ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ରାଜକୋଟରେ ଇଣ୍ଡିଆ ଅର୍ବାନ୍ ହାଉସିଂ କନକ୍ଲେଭ 2022 ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


‘‘ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରୀ ଭାରତ’’ ର ଦୂରଦୃଷ୍ଟି ହାସଲ ପାଇଁ ରଣନୀତି, କାର୍ଯ୍ୟ ଯୋଜନା ଏବଂ ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ଏହି କନକ୍ଲେଭ୍

ସ୍ଥାୟୀ ବିକାଶ ପାଇଁ ନିର୍ମାଣ କ୍ଷେତ୍ରରେ ବ୍ୟାପକ ସଂପ୍ରସାରଣ ସହିତ ଟେକ୍ନୋଲୋଜିରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ କନକ୍ଲେଭ

Posted On: 18 OCT 2022 4:55PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 19-21 ଅକ୍ଟୋବର 2022 ରେ ଗୁଜୁରାଟର ରାଜକୋଟ ଠାରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମଇଣ୍ଡିଆନ ଅର୍ବାନ୍ ହାଉସିଂ କନକ୍ଲେଭ -2022’ (ଆଇୟୁଏଚସି 2022) ଉଦଘାଟନ କରିବେ ମାନ୍ୟବର ଗୃହ ନଗର ବ୍ୟାପାର; ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀଯୁକ୍ତ ହରଦୀପ୍ ଏସ ପୁରି,  ମାନ୍ୟବର ଗୃହ ସହର ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ, ଶ୍ରୀ କୌଶଲ କିଶୋର ଏବଂ କେନ୍ଦ୍ର ତଥା ରାଜ୍ୟର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ପିଏମଏୱାଇ-ୟୁ ବ୍ୟତୀତ, ଅନ୍ୟ ସହରୀ ମିଶନଗୁଡିକ ଯଥା ସ୍ବଚ୍ଛ ଭାରତ ମିଶନ୍, ଅଟଳ ମିଶନ୍ ଫର୍ ରିଜୁଭିନେସନ ଆଣ୍ଡ ଅର୍ବାନ୍ ଟ୍ରାନ୍‌ସଫରମେସନ (ଅମୃତ), ସ୍ମାର୍ଟ ସିଟି ମିଶନ୍, ସହରୀ ପରିବହନ, ଦୀନଦୟାଲ୍ ଅନ୍ତୋଦୟ ଯୋଜନା ନ୍ୟାସନାଲ୍ ଅର୍ବାନ୍ ଲାଇଭଲିହୁଡ୍‌ ମିଶନ୍ ମିଶନ୍ (ଏନୟୁଏଲଏମ), ସ୍ବନିଧି ଇତ୍ୟାଦି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଯାହାକି ଗୃହ ସହର ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯାଉଛି।

