ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟସ୍‌ରେ ତ୍ରୁଟି, ବିଶେଷ କରି ଆଉଟ୍‌ ଅଫ୍‌ ପକେଟ ବ୍ୟୟରେ ହ୍ରାସ ସଂକ୍ରାନ୍ତ ଖବର ତ୍ରୁଟିପୂର୍ଣ୍ଣ ଏବଂ ଭ୍ରମାତ୍ମକ


ଆଉଟ୍‌ ଅଫ୍‌ ପକେଟ୍‌ ସ୍ବାସ୍ଥ୍ୟ ବ୍ୟୟରେ ହ୍ରାସ ଏନଏଚଏ ୨୦୧୮-୧୯ର ଦୃଢ଼ ତଥ୍ୟ ଉପରେ ଆଧାରିତ

Posted On: 07 OCT 2022 1:47PM by PIB Bhubaneshwar

ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟସ୍‌ରେ ତ୍ରୁଟି, ବିଶେଷ କରି ଆଉଟ ଅଫ ପକେଟ୍‌ ବ୍ୟୟରେ ହ୍ରାସ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଖବର ତ୍ରୁଟିପୂର୍ଣ୍ଣ ଏବଂ ଭ୍ରମାତ୍ମକ । ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟସ୍‌ ରିପୋର୍ଟ ଦେଶରେ ସ୍ବାସ୍ଥ୍ୟ କ୍ଷେତ୍ରରେ କରାଯାଇଥିବା ବ୍ୟୟ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥାଏ। ଏସବୁ ଆକଳନ ଜରୁରି କାରଣ ଏଥିରେ କେବଳ ଦେଶର ବର୍ତ୍ତମାନର ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତିଫଳିତ ହୋଇନଥାଏ, ବରଂ ଏହା ସରକାରଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ଅର୍ଥଲଗାଣ ସୂଚକାଙ୍କକୁ ଅନୁଧ୍ୟାନ କରିବାରେ ସହାୟକ ହୋଇଥାଏ।

ନିକଟରେ ହୋଇଥିବା ଏନଏଚଏ ଆକଳନ (୨୦୧୮-୧୯)ରେ ଆଉଟ ଅଫ୍‌ ବ୍ୟୟ (ଓଓପିଇ)ରେ ଯଥେଷ୍ଟ ହ୍ରାସ ଦେଖା ଦେଇଛି । ନାଗରିକମାନଙ୍କର ଆର୍ଥିକ ବୋଝ ହ୍ରାସ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସୁନିଶ୍ଚିତ କରୁଛି । ଏହି ଡାଟାକୁ ଏକ ଘରୋଇ ଭାରତୀୟ ବିଶ୍ବବିଦ୍ୟାଳୟରେ କାମ କରୁଥିବା ସ୍ବାସ୍ଥ୍ୟ ଅର୍ଥନୀତିଜ୍ଞମାନଙ୍କର ଜଣେ ବିଶେଷଜ୍ଞଙ୍କ ଦ୍ବାରା ‘‘ମୃଗତୃଷ୍ଣା’’ କୁହାଯିବା ଏବଂ ଗଣମାଧ୍ୟମର କିଛି ବର୍ଗ ତାଙ୍କ ବର୍ଗକୁ ଉଦ୍ଧୃତ କରି ଖବର ପ୍ରକାଶ କରିବା ଅନୁଚିତ ଏବଂ ଅସଙ୍ଗତ ଅଟେ।

ଏବେ ଆସନ୍ତୁ ଏହି ଆକଳନ – ଜାତୀୟ ପରିସଂଖ୍ୟାନ ସଂଗଠନ (ଏନଏସଓ)ର ତଥ୍ୟ ଆଧାରରେ ଉଠିଥିବା ପ୍ରଶ୍ନ ଉପରେ ଧ୍ୟାନ ଦେବା । ଓଓପିଇ ପାଇଁ ସୂଚନାର ମୁଖ୍ୟ ଉତ୍ସ ୨୦୧୭-୧୭ର ଏନଏସଓ ତଥ୍ୟ ଉପରେ ଆଧାରିତ ଥିବା ବେଳେ ବିଗତ ଆକଳନ ୨୦୧୪ ଉପରେ ଆଧାରିତ ଥିଲା । ଉଭୟ ୭୧ତମ ଏବଂ ୭୫ତମ ପର୍ଯ୍ୟାୟରେ ସର୍ବେକ୍ଷଣ ସମୟରେ ଘରଗୁଡ଼ିକର ଚୟନ ପାଇଁ ନମୁନା ଡିଜାଇନ ଉପଯୋଗ କରାଯାଇଥିଲା, ଯାହାଫଳରେ ଏହି ଦୁଇଟି ପର୍ଯ୍ୟାୟ ମଧ୍ୟରେ ତୁଳନା କରାଯାଇ ପାରିବ ।

