ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁକ୍ରେନର ରାଷ୍ଟ୍ରପତିଙ୍କ ସହିତ ଟେଲିଫୋନ୍‍ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ

Posted On: 04 OCT 2022 6:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ରାଷ୍ଟ୍ରପତି ମାନ୍ୟବର ଭୋଲୋଦିମିର ଜେଲେନସ୍କିଙ୍କ ସହ ଟେଲିଫୋନି ଯୋଗେ କଥା ହୋଇଛନ୍ତି । 

ଦୁଇ ନେତା ୟୁକ୍ରେନରେ ଚାଲିଥିବା ବିବାଦ ଉପରେ ଆଲୋଚନା କରିଥିଲେ । ଶତ୍ରୁତାକୁ ଶୀଘ୍ର ବନ୍ଦ କରିବା ଏବଂ ଆଲୋଚନା ଏବଂ କୂଟନୈତିକ ମାର୍ଗ ଅନୁସରଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଆହ୍ୱାନକୁ ଦୋହରାଇଛନ୍ତି । ଏହି ବିବାଦର କୌଣସି ସାମରିକ ସମାଧାନ ହୋଇପାରିବ ନାହିଁ ବୋଲି ସେ ଦୃଢ ବିଶ୍ୱାସ କରିଛନ୍ତି ଏବଂ କୌଣସି ପ୍ରକାର ଶାନ୍ତି ପ୍ରୟାସରେ ସହଯୋଗ କରିବାକୁ ଭାରତର ପ୍ରସ୍ତୁତ ଥିବା ଜଣାଇଛନ୍ତି । ଜାତିସଂଘର ଚାର୍ଟର, ଆନ୍ତର୍ଜାତୀୟ ଆଇନ ଏବଂ ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା କଥାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ।

ୟୁକ୍ରେନ ସମେତ ଆଣବିକ ସ୍ଥାପନର ନିରାପତ୍ତା ତଥା ସୁରକ୍ଷାକୁ ଭାରତ ଅଗ୍ରାଧିକାର ଦେଉଥିବା ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ଆଣବିକ ସଂସ୍ଥାