ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରୋଜଗାର ମେଳାର ଶୁଭାରମ୍ଭ ଏବଂ ୭୫ଠଠଠ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

Posted On: 22 OCT 2022 2:45PM by PIB Bhubaneshwar

ଦେଶର ଯୁବକ ଏବଂ ଯୁବତୀମାନେ, ଉପସ୍ଥିତ ସମସ୍ତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳାମାନେ ଏବଂ ଭଦ୍ର ବ୍ୟକ୍ତିମାନେ; ସମସ୍ତ ଦେଶବାସୀଙ୍କୁ ଧନତେରସର ବହୁତ ବହୁତ ଶୁଭେଚ୍ଛା । ଭଗବାନ ଧନ୍ୱନ୍ତରୀ ଆପଣଙ୍କୁ ସୁସ୍ଥ ରଖନ୍ତୁ, ମା’ ଲକ୍ଷ୍ମୀଙ୍କ କୃପା ଆପଣ ସମସ୍ତଙ୍କ ଉପରେ ସର୍ବଦା ରହିଥାଉ, ମୁଁ ଭଗବାନଙ୍କ ନିକଟରେ ଏହି କାମନା କରୁଛି ଏବଂ ମୋର ସୌଭାଗ୍ୟ ଯେ ମୁଁ ନିକଟରେ କେଦାରନାଥ ବଦ୍ରୀନାଥ ଯାତ୍ରା ସାରି ଆସିଛି ଏବଂ ସେହି କାରଣରୁ ମୋତେ ଟିକେ ବିଳମ୍ବ ମଧ୍ୟ ହୋଇଗଲା । ଏବଂ ବିଳମ୍ବ ହୋଇ ଯାଇଥିବା କାରଣରୁ ସେଥିପାଇଁ ମଧ୍ୟ ଆପଣ ସମସ୍ତଙ୍କଠୁ କ୍ଷମା ଚାହୁଁଛି ।

ସାଥୀମାନେ,

ଆଜି ଭାରତର ଯୁବ ଶକ୍ତିମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଅବସର ଅଟେ । ଗତ ଆଠ ବର୍ଷ ମଧ୍ୟରେ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ଯେଉଁ ଅଭିଯାନ ଚାଲିଛି, ଆଜି ତା’ ସହିତ ଆଉ ଏକ ସଂଯୋଗ ଯୋଡ଼ାଯାଉଛି । ଏହି ସଂଯୋଗ ହେଉଛି ଚାକିରି ମେଳାର ସଂଯୋଗ । ଆଜି କେନ୍ଦ୍ର ସରକାର ସ୍ୱାଧୀନତାର ୭୫ ବର୍ଷକୁ ଧ୍ୟାନରେ ରଖି ୭୫ ହଜାର ଯୁବଗୋଷ୍ଠୀଭ୍କୁ ଏକ କାର୍ଯ୍ୟକ୍ରମ ଅନ୍ତର୍ଗତ ନିଯୁକ୍ତିପତ୍ର ଦେଉଛନ୍ତି । ଗତ ଆଠବର୍ଷ ମଧ୍ୟରେ ପୂର୍ବରୁ ମଧ୍ୟ ଲକ୍ଷ ଲକ୍ଷ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ଦିଆଯାଇ ସାରିଛି କିନ୍ତୁ ଏଥର ଆମେ ନିଷ୍ପତ୍ତି ନେଲୁ ଯେ ଏକାଠି କରି ନିଯୁକ୍ତିପତ୍ର ଦେବାର ପରମ୍ପରା ମଧ୍ୟ ଆରମ୍ଭ ହେବା ଉଚିତ । ଯାହାଦ୍ୱାରା ବିଭାଗଗୁଡ଼ିକ ମଧ୍ୟ ନିର୍ଦ୍ଧାରିତ ସମୟ ପ୍ରକ୍ରିୟା ପୁରା କରିବା ଏବଂ ନିର୍ଦ୍ଧାରିତ ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ଶୀଘ୍ର ଅତିକ୍ରମ କରିବାକୁ, ଏଲକ ସାମୁହିକ ପ୍ରୟାସ କରିବା ଉଚିତ। ସେଥିପାଇଁ ଭାରତ ସରକାରରେ ଏହି ପ୍ରକାରର ଚାକିରି ମେଳା ଆରମ୍ଭ ହୋଇଛି । ଆସନ୍ତା ମାସରେ ଏହିଭଳି ଭାବରେ ଳକ୍ଷ ଲକ୍ଷ ଯୁବକମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ସମୟ ସମୟରେ ନିଯୁକ୍ତିପତ୍ର ପ୍ରଦାନ କରାଯିବ । ମୁଁ ଖୁସି ଯେ ଏନଡିଏ ଶାସିତ ଅନେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଏବଂ ବିଜେପି ସରକାର ମଧ୍ୟ ଏଠାରେ ଏହିଭଳି ରୋଜଗାର ମେଳା ଆୟୋଜିତ କରିବାକୁ ଯାଉଛନ୍ତି । ଜମ୍ମୁ-କାଶ୍ମୀର, ଦାଦରା ଏବଂ ନଗର ହବେଲି, ଦମନ-ଡିଉ ଏବଂ ଆଣ୍ଡାମାନ-ନିକୋବର ମଧ୍ୟ ଆଗାମୀ କିଛିଦିନ ମଧ୍ୟରେ ହଜାର ହଜାର ଯୁବକଙ୍କୁ ଏଭଳି ଭାବରେ କାର୍ଯ୍ୟକ୍ରମ କରି ନିଯୁକ୍ତିପତ୍ର ଦେବାକୁ ଯାଉଛନ୍ତି । ଆଜି ଯେଉଁ ଯୁବ ସାଥୀମାନଙ୍କୁ ନିଯୁକ୍ତିପତ୍ର ମିଳିଛି, ତାଙ୍କୁ ମୁଁ ବହୁତ ବହୁତ ଶୁଭକାମନା ଜଣାଉଛି ।

ସାଥୀମାନେ,

ଆପଣ ସମସ୍ତେ ଏମିତି ସମୟରେ ଭାରତ ସରକାରଙ୍କ ସହିତ ଯୋଡ଼ି ହେଉଛନ୍ତି, ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ କାଳରେ ପ୍ରବେଶ କରିସାରିଛି । ଏକ ବିକଶିତ ଭାରତର ସକଂଳ୍ପରୁ ସିଦ୍ଧି ପାଇଁ ଆମେ ଆତ୍ମନିର୍ଭର ଭାରତର ରାସ୍ତାରେ ଯାଉଛୁ । ଏଥିରେ ଆମର ଉଦ୍ଭାବକ, ଆମର ଉଦ୍ୟମକର୍ତ୍ତା, ଆମର ଉଦ୍ୟୋଗୀ, ଆମର କୃଷକ, ଆମର ସେବା ଏବଂ ଉତ୍ପାଦନ ସହିତ ଜଡ଼ିତ ପ୍ରତ୍ୟେକଙ୍କର ବହୁତ ବଡ଼ ଭୂମିକା ରହିଛି । ଅର୍ଥାତ ଏକ ବିକଶିତ ଭାରତର ନିର୍ମାଣ ସମସ୍ତଙ୍କ ପ୍ରୟାସ ଦ୍ୱାରା ସମ୍ଭବ ଅଟେ । ସମସ୍ତଙ୍କର ପ୍ରୟାସର ଏହି ଭାବନାକୁ ସେତେବେଳେ ଜାଗ୍ରତ କରାଯାଇପାରିବ, ଯେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ପର୍ଯ୍ୟନ୍ତ ମୌଳିକ ସୁବିଧାମାନ ବହୁତ ଶୀଘ୍ର ପହଂଚିପାରିବ ଏବଂ ସରକାରଙ୍କ ପ୍ରକ୍ରିୟା ମଧ୍ୟ ଦ୍ରୁତ ଥିବ, ତ୍ୱରିତ ଥିବ । କିଛି ମାସ ମଧ୍ୟରେ ଲକ୍ଷ ଲକ୍ଷ ନିଯୁକ୍ତି ସମ୍ବନ୍ଧୀୟ ପ୍ରକ୍ରିୟା ପୂରା କରିବା, ନିଯୁକ୍ତି ପତ୍ର ପ୍ରଦାନ କରିବା, ଏହା ନିଜେ ଦର୍ଶାଏଲ ଯେ ଗତ ୭-୮ ବର୍ଷ ମଧ୍ୟରେ ସରକାରୀ ବ୍ୟବସ୍ଥାରେ କେତେ ବଡ଼ ପରିବର୍ତ୍ତନ ଆସିଛି । ଆମେ ୮-୧ଠ ବର୍ଷ ପୂର୍ବରୁ ସେହି ପରିସ୍ଥିତି ଦେଖିଛୁ ଯେତେବେଳେ ଏକ ଛୋଟ ସରକାରୀ କାର୍ଯ୍ୟ ଅନେକ ମାସ ନେଇଥାଏ । ଗୋଟିଏ ଟେବୁଲରୁ ଅନ୍ୟ ଗୋଟିଏ ଟେବୁଲକୁ ଯିବାବେଳେ ସରକାରୀ ଫାଇଲରେ ଧୂଳି ଜମା ହୋଇ ଯାଉଥିଲା । କିନ୍ତୁ ବର୍ତ୍ତମାନ ଦେଶର ଅବସ୍ଥା ବଦଳୁଛି । ଦେଶର କାର୍ଯ୍ୟ ସଂସ୍କୃତି ବଦଳୁଛି ।

