ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଧନତେରାସ୍ ଅବସରରେ, ପ୍ରଧାନମନ୍ତ୍ରୀ ୨୨ ଅକ୍ଟୋବରରେ ମଧ୍ୟ ପ୍ରଦେଶରେ ପିଏମ୍‌ଏୱାଇ – ଜି ର ୪.୫ ଲକ୍ଷରୁ ଅଧିକ ହିତାଧିକାରୀ ମାନଙ୍କର ‘ଗୃହ ପ୍ରବେଶମ୍‌’ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ


ଏହି ଯୋଜନା ଅଧୀନରେ ମଧ୍ୟ ପ୍ରଦେଶରେ ୩୫,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପ୍ରାୟ ୨୯ ଲକ୍ଷ ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି

प्रविष्टि तिथि: 19 OCT 2022 5:53PM by PIB Bhubaneswar

ଧନତେରାସ୍ ଅବସରରେ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୨୨ ଅକ୍ଟୋବରରେ ଅପରାହ୍ନ ୪ ଟା ସମୟରେ ମଧ୍ୟ ପ୍ରଦେଶର ସତନା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣର ପ୍ରାୟ ୪.୫୧ ଲକ୍ଷ ହିତାଧିକାରୀ ମାନଙ୍କର “ଗୃହ ପ୍ରବେଶମ୍‌” କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛ, ତନ୍ମଧ୍ୟରୁ ସେମାନଙ୍କୁ ନିଜର ଗୃହ ଯୋଗାଇ ଦେବା ଏକ ପ୍ରୟାସ ଅଟେ । ଏହା ଏହି ଦିଗରେ ଆଉ ଏକ ପଦକ୍ଷେପ ଅଟେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମଧ୍ୟ ପ୍ରଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୩୮ ଲକ୍ଷ ଘର ମଞ୍ଜୁର ହୋଇଛି ଏବଂ ପ୍ରାୟ ୨୯ ଲକ୍ଷ ଘର ନିର୍ମାଣ କାର୍ଯ୍ୟ ୩୫, ୦୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି ।

***

SSP


(रिलीज़ आईडी: 1869310) आगंतुक पटल : 183
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam