ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
azadi ka amrit mahotsav

ଅକ୍ଟୋବର ୨୧ରେ ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଓ ବଦ୍ରିନାଥ ଗସ୍ତ


୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଂଯୋଗୀକରଣ ପ୍ରକଳ୍ପ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଗୌରୀକୁଣ୍ଡରୁ କେଦାରନାଥ ଓ ଗୋବିନ୍ଦଘାଟରୁ ହେମକୁଣ୍ଡ ସାହେବ ପର୍ଯ୍ୟନ୍ତ ଦୁଇଟି ନୂଆ ରୋପ ୱେ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ


ଗୌରୀକୁଣ୍ଡରୁ କେଦାରନାଥ ରୋପୱେ ଦ୍ୱାରା ଯାତ୍ରା ସମୟ ୬-୭ ଘଣ୍ଟାରୁ ୩୦ ମିନିଟକୁ ହ୍ରାସ ପାଇବ

ଗୋବିନ୍ଦଘାଟରୁ ହେମକୁଣ୍ଡ ସାହେବ ରୋପୱେ ଦ୍ୱାରା ଗୋଟିଏ ଦିନରୁ ଅଧିକ ସମୟ ଲାଗୁଥିବା ଯାତ୍ରା ଅବଧି ହ୍ରାସ ପାଇ ମାତ୍ର ୪୫ ମିନିଟରେ ସୀମିତ ରହିବ


ଅଲୱେଦର ସଡକ ସଂଯୋଗ ବୃଦ୍ଧି ପାଇଁ ପ୍ରାୟ ୧୦୦୦ କୋଟିର ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଆଞ୍ଚଳିକ ଯୋଗାଯୋଗ ଓ ଧାର୍ମିକ ପର୍ଯ୍ୟଟନକୁ ଏହି ପ୍ରକଳ୍ପ ପ୍ରୋତ୍ସାହିତ କରିବ

Posted On: 19 OCT 2022 10:16AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୧, ୨୦୨୨ରେ ଉତ୍ତରାଖଣ୍ଡ ଗସ୍ତ କରିବେ । ପୂର୍ବାହ୍ନ ୮.୩୦ରେ ସେ କେଦାରନାଥ ସ୍ଥିତ ଶ୍ରୀ କେଦାରନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ । ପୂର୍ବାହ୍ନ ୯ଟାରେ ପ୍ରଧାନମନ୍ତ୍ରୀ କେଦାରନାଥ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାପରେ ସେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ସମାଧି ସ୍ଥଳ ପରିଦର୍ଶନ କରିବେ । ପୂର୍ବାହ୍ନ ୯.୨୫ରେ ପ୍ରଧାନମନ୍ତ୍ରୀ ମନ୍ଦାକିନୀ ଅଷ୍ଟପଥ ଓ ସରସ୍ୱତୀ ଅଷ୍ଟପଥର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ।

ଏଠାରୁ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଯିବେ । ପୂର୍ବାହ୍ନ ୧୧.୩୦ରେ ପ୍ରଧାନମନ୍ତ୍ରୀ ଶ୍ରୀ ବଦ୍ରିନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ । ମଧ୍ୟାହ୍ନ ୧୨ଟା ବେଳେ ସେ ନଦୀତଟ ବିକାଶ କାର୍ଯ୍ୟର ପ୍ରଗତି ସମୀକ୍ଷା କରିବେ । ମଧ୍ୟାହ୍ନ ୧୨.୩୦ରେ ପ୍ରଧାନମନ୍ତ୍ରୀ ମାନା ଗାଁରେ ରାସ୍ତା ଓ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଦିନ ପ୍ରାୟ ୨ଟା ବେଳକୁ ଆଗମନ ପ୍ଲାଜା ଓ ହ୍ରଦଗୁଡିକର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ।