ସାଥୀମାନେ,

ଆଜି ଯଦି କେନ୍ଦ୍ର ସରକାରଙ୍କ ବିଭାଗରେ ଏତେ ତତ୍ପରତା, ଏତେ ଦକ୍ଷତା ଆସିଛି ଏହା ପଛରେ ୭-୮ ବର୍ଷର କଠିନ ପରିଶ୍ରମ ରହିଛି । କର୍ମଯୋଗୀମାନଙ୍କର ବଡ଼ ସଂକଳ୍ପ ରହିଛି । ଅନ୍ୟଥା ଆପଣଙ୍କୁ ଆବେଦନ କରିବାକୁ ଥିଲା, ତେବେ ସେହିଠାରୁ ଅନେକ ସମସ୍ୟା ଆରମ୍ଭ ହୋଇ ଯାଉଥିଲା । ବିଭିନ୍ନ ସାର୍ଟିଫିକେଟ ମଗାଯାଉଥିଲା, ଯେଉଁ ପ୍ରମାଣପତ୍ର ରହିଥିଲା ତାକୁ ମଧ୍ୟ ପ୍ରମାଣିତ କରିବା ପାଇଁ ଆପଣଙ୍କୁ ନେତାମାନଙ୍କ ଘର ବାହାରେ ଧାଡ଼ିରେ ଛିଡ଼ା ହେବାକୁ ପଡୁଥିଲା । ଅଫିସରଙ୍କ ସୁପାରିସ ନେଇ ଯିବାକୁ ପଡୁଥିଲା । ଆମେ ସରକାରଙ୍କ ପ୍ରାରମ୍ଭିକ ବର୍ଷରେ ଆମେ ଯୁବକମାନଙ୍କୁ ଏହିସବୁ ଅସୁବିଧାରୁ ମୁକ୍ତ କରିଥିଲୁ । ନିଜସ୍ୱ ଅନୁପ୍ରମାଣନ, ଯୁବକମାନେ ନିଜ ସାର୍ଟିଫିକେଟକୁ ନିଜେ ପ୍ରମାଣିତ କରିବା, ଏହି ବ୍ୟବସ୍ଥା କରାଯାଇଥିଲା । ଦ୍ୱିତୀୟବଡ଼ ପଦକ୍ଷେପ ହେଉଛି କେନ୍ଦ୍ର ସରକାରଙ୍କ ଗ୍ରୁପ ସି ଏବଂ ଗ୍ରୁପ ଡି ନିଯୁକ୍ତିରେ ସାକ୍ଷାତକାରକୁ ହଟାଇବାର ସମସ୍ତ ବ୍ୟବସ୍ଥା କରିଛୁ । ସାକ୍ଷାତକାର ପ୍ରକ୍ରିୟାକୁ ଶେଷ କରିବା ଯୋଗୁ ଲକ୍ଷ ଲକ୍ଷ ଯୁବକମାନେ ମଧ୍ୟ ବହୁତ ଉପକୃତ ହୋଇଛନ୍ତି ।

ସାଥୀମାନେ,

ଆଜି ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତମ ଅର୍ଥ ବ୍ୟବସ୍ଥା । ୭-୮ ବର୍ଷ ମଧ୍ୟରେ ଆମେ ୧ଠ ନମ୍ବରରୁ ୫ ନମ୍ବରକୁ ଲମ୍ଫ ପ୍ରଦାନ କରିଛୁ । ଏହା ସତ୍ୟ ଯେ ଦୁନିଆର ଅବସ୍ଥା ଭଲ ନାହିଁ, ଅନେକ ବଡ଼ ବଡ଼ ଅର୍ଥ ବ୍ୟବସ୍ଥା ସଂଘର୍ଷ କରୁଛନ୍ତି । ୧ଠଠ ବର୍ଷରେ ଆସିଥିବା ସବୁଠାରୁ ବଡ଼ ସଙ୍କଟର ପାଶ୍ୱର୍ ପ୍ରତିକ୍ରିୟା, ୧ଠଠ ଦିନରେ ଚାଲିଯିବ, ଏହା ନା’ ଆମେ ଚିନ୍ତା କରିଥାଉ, ନା’ ଭାରତ ଚିନ୍ତା କରିଥାଏ ଏବଂ ନା’ ଏ ଦୁନିଆ ଅନୁଭବ କରିଥାଏ । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ପୁରା ଦୃଢ଼ତାର ସହ ଲଗାତାର ନୂଆ ନୂଆ ପଦକ୍ଷେପ ନେଇ, ଟିକିଏ ରିସ୍କ ନେଇ ମଧ୍ୟ ଏହି ପ୍ରୟାସ କରୁଛି ଯେ ବିଶ୍ୱରେ ସଙ୍କଟ ଅଛି ସେଥିରୁ ଆମେ ଆମର ଦେଶକୁ କିପରି ବଞ୍ଚାଇ ପାରିବା? ଏହାର ଦୁଷ୍ପ୍ରଭାବ ଆମର ଦେଶ ଉପରେ କିପରି କମ୍ ହୋଇପାରିବ? ବଡ଼ ପରୀକ୍ଷାର ସମୟ, କିନ୍ତୁ ଆପଣ ସମସ୍ତଙ୍କ ଆଶୀର୍ବାଦରେ ଆପଣ ସମସ୍ତଙ୍କ ସହଯୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବଞ୍ଚôପାରିଛୁ । ଏହା ଏଥିପାଇଁ ସମ୍ଭବ ହୋଇପାରୁଛି କାରଣ ଗତ ୮ ବର୍ଷରେ ଆମେ ଦେଶର ଅର୍ଥ ବ୍ୟବସ୍ଥାର ସେହି ତ୍ରୁଟିଗୁଡ଼ିକୁ ଦୂର କରିଛୁ, ଯାହା ବାଧା ସୃଷ୍ଟି କରୁଥିଲା ।