ଏହାବ୍ୟତୀତ ୨୦୧୭-୧୮ର ତଥ୍ୟ ଗୋଟିଏ ବର୍ଷର ସର୍ବେକ୍ଷଣ ଉପରେ ଆଧାରିତ ଥିବା ବେଳେ ୨୦୧୪ର ତଥ୍ୟ ଛଅ ମାସର ଅବଧିରେ କରାଯାଇଥିବା ସର୍ବେକ୍ଷଣ ଉପରେ ଆଧାରିତ ଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ମାମଲାରେ ଋତୁକାଳୀନ ପାଣିପାଗ ବା ସିଜନାଲିଟି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ, ୨୦୧୭-୧୮ର ସର୍ବେକ୍ଷଣ ନିଶ୍ଚିତ ଭାବେ ବିଗତ ସର୍ବେକ୍ଷଣ ତୁଳନାରେ ଅଧିକ ମଜବୁତ ଥିଲା। ଗୋଟିଏ ପଟେ ସମାନ ବିଶେଷଜ୍ଞମାନେ ୨୦୧୪ର ତଥ୍ୟକୁ ସ୍ପଷ୍ଟ ଭାବେ ସ୍ବୀକାର କରିଥିବା ବେଳେ, ୨୦୧୭-୧୮ର ତଥ୍ୟକୁ ‘ସନ୍ଦିଗ୍ଧ’ ବୋଲି କହିବା ନିଶ୍ଚିତ ଭାବେ ଅନୁଚିତ୍‌ ।

ସେମାନେ ସମାଲୋଚନା କରିବା ସମୟରେ, ନିଜର ଯୁକ୍ତିକୁ ପ୍ରାଥମିକତା ଦେବା ଲାଗି ଚୟନାତ୍ମକ ଢଙ୍ଗରେ ତଥ୍ୟର ଉପଯୋଗ କରିଛନ୍ତି । ସେମାନେ ନିଜର ଦାବିକୁ ଦର୍ଶାଇବା ସମୟରେ କହିଛନ୍ତି ଯେ, ‘‘ତ୍ରୁଟି ରହିଥିବା ଲାଗୁଛି/ଅସମ୍ଭବ ଲାଗୁଛି’’, ଏହା କେବଳ କାଳ୍ପନିକ ଅସହମତି ବୋଲି ଜଣାପଡ଼ୁଛି ।

ଏନଏସଓ ୨୦୧୭-୧୮ର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ସରକାରୀ ସ୍ବାସ୍ଥ୍ୟ ସୁବିଧା ଉପଯୋଗରେ ବୃଦ୍ଧି। ପ୍ରତିଷ୍ଠିତ ଆର୍ଥିକ ଏବଂ ରାଜନୈତିକ ସାପ୍ତାହିକ ‘ଇକୋନୋମିକ ଏଣ୍ଡ ପଲିଟିକାଲ ୱିକଲି’ରେ ଏନଏସଏସର ଏହି ରାଉଣ୍ଡ ସମ୍ପର୍କରେ ପ୍ରକାଶିତ ମୂରଲୀଧରନ ଏଟ୍‌ ଅଲ (୨୦୨୦)ର ଅଧ୍ୟୟନରେ କୁହାଯାଇଛି ଯେ ୨୦୧୭-୧୮ରେ ଓଓପିଇ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ଏହାବ୍ୟତୀତ, ସେମାନେ କହିଛନ୍ତି ଯେ ଏହି ହ୍ରାସ ଦୁଇଟି ଏନଏସଏସ ପର୍ଯ୍ୟାୟ ମଧ୍ୟରେ ଆଉଟ୍‌ ପେସେଣ୍ଟ ଏବଂ ଇନପେସେଣ୍ଟ ସେବା ପାଇଁ ସରକାରୀ ସୁବିଧାର ଉପଯୋଗରେ ବୃଦ୍ଧି ଦ୍ବାରା ପରିଚାଳିତ। କେବଳ ସରକାରୀ ସୁବିଧାର ଉପଯୋଗରେ ବୃଦ୍ଧି ହୋଇନାହିଁ ବରଂ ସରକାରୀ ସୁବିଧାରେ ହାରାହାରୀ ଓଓପିଇ ମଧ୍ୟ ହ୍ରାସ ପାଇଛି । ଏନଏସଏସରେ ଉପଲବ୍ଧ ପ୍ରମାଣ ସରକାରୀ ସ୍ବାସ୍ଥ୍ୟ ସୁବିଧାର ଉପଯୋଗରେ ବୃଦ୍ଧି ପାଉଥିବା ପ୍ରବୃତ୍ତିକୁ ମଧ୍ୟ ଦର୍ଶାଇଥାଏ।

