ ସ୍ପଷ୍ଟ କରୁଛି । ଆମେ 2017ରେ କାବୁଲ ଏବଂ କନ୍ଧାହାର ଏବଂ ନୂଆଦିଲ୍ଲୀ ଓ ମୁମ୍ବଇ ମଧ୍ୟରେ ଏୟାର ଫ୍ରେଟ୍ କରିଡର ମଧ୍ୟ ସଂଚାଳନ କରିଛୁ । ସଂପ୍ରଭୁତା, କ୍ଷେତ୍ରୀୟ ଅଖଣ୍ଡତା, ସୁଶାସନ, ପାରଦର୍ଶୀତା, ବ୍ୟବହାରିକତା ଏବଂ ସ୍ଥିରତା ପାଇଁ ସମାନ ଯୋଗାଯୋଗର ପଦକ୍ଷେପ ଆଧାର ହେବା ଉଚିତ । ଭୌତିକ ଯୋଗାଯୋଗ ସହିତ ଜନରୁ ଜନ ସଂପର୍କର ମହତ୍ୱ କିଛି କମ୍ ନୁହେଁ । ଆମର ଇ-ପର୍ଯ୍ୟଟକ ଭିସା ସେବା ଅଧିକାଂଶ ଏସସିଓ ଦେଶଗୁଡିକ ପାଇଁ ଉପଲବ୍ଧ ରହିଛି । ମୋତେ ଏହା ଘୋଷଣା କରି ଖୁସି ଲାଗୁଛି ଯେ, ଭାରତୀୟ ପର୍ଯ୍ୟଟନ ୱେବସାଇଟରେ ଶୀଘ୍ର ହିଁ ଏସସିଓ ଦେଶ ଗୁଡିକର ପର୍ଯ୍ୟଟକଙ୍କ ସୁବିଧା ପାଇଁ ରୁଷ ଇଣ୍ଟରଫେଓ ଏବଂ ରୁଷୀୟ ଭାଷାରେ 24 x 7 ପର୍ଯ୍ୟଟକ ହେଲ୍ପଲାଇନ ଆମ୍ଭ ହେବ।
ମହାମହିମ,
ଏସସିଓ କ୍ଷେତ୍ରରେ ବିସ୍ତାର ଏବଂ ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ, ଐକବଦ୍ଧତା, ସୁରକ୍ଷିତ ଏବଂ ସମୃଦ୍ଧ ଆଫଗାନିସ୍ତାନ ହେଉଛି ଏକ ଗୁରୁତ୍ୱପୁର୍ଣ୍ଣ ଦିଗ । ଆମର ଉଦ୍ଦେଶ୍ୟ ହେଉଛି ଆଫଗାନକୁ ନେଇ, ଆଫଗାନର ମାଲିକାନା ଏବଂ ଆଫଗାନ ନିୟନ୍ତ୍ରିତ ସମାବେଶୀ ଶାନ୍ତି ପ୍ରକ୍ରିୟା ପାଇଁ ସରକାର ଏବଂ ଆଫଗାନିସ୍ତାନର ଲୋକମାନଙ୍କର ପ୍ରୟାସକୁ ସମର୍ଥନ କରିବା । ଆମେ ଖୁସି ଯେ, ଏସସିଓ ଆଫଗାନିସ୍ତାନ ଯୋଗାଯୋଗ ଗୋଷ୍ଠୀର ଭବିଷ୍ୟତ କାର୍ଯ୍ୟାନ୍ୱୟନ ନେଇ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି।
ମହାମହିମ,
ଆମ ସମସ୍ତଙ୍କ ଦୃଷ୍ଟିଭଙ୍ଗୀ ହେଉଛି ଆମ ଅଞ୍ଚଳରେ ଏକ ସ୍ୱାସ୍ଥ୍ୟକର ବା ଉନ୍ନତ ସହଯୋଗକୁ ସୁଦୃଢ କରିବା । ଏଚଇଏଏଲଟିଏଚ ଶବ୍ଦର ଅକ୍ଷର ଦ୍ୱାରା ଆମର ସହଯୋଗ ପାଇଁ ଏକ ଭଲ ଟେମ୍ପଲେଟ ହୋଇ ପାରିବ।
ଏଚ - ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗ ପାଇଁ
ଇ - ଅର୍ଥବ୍ୟବସ୍ଥା କ୍ଷେତ୍ରରେ ସହଯୋଗ ପାଇଁ