ସାଥୀମାନେ,

ଆମେ ଏହି ଦେଶରେ ଏପରି ପରିବେଶ ସୃଷ୍ଟି କରୁଛୁ ଯେଉଁଥିରେ କୃଷି, ବେସରକାରୀ କ୍ଷେତ୍ର, କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗର ଶକ୍ତି ବୃଦ୍ଧି ପାଇବ । ଏହି ଦେଶରେ ରୋଜଗାର ସୃଷ୍ଟି କରୁଥିବା ସବୁଠାରୁ ବଡ଼ କ୍ଷେତ୍ର ଅଟେ । ଆଜି ଆମର ସବୁଠାରୁ ଅଧିକ ଗୁରୁତ୍ୱ ହେଉଛି ଯୁବକମାନଙ୍କର କୌଶଳ ବିକାଶ ଉପରେ ରହିଛି, ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ରହିଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଦେଶର ଉଦ୍ୟୋଗଗୁଡ଼ିକର ଆବଶ୍ୟକତା ଅନୁସାରେ ଯୁବଗୋଷ୍ଠୀଙ୍କୁ ତାଲିମ ଦେବାର ଏକ ବହୁତ ବଡ଼ ଅଭିଯାନ ଚାଲୁଛି । ଏହା ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୧.୨୫ କୋଟିରୁ ଅଧିକ ଯୁବକଙ୍କୁ ସ୍କିଲ ଇଣ୍ଡିଆ ଅଭିଯାନ ସହାୟତାରେ ତାଲିମ ଦିଆସରିଛି । ଏଥିପାଇଁ ଦେଶର କୌଶଳ ବିକାଶ କେନ୍ଦ୍ର ଖୋଲାଯାଇଛି । ଏହି ଆଠ ବର୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଚଶିକ୍ଷା ବିଭାଗର ଶହ ଶହ ନୂତନ ଶିକ୍ଷାନୁଷ୍ଠାନ ମଧ୍ୟ ସୃଷ୍ଟି କରିଛନ୍ତି । ଆମେ ଯୁବକମାନଙ୍କ ପାଇଁ ସ୍ପେସ ସେକ୍ଟର ଖୋଲିଛୁ; ଟ୍ରୋନ ନୀତିକୁ ସରଳ କରିଛୁ ଯାହାଦ୍ୱାରା ସାରା ଦେଶରେ ଯୁବକମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ ।

ସାଥୀମାନେ,

ଦେଶରେ ବହୁ ସଂଖ୍ୟକ ନିଯୁକ୍ତି ସୃଷ୍ଟି ଏବଂ ସ୍ୱରୋଜଗାର ନିର୍ମାଣରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଲୋକଙ୍କ ସୀମିତ ପ୍ରବେଶ । ଆମେ ଏହି ପ୍ରତିବନ୍ଧକକୁ ମଧ୍ୟ ହରାଇଛୁ । ମୁଦ୍ରା ଯୋଜନା ଦେଶର ଗ୍ରାମ ଏବଂ ଛୋଟ ସହରରେ ଉଦ୍ୟୋଗୀକତାକୁ ବୃଦ୍ଧି କରିଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧିନରେ ୨ଠ ଲକ୍ଷ କୋଟି ଟଙ୍କାର ଋଣ ଦିଆଯାଇଛି । ଦେଶରେ ସ୍ୱରୋଜଗାର ସହ ଜଡ଼ିତ ଏତେବଡ଼ କାର୍ଯ୍ୟକ୍ରମ ପୂର୍ବରୁ ଦେଶରେ କେବେ କାର୍ଯ୍ୟକାରୀ ହୋଇନାହିଁ । ଏଥିରେ ମଧ୍ୟ ଯେତେ ସାଥିମାନଙ୍କୁ ଏହି ଋଣ ମିଳିଛି, ସେଥିରେ ସାଢ଼େ ସାତ କୋଟିରୁ କାବାର ଆରମ୍ଭ କରିଛନ୍ତି, ନିଜର କୌଣସି ବ୍ୟବସାୟ ଆରମ୍ଭ କରିଛନ୍ତି । ସେଥିରେ ମଧ୍ୟ ସବୁଠାରୁ ବଡ଼ କଥା, ମୁଦ୍ରା ଯୋଜନାର ଲାଭ ପାଇଥିବା ମାନକ ମଧ୍ୟରେ ପ୍ରାୟତଃ ୭ଠ ପ୍ରତିଶତ ଲାଭାର୍ଥô ୍ରାମର ଝିଅମାନେ ଅଛନ୍ତି, ମା’ମାନେ - ଭଉଣୀମାନେ ଅଛନ୍ତି, ଏହା ବ୍ୟତୀତ ଆହୁରି ଗୋଟିଏ ସଂଖ୍ୟା ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ବିଗତ ବର୍ଷରେ ସ୍ୱୟଂସହାୟକ ଗୋଷ୍ଠୀରୁ ୮ କୋଟି ମହିଳାମାନେ ଯୋଡ଼ି ହୋଇଛନ୍ତି ଯାହାଙ୍କୁ ଭାରତ ସରକାର ଆର୍ଥିକ ସହାୟତା ଦେଉଛନ୍ତି । ଏହି କୋଟି କୋଟି ମହିଳାମାନେ ବର୍ତ୍ତମାନ ନିଜେ ତିଆରି କରୁଥିବା ଉତ୍ପାଦ, ସମଗ୍ର ଦେଶରେ ବିକ୍ରି କରୁଛନ୍ତି, ନିଜର ଆୟ ବଢ଼ାଉଛନ୍ତି । ବର୍ତ୍ତମାନ ମୁଁ ବଦ୍ରୀନାଥରେ କାଲି ପଚାରୁଥିଲି, ମା’ମାନେ- ଭଉଣୀମାନେ ଯେଉଁ ସ୍ୱୟଂସହାୟକ ଗୋଷ୍ଠୀ ମୋତେ ମିଳିଲେ, ସେମାନେ କହିଲେ ଏଥର ଯେଉଁ ବଦ୍ରୀନାଥ ଯାତ୍ରାକୁ ଲୋକମାନେ ଆସିଥିଲେ । ଆମର ଅଢ଼େଇ ଲକ୍ଷ ଟଙ୍କା, ଆମର ଗୋଟିଏ ଗୋଟିଏ ଗ୍ରୁପର ଆୟ କରିଛୁ ।