‘ଇଣ୍ଡିଆନ୍ ଅର୍ବାନ୍ ହାଉସିଂ କନକ୍ଲେଭ୍' ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ଟେକ୍ନୋଲୋଜି ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ସହିତ ବିଭିନ୍ନ ଭୂ-ଜଳାବୟୁ କ୍ଷେତ୍ର ପାଇଁ ଉପଯୁକ୍ତ ବିଭିନ୍ନ ପ୍ରକାରର ଗୃହ ନିର୍ମାଣରେ ମୁଖ୍ୟ ଧାରା ଗ୍ରହଣ ଏବଂ ମୁଖ୍ୟ ସ୍ରୋତ ପାଇଁ ବିଭିନ୍ନ ପ୍ରଯୁକ୍ତିବିଦ୍ୟା, ସାମଗ୍ରୀ ଏବଂ ପ୍ରକ୍ରିୟା ଉପରେ ବିଚାରବିମର୍ଶ କରିବ ଦେଶ ଏହା ସାର୍ବଜନୀନ / ବେସରକାରୀ ଏଜେନ୍ସି, ଆର ଆଣ୍ଡ ଡି ଏବଂ ବୈଷୟିକ ଅନୁଷ୍ଠାନ, ନିର୍ମାଣ ଏଜେନ୍ସି, ବିକାଶକାରୀ, କଣ୍ଟ୍ରାକ୍ଟର, ଷ୍ଟାର୍ଟ ଅପ୍ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ଦ୍ବାରା ଅଧିକ ବ୍ୟବହାର ପାଇଁ ଇକୋ-ସିଷ୍ଟମ ସକ୍ଷମ କରିବ ଅନ୍ୟପକ୍ଷରେ, ହିତାଧିକାରୀ (ଘର ମାଲିକ) ଅଭିନବ, ଦ୍ରୁତ ଏବଂ ବ୍ୟୟବହୁଳ ନିର୍ମାଣ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟବହାର ପାଇଁ ସାମଗ୍ରୀ ପାଇପାରିବେ ଏହା ମଧ୍ୟ ‘‘ଅମୃତ କାଲ’’ ସମୟରେ ସହରୀ ଗୃହ ଉପରେ ଧ୍ୟାନ ଦିଆଯାଇଥିବାଭବିଷ୍ୟତ ପାଇଁ ପ୍ରସ୍ତୁତ ସହରୀ ଭାରତ ଦୂରଦୃଷ୍ଟି ହାସଲ ପାଇଁ ରଣନୀତି, କାର୍ଯ୍ୟ ଯୋଜନା ଏବଂ ରୋଡମ୍ୟାପ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ

ୱେବକାଷ୍ଟିଂ ଏବଂ ଲାଇଭ୍ ଷ୍ଟ୍ରିମିଂ ସହିତ ଫିଜିକାଲ୍ ତଥା ଭର୍ଚୁଆଲ୍ ମୋଡ୍ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଇଭେଣ୍ଟଟି ନିମ୍ନଲିଖିତ ଉପାଦାନଗୁଡ଼ିକୁ ନେଇ ଗଠିତ:

i. ଲାଇଟ୍ ହାଉସ୍ ପ୍ରୋଜେକ୍ଟ (ଏଲଏଲଚପି) ରାଜକୋଟ, ଗୁଜରାଟର ଉଦ୍‌ଘାଟନ :  ଆବାସ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ବିଶ୍ବ ସ୍ତରରେ ପ୍ରମାଣିତ ନବୀନ ନିର୍ମାଣ ପ୍ରଯୁକ୍ତିର ବ୍ୟବହାର କରି 6 ଟି ରାଜ୍ୟରେ ନିର୍ମିତ 6 ଏଲଏଚପିଏସ ରେ ରାଜକୋଟରେ ନିର୍ମିତ ଏଲଏଚପି ସାମିଲ୍ ରହିଛି। ଏଲଏଚପି ରାଜକୋଟ ସାମଗ୍ରୀକ ଭାବରେ ସମ୍ପୂର୍ଣ୍ଣ ଅଟେ। ଏହି ପ୍ରକଳ୍ପରେ, ‘ଟନେଲ୍ ଫ୍ରେମୱାର୍କର ଉପଯୋଗ କରି ମନୋଲିଥିକ କଂକ୍ରିଟ ନିର୍ମାଣ’, ଫ୍ରାନ୍ସର ଏକ ବିଶ୍ବ ନବୀନ ପ୍ରଯୁକ୍ତିର ଉପଯୋଗ 1144 ଘରର ନିର୍ମାଣ ପାଇଁ କରାଯାଇଛି ଯାହା ଦୃତ ଗତିରେ ନିର୍ମାଣ, ସ୍ଥାୟୀତ୍ବ କମ ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରିଥାଏ ଏବଂ ସମ୍ବ ଭାବରେ ସୁଲଭ ଏବଂ ବିପଦର ସ୍ଥିତି ପାଇଁ ଅନୁକୂଳ ଅଟେ। କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଏଲଏଚପି ରାଜକୋଟର ଉଦ୍‌ଘାଟନ କରିବେ ଏବଂ ହିତାଧିକାରୀମାନଙ୍କୁ ପ୍ରଦାନ କରିବେ। ଏହା ବ୍ୟତୀତ ବିଭିନ୍ନ ପ୍ରକାଶନ, ସଂଗ୍ରହ, ପୁସ୍ତକର ଉନ୍ମୋଚନ ମଧ୍ୟ କରାଯିବ।

ii. ଅଭିନବ ନିର୍ମାଣ ଅଭ୍ୟାସ ଉପରେ ଜାତୀୟ ପ୍ରଦର୍ଶନୀ: ଅଭିନବ ନିର୍ମାଣ ସାମଗ୍ରୀ, ନିର୍ମାଣ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରକ୍ରିୟା ଉପରେ ଏକ ପ୍ରଦର୍ଶନୀ ସ୍ଥାପିତ ହେବ ଯେଉଁଠାରେ ବିଶ୍ୱ ତଥା ଘରୋଇ ପ୍ରଦର୍ଶକମାନେ ନୂତନ ଏବଂ ଅଭିନବ ନିର୍ମାଣ ପ୍ରଯୁକ୍ତିବିଦ୍ୟା / ସାମଗ୍ରୀ ଉପରେ ପ୍ରୋଟୋଟାଇପ୍ ମଡେଲ ପ୍ରଦର୍ଶନ କରିବେ ଏକ ସରଳ ଅନଲାଇନ୍ ସ୍କ୍ରିନିଂ ପ୍ରକ୍ରିୟା ମାଧ୍ୟମରେ ସମଗ୍ର ବିଶ୍ୱରୁ ଟେକ୍ନୋଲୋଜି ପ୍ରଦାନକାରୀ, ଘରୋଇ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା, ସମ୍ଭାବ୍ୟ ଭବିଷ୍ୟତ ପ୍ରଯୁକ୍ତିବିଦ୍ୟା (ଷ୍ଟାର୍ଟ ଅପ୍) ଆମନ୍ତ୍ରିତ ହୋଇଛନ୍ତି।  ଜିଏସଟିସି-ଇଣ୍ଡିଆ ପାଇଁ ଗଠିତ ଏକ ଟେକନିକାଲ୍ ଇଭାଲୁଏସନ କମିଟି (ଟିଇସି) ଭାରତୀୟ ପ୍ରସଙ୍ଗରେ ସେମାନଙ୍କର ପ୍ରଯୁଜ୍ୟତାକୁ ମୂଲ୍ୟାଙ୍କନ କରିବ ଏବଂ ଆକଳନକରିବ | 200 ରୁ ଅଧିକ ଟେକ୍ନୋଲୋଜି ପ୍ରଦାନକାରୀ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି

iii. ଗୁଜୁରାଟ ସମେତ ପିଏମଏୱାଇ-ୟୁ ଅଧୀନରେ ରାଜ୍ୟ / ୟୁଟି ଦ୍ବାରା ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଅଭ୍ୟାସ ଉପରେ ପ୍ରଦର୍ଶନୀ: ପିଏମଏୱାଇ-ୟୁ ମିଶନ୍ ସମବାୟ ସଂଘୀୟତାକୁ ପ୍ରୋତ୍ସାହିତ କରେ। ରାଜ୍ୟ / କେନ୍ଦ୍ର ଶସିତ ଅଞ୍ଚଳ ଗୁଡିକ ସ୍ଥାନୀୟ ପ୍ରସଙ୍ଗ ଅନୁଯାୟୀ ସେମାନଙ୍କର କାର୍ଯ୍ୟକାରିତା ସଂରଚନାକୁ ଉଦ୍ଭାବନ କରିଛନ୍ତି ଯେପରିକି ଅଭିନବ ନିର୍ମାଣ ଅଭ୍ୟାସ ଗ୍ରହଣ, ପିଏମଏୱାଇ-ୟୁ ର ଅନ୍ୟାନ୍ୟ ଗୃହ ଯୋଜନା ସହିତ ସମନ୍ବୟ, ଜୀବିକା କାର୍ଯ୍ୟକ୍ରମ, ସ୍ବତନ୍ତ୍ର ଗୋଷ୍ଠୀଙ୍କୁ ଗୃହ ଯୋଗାଇବା ଇତ୍ୟାଦି।  ପ୍ରଦର୍ଶନୀର ଉଦ୍ଦେଶ୍ୟ ହେଉଛି ଗୁଜରାଟ ସହିତ ରାଜ୍ୟ/ କେନ୍ଦ୍ର ଶସିତ ଅଞ୍ଚଳ ଦ୍ବାରା ସହରୀ ମିଶନର ଉପଲବ୍ଧି ଏବଂ ଆର୍ଥିକ ବିକାଶକୁ ଗତି ପ୍ରଦାନ କରିବା, ଲୋକଙ୍କ ଜୀବନରେ ପରିବର୍ତ୍ତନ ଆରିବା ଏବଂ ‘ଜୀବନ ସୁଗମତା’ ରେ ଉନ୍ନତି ପାର୍ଇ ତାଙ୍କର ରୋଡମ୍ୟାପ୍/ କାର୍ଯ୍ୟଯୋଜନାର ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା –ସହରୀ ର ସଫଳ କାର୍ଯ୍ୟାନ୍ବୟନ ଦିଗରେ କରାଯାଇଥିବା ପ୍ରଚେଷ୍ଟାକୁ ଦର୍ଶାଇଥାଏ।

iv. ସୁଲଭ ଗୃହନିର୍ମାଣ ଆଲୋଚନା ଉପରେ ଆଲୋଚନା: ବିଭିନ୍ନ ଆଲୋଚନା, ଥିମେଟିକ୍ ଅଧିବେଶନ, ରାଉଣ୍ଡ ଟେବୁଲ୍ ଆଲୋଚନା ଜାତୀୟ ତଥା ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କୁ ନେଇ ହିତାଧିକାରୀମାନଙ୍କ ସହିତ ଆଲୋଚନା ହେବ, ଆଦାନ ପ୍ରଦାନ ହେବ ଏବଂ ସହରାଞ୍ଚଳର ଦୃଶ୍ୟପଟ୍ଟରେ ପରିବର୍ତ୍ତନର ଅଗ୍ରଗତି ବିଷୟରେ ଜଣାଯିବ, ଯାହା ସହରାଞ୍ଚଳର ବିକାଶର ଉନ୍ନତି ପାଇଁ ସହାୟକ ହେବ । ଏଥିରେ ଏମଓଏଚୟୁଏ / ରାଜ୍ୟ / ୟୁଟି ଅଧିକାରୀ, ଏକାଡେମୀ, ନାଗରିକ ସମାଜ ସଂଗଠନ ଏବଂ ଅନ୍ୟାନ୍ୟ ହିତାଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ।

v. ପିଏମଏୱାଇ (ୟୁ) ପୁରସ୍କାର 2021: ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ୟୁଏଲବି ଦ୍ୱାରା ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେବା ପାଇଁ, ଆବାସ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ପିଏମଏୱାଇ (ୟୁ) ର କାର୍ଯ୍ୟକାରିତାରେ ଉତ୍କର୍ଷତା ପାଇଁ ବାର୍ଷିକ ପୁରସ୍କାର ପ୍ରଦାନ ଆରମ୍ଭ କରିଛି। ପିଏମଏୱାଇ (ୟୁ) ପୁରସ୍କାର 2021 ପାଇଁ ବିଜେତାମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ଇଭେଣ୍ଟ ସମୟରେ ସେମାନଙ୍କୁ ସମ୍ମାନିତ କରାଯିବ।