ଏ - ବିକଳ୍ପ ଶକ୍ତି କ୍ଷେତ୍ର ପାଇଁ
ଏଲ - ସାହିତ୍ୟ ଏବଂ ସଂସ୍କୃତି ପାଇଁ
ଟି - ଆତଙ୍କବାଦ ମୁକ୍ତ ସମାଜ ପାଇଁ
ଏଚ – ମାନବୀୟ ସହଯୋଗ ପାଇଁ
ଏଚ - ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗ ପାଇଁ
ଏସସିଓର 2019-2021 ପାଇଁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟ ଯୋଜନା ଉପରେ ଆମକୁ ଗୁରୁତ୍ୱ ଦେବା ଉଚିତ। ଭାରତକୁ ଟେଲି ମେଡିସିନ ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟଟନ କ୍ଷେତ୍ରରେ ନିଜର ଅନୁଭବକୁ ଆପଣମାନଙ୍କ ସହ ବାଣ୍ଟିବାରେ ମୁଁ ଖୁସି ହେବି।
ଇ - ଅର୍ଥବ୍ୟବସ୍ଥା କ୍ଷେତ୍ରରେ ସହଯୋଗ ପାଇଁ
ଆର୍ଥିକ ସହଯୋଗ ହେଉଛି ଆମର ଲୋକଙ୍କ ଭବିଷ୍ୟତର ଆଧାର । ଏକପକ୍ଷବାଦ ଏବଂ ସଂରକ୍ଷଣବାଦ ଦ୍ୱାରା କାହାକୁ ଲାଭାନ୍ୱିତ କର ନାହିଁ। ଆମ ପାଇଁ ବିଶ୍ୱ ବ୍ୟାପାର ସଂଗଠନ ଉପରେ କେନ୍ଦ୍ରୀତ ଏକ ନିୟମ ଆଧାରିତ, ପାରଦର୍ଶୀ, ବିନା ଭେଦଭାବରେ, ଉନ୍ମୁକ୍ତ ଏବଂ ସମାବେଶୀ ବହୁପକ୍ଷୀୟ ବ୍ୟାପାର ବ୍ୟବସ୍ଥା ପଦ୍ଧତିର ଆବଶ୍ୟକ । ଏହା ଦ୍ୱାରା ହିଁ ସମସ୍ତ ସଦସ୍ୟ, ବିଶେଷ ଭାବେ ବିକାଶଶୀଳ ଦେଶ ଗୁଡିକର ହିତକୁ ଧ୍ୟାନରେ ରଖାଯାଇ ପାରିବ । ଭାରତ ଏସସିଓ ସଦସ୍ୟ ଦେଶ ଗୁଡିକ ମଧ୍ୟରେ ଆର୍ଥିକ କାର୍ଯ୍ୟକଳାପ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ଲାଗି ଦ୍ରୁତ ଗତିରେ କାର୍ଯ୍ୟ କରିବା ପାଇଁ ପ୍ରତିବଦ୍ଧ। ଆଜି ଆମେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଉପରେ ହସ୍ତାକ୍ଷର କରିବାକୁ ଯାଉଛୁ, ଏହାଦ୍ୱାରା ଏସସିଓରେ ଆର୍ଥିକ କ୍ଷେତ୍ରରେ ଓ ଡିଜିଟାଲାଇଜେସନ ଏବଂ ଆଇସିଟିରେ ସହଯୋଗ ସୁଦୃଢ ହେବ।
ଏ – ବିକଳ୍ପ ଶକ୍ତି କ୍ଷେତ୍ର ପାଇଁ