 

https://static.pib.gov.in/WriteReadData/userfiles/image/image001JJLQ.png

ଏନଏସଏସର ତଥ୍ୟ ଅନୁଯାୟୀ, ଶେଷ ୧୫ ଦିନରେ ଚିକିତ୍ସା ପରାମର୍ଶ ନେଇଥିବା ସରକାରୀ ସୁବିଧାର ଉପଯୋଗରେ ପାଖାପାଖି ୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଡାକ୍ତରଖାନାରେ ଭର୍ତ୍ତି  ହେବା କ୍ଷେତ୍ରରେ, ଏହି ବୃଦ୍ଧି ଗ୍ରାମୀଣ କ୍ଷେତ୍ରରେ ପାଖାପାଖି ୪ ପ୍ରତିଶତ ଏବଂ ସହରାଞ୍ଚଳ କ୍ଷେତ୍ରରେ ୩ ପ୍ରତିଶତ ରହିଛି । ପ୍ରସବ ମାମଲାରେ ଗ୍ରାମୀଣ କ୍ଷେତ୍ରରେ ସରକାରୀ ସୁବିଧାର ଯୋଗଦାନରେ ୧୩ ପ୍ରତିଶତ ବୃଦ୍ଧି ଏବଂ ସହରୀ କ୍ଷେତ୍ରରେ ୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

 

https://static.pib.gov.in/WriteReadData/userfiles/image/image0024Z6W.png

ଏଥିସହିତ ଡାକ୍ତରଖାନାରେ ଭର୍ତ୍ତି ହେବା କ୍ଷେତ୍ରରେ ସରକାରୀ ସୁବିଧାରେ ହାରାହାରୀ ଚିକିତ୍ସା ବ୍ୟୟରେ ୨୦ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ସଂସ୍ଥାଗତ ପ୍ରସବ କ୍ଷେତ୍ରରେ ସହରୀ କ୍ଷେତ୍ରରେ ୯ ପ୍ରତିଶତ ଏବଂ ଗ୍ରାମୀଣ କ୍ଷେତ୍ରରେ ୧୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

କେତେକ ବିଶେଷଜ୍ଞମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ହାରରେ ହ୍ରାସ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି, ସେମାନେ ଦାବି କରିଛନ୍ତି ଯେ ଏଥିପାଇଁ ‘‘କୌଣସି ତାର୍କିକ ସ୍ପଷ୍ଟିକରଣ ନାହିଁ’’ ବୋଲି ସେମାନେ ଜାଣିବାକୁ ପାଇଛନ୍ତି । ସେମାନେ ଯାହା ଦେଖିବା ଏବଂ ସ୍ବୀକାର କରିବାରେ ବିଫଳ ହୋଇଛନ୍ତି ତାହା ହେଲା ଇନପେସେଣ୍ଟ ଚିକିତ୍ସାରୁ ଆଉଟ ପେସେଣ୍ଟ ଚିକିତ୍ସାରେ ଆସିଥିବା ବିଶ୍ବସ୍ତରୀୟ ପରିବର୍ତ୍ତନ, ଏହି ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଲାଗି ଅନେକ ଦେଶ ନୀତି ପ୍ରସ୍ତୁତ କରିଛନ୍ତି ।

