ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଦିତ୍ୟ ର୍ବିଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
Posted On:
03 NOV 2019 2:18PM by PIB Bhubaneshwar
ଆଦିତ୍ୟ ର୍ବିଲା ଗ୍ରୁପର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ୍ ର୍ବିଲା ଜୀ,
ଥାଇଲ୍ୟାଣ୍ଡର ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି,
ର୍ବିଲା ପରିବାର ଏବଂ ପରିଚାଳନା ସଦସ୍ୟ,
ଥାଇଲ୍ୟାଣ୍ଡ ଏବଂ ଭାରତର ବ୍ୟବସାୟ ନେତୃତ୍ୱ,
ବନ୍ଧୁଗଣ,
ନମସ୍କାର,
ସଭାଡି ଖୁପ୍ ।
ଥାଇଲ୍ୟାଣ୍ଡର ସୁବର୍ଣ୍ଣ ଭୁମିରେ ଆଦିତ୍ୟ ର୍ବିଲା ଗ୍ରୁପ୍ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଆମେ ଏଠାରେ ଏକାଠି ହୋଇଛୁ । ଏହା ବାସ୍ତବରେ ଏକ ବିଶେଷ ଉତ୍ସବ । ମୁଁ ଆଦିତ୍ୟ ର୍ବିଲା ଗ୍ରୁପ୍ ର ଦଳକୁ ଅଭିନନ୍ଦନ ଜଣାଉଛି । ଗ୍ରୁପ୍ ଥାଇଲ୍ୟାଣ୍ଡରେ କରୁଥିବା ପ୍ରଶଂସନୀୟ କାର୍ଯ୍ୟ ବିଷୟରେ ଆମେ ଶ୍ରୀ କୁମାର ମଙ୍ଗଳମ୍ ର୍ବିଲାଙ୍କ କଥା ଶୁଣିଛୁ । ଏହା ଏହି ଜାତିର ଅନେକଙ୍କ ପାଇଁ ସୁଯୋଗ ଏବଂ ସମୃଦ୍ଧତା ସୃଷ୍ଟି କରୁଛି ।
ବନ୍ଧୁଗଣ,
ଆମେ ଏଠାରେ ଥାଇଲ୍ୟାଣ୍ଡରେ ଅଛୁ, ଯାହାଙ୍କ ସହ ଭାରତର ଦୃଢ ସାଂସ୍କୃତିକ ସମ୍ପର୍କ ରହିଛି । ଏବଂ, ଆମେ ଏହି ଦେଶର ଏକ ଅଗ୍ରଣୀ ଭାରତୀୟ ଶିଳ୍ପ ସଂସ୍ଥାର ପଚାଶ ବର୍ଷ ପାଳନ କରୁଛୁ । ଏହା ମୋର ବିଶ୍ୱାସକୁ ପୁନଃ ପ୍ରମାଣିତ କରେ ଯେ ବାଣିଜ୍ୟ ଏବଂ ସଂସ୍କୃତିର ଏକଜୁଟ ହେବା ପାଇଁ ଅନ୍ତର୍ନିହିତ ଶକ୍ତି ଅଛି । ଶତାବ୍ଦୀ ଧରି, ଭିକ୍ଷୁ ଏବଂ ବଣିକମାନେ ବହୁ ଦୂର ସ୍ଥାନକୁ ଯାଇଥିଲେ । ସେମାନେ ଘରଠାରୁ ବହୁ ଦୂର ଯାତ୍ରା କରିଛନ୍ତି ଏବଂ ଅନେକ ସଂସ୍କୃତି ସହିତ ସାମିଲ ହୋଇଛନ୍ତି । ସଂସ୍କୃତିର ବନ୍ଧନ ଏବଂ ବାଣିଜ୍ୟର ଉତ୍ସାହ ଭବିଷ୍ୟତରେ ବିଶ୍ୱକୁ ନିକଟତର କରିବ ।