ସାଥୀମାନେ,

ଗାଁଗୁଡ଼ିକରେ ବହୁ ସଂଖ୍ୟକ ରୋଜଗାର ଅନ୍ୟ ଏକ ଉଦାହରଣ ହେଉଛି, ଆମର ଖଦୀ ଏବଂ ଗ୍ରାମଦ୍ୟୋଗ । ଦେଶର ପ୍ରଥମ ଥର ପାଇଁ ଏବଂ ଗ୍ରାମଦ୍ୟୋଗ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ଅତିକ୍ରମ କରିଛି । ଏହି ବର୍ଷଗୁଡ଼ିକରେ ଖଦୀ ଏବଂ ଗ୍ରାମଦ୍ୟୋଗରେ ୧ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି । ଏଥିରେ ମଧ୍ୟ ଆମର ବହୁ ସଂଖ୍ୟାରେ ଭଉଣୀମାନଙ୍କର ଅଂଶ ଅଛି ।

ସାଥୀମାନେ,

ଷ୍ଟାର୍ଟଅପ୍ସ ଇଣ୍ଡିଆ ଅଭିଯାନ ସମଗ୍ର ବିଶ୍ୱରେ ଦେଶର ଯୁବକମାନଙ୍କ ସାମର୍ଥ୍ୟ ପ୍ରତିଷ୍ଠା କରିଛି । ୨ଠ୧୪ ପର୍ଯ୍ୟନ୍ତ, ଯେଉଁଠାରେ ଦେଶରେ କିଛି ଶହ ଶହ ଷ୍ଟାର୍ଟଅପ୍ସ ଥିଲା, ଆଜି ଏହି ସଂଖ୍ୟା ୮ଠ ହଜାରରୁ ଅଧିକ ବୃଦ୍ଧି ପାଇଛି । ଆମର ଯୁବ ସହକର୍ମୀମାନେ ଏହି ସମୟ ମଧ୍ୟରେ ହଜାରେ କୋଟି ଟଙ୍କା ମୂଲ୍ୟର ଅନେକ କମ୍ପାନୀ ସୃଷ୍ଟି କରୁଛନ୍ତି । ଆଜି ଦେଶରେ ଏମଏସଏମଇରେ କୋଟି କୋଟି ଲୋକ କାର୍ଯ୍ୟ କରୁଛନ୍ତି, ଏପରିକି ଛୋଟ ଶିଳ୍ପରେ ମଧ୍ୟ ବିଗତ ବର୍ଷରେ ବହୁ ସଂଖ୍ୟକ ଅଂଶୀଦାର ଯୋଗ ଦେଇଛନ୍ତି । କରୋନା ସଂକଟ ସମୟରେ କେନ୍ଦ୍ର ସରକାର ଏମଏସଏମଇ ପାଇଁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଥିଲେ, ତାହାଦ୍ୱାରା ପାଖାପାଖି ଦେଢ଼ କୋଟି ରୋଜଗାର ଯାହାଙ୍କ ଉପରେ ସଙ୍କଟ ଆସିଥିଲା ସେଥିରୁ ବଂଚିଗଲେ । ଭାରତ ସରକାର ମଧ୍ୟ ମନରେଗା ମାଧ୍ୟମରେ ସାରା ଦେଶରେ ୭ କୋଟି ଲୋକଙ୍କୁ ନିଯୁକ୍ତି ଯୋଗାଉଛନ୍ତି । ଏବଂ ସେଥିରେ ବର୍ତ୍ତମାନ ଆମେ ସମ୍ପତ୍ତି ସୃଷ୍ଟି, ସମ୍ପତ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛୁ । ଡିଜିଟାଲ ଇଣ୍ଡିଆ ଅଭିଯାନ ମଧ୍ୟ ଦେଶରେ ଲକ୍ଷ ଲକ୍ଷ ଡିଜିଟାଲ ଉଦ୍ୟୋଗୀ ସୃଷ୍ଟି କରିଛି । ଦେଶରେ ୫ ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ରରେ ଲକ୍ଷ ଲକ୍ଷ ଯୁବକ ନିଯୁକ୍ତି ପାଇଛନ୍ତି । ୫-ଜିର ସମ୍ପ୍ରସାରଣ ସହିତ ଡିଜିଟାଲ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଆହୁରି ବୃଦ୍ଧି ହେବାକୁ ଯାଉଛି ।

ସାଥୀମାନେ,

ଏକବିଂଶ ଶତାବ୍ଦୀରେ ଦେଶର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମିଶନ ହେଉଛି, ମେକ ଇନ ଇଣ୍ଡିଆ, ଆତ୍ମନିର୍ଭର ଭାରତ । ଆଜି ଦେଶ ଏକ ବଡ଼ ଆମଦାନୀକାରୀ ହେବା ଠାରୁ ବହୁ କ୍ଷେତ୍ରରେ ବହୁତ ବଡ଼ ରପ୍ତାନୀକାରୀ ଆଡ଼କୁ ଗତି କରୁଛି । ଏପରି ଅନେକ କ୍ଷେତ୍ର ଅଛି, ଯେଉଁଥିରେ ଭାରତ ଆଜି ଏକ ବିଶ୍ୱସ୍ତରୀୟ ହବ ହେବାକୁ ଦ୍ରୁତ ଗତିରେ ଗତି କରୁଛି । ଯେତେବେଳେ ଆମକୁ ସୂଚନା ମିଳେ ଯେ ପ୍ରତି ମାସରେ ୧ ବିଲିୟନ ମୋବାଇଲ ଫୋନ ଭାରତରୁ ସମଗ୍ର ବିଶ୍ୱକୁ ରପ୍ତାନି ହେଉଛି, ଏହା ଆମର ନୂତନ ସମ୍ଭାବନାକୁ ଦର୍ଶାଉଛି । ଯେତେବେଳେ ଭାରତ ତା’ର ସମସ୍ତ ପୁରୁଣା ରପ୍ତାନି ରେକର୍ଡ ଭାଙ୍ଗେ, ଏହା ଏକ ପ୍ରମାଣ ଯେ ଭୂମି ସ୍ତରରେ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । ଆଜି ଯାନବାହନ ଠାରୁ ମେଟ୍ରୋ କୋଚ, ଟ୍ରେନର ଡବା ଏବଂ ପ୍ରତିରକ୍ଷା ଉପକରଣ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ରପ୍ତାନୀ ଦ୍ରୁତ ଗତିରେ ବଢୁଛି । ଏହା କେବଳ ସମ୍ଭବ ହେଉଛି ଏହାର କାରଣ ଭାରତରେ କାରଖାନାର ବୃଦ୍ଧି, କାରଖାନା ବୃଦ୍ଧି ପାଉଛି, ତେଣୁ ସେଥିରେ କାମ କରୁଥିବା ଲୋକଙ୍କୁ ସଂଖ୍ୟା ବଢ଼ିବାରେ ଲାଗିଛି ।

 

ସାଥୀମାନେ,

ଉତ୍ପାଦନ ଏବଂ ପର୍ଯ୍ୟଟନ ହେଉଛି ଏହିପରି ଦୁଇଟି କ୍ଷେତ୍ର, ଯାହାକି ବହୁ ସଂଖ୍ୟକ ଚାକିରି ଯୋଗାଇଥାଏ । ସେଥିପାଇଁ ଆଜି କେନ୍ଦ୍ର ସରକାର ଏଗୁଡ଼ିକ ଉପରେ ବିସ୍ମୃତ ଭାବରେ କାର୍ଯ୍ୟ କରୁଛନ୍ତି । ସମଗ୍ର ବିଶ୍ୱର କମ୍ପାନିଗୁଡ଼ିକ ଭାରତ ଆସିବା ଭାରତରେ ସେମାନଙ୍କର କାରଖାନା ସ୍ଥାପନା କରିବା ଏବଂ ବିଶ୍ୱର ଚାହିଦା ପୂରଣ କରିବା ପାଇଁ ପ୍ରକ୍ରିୟା ମଧ୍ୟ ସରଳୀକୃତ ହେଉଛି । ଉତ୍ପାଦନ ଭିତ୍ତିରେ ପ୍ରୋତ୍ସାହନ ଦେବା ପାଇଁ ସରକାର ମଧ୍ୟ ପିଏଲଆଇ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ଅଧିକ ଉତ୍ପାଦନ ଅଧିକ ପ୍ରୋତ୍ସାହନ, ଏହା ହେଉଛି ଭାରତର ନୀତି । ଏହାର ଉତ୍ତମ ଫଳାଫଳ ଆଦି ଅନେକ କ୍ଷେତ୍ରରେ ଦୃଶ୍ୟମାନ ହେଉଛି । ବିଗତ ବର୍ଷଗୁଡ଼ିକରେ ଆସୁଥିବା ଇପିଏଫଓର ତଥ୍ୟ ମଧ୍ୟ ଦର୍ଶାଏ ଯେ ରୋଜଗାର ସମ୍ବନ୍ଧରେ ସରକାରଙ୍କ ନୀତି କେତେ ଲାଭ କରିଛି । ଦୁଇଦିନ ପୂର୍ବେ ଆସିଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ମାସରେ ପ୍ରାୟ ୧୭ ଲକ୍ଷ ଲୋକ ଇପିଏଫଓ ସହିତ ଯୋଡ଼ି ହୋଇଛନ୍ତି । ଅର୍ଥାତ ସେମାନେ ଦେଶର ଆନୁଷ୍ଠାନିକ ଅର୍ଥନୀତିର ଏକ ଅଂଶ ହୋଇପାରିଛନ୍ତି । ଏଥିରେ ମଧ୍ୟ ପ୍ରାୟ ୮ ଲକ୍ଷ ଲୋକ ଅଛନ୍ତି, ଯେଉଁମାନେ ୧୮ରୁ ୨୫ ବର୍ଷ ବୟସ ବର୍ଗରେ ଅଛନ୍ତି ।