ଦେଶର ସହରାଞ୍ଚଳର ସମସ୍ତ ଯୋଗ୍ୟ ପରିବାର / ହିତାଧିକାରୀଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଆବାସ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ଜୁନ୍ 2015 ଠାରୁ ପିଏମଏୱାଇ (ୟୁ) କାର୍ଯ୍ୟକାରୀ କରୁଛି। ଏହି ଯୋଜନା ଅନ୍ତର୍ଗତ ମୋଟ 122.69 ଲକ୍ଷ ଘରକୁ ମଞ୍ଜୁର କରାଯାଇଛି; ସେଥିମଧ୍ୟରୁ ପ୍ରାୟ 105 ଲକ୍ଷ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ଏବଂ 63 ଲକ୍ଷରୁ ଅଧିକ କାର୍ଯ୍ୟ ସମାପ୍ତ ହୋଇ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଅନୁମୋଦିତ ସମସ୍ତ ଗୃହ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଥିବା ଏହି ଯୋଜନା 31 ଡିସେମ୍ବର 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବ୍ୟାପକ ପିଏମଏୱାଇ (ୟୁ) ର ପରିସର ମଧ୍ୟରେ, ଏକ ଟେକ୍ନୋଲୋଜି ସବ୍-ମିଶନ୍ (ଟିଏସଏମ) ର ସ୍ଥାପନା କରାଯାଇଛି ଯଦ୍ବାରା ଅଭିନବ, ଦୃଢ଼, ପରିବେଶ ଅନୁକୂଳ ଏବଂ ଆପଦରୋଧୀ ପ୍ରଯୁକ୍ତି ଏବଂ ଗୃହର ସୁଲଭ, ଦ୍ରୁତ ଏବଂ ଗୁଣବତ୍ତାପୂର୍ଣ୍ଣ ନିର୍ମାଣ ପାଇଁ ସାମଗ୍ରୀକୁ ଗ୍ରହଣ କରିବା ପାଇଁ ସୁବିଧା ମିଳିପାରିବ।

ନୂତନ ଏବଂ ଅଭିନବ ନିର୍ମାଣ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ଲୋବାଲ୍ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ- ଇଣ୍ଡିଆ (ଜିଏଚଟିସି-ଇଣ୍ଡିଆ) ଜାନୁୟାରୀ 2019 ରେ ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଏକ ଚ୍ୟାଲେଞ୍ଜ ମାଧ୍ୟମରେ ବିଶ୍ବ ସ୍ତରରେ ଦୃଢ଼, ହରିତ ଏବଂ ଆପଦରୋଧୀ ସର୍ବୋତ୍ତମ ଉପଲବ୍ଧ ସିଦ୍ଧ ନିର୍ମାଣ ପ୍ରଯୁକ୍ତିର ଚିହ୍ନଟ କରିବା, ନିର୍ମାଣ କ୍ଷେତ୍ରରେ ପ୍ରଯୁକ୍ତିରେ ପରିବର୍ତ୍ତନ ଆଣିବା ଏବଂ ତାହାକୁ ମୁଖ୍ୟଧାରାରେ ସାମିଳ୍ କରିବା। ଜିଏଚଟିସି-ଇଣ୍ଡିଆ ଅନ୍ତର୍ଗତ, 2 ମାର୍ଚ୍ଚ 2019 ରେ ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଏକ ‘‘କନଷ୍ଟ୍ରକ୍‌ସନ ଟେକ୍‌ନୋଲୋଜି ଇଣ୍ଡିଆ (ସିଟିଆଇ) -2019 : ଏକ୍ସପୋ-କମ୍-କନଫରେନ୍ସ’ ର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କରାଯାଇଥିଲା।

