ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗ୍ଲାସଗୋରେ କୋପ 26 ଶିଖର ସମ୍ମିଳନୀରେ ‘ଆକ୍ସନ ଆଣ୍ଡ ସଲିଡାରିଟି- ଦି କ୍ରିଟିକାଲ୍ ଡିକେଡ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ପୋଷ୍ଟ କରାଯିବା ଦିନାଙ୍କ: 01 NOV 2021 1:36PM by PIB Bhubaneswar

ମହାମହିମ,

ଆଡାପ୍‌ଟେସନର ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ନିଜର ବିଚାର ପ୍ରସ୍ତୁତ କରିବାର ଅବସର ଦେବା ପାଇଁ ମୋର ବନ୍ଧୁ ବୋରିସ୍, ଆପଣଙ୍କୁ ଧନ୍ୟବାଦ! ବିଶ୍ବ ଜଳବାୟୁ ଡିବେଟରେ ଆଡାପ୍‌ଟେସନକୁ ସେତିକି ଗୁରୁତ୍ବ ମିଳି ନାହିଁ ଯାହା ମିଟିଗେସନକୁ ମିଳିପାରିଛି। ଏହା ସେହି ସବୁ ବିକାଶଶୀଳ ଦେଶ ସହିତ ଅନ୍ୟାୟ ଅଟେ, ଯେଉଁମାନେ ଜଳବାୟୁ ପରିବର୍ତ୍ତନ ଦ୍ବାରା ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି।

ଭାରତ ସମେତ ଅଧିକାଂଶ ବିକାଶଶୀଳ ଦେଶର ଚାଷୀଙ୍କ ପାଇଁ ଜଳବାୟୁ ଏକ ଆହ୍ବାନ ଅଟେ – କ୍ରପିଂ ପାଟର୍ଣ୍ଣରେ ପରିବର୍ତ୍ତନ ଆସୁଛି, ଅସମୟରେ  ବର୍ଷା ଓ ବନ୍ୟା ଏବଂ କ୍ରମାଗତ ଭାବରେ ଆସୁଥିବା ଝଡ଼ବାତ୍ୟା ଦ୍ବାରା ଫସଲ ନଷ୍ଟ ହେଉଛି। ପାନୀୟ ଜଳର ସ୍ରୋତ ଠାରୁ ନେଇ ସୁଲଭମୂଲ୍ୟର ହାଉସିଂ ପର୍ଯ୍ୟନ୍ତ, ସମସ୍ତଙ୍କୁ ଜଳବାୟୁ ପରିବର୍ତ୍ତନ ବିପକ୍ଷରେ ନମନୀୟ ହେବାର ଆବଶ୍ୟକତା ରହିଛି।

ମହାମହିମ,

ଏହି ସନ୍ଦର୍ଭରେ ମୋର ତିନିଟି ବିଚାର ରହିଛି। ପ୍ରଥମ, ଆଡାପ୍‌ଟେସନକୁ ଆମେ ନିଜର ବିକାଶ ନୀତି ଏବଂ ପ୍ରକଳ୍ପର ମୁଖ୍ୟ ଅଙ୍ଗ ଭାବରେ ପ୍ରସ୍ତୁତ କରିବାକୁ ହେବ। ଭାରତରେ ନଳ ସେ ଜଳ – ଟ୍ୟାପ୍ ୱାଟର ଫର୍ ଅଲ୍‌, ସ୍ବଚ୍ଛ ଭାରତ – କ୍ଲିନ୍ ଇଣ୍ଡିଆ ମିଶନ୍ ଏବଂ ଉଜ୍ଜ୍ବଲା – କ୍ଲିନି କୁକିଂ ଫୁଏଲ୍‌ ଫର୍ ଅଲ୍‌ ପରି ପ୍ରକଳ୍ପ ଦ୍ବାରା ଆମର ଆବଶ୍ୟକ ଥିବା ନାଗରିକମାନଙ୍କୁ ଆଡାପ୍‌ଟେସନ ସୁବିଧା ମିଳିପାରୁଛି, ତାଙ୍କର ଜୀବନର ମାନରେ ମଧ୍ୟ ଉନ୍ନତି ଆସିଛି। ଦ୍ବିତୀୟ, ଅନେକ ଟ୍ରାଡିସନାଲ୍ କମ୍ୟୁନିଟିଜରେ ପ୍ରକୃତି ସହିତ ସମନ୍ବୟ ସ୍ଥାପନ କରି ରହିବାର ଜ୍ଞାନ ରହିଛି।

ଆମର ଆଡାପ୍‌ଟେସନ ନୀତି ଏହି ପାରମ୍ପରିକ ଅଭ୍ୟାସକୁ ଉଚିତ୍ ମହତ୍ତ୍ବ ମିଳିବା ଆବଶ୍ୟକ। ଜ୍ଞାନର ଏହି ପ୍ରବାହ, ନୂତନ ପୀଢ଼ି ପର୍ଯ୍ୟନ୍ତ ମଧ୍ୟ ଯିବା ଆବଶ୍ୟକ, ଏଥିପାଇଁ ପ୍ରତ୍ୟେକ ସ୍କୁଲର ସିଲାବସରେ ମଧ୍ୟ ଏହାକୁ ସାମିଲ୍ କରାଯିବା ଉଚିତ୍। ଲୋକାଲ୍ ଅବସ୍ଥା ଅନୁରୂପ ଲାଇଫଷ୍ଟାଇଲ୍ ସଂରକ୍ଷଣ ମଧ୍ୟ ଆଡାପ୍‌ଟେସନର ଏକ ମହତ୍ତ୍ବପୂର୍ଣ୍ଣ ସ୍ତମ୍ଭ ହୋଇପାରେ। ତୃତୀୟ, ଆଡାପଟେସନର ଉପାୟ ଲୋକାଲ୍ ହେଉ, କିନ୍ତୁ ପଛୁଆ ଦେଶଗୁଡ଼ିକୁ ଏଥିପାଇଁ ଗ୍ଲୋବାଲ୍ ସପୋର୍ଟ ମିଳିବା ଆବଶ୍ୟକ।

ଲୋକାଲ୍ ଆଡାପ୍‌ଟେସନ ପାଇଁ ଗ୍ଲୋବାଲ୍ ସପୋର୍ଟର ଚିନ୍ତାଧାରା ସହିତ ଭାରତ କଣ୍ଡିସନ ଫର୍ ଡିଜାଜଷ୍ଟର ରିସିଲିଏଣ୍ଟ ଇନ୍‌ଫ୍ରାଷ୍ଟ୍ରକ୍‌ଚର ସିଡିଆରଆଇର ପଦକ୍ଷେପ ଗ୍ରହଣ କରିଥିଲା। ମୁଁ ସବୁ ଦେଶ ଗୁଡ଼ିକୁ ଏହି ପଦକ୍ଷେପ ସହିତ ସାମିଲ୍ ହେବା ପାଇଁ ଅନୁରୋଧ କରୁଛି।

ଧନ୍ୟବାଦ।

 

BS


(ରିଲିଜ ଆଡି: 1869969) ପରିଦର୍ଶକ କାଉଣ୍ଟର : 77