କେଦାରନାଥ ରୋପୱେ ପ୍ରାୟ ୯.୭ କିଲୋମିଟରର ହେବ ଓ ଗୌରୀକୁଣ୍ଡ ଏବଂ କେଦାରନାଥକୁ ସଂଯୋଗ କରିବ । ଏହି ଦୁଇଟି ସ୍ଥାନକୁ ଯାତ୍ରା ପାଇଁ ଏବେ ୬ରୁ ୭ ଘଣ୍ଟା ସମୟ ଲାଗୁଥିବା ବେଳେ ରୋପୱେ ଦ୍ୱାରା ଏହି ଯାତ୍ରା ୩୦ ମିନିଟରେ ହୋଇପାରିବ । ହେମକୁଣ୍ଡ ରୋପୱେ ଗୋବିନ୍ଦଘାଟରୁ ହେମକୁଣ୍ଡ ସାହେବକୁ ସଂଯୋଗ କରିବ । ଏହାର ଦୈର୍ଘ୍ୟ ୧୨.୪ କିଲୋମିଟର ରହିବ ଓ ଏହାଦ୍ୱାରା ପୂର୍ବରୁ ଦିନକରୁ ଅଧିକ ସମୟ ଲାଗୁଥିବା ଯାତ୍ରା ଅବଧି ଏବେ ମାତ୍ର ୪୫ ମିନିଟରେ ସୀମିତ ରହିବ । \

ଏହି ରୋପୱେ ଭ୍ୟାଲି ଅଫ ଫ୍ଲାୱାର୍ସ ଜାତୀୟ ଉଦ୍ୟାନର ପ୍ରବେଶ ଦ୍ୱାର ଘଙ୍ଗାରିଆକୁ ସଂଯୋଗ କରିବ । ପ୍ରାୟ ୨୪୩୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଏହି ରୋପୱେ ସୁରକ୍ଷିତ, ନିରାପଦ ଓ ସ୍ଥାୟୀ ପରିବହନ ପ୍ରଦାନ କରୁଥିବା ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ପାଲଟିବ । ପ୍ରମୁଖ ଭିତ୍ତିଭୂମିର ବିକାଶ ଦ୍ୱାରା ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ଯାହାଦ୍ୱାରା ଅଞ୍ଚଳର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ ଓ ବହୁମୁଖୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ଗସ୍ତ ଅବସରରେ ପ୍ରାୟ ୧୦୦୦ କୋଟି ମୂଲ୍ୟର ସଡକ ସମ୍ପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ ହେବ । ଦୁଇଟି ସଡକ ସମ୍ପ୍ରସାରଣ ପ୍ରକଳ୍ପ- ମାନାରୁ ମାନାପାସ (ଏନଏଚ ୦୭) ଓ ଯୋଶୀମଠରୁ ମଲାରି (ଏନଏଚ ୧୦୭ବି) ସୀମାନ୍ତ ଅଞ୍ଚଳକୁ ଅଲୱେଦର ସଡକ ସଂଯୋଗ ପାଇଁ ଆଉ ଏକ ପଦକ୍ଷେପ ପାଲଟିବ । ସଂଯୋଗୀକରଣକୁ ପ୍ରୋତ୍ସାହିତ କରିବା ସହ ଏହି ପ୍ରକଳ୍ପଗୁଡିକ ରଣନୈତିକ ଦୃଷ୍ଟିରୁ ମଧ୍ୟ ବେଶ ଲାଭଦାୟକ ହେବେ ।

କେଦାରନାଥ ଓ ବଦ୍ରିନାଥ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ମନ୍ଦିର ମଧ୍ୟରୁ ଅନ୍ୟତମ । ଏହି ଅଞ୍ଚଳ ପବିତ୍ର ଶିଖ ପର୍ଯ୍ୟଟନ ସ୍ଥଳୀ ହେମକୁଣ୍ଡ ସାହେବ ପାଇଁ ମଧ୍ୟ ପ୍ରସିଦ୍ଧ । ଆରମ୍ଭ ହେଉଥିବା ଏହି ସଂଯୋଗୀକରଣ ପ୍ରକଳ୍ପଗୁଡିକ ଧାର୍ମିକ ମହତ୍ତ୍ୱ ଥିବା ସ୍ଥାନକୁ ସୁବିଧାରେ ପହଞ୍ଚିବା ଓ ମୈାଳିକ ଭିତ୍ତିଭୂମି ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

 

SR


(Release ID: 1869060) Visitor Counter : 148