ବନ୍ଧୁଗଣ,
ଆଜି ମୁଁ ଭାରତରେ ଘଟୁଥିବା କିଛି ସକରାତ୍ମକ ପରିବର୍ତ୍ତନର ଚିତ୍ର ଦେବାକୁ ଆଗ୍ରହୀ । ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ଏହା କହୁଛି - ଭାରତରେ ରହିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ! ଆଜିର ଭାରତରେ ଅନେକ ଜିନିଷ ବଢୁଛି ଏବଂ ଅନେକ ହ୍ରାସ ପାଉଛି । "ସହଜ ବ୍ୟବସାୟ’’ ବୃଦ୍ଧି ପାଉଛି ଏବଂ " ସହଜ ଜୀବନ ଯାପନ’’ ମଧ୍ୟ ବୃଦ୍ଧି ପାଉଛି । ଏଫ୍ଡିଆଇ ବଢୁଛି । ଆମର ଜଙ୍ଗଲ ପରିସୀମା ବୃଦ୍ଧି ପାଉଛି । ପେଟେଣ୍ଟ ଏବଂ ଟ୍ରେଡ୍ ମାର୍କ ସଂଖ୍ୟା ବୃଦ୍ଧି ପାଉଛି । ଉତ୍ପାଦନ ଏବଂ ଦକ୍ଷତା ବୃଦ୍ଧି ପାଉଛି । ଭିତ୍ତିଭୂମି ସୃଷ୍ଟିର ଗତି ବୃଦ୍ଧି ପାଉଛି । ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଥିସହିତ ଟିକସ ସଂଖ୍ୟା ହ୍ରାସ ପାଉଛି । ଟିକସ ହାର ହ୍ରାସ ପାଉଛି । ନାଲିଫିତା କାରବାର ହ୍ରାସ ପାଉଛି । ଅନ୍ତରଙ୍ଗ ବନ୍ଧୁଙ୍କ ସଂଖ୍ୟା ହ୍ରାସ ପାଉଛି । ଦୁର୍ନୀତି ହ୍ରାସ ପାଉଛି । ଦୁର୍ନୀତିଗ୍ରସ୍ତମାନେ ସୁରକ୍ଷା ପାଇଁ ଦଉଡୁଛନ୍ତି । କ୍ଷମତାର କରିଡରରେ ମଧ୍ୟସ୍ଥିମାନେ ଇତିହାସ ପାଲଟିଛନ୍ତି ।
ବନ୍ଧୁଗଣ,
ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତାର କାହାଣୀ ଦେଖିଛି । ଏହାର କାରଣ କେବଳ ସରକାର ନୁହଁନ୍ତି । ଭାରତ ରୁଟିନ୍ ଅନୁଯାୟୀ କାର୍ଯ୍ୟ କରୁଛି, ଅମଲାତାନ୍ତ୍ରିକ ଢଙ୍ଗରେ କାମ କରିବା ବନ୍ଦ କରି ଦେଇଛି । ଉଚ୍ଚାଭିଳାଷୀ ମିଶନଗୁଡିକ ପାଇଁ ପରିବର୍ତ୍ତନଗୁଡିକ ସୃଷ୍ଟି ହେଉଛି । ଯେତେବେଳେ ଏହି ଉଚ୍ଚାଭିଳାଷୀ ମିଶନଗୁଡିକ ଲୋକଙ୍କ ସହଭାଗିତା ଦ୍ୱାରା ଶକ୍ତି ପ୍ରାପ୍ତ ହୁଏ, ତାହା ଜନ ଆନ୍ଦୋଳନରେ ପରିଣତ ହୁଏ ଏବଂ, ଏହି ଜନ ଆନ୍ଦୋଳନ ଚମତ୍କାରିତା ହାସଲ କରେ । ପୂର୍ବରୁ ଅସମ୍ଭବ ବୋଲି ଅନୁମାନ କରାଯାଉଥିବା ଜିନିଷଗୁଡ଼ିକ ବର୍ତ୍ତମାନ ସମ୍ଭବ ହୋଇପାରିଛି । ଜୀବନର ମୌଳିକ ଆବଶ୍ୟକତା ଯୋଗାଣ ଶତ ପ୍ରତିଶତରେ ପହଞ୍ଚିଛି । ଏଥିପାଇଁ ଉତ୍ତମ ଉଦାହରଣ ହେଉଛି - ଜନ ଧନ ଯୋଜନା ଯାହା ସମୁଦାୟ ଆର୍ଥିକ ଅନ୍ତର୍ଭୂକ୍ତିକୁ ସୁନିଶ୍ଚିତ କରିଛି । ଏବଂ, ସ୍ୱଚ୍ଛ ଭାରତ ମିଶନ୍, ଯେଉଁଠାରେ ପରିମଳ ସୁବିଧା ପ୍ରାୟ ସମସ୍ତ ପରିବାରରେ ପହଞ୍ଚଛି ।
ବନ୍ଧୁଗଣ,
ଭାରତରେ ଆମେ ବଡ ଧରଣର ସମସ୍ୟାର ସମ୍ମୁଖୀନ ହେଉଥିଲୁ ଯେତେବେଳେ ସେବା ବିତରଣ- ଦୁର୍ବଳତା ଆଗକୁ ଆସୁଥିଲା । ଏହି କାରଣରୁ ଗରିବମାନେ ଅଧିକ କଷ୍ଟ ପାଇଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ଷ ବର୍ଷ ଧରି ଗରିବଙ୍କ ପାଇଁ ଟଙ୍କା ଖର୍ଚ୍ଚ ହୋଇଥିଲା ଯାହା ପ୍ରକୃତରେ ଗରୀବ ଲୋକଙ୍କ ପାଖରେ ପହଞ୍ଚିପାରୁ ନଥିଲା । ଡିବିଟି ଯୋଗୁଁ ଆମ ସରକାର ଏହି ସଂସ୍କୃତିକୁ ସମାପ୍ତ କଲେ । ଡିବିଟି ସିଧାସଳଖ ଲାଭ ସ୍ଥାନାନ୍ତର ପାଇଁ ଛିଡା ହୋଇଛି । ଡିବିଟି ମଧ୍ୟସ୍ଥି ଏବଂ ଅପାରଗତାର ସଂସ୍କୃତିକୁ ସମାପ୍ତ କରିଛି । ଏହା ତ୍ରୁଟି ପାଇଁ ସାମାନ୍ୟ ପରିସର ଛାଡିଛି । ଡିବିଟି ଏପର୍ଯ୍ୟନ୍ତ କୋଡିଏ ବିଲିୟନ ଡଲାରରୁ ଅଧିକ ସଞ୍ଚୟ କରିଛି । ଆପଣ ଘରେ ଏଲଇଡି ଲାଇଟ୍ ଦେଖୁଛନ୍ତି । ଆପଣ ଜାଣନ୍ତି ଯେ ସେଗୁଡିକ ଅଧିକ ଦକ୍ଷ ଏବଂ ଶକ୍ତି ସଂରକ୍ଷଣ କରନ୍ତି । କିନ୍ତୁ ଆପଣ ଭାରତରେ ଏହାର ପ୍ରଭାବ ଜାଣିଛନ୍ତି କି? ଗତ କିଛି ବର୍ଷ ମଧ୍ୟରେ ଆମେ ୩୬୦ ମିଲିୟନରୁ ଅଧିକ ଏଲଇଡି ବଲ୍ୱ ବଣ୍ଟନ କରିଛୁ । ଆମେ ୧୦ ମିଲିୟନ୍ ଷ୍ଟ୍ରିଟ୍ ଲାଇଟ୍ କୁ ଏଲଇଡି ଲାଇଟ୍ ରେ ପରିବର୍ତ୍ତନ କରିଛୁ । ଏହା ମାଧ୍ୟମରେ ଆମେ ପ୍ରାୟ ୩.