କ୍ୟାବିନେଟ

ଘରୋଇ ଏଲପିଜିରେ କ୍ଷତି ପାଇଁ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକୁ ୨୨ ହଜାର କୋଟି ଟଙ୍କାର ଏକକାଳୀନ ଅନୁଦାନକୁ କ୍ୟାବିନେଟ ମଞ୍ଜୁରି

Posted On: 12 OCT 2022 4:25PM by PIB Bhubaneshwar

 

ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ପିଏସୟୁ ଓଏମସି)ଗୁଡ଼ିକୁ ଏକକାଳୀନ ଅନୁଦାନ ଆକାରରେ ୨୨ ହଜାର କୋଟି ଟଙ୍କା ଯୋଗାଇ ଦେବା ଲାଗି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଏହି ଅନୁଦାନ ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ କର୍ପୋରେସନ ଲିମିଟେଡ (ଏଚପିସିଏଲ) ମଧ୍ୟରେ ବିତରଣ କରାଯିବ ।

ଏହା ପିଏସୟୁ ଓଏମସିଗୁଡ଼ିକୁ ଆତ୍ମନିର୍ଭର ଭାରତ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଜାରି ରଖିବା, ବାଧାମୁକ୍ତ ଘରୋଇ ଏଲପିଜି ଯୋଗାଣ ସୁନିଶ୍ଚିତ କରିବା ଏବଂ ମେକ୍‌ ଇନ ଇଣ୍ଡିଆ ଉତ୍ପାଦ କ୍ରୟକୁ ସମର୍ଥନ ଯୋଗାଇ ଦେବାରେ ସହାୟକ ହେବ ।

ଆଇଓସିଏଲ, ବିପିସିଏଲ, ଏଚପିସିଏଲ ଭଳି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ନିୟନ୍ତ୍ରିତ ଦରରେ ଉପଭୋକ୍ତାମାନଙ୍କୁ ଘରୋଇ ଏଲପିଜି ସିଲିଣ୍ଡର ଯୋଗାଇ ଦେଉଛନ୍ତି ।

ଜୁନ ୨୦୨୦ରୁ ଜୁନ୍‌ ୨୦୨୨ ଅବଧି, ଏଲପିଜିର ଅନ୍ତର୍ଜାତୀୟ ମୂଲ୍ୟ ପ୍ରାୟ ୩୦୦% ବୃଦ୍ଧି ପାଇଥିଲା । ତେବେ, ଅନ୍ତର୍ଜାତୀୟ ଏଲପିଜି ଦରରେ ଅସ୍ଥିରତା ଠାରୁ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ଲାଗି, ଘରୋଇ ଏଲପିଜିର ଉପଭୋକ୍ତାଙ୍କ ଉପରେ ଦରବୃଦ୍ଧିର ବୋଝ ସମ୍ପୂର୍ଣ୍ଣ ଭାବେ ଲଦି ଦିଆଯାଇନଥିଲା। ବରଂ, ଏହି ସମୟରେ ଘରୋଇ ଏଲପିଜି ଦର ମାତ୍ର ୭୨% ବୃଦ୍ଧି କରାଯାଇଥିଲା। ଏଥିରେ ଏସବୁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା।

କ୍ଷତି ସହିବା ସତ୍ତ୍ବେ ଏହି ତିନୋଟି ପିଏସୟୁ ଓଏମସିମାନେ ଦେଶରେ ଜରୁରି ରୋଷେଇ ଇନ୍ଧନର ନିରନ୍ତର ଯୋଗାଣ ବଜାୟ ରଖିଥିଲେ ।

******

P.S.



(Release ID: 1867263) Visitor Counter : 161