ଜଳବାୟୁ ପରିବର୍ତନ ସହ ମୁକାବିଲା କରିବା ପାଇଁ ଭାରତର ପ୍ରତିବଦ୍ଧତା ଆମର ଦର୍ଶନରେ ନିହିତ ଅଛି, ଯିଏକି ପୃଥ୍ୱୀକୁ ମାତା ଭାବେ ଗ୍ରହଣ କରୁଛନ୍ତି । ଆଜି, ଭାରତ ହେଉଛି ଅକ୍ଷୟ ଶକ୍ତିର ଷଷ୍ଠ ଏବଂ ସୌର ଶକ୍ତିର ପଂଚମ ବଡ଼ ଉତ୍ପାଦକ । ଅନ୍ତରାଷ୍ଟ୍ରୀୟ ସୌର ମେଣ୍ଟ ହେଉଛି ଭାରତର ମିଳିତ ପଦକ୍ଷେପ । ଏହାର ଉଦ୍ଦେଶ୍ୟ ସୌର ଶକ୍ତି ପାଇଁ ଖର୍ଚ୍ଚକୁ କମ୍ କରିବା ଲାଗି ପ୍ରୌଦ୍ୟୋଗିକୀ ଏବଂ ଅର୍ଥ ସଂଗ୍ରହ କରିବା । ଆମେ ଏହି ଦିଗରେ ଏସସିଓ ଦେଶ ଗୁଡିକୁ ସ୍ୱାଗତ କରୁଛୁ । ଆଉ ଉର୍ଜ୍ଜାର ବିକଳ୍ପ ସ୍ରୋତକୁ ବିକଶିତ କରିବାରେ ନିଜର ଅନୁଭବକୁ ବାଣ୍ଟିବା ପାଇଁ ପ୍ରସ୍ତୁତ ଅଛୁ । ଆଜି ଆମେ ଏସସିଓ ଅନ୍ତର୍ଗତ ପର୍ଯ୍ୟାବରଣ ସଂରକ୍ଷଣ ପାଇଁ ବର୍ଷ 2019-21ରେ ସହଯୋଗ ପାଇଁ ପରିକଳ୍ପନା ଦସ୍ତାବେଜକୁ ନେଇ ସହମତ ହୋଇଛୁ ।
ଏଲ - ସାହିତ୍ୟ ଏବଂ ସଂସ୍କୃତି ପାଇଁ
ଆମର ଯୁବକମାନଙ୍କକୁ ପରସ୍ପରର ସାହିତ୍ୟ ଅର୍ଥାତ ଲିଟରେଚର ସହିତ ପରିଚିତ କରାଇବା ଆମର ସମ୍ପର୍କକୁ ଅଧିକ ଗଭୀର କରିବ। ଏସସିଓ ଦେଶର ଭାଷାରେ ଭାରତୀୟ ସାହିତ୍ୟର ଶ୍ରେଷ୍ଠ 10ଟି କୃତୀର ଅନୁବାଦ କରାଯିବ । ନିକଟରେ, ଉଜବେକିସ୍ତାନର ସହଯୋଗରେ ତାସକେଣ୍ଟରେ ଏସସିଓ ଚଳଚ୍ଚିତ୍ର ମହୋତ୍ସବ ସଫଳତାର ସହିତ ଆୟୋଜନ କରାଯାଇଥିଲା। ଏଥିରେ ବଲିଉଡ୍ ଏବଂ ଉଜବେକିର ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ରର ସମାବେଶ ହୋଇଥିଲା । ସାହିତ୍ୟ ଏବଂ ସଂସ୍କୃତି ଆମ ସମାଜକୁ ଏକ ସକରାତ୍ମକ କାର୍ଯ୍ୟକଳାପ ପ୍ରଦାନ କରିଥାଏ । ବିଶେଷ କରି ଏହା ଆମ ସମାଜରେ ଯୁବକମାନଙ୍କ ମଧ୍ୟରେ ବୈଶମ୍ୟତା ବିସ୍ତାରକୁ ରୋକିପାରେ ।
ଟି - ଆତଙ୍କବାଦ ମୁକ୍ତ ସମାଜ ପାଇଁ
ଗତ ରବିବାର ମୋର ଶ୍ରୀଲଙ୍କା ଗସ୍ତ ସମୟରେ ମୁଁ ସେଣ୍ଟ ଆଣ୍ଟୋନି ଚର୍ଚ୍ଚକୁ ଯାଇଥିଲି। ସେଠାରେ ଆତଙ୍କବାଦର ଘୃଣ୍ୟ ଚେହେରା ମୋତେ ମନେ ପକାଇ ଦେଇଥିଲା, ଯାହା ଯେକୌଣସି ଠାରେ ଦେଖାଯାଏ, ଯେ କୌଣସି ସମୟରେ ପ୍ରକଟ ହୋଇ ପ୍ରତିଦିନ ନିର୍ଦ୍ଦୋଷ ମାନଙ୍କୁ ହତ୍ୟା କରେ। ଏହି ବିପଦର ମୁକାବିଲା କରିବାକୁ, ସମସ୍ତ ମାନବିକ ଶକ୍ତି ସେମାନଙ୍କ ସଂକୀର୍ଣ୍ଣ ପରିସରରୁ ବାହାରି ଏକାଠି ହେବା ଆବଶ୍ୟକ। ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା, ସମର୍ଥନ କରୁଥିବା ଏବଂ ଆର୍ଥିକ ସହାୟତା ଦେଉଥିବା ରାଷ୍ଟ୍ର ଗୁଡିକ ଉତ୍ତରଦାୟୀ ହେବା ଆବଶ୍ୟକ । ଏସିଓ ସଦସ୍ୟମାନେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏସିଓ- ରାଏଟିଏସ ଅଧୀନରେ ସହଯୋଗର ସଂପୂର୍ଣ୍ଣ କ୍ଷମତା ବ୍ୟବହାର କରିବା ଉଚିତ୍ । ଭାରତ ଆତଙ୍କବାଦର ମୁକାବିଲା ପାଇଁ ଏକ ଆନ୍ତରାଷ୍ଟ୍ରୀୟ ସ୍ତରର ସମ୍ମିଳନୀ ଆହ୍ବାନ କରୁଛି।
ଏଚ୍ – ମାନବୀୟ ସହଯୋଗ ପାଇଁ
ଭାରତ ନିଜ ଅଞ୍ଚଳରେ ମାନବୀୟ ସହଯୋଗ ପାଇଁ ଏବଂ ବିପର୍ଯ୍ୟୟ ସମୟରେ ପ୍ରଥମ ଏବଂ ତ୍ବରିତ ଭୂମିକା ଗ୍ରହଣ କରିଆସୁଛି । ଆମକୁ ଏସସିଓ ଦେଶମାନଙ୍କ ସହିତ ନିଜର ଅନୁଭବ ଏବଂ ଅଭିଜ୍ଞତା ବାଣ୍ଟିବାକୁ ନେଇ ଆମେ ଖୁସି ହେବୁ । ବିପର୍ଯ୍ୟୟ ସ୍ଥିରତା ଭିତ୍ତିଭୂମି ପ୍ରସଙ୍ଗ ଉପରେ ଆମକୁ ବିଶେଷ ଧ୍ୟାନ ଦେବା ଉଚିତ୍।
ମହାନୁଭବ,
ବିଶକେକ୍ ଘୋଷଣାନାମାକୁ ସ୍ବାଗତ ; ସହଯୋଗ ପାଇଁ ଉପଯୋଗୀ ବ୍ଲୁ ପ୍ରିଣ୍ଟରେ ମୁଁ ପୁଣି ଥରେ ଆମର ଆୟୋଜକ, ମାନ୍ୟବର ରାଷ୍ଟ୍ରପତି ଜିନବେକୋବଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ଆସନ୍ତା ବର୍ଷ ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏସସିଓର ଅଧ୍ୟକ୍ଷତା ପାଇଁ ମଧ୍ୟ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ଏବଂ ରୁଷ ମହାସଂଘର ସଫଳ ଅଧ୍ୟକ୍ଷତା ପାଇଁ ଭାରତ ତରଫରୁ ସମ୍ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଉଛି।
ଧନ୍ୟବାଦ।
*****
AH
(ରିଲିଜ ଆଡି: 1871262)
ପରିଦର୍ଶକ କାଉଣ୍ଟର : 94