୫ଞ୍ଚ ବିଲିୟନ ଡଲାର ସଞ୍ଚୟ କରିଛୁ । କାର୍ବନ ର୍ନିଗମନ ମଧ୍ୟ ହ୍ରାସ ପାଇଛି । ମୁଁ ଦୃଢ ଭାବରେ ବିଶ୍ୱାସ କରେ- ସଞ୍ଚୟ ହୋଇଥିବା ଟଙ୍କା ହେଉଛି ରୋଜଗାର । ଶକ୍ତି ସଞ୍ଚୟ ହେଉଛି ଶକ୍ତି ଉତ୍ପନ୍ନ । ଏହି ଅର୍ଥ ବର୍ତ୍ତମାନ ଅନ୍ୟ ସମାନ ପ୍ରଭାବଶାଳୀ କାର୍ଯ୍ୟକ୍ରମ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିବାକୁ ବ୍ୟବହୃତ ହେଉଛି ।
ବନ୍ଧୁଗଣ,
ଆଜିର ଭାରତରେ, ପରିଶ୍ରମୀ କରଦାତାଙ୍କ ଅବଦାନକୁ ସମ୍ମାନିତ କରାଯାଏ । ଗୋଟିଏ କ୍ଷେତ୍ର ଯେଉଁଠାରେ ଆମେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛୁ ତାହା ହେଉଛି ଟିକସ । ମୁଁ ଖୁସି ଯେ ଭାରତରେ ରହିଛି ସବୁଠାରୁ ବନ୍ଧୁତ୍ୱପୂର୍ଣ୍ଣ ଟିକସ ବ୍ୟବସ୍ଥା । ଏହାକୁ ଆହୁରି ଉନ୍ନତ କରିବାକୁ ଆମେ ପ୍ରତିବଦ୍ଧ । ଗତ ୫ ବର୍ଷରେ, ଆମେ ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝକୁ ଯଥେଷ୍ଟ ହ୍ରାସ କରିଛୁ । ଆମେ ବର୍ତ୍ତମାନ ସ୍ୱଚ୍ଛ ଟିକସ ମୂଲ୍ୟାଙ୍କନ ଆରମ୍ଭ କରୁଛୁ ଯାହା ଦ୍ୱାରା ବିଚକ୍ଷଣତା କିମ୍ବା ହଇରାଣ ହରକତ ପାଇଁ କୌଣସି ସୁଯୋଗ ନାହିଁ । କର୍ପୋରେଟ୍ ଟିକସ ହାର ହ୍ରାସ କରିବାକୁ ଭାରତର ନିଷ୍ପତ୍ତି ବିଷୟରେ ଆପଣ ପୂର୍ବରୁ ଶୁଣିଥିବେ । ଆମର ଜିଏସଟି ଭାରତର ଅର୍ଥନୈତିକ ଏକୀକରଣର ସ୍ୱପ୍ନକୁ ପୂରଣ କରିଛି । ଏହାକୁ ଅଧିକ ଲୋକପ୍ରିୟ କରିବା ଦିଗରେ ଆମେ କାର୍ଯ୍ୟ କରିବାକୁ ଚାହୁଁଛୁ । ମୁଁ ଯାହା କହିଛି ତାହା ବର୍ତ୍ତମାନ ଭାରତକୁ ପୁଞ୍ଜି ବିନିଯୋଗ ପାଇଁ ବିଶ୍ୱର ଅନ୍ୟତମ ଆକର୍ଷଣୀୟ ଅର୍ଥନୀତିରେ ପରିଣତ କରିଛି ।
ବନ୍ଧୁଗଣ,
ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ୨୮୬ ବିଲିୟନ ଆମେରିକୀୟ ଡଲାର ଏଫଡିଆଇ ପାଇଛି । ଗତ କୋଡିଏ ବର୍ଷ ମଧ୍ୟରେ ଏହା ଭାରତରେ ମୋଟ ଏଫଡିଆଇର ପ୍ରାୟ ଅଧା ଅଟେ । ଏହାର ୯୦% ସ୍ୱୟଂଚାଳିତ ଅନୁମୋଦନ ମାଧ୍ୟମରେ ଆସିଥିଲା । ଏବଂ ଏହାର ୪୦% ହେଉଛି ନୂତନ ନିବେଶ । ଏହା ଦର୍ଶାଉଛି ଯେ ନିବେଶକମାନେ ଭାରତରେ ଦୀର୍ଘକାଳୀନ ନିବେଶ କରୁଛନ୍ତି । ଭାରତର ଅଭିବୃଦ୍ଧି ପଥ ଅନେକ ମୂଲ୍ୟାୟନରେ ପ୍ରତିଫଳିତ ହୋଇଛି । ୟୁଏନସିଟିଏଡି ଅନୁଯାୟୀ ଆମେ ଶ୍ରେଷ୍ଠ ୧୦ଟି ଏଫଡିଆଇ ଗନ୍ତବ୍ୟସ୍ଥଳ ମଧ୍ୟରେ ରହିଛୁ, ପାଞ୍ଚ ବର୍ଷ ମଧ୍ୟରେ ଡବ୍ଲ୍ୟୁଆଇପିଓ ର ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସରେ ଚବିଶଟି ସ୍ଥାନ ସ୍ଥାନ ଉପରକୁ ଉଠିଛି । କିନ୍ତୁ, ସେମାନଙ୍କ ମଧ୍ୟରୁ ଦୁଇଟି ଅଛି ଯାହାକୁ ମୁଁ ବିଶେଷ ଭାବରେ କହିବାକୁ ଚାହେଁ । ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱ ବ୍ୟାଙ୍କର "ସହଜ ବ୍ୟବସାୟ କରିବା’’ ମାନ୍ୟତାରେ ଭାରତ ୭୯ ସ୍ଥାନ ଉପରକୁ ଉଠିଛି । ୨୦୧୪ ରେ ୧୪୨ ରୁ ଆମେ ୨୦୧୯ ରେ ୬୩ରେ ପହଞ୍ଚିଛୁ । ଏହା ଏକ ବୃହତ ସଫଳତା । କ୍ରମାଗତ ତୃତୀୟ ବର୍ଷ ପାଇଁ, ଆମେ ଶ୍ରେଷ୍ଠ ଦଶ ସଂସ୍କାରକ ମଧ୍ୟରେ ଅଛୁ । ଭାରତରେ ବ୍ୟବସାୟ କରିବା ପାଇଁ ଅନେକ ସୁବିଧା ରହିଛି । ଆମେ ଏକ ବୃହତ ଏବଂ ବିବିଧ ରାଷ୍ଟ୍ର । ଏଠାରେ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ସରକାର ଅଛନ୍ତି । ଏହି ପରିପ୍ରେକ୍ଷୀରେ, ଏକ ଦିଗଦର୍ଶନ ପରିବର୍ତ୍ତନ ସଂସ୍କାର ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଏ । ବ୍ୟବସାୟିକ ପରିବେଶକୁ ସୁଦୃଢ କରିବା ପାଇଁ ଲୋକ ଓ ସରକାର ଏକାଠି ହୋଇଛନ୍ତି ।
ବନ୍ଧୁଗଣ,
ଅନ୍ୟଟି ହେଉଛି ବିଶ୍ୱ ଅର୍ଥନୈତିକ ଫୋରମର ଭ୍ରମଣ ଏବଂ ପର୍ଯ୍ୟଟନ ପ୍ରତିଯୋଗୀତା ସୂଚକାଙ୍କରେ ଭାରତର ଉନ୍ନତ ମାନ୍ୟତା । ୨୦୧୩ ରେ ୬୫ ରୁ ଆମେ ୨୦୧୯ ରେ ୩୪ ରେ ସ୍ଥାନ ପାଇଛୁ । ଏହି ଡିଆଁ ସବୁଠୁ ବଡ ଅଟେ । ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ୫୦% ବୃଦ୍ଧି ପାଇଛି । ଆପଣ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ଜଣେ ପର୍ଯ୍ୟଟକ ଆରାମ, ସୁବିଧା ଏବଂ ନିରାପତ୍ତା ନ ପାଇବା ପର୍ଯ୍ୟନ୍ତ କୌଣସି ସ୍ଥାନକୁ ଯିବେ ନାହିଁ । ଏହିପରି, ଯଦି ଆମେ ଅଧିକ ପର୍ଯ୍ୟଟକ ପାଇପାରୁ, ଏହାର ଅର୍ଥ ହେଉଛି ଏଠାରେ ଆମର ପ୍ରୟାସ ଫଳ ଦେଉଛି । ଭାରତରେ ଉନ୍ନତ ସଡ଼କ, ଉନ୍ନତ ବିମାନ ସଂଯୋଗ, ଉନ୍ନତ ପରିଷ୍କାର ପରିଚ୍ଛନ୍ନତା ଏବଂ ଉତ୍ତମ ଆଇନ ଶୃଙ୍ଖଳା ବିଶ୍ୱକୁ ଭାରତ ଆଡକୁ ଆକର୍ଷିତ କରୁଛି ।
ବନ୍ଧୁଗଣ,
ଏହି ରାଙ୍କିଙ୍ଗ୍ ପରିବର୍ତ୍ତନର ପ୍ରଭାବ ଦେଖିବା ପରେ ଆସେ । ଏହି ମାନ୍ୟତା ଏକ ପୂର୍ବାନୁମାନ ନୁହେଁ । କ୍ଷେତ୍ର ସ୍ତରରେ ଯାହା ଘଟିଛି, ସେଗୁଡ଼ିକ ହେଉଛି ପ୍ରକୃତ ବାସ୍ତବତା ।
ବନ୍ଧୁଗଣ,
ଭାରତ ବର୍ତ୍ତମାନ ଆଉ ଏକ ସ୍ୱପ୍ନ ଅନୁସରଣ କରୁଛି - ପାଞ୍ଚଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ । ଯେତେବେଳେ ମୋର ସରକାର ୨୦୧୪ ରେ ଦାୟିôୟ ଗ୍ରହଣ କଲେ, ଭାରତର ଜିଡିପି ପ୍ରାୟ ୨ ଟ୍ରିଲିୟନ ଡଲାର ଥିଲା । ୬୫ ବର୍ଷରେ, ୨ ଟ୍ରିଲିୟନ୍ । ମାତ୍ର ମାତ୍ର ୫ ବର୍ଷ ମଧ୍ୟରେ ଆମେ ଏହାକୁ ପ୍ରାୟ ୩ ଟ୍ରିଲିୟନ ଡଲାରକୁ ବୃଦ୍ଧି କରିଛୁ । ଏହା ମୋତେ ବିଶ୍ୱାସ ଦିଏ ଯେ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିର ସ୍ୱପ୍ନ ଶୀଘ୍ର ବାସ୍ତବରେ ପରିଣତ ହେବ । ଆଗାମୀ ପୀଢିର ଭିତ୍ତିଭୂମି ପାଇଁ ଆମେ ୧.୫ ଟ୍ରିଲିୟନ୍ ଡଲାର ବିନିଯୋଗ କରିବାକୁ ଯାଉଛୁ ।
ବନ୍ଧୁଗଣ,
ଯଦି ଗୋଟିଏ ଜିନିଷ ଅଛି ଯାହାକୁ ମୁଁ ବିଶେଷ ଭାବରେ ଗର୍ବିତ, ଏହା ହେଉଛି ଭାରତର ଦକ୍ଷ ଏବଂ ଦକ୍ଷ ମାନବ ପୁଞ୍ଜି । ଏଥିରେ ଆଶ୍ଚର୍ଯ୍ୟର କଥା ଯେ ଭାରତ ବିଶ୍ୱର ସର୍ବ ବୃହତ ଷ୍ଟାର୍ଟ ଅପ୍ ଇକୋ-ସିଷ୍ଟମ ମଧ୍ୟରେ ଅଛି । ଡିଜିଟାଲ ଗ୍ରାହକଙ୍କ ପାଇଁ ଭାରତ ସବୁଠାରୁ ବଡ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ମଧ୍ୟରୁ ଅନ୍ୟତମ । ଏଠାରେ ଏକ ବିଲିୟନ ସ୍ମାର୍ଟ ଫୋନ୍ ବ୍ୟବହାରକାରୀ ଏବଂ ଅଧା ବିଲିୟନରୁ ଅଧିକ ଇଣ୍ଟରନେଟ୍ ଗ୍ରାହକ ଅଛନ୍ତି । ଆମେ ଇଣ୍ଡଷ୍ଟ୍ରି ଫୋର୍ ପଏଣ୍ଟ ଜିରୋ ସହିତ ଗତି କରୁଛୁ ଏବଂ ବିକାଶ ଏବଂ ଶାସନ ଆବଶ୍ୟକତା ପୂରଣ ପାଇଁ ଜ୍ଞାନକୌଶଳକୁ ଖାପ ଖୁଆଇବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛୁ । ଏହି ସମସ୍ତ ସୁବିଧା ସହିତ, ଆମେ ଏକ ଗ୍ଲୋବାଲ୍ ଉତ୍ପାଦନ ହବ୍ ଭାବରେ ଉଭା ହେବାକୁ ଯାଉଛୁ ।
ବନ୍ଧୁଗଣ,
ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ସୃଜନଶୀଳତା ଉପରେ ର୍ନିମିତ "ଥାଇଲାଣ୍ଡ ଫୋର୍ ପଏଣ୍ଟ ଜିରୋ’' ଥାଇଲ୍ୟାଣ୍ଡକୁ ମୂଲ୍ୟ-ଅ ।ଧାରିତ ଅର୍ଥନୀତିରେ ରୂପାନ୍ତରଣ କରିବା ଉପରେ ଧ୍ୟାନ ଦେଇଥାଏ । ଏହା ମଧ୍ୟ ଭାରତର ପ୍ରାଥମିକତା ସହିତ ସୁସଙ୍ଗତ ଏବଂ ପ୍ରଶଂସନୀୟ । ଡିଜିଟାଲ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ଗଙ୍ଗା ପୁନଃ ଉଦ୍ଧାର ପ୍ରକଳ୍ପ, ସ୍ୱଚ୍ଛ ଭାରତ ମିଶନ୍, ସ୍ମାର୍ଟ ସିଟି ଏବଂ ଜଳ ଜୀବନ ମିଶନ୍ ଭଳି ଭାରତର ପଦକ୍ଷେପ ଭାଗିଦାରୀ ପାଇଁ ଭଲ ସୁଯୋଗ ପ୍ରଦାନ କରିଥାଏ ।
ବନ୍ଧୁଗଣ,
ଯେତେବେଳେ ଭାରତ ସମୃଦ୍ଧ ହୁଏ, ବିଶ୍ୱ ସମୃଦ୍ଧ ହୁଏ । ଭାରତର ବିକାଶ ପାଇଁ ଆମର ଦୃଷ୍ଟିକୋଣ ଏପରି ଯେ ଏହା ଏକ ଉତ୍ତମ ଗ୍ରହକୁ ମଧ୍ୟ ନେଇଥାଏ । ଯେତେବେଳେ ଆମେ ଆୟୁଷ୍ମାନ ଭାରତ ମାଧ୍ୟମରେ ୫୦୦ ନିୟୁତ ଭାରତୀୟଙ୍କୁ ସର୍ବୋଚ୍ଚ ଗୁଣବତ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ଚାହିଁଛୁ, ଏହା ସ୍ୱାଭାବିକ ଭାବରେ ଏକ ସୁସ୍ଥ ଦେଶ ସୃଷ୍ଟି କରିବ । ଯେତେବେଳେ ଆମେ ୨୦୨୫ ରେ ଯକ୍ଷ୍ମାକୁ ହଟାଇବାକୁ ନିଷ୍ପତ୍ତି ନେଉଛୁ, ୨୦୩୦ ର ବିଶ୍ୱର ଲକ୍ଷ୍ୟର ପାଞ୍ଚ ବର୍ଷ ପୂର୍ବରୁ, ଏହା ନିଶ୍ଚିତ ଭାବରେ ଯକ୍ଷ୍ମା ବିରୋଧରେ ବିଶ୍ୱ ସଂଗ୍ରାମକୁ ଦୃଢ କରିବ । ସେହି ସମୟରେ, ଆମେ ଆମର ସଫଳତା ଏବଂ ସର୍ବୋତ୍ତମ ଅଭ୍ୟାସକୁ ବିଶ୍ୱ ସହିତ ମଧ୍ୟ ସେୟାର କରୁଛି । ଆମର ଦକ୍ଷିଣ ଏସିଆ ଉପଗ୍ରହ ଆମ ଅଞ୍ଚଳର ଅନେକ ଲୋକଙ୍କୁ ସାହାଯ୍ୟ କରୁଛି ବିଶେଷକରି ଛାତ୍ର ଏବଂ ମତ୍ସ୍ୟଜୀବୀମାନଙ୍କୁ ।
ବନ୍ଧୁଗଣ,
ଆମର ଆକ୍ଟ ଇଷ୍ଟ ପଲିସୀ ଆଭିମୁଖ୍ୟରେ, ଆମେ ଏହି ଅଞ୍ଚଳ ସହିତ ସଂଯୋଗ ବୃଦ୍ଧି ପାଇଁ ବିଶେଷ ଧ୍ୟାନ ଦେଉଛୁ । ଥାଇଲ୍ୟାଣ୍ଡର ପଶ୍ଚିମ ଉପକୂଳରେ ଥିବା ବନ୍ଦର ଏବଂ ଭାରତର ପୂର୍ବ ଉପକୂଳରେ ଥିବା ଚେନ୍ନାଇ, ବିଶାଖାପାଟନମ୍ ଏବଂ କୋଲକାତା ମଧ୍ୟରେ ସିଧାସଳଖ ସଂଯୋଗ ଆମର ଅର୍ଥନୈତିକ ଭାଗିଦାରୀକୁ ବଢାଇବ । ଆମେ ଏହି ସମସ୍ତ ଅନୁକୂଳ କାରଣଗୁଡ଼ିକର ଲାଭ ଉଠାଇବା ଆବଶ୍ୟକ । ଆମର ପିତୃପୁରୁଷଙ୍କ ପରି ଆମକୁ ଆମର ଭୌଗୋଳିକ କ୍ଷେତ୍ରରୁ ଲାଭ ଉଠାଇବାକୁ ପଡିବ ।
ବନ୍ଧୁଗଣ,
ଆମର ଅର୍ଥବ୍ୟବସ୍ଥା ପରସ୍ପରକୁ ସକ୍ଷମ ଏବଂ ପରସ୍ପରକୁ ପୂର୍ଣ୍ଣ କରିବା, ଆମ ସଂସ୍କୃତିର ସାଧାରଣତାକୁ ଦୃଷ୍ଟିରେ ରଖି, ପରସ୍ପର ପାଇଁ ପ୍ରାକୃତିକ ଶୁଭେଚ୍ଛା, ମୋର କୌଣସି ସନ୍ଦେହ ନାହିଁ ଯେ ଏକ ବିଜୟ-ପରିସ୍ଥିତି ପାଇଁ ଆମେ ଆମର ବ୍ୟବସାୟିକ ଭାଗିଦାରୀକୁ ବଢାଇ ପାରିବା । ମୁଁ ଏତିକି କହି ଶେଷ କରିବାକୁ ଚାହେଁ: ନିବେଶ ଏବଂ ସହଜ ବ୍ୟବସାୟ ପାଇଁ ଭାରତକୁ ଆସନ୍ତୁ । ଉଦ୍ଭାବନ ଏବଂ ଆରମ୍ଭ କରିବାକୁ, ଭାରତକୁ ଆସ । କେତେକ ସର୍ବୋତ୍ତମ ପର୍ଯ୍ୟଟନ ସ୍ଥାନ ଏବଂ ଲୋକଙ୍କ ଉଷ୍ମ ଆତିଥେୟତାକୁ ଅନୁଭବ କରିବାକୁ, ଭାରତକୁ ଆସ । ଭାରତ ତୁମକୁ ସ୍ୱାଗତ ପାଇଁ ଅପେକ୍ଷା କରିଛି ।
ଧନ୍ୟବାଦ
ଖୋବ ଖୁନ୍ ଖ୍ରପ
ଆପଣଙ୍କୁ ଅନେକ ଧନ୍ୟବାଦ ।
HS
(Release ID: 1869578)
Visitor Counter : 62