ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜୁରାଟର ମୋଧେରା ସ୍ଥିତ ମୋଧେଶ୍ୱରୀ ମାତା ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2022 6:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୋଧେରା ସ୍ଥିତ ମୋଧେଶ୍ୱରୀ ମାତା ମନ୍ଦିର ଗସ୍ତ କରି ଆଜି ଦର୍ଶନ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଶ୍ରୀ ମୋଦୀ ଯୋଡ ହସ୍ତରେ ଦେବୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ଗର୍ଭଗୃହରେ ଥିବା ମୋଧେଶ୍ୱରୀ ମାତାଙ୍କ ପ୍ରତିମା ଆଗରେ ମୁଣ୍ଡ ନୁଆଁଇଥିଲେ

ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ ଏବଂ ସାଂସଦ ଶ୍ରୀ ସି ଆର ପାଟିଲ ମଧ୍ୟ ଉପସ୍ଥିତ ଥିଲେ

ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର ମେହସାନା, ମୋଧେରାରେ ୩୯୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିଥିଲେ ପ୍ରଧାନମନ୍ତ୍ରୀ ମଧ୍ୟ ମୋଧେରାକୁ ଭାରତର ପ୍ରଥମ ୨୪ଘଣ୍ଟିଆ ସୌରଶକ୍ତି ଚାଳିତ ଗ୍ରାମ ବୋଲି ଘୋଷଣା କରିଥିଲେ

HS


(ରିଲିଜ ଆଡି: 1866337) ପରିଦର୍ଶକ କାଉଣ୍ଟର : 204