ଶେଷ ୧୫ ଦିନରେ, ଚିକିତ୍ସା ପରାମର୍ଶ ଆଧାରରେ ସ୍ବାସ୍ଥ୍ୟ ସେବା ପାଉଥିବା ଲୋକମାନଙ୍କର ପ୍ରତିଶତ ଆଉଟପେସେଣ୍ଟ ଚାହୁଁଥିବା ଲୋକଙ୍କ ପ୍ରତିଶତ ତୁଳନାରେ କିଛି ପରିମାଣରେ ବୃଦ୍ଧି ପାଇଛି। ଏନଏସଏସର ୭୧ତମ ରାଉଣ୍ଡ ଏବଂ ଏନଏସଏସର ୭୫ତମ ରାଉଣ୍ଡ ମଧ୍ୟରେ ଚିକିତ୍ସା ପରାମର୍ଶ ଆଧାରେ ସ୍ବାସ୍ଥ୍ୟସେବା ନେଉଥିବା ଲୋକମାନଙ୍କ ମଧ୍ୟରେ ଆଉଟପେସେଣ୍ଟ ସ୍ବାସ୍ଥ୍ୟସେବା ଚାହୁଁଥିବା ଲୋକଙ୍କର ଭାଗ ପ୍ରାୟ ୫ ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ଇନ ପେସେଣ୍ଟ ସେବାରୁ ଆଉଟ ପେସେଣ୍ଟ ସେବାରେ ହୋଇଥିବା ପରିବର୍ତ୍ତନକୁ ଇଙ୍ଗିତ କରିଥାଏ ଅର୍ଥାତ୍‌ ଲୋକମାନେ ଇନପେସେଣ୍ଟ ସ୍ବାସ୍ଥ୍ୟ ସେବା ପାଇବା ସ୍ଥାନରେ ଆଉଟ ପେସେଣ୍ଟ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଉଛନ୍ତି ।

ତେଣୁ ଏନଏଚଏ ୨୦୧୮-୧୯କୁ ନେଇ ହେଉଥିବା ସମାଲୋଚନାରେ ତଥ୍ୟ ଏବଂ ଦୃଢ଼ କାରଣଗୁଡ଼ିକୁ ଅଣଦେଖା କରାଯାଇଛି ଏବଂ ଏହାକୁ ପ୍ରାମାଣିକ ସାବ୍ୟସ୍ତ କରିବାର ଦାୟିତ୍ବ ଅନ୍ୟମାନଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ସମାଲୋଚନାକାରୀମାନେ ପୁଞ୍ଜିଗତ ବ୍ୟୟକୁ ସ୍ବାସ୍ଥ୍ୟ ବ୍ୟୟରେ ସାମିଲ କରାଯିବାକୁ ନେଇ ସମାଲୋଚନା କରିଛନ୍ତି । ଯଦି ଆମେ ବର୍ତ୍ତମାନର ସ୍ବାସ୍ଥ୍ୟ ବ୍ୟୟକୁ ସକଳ ଘରୋଇ ଉତ୍ପାଦ (ଜିଡିପି) ସହତ ତୁଳନା କରିବା ତା’ହେଲେ ୨୦୧୩-୧୪ରୁ ଏଥିରେ ଲଗାତାର ବୃଦ୍ଧି ଦେଖିବାକୁ ମିଳିଛି ।

https://static.pib.gov.in/WriteReadData/userfiles/image/image0030RVM.png

 

ସରକାରଙ୍କ ବର୍ତ୍ତମାନର ସ୍ବାସ୍ଥ୍ୟ ଖର୍ଚ୍ଚ ୨୦୧୩-୧୪ ରୁ ୨୦୧୭-୧୮ ମଧ୍ୟରେ ଲଗାତାର ଭାବେ ବଢ଼ିଚାଲିଛି । ଜିଡିପି ସହିତ ଏହି ଖର୍ଚ୍ଚକୁ ତୁଳନାରେ କଲେ ପୂର୍ବର ସମାନ ଅବଧି ତୁଳନାରେ ଏଥିରେ ୧୦ ପ୍ରତିଶତ ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଛି ।

 

*******

P.S.



(Release ID: 1865924) Visitor Counter : 161