ଇନ୍ଦୋର, ରାଜକୋଟ, ଚେନ୍ନାଇ, ରାଞ୍ଚି, ଅଗରତାଲା ଏବଂ ଲକ୍ଷ୍ମୌର ଛଅ ଲାଇଟ୍ ହାଉସ୍ ପ୍ରୋଜେକ୍ଟ (ଏଲଏଚପି) ର ନିର୍ମାଣ ପାଇଁ ଜିଏଚଟିସି-ଇଣ୍ଡିଆରେ ଭାଗ ନେଉଥିବା ବିଶ୍ବ ସ୍ତରରେ ସର୍ବଶ୍ରେଷ୍ଠ 54 ଚୟନିତ ପ୍ରଯୁକ୍ତି ମଧ୍ୟରୁ ଛଅଟି ବିଶିଷ୍ଟ ପ୍ରଯୁକ୍ତିକୁ ବଛା ଯାଇଥିଲା। ସମସ୍ତ 6 ଏଲଏଚପିର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା 01.01.2021 ରେ ରଖା ଯାଇଥିଲା। 6 ଏଲଏଚପି ମଧ୍ୟରୁ ଏଲଏଚପି, ଚେନ୍ନାଇର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା 26 ମେ, 2022 ରେ କରାଯାଇଥିଲା। ଏଲଏଚପି ରାଜକୋଟ ଉଦ୍‌ଘାଟନ ପାଇଁ ପ୍ରସ୍ତୁତ ରହିଛି। ଅନ୍ୟ ଚାରିଟି ଏଲଏଚପି ନିର୍ମାଣର ଅଗ୍ରୀମ ସ୍ତରରେ ରହିଛି।

ଏଥିସହ, ଉତ୍ତର ପ୍ରଦେଶର ଲକ୍ଷ୍ମୌରେ  5 ଅକ୍ଟୋବର, 2021 ରେ ଏକ 'ଇଣ୍ଡିଆନ୍ ହାଉସିଂ ଟେକ୍ନୋଲୋଜି ମେଳା (ଆଇଏଚଟିଏମ୍) ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଭାରତରେ ସୁଲଭ ମୂଲ୍ୟରେ ଆବାସ ପାଇଁ କମ୍ ଓ ମଧ୍ୟମ ଉଚ୍ଚତାର ନିର୍ମାଣ ପାଇଁ ସ୍ବଦେଶୀ ବୈକଳ୍ପିକ/ ଦୃଢ଼ ନିର୍ମାଣ ସାମଗ୍ରୀ ଏବଂ ନବୀନ ନିର୍ମାଣ ପ୍ରଣାଳୀ/ ପ୍ରଯୁକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବା। ପ୍ରଧାନମନ୍ତ୍ରୀ ଆଇଏଚଟିଏମ୍‌ ର ଉଦ୍‌ଘାଟନ କରିଥିଲେ। ଆଇଏଚଟିଏମ୍ ଅନ୍ତର୍ଗତ 84 ସ୍ବଦେଶୀ ନବୀନ ଟେକ୍‌ନୋଲୋଜି, ସାମଗ୍ରୀ ଏବଂ ପ୍ରକ୍ରିୟାର ଚୟନ କରାଯାଇଥିଲା।

 ‘ଇଣ୍ଡିଆନ୍ ଅର୍ବାନ ହାଉସିଂ କନକ୍ଲେଭ ସ୍ଥାୟୀ ବିକାଶ ପାଇଁ ନିର୍ମାଣ କ୍ଷେତ୍ରରେ ସଂପ୍ରସାରଣ କରିବା ଏବଂ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି କରିବାରେ ସହାୟତା କରିବ। ଏହା ଜିଏଚଟିସି-ଇଣ୍ଡିଆ ସହିତ ଆଇଏଚଟିଏମ୍ ଅଧୀନରେ ସର୍ଟଲିଷ୍ଟ ହୋଇଥିବା ସମସ୍ତ ବିଶ୍ବ ତଥା ସ୍ୱଦେଶୀ ନୂତନ ପ୍ରଯୁକ୍ତିବିଦ୍ୟା, ସାମଗ୍ରୀ ଏବଂ ପ୍ରକ୍ରିୟାକୁ ଏକତ୍ର କରି ଗୋଟିଏ ପ୍ଲାଟଫର୍ମରେ ପ୍ରଦର୍ଶିତ କରାଯିବ ଯାହାକୁ ବିଶ୍ବର ବିଭିନ୍ନ ହିତାଧିକାରୀମାନଙ୍କ ଦ୍ବାରା ନିକଟରେ ବିକଶିତ କରାଯାଇଛି।  

BS



(Release ID: 1869058) Visitor Counter : 90