ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଭିଏତନାମ ଭର୍ଚୁଆଲ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 20 OCT 2022 4:28PM by PIB Bhubaneshwar

ମାନ୍ୟବର, ନମସ୍କାର!

ସର୍ବପ୍ରଥମେ, କେନ୍ଦ୍ରୀୟ ଭିଏତନାମରେ ବନ୍ୟା ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷତି ପାଇଁ ଭାରତବାସୀଙ୍କ ତରଫରୁ ମୋର ସମବେଦନା ଜଣାଉଛି ମୁଁ ଆଶା କରୁଛି ଯେ ଭାରତ ଦ୍ୱାରା ପଠାଯାଇଥିବା ରିଲିଫ୍ ସାମଗ୍ରୀ ଆପଣଙ୍କୁ ଏହି ପରିସ୍ଥିତିର ମୁକାବିଲା ଦିଗରେ ସାହାଯ୍ୟ କରିଥିବ

ମାନ୍ୟବର,

ଭିଏତନାମ ଯେଉଁ ସଫଳତାର ସହିତ କୋଭିଡ -୧୯ ମହାମାରୀକୁ ନିୟନ୍ତ୍ରଣ କରିଛି ତାହା ସମଗ୍ର ବିଶ୍ୱରେ ପ୍ରଶଂସିତ ହେଉଛି ଏଥିପାଇଁ ମୁଁ ଆପଣଙ୍କୁ ଏବଂ ଭିଏତନାମର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଉଛି

ମାନ୍ୟବର,

ଗତ ମାସରେ ଆମେ ଏସିଆନ-ଇଣ୍ଡିଆ ଭର୍ଚୁଆଲ ସମ୍ମିଳନୀ ଅବସରରେ ପରସ୍ପରକୁ ଭେଟିଥିଲୁ ମୁଁ ଖୁସି ଯେ ଆଜି ପୁଣି ଆପଣଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇଛି ଭିଏତନାମ ହେଉଛି ଭାରତର ଆକ୍ଟ ଇଷ୍ଟ ପଳିସୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଆମର ଇଣ୍ଡୋ-ପାସିଫିକ୍ ଦର୍ଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟେ ଆମର ବିସ୍ତୃତ ରଣନୈତିକ ସହଯୋଗର ପରିସର ଆଜି ବହୁତ ବ୍ୟାପକ ଆମର ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ଦ୍ରୁତ ଗତିରେ ବଢୁଛି ଏବଂ ନୂତନ କ୍ଷେତ୍ରରେ ବିସ୍ତାର କରୁଛି

ଭିଏତନାମ ସହିତ ଆମର ସମ୍ପର୍କକୁ ଏକ ଦୀର୍ଘକାଳୀନ ଏବଂ ରଣନୀତିକ ଦୃଷ୍ଟିକୋଣରୁ ଦେଖୁ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ଆମର ଅଂଶୀଦାରର ଉଦ୍ଦେଶ୍ୟ ମର ସହଭାଗୀତା ଏହି ଅଞ୍ଚଳରେ ସ୍ଥିରତା ଏବଂ ଶାନ୍ତି ବଜାୟ ରଖିବାରେ ଏକ ମହତ୍ୱପୂର୍ଣ ଯୋଗଦାନ ଦେଇପାରେ

ଆଜିର ଭର୍ଚୁଆଲ୍ ସମ୍ମିଳନୀରେ ଆମେ ଆମର ବିସ୍ତୃତ କୌଶଳ ଭାଗିଦାରୀ ଅଧୀନରେ ଚାଲିଥିବା ସହଯୋଗର ବିଭିନ୍ନ ଦିଗକୁ ଆକଳନ କରିବୁ ଆଞ୍ଚଳିକ ଏବଂ ବହୁପକ୍ଷୀୟ ସ୍ତରରେ ଆମର ପାରସ୍ପରିକ ସହଯୋଗ ବିଷୟରେ ଆଲୋଚନା କରିବା ମଧ୍ୟ ଏହାପାଇଁ ଏକ ଉତ୍ତମ ସୁଯୋଗ

ଅନେକ ବିଶ୍ୱ ସ୍ତରୀୟ ଆହ୍ୱାନ ଏବଂ ଆମ ଅଞ୍ଚଳର ଭବିଷ୍ୟତ ବିଷୟରେ ଆମର ଦୃଷ୍ଟିକୋଣରେ ସମାନତା ଅଛି, ଏବଂ ଆମେ ଆମର ସହଭାଗୀ ମୂଲ୍ୟବୋଧକୁ ଆଗକୁ ନେବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିପାରିବ।।  ଆସନ୍ତା ବର୍ଷ ଆମେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ହେବା ତେଣୁ, ବିଶ୍ୱ ସ୍ତରରେ ଆମର ସହଯୋଗର ଗୁରୁତ୍ୱ ଆହୁରି ବଢିବ

ଏହା ମନେ ରଖିବା ଉଚିତ୍‍ ଯେ ଆଜି ଆମେ ୨୦୨୧ ରୁ ୨୦୨୩ ପର୍ଯ୍ୟନ୍ତ ଆମର ଦ୍ୱିପାକ୍ଷିକ ଯୋଗଦାନ ପାଇଁ ଏକ ମିଳିତ ଭିଜନ୍ ଡକ୍ୟୁମେଣ୍ଟ ଏବଂ ଆକ୍ସନ ପ୍ଲାନ୍ ପ୍ରକାଶ କରୁଛୁ ଶାନ୍ତି, ସମୃଦ୍ଧତା ଏବଂ ଲୋକଙ୍କ ପାଇଁ ଏହି ମିଳିତ ଦର୍ଶନ ଆମର ସମ୍ପର୍କର ଗଭୀରତା ବିଷୟରେ ବିଶ୍ୱକୁ ଏକ ଦୃଢ ବାର୍ତ୍ତା ପଠାଇବ ଆମର ଅନ୍ୟାନ୍ୟ କଥାବର୍ତ୍ତା ସହିତ ଦୁଇ ଦେଶ ମଧ୍ୟରେ ସାତୋଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି

ଏଥିରେ ପ୍ରତିରକ୍ଷା, ବୈଜ୍ଞାନିକ ଅନୁସନ୍ଧାନ, ଆଣବିକ ଶକ୍ତି, ପେଟ୍ରୋ-ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି ଏବଂ କର୍କଟ ଚିକିତ୍ସା ଭଳି ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ ଆମର ବିକାଶ ସହଯୋଗ ଏବଂ ସାଂସ୍କୃତିକ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଆମେ ନୂତନ ପଦକ୍ଷେପ ନେଉଛୁ ଏହି ସବୁ ଆମର ବଢୁଥିବା ପାରସ୍ପରିକ ସହଯୋଗର ବିସ୍ତାର ଏବଂ ସମ୍ଭାବନାକୁ ପ୍ରତିଫଳିତ କରେ

ମାନ୍ୟବର,

ମୁଁ ପୁଣି ଥରେ ଆପଣଙ୍କୁ ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ସ୍ୱାଗତ କରୁଛି, ବର୍ତ୍ତମାନ ମୁଁ ଆପଣଙ୍କୁ ଉଦଘାଟନୀ ମନ୍ତବ୍ୟ ଦେବାକୁ ଆମନ୍ତ୍ରଣ କରିବାକୁ ଚାହୁଁଛି

HS



(Release ID: 1869563) Visitor Counter : 92