ସାଥୀମାନେ,

ଭିତ୍ତିଭୂମି ନିର୍ମାଣରୁ ରୋଜଗାର ସୃଷ୍ଟି ପାଇଁ ଆଉ ଏକ ଏକ ବଡ଼ ସୁଯୋଗ ମଧ୍ୟ ଅଛି, ସେଠାରେ ଏକ ବଡ଼ ଦିଗ ଅଛି ଏବଂ ଏହି ପ୍ରସଙ୍ଗରେ ଦୁନିଆର ସମସ୍ତେ ସ୍ୱୀକୃତିପ୍ରାପ୍ତ ଯେ ହଁ ଏହା ହେଉଛି କ୍ଷେତ୍ର ଯାହା ରୋଜଗାର ବୃଦ୍ଧି କରିଥାଏ। ଗତ ଆଠ ବର୍ଷ ମଧ୍ୟରେ ସାରା ଦେଶରେ ହଜାର ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି । ରେଳ ଲାଇନକୁ ଦ୍ୱିଗୁଣିତ କରିବାର କାର୍ଯ୍ୟ କରାଯାଇଛି, ରେଳର ଗେଜକୁ ରୂପାନ୍ତର କରିବାର କାର୍ଯ୍ୟ କରାଯାଉଛି, ସାରା ଦେଶରେ ରେଳବାଇରେ ବିଦୁତକରଣ ଉପରେ କାର୍ଯ୍ୟ ଚାଲିଛି । ଦେଶରେ ନୂତନ ବିମାନବନ୍ଦର ନିର୍ମାଣ କରାଯାଉଛି, ରେଳ ଷ୍ଟେସନ ଆଧୁନିକୀକରଣ କରାଯାଉଛି, ନୂତନ ଜଳପଥ ନିର୍ମାଣ କରାଯାଉଛି । ସାରା ଦେଶରେ ଅପ୍ଟିକାଲ ଫାଇବର ନେଟୱାର୍କର ଏକ ବଡ଼ ଅଭିଯାନ ଚାଲିଛି । ଲକ୍ଷ ଲକ୍ଷ ସୁସ୍ଥତା କେନ୍ଦ୍ର ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ତିନି କୋଟିରୁ ଅଧିକ ଘର ମଧ୍ୟ ନିର୍ମାଣ କରାଯାଇଛି ଏବଂ ଆଜି ସନ୍ଧ୍ୟାରେ ଧନତେରସରେ, ଯେତେବେଳେ ମୁଁ ମଧ୍ୟ ପ୍ରଦେଶର ସାଢ଼େ ଚାରି ଲକ୍ଷ ଭାଇ-ଭଉଣୀଙ୍କୁ ମୋ ଘରର ଚାବି ଦେବି, ମୁଁ ମଧ୍ୟ ଏହି ବିଷୟରେ ବିସ୍ତୃତ ଭାବରେ କହିବାକୁ ଯାଉଛି । ମୁଁ ମଧ୍ୟ ଆପଣମାନଙ୍କୁ ଅନୁରୋଧ କରିବି । ଆଜି ମୋର ସନ୍ଧ୍ୟାର ଭାଷଣ ମଧ୍ୟ ଦେଖନ୍ତୁ ।

ସାଥୀମାନେ,

ଭିତ୍ତିଭୂମି ଉପରେ ଶହେ ଲକ୍ଷ କୋଟି ଟଙ୍କାରୁ ଅଧିକ ଲକ୍ଷ୍ୟ ନେଇ ଭାରତ ସରକାର ଚାଲିଛନ୍ତି । ଏତେ ବଡ଼ ଆକାରରେ କରାଯାଉଥିବା ବିକାଶ କାର୍ଯ୍ୟ ସ୍ଥାନୀୟ ସ୍ତରରେ ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି, ଆଧୁନିକ ଭିତ୍ତିଭୂମି ପାଇଁ କରାଯାଉଥିବା ଏହି ସମସ୍ତ କାର୍ଯ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ନୂତନ ଶକ୍ତି ପ୍ରଦାନ କରୁଛି । ଆଶାର, ଆଧ୍ୟାତ୍ମିକତାର, ଏହି ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ମଧ୍ୟ ଦେବାରେ ବିକଶିତ କରାଯାଉଛି । ଏହି ସମସ୍ତ ପ୍ରୟାସ, ରୋଜଗାର ସୃଷ୍ଟି କରୁଛି । ଦୂର-ସୁଦୂରରେ ମଧ୍ୟ ଯୁବଗୋଷ୍ଠୀଙ୍କୁ ସୁଯୋଗ ଦେଉଛି । ମୋଟ ଉପରେ, ଦେଶରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ କେନ୍ଦ୍ର ସରକାର ଏକା ସହିତ ଅନେକ ଦିଗରେ କାର୍ଯ୍ୟ କରୁଛନ୍ତି ।

ସାଥୀମାନେ,

ଆମେ ଦେଶର ଯୁବ ଜନସଂଖ୍ୟାକୁ ଆମର ସବୁଠାରୁ ବଡ଼ ଶକ୍ତି ବୋଲି ବିବେଚନା କରୁ । ଆମର ଯୁବକମାନେ ସ୍ୱାଧୀନତାର ଅମୃତ କାଳରେ ଏକ ବିକଶିତ ଭାରତ ଗଠନର ସାରଥି, ଆପଣ ସମସ୍ତେ । ଆଜି ଯେଉଁମାନେ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି, ମୁଁ ବିଶେଷ ଭାବରେ କହିବାକୁ ଚାହେଁ ଯେ ଯେତେବେଳେ ଆପଣ ଅଫିସକୁ ଆସିବେ, ସର୍ବଦା ଆପଣ କର୍ତ୍ତବ୍ୟର ପଥ ମନେ ରଖିବା ଦରକାର । ଜନସାଧାରଣଙ୍କ ସେବା କରିବା ପାଇଁ ଆପଣଙ୍କୁ ନିଯୁକ୍ତ କରାଯାଉଛି । ଏକବିଂଶ ଶତାବ୍ଦୀରେ ଭାରତରେ ସରକାରୀ ସେବା ଏକ ସୁବିଧା ନୁହେଁ, କିନ୍ତୁ ସମୟ ସୀମା ମଧ୍ୟରେ କାର୍ଯ୍ୟ କରି ଦେଶର କୋଟି କୋଟି ଗୁଣାତ୍ମକ ଲୋକଙ୍କୁ ସେବା କରିବା ପାଇଁ ପ୍ରତିବଦ୍ଧତା ଏକ ସୁବର୍ଣ୍ଣ ସୁଯୋଗ ଅଟେ । ସ୍ଥିତି, ପରିସ୍ଥିତି ଯେତେ ମଧ୍ୟ କଠିନ ହେଉ, ସେବା ଭାବର ଚିନ୍ତା ଏବଂ ସମୟସୀମା ମଧ୍ୟ ଯେତେ କଷ୍ଟସାଧ୍ୟ ହେଉନା କାହିଁକି, ଆମେ ସମସ୍ତେ ଏହାକୁ ଏକତ୍ର ବଜାୟ ରଖିବାକୁ ଚେଷ୍ଟା କରିବୁ । ମୋତେ ବିଶ୍ୱାସ ଅଛି ଯେ ଏହି ବଡ଼ ରିଜୋଲିଉସନକୁ ଧ୍ୟାନରେ ରଖି ଆପଣ ସର୍ବାଗ୍ରେ ସେବାଭାବ ରଖିବେ । ମନେ ରଖନ୍ତୁ, ଆଜିଠାରୁ ଆପଣଙ୍କର ସ୍ୱପ୍ନ ଆରମ୍ଭ ହୋଇଛି, ଯାହା କେବଳ ବିକଶିତ ଭାରତ ସହିତ ପୂରଣ ହେବ । ଆପଣ ସମସ୍ତଙ୍କୁ ପୁଣିଥରେ ନିଯୁକ୍ତି ପତ୍ର ଦେଇ ଜୀବନର ଏକ ନୂତନ ଆରମ୍ଭ ପାଇଁ ବହୁତ ବହୁତ ଶୁଭେଚ୍ଛା ଏବଂ ମୋତେ ବିଶ୍ୱାସ ଅଛି ଯେ ଆପଣ ମୋର ଅନନ୍ୟ ସାଥୀ ହେବା ଦ୍ୱାରା ଆମେ ସମସ୍ତେ ଦେଶର ସାଧାରଣ ମଣିଷର ଆଶା, ଆକାଂକ୍ଷାକୁ ପୂରଣ କରିବାରେ କୌଣସି ପରିବର୍ତ୍ତନ କରିବୁ ନାହିଁ । ଏହା ଧନତେରସର ପବିତ୍ର ପର୍ବ ଅଟେ । ଆମର ଏଠାରେ ଏହାର ଅତ୍ୟନ୍ତ ମହତ୍ତ୍ୱ ମଧ୍ୟ ରହିଛି । ଦୀପାବଳି ମଧ୍ୟ ଆଗକୁ ଆସିଛି । ଅର୍ଥାତ ଏକ ଉତ୍ସବର ମୁହୂର୍ତ୍ତ ଅଟେ । ସେଥିରେ ଆପଣଙ୍କ ହାତରେ ନିଯୁକ୍ତିପତ୍ର ରହିବା ଆପଣଙ୍କ ଉତ୍ସବକୁ ଅଧିକ ଉତ୍ସାହ ଏବଂ ଉଦ୍ଦୀପନା ପରିପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ଏକ ସଂକଳ୍ପ ସହ ଯୋଡ଼ି ମଧ୍ୟ ହେବ, ଯେଉଁ ସଂକଳ୍ପ ୧ଠଠ ବର୍ଷର ସେତେବେଳେ ଭାରତ ସ୍ୱାଧୀନତାର ସମୟ ହେବ । ଅମୃତ କାଳର ୨୫ ବର୍ଷ ଆପଣଙ୍କ ଜୀବନରେ ମଧ୍ୟ ୨୫ ବର୍ଷ, ମହତ୍ତ୍ୱପୂର୍ଣ୍ଣ ୨୫ ବର୍ଷ, ଆସନ୍ତୁ ଏକତ୍ରିତ ହୋଇ ଦେଶକୁ ନୂତନ ଶିଖରକୁ ନେଇଯିବା । ମୋର ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ।

 

NS/MB



(Release ID: 1870477) Visitor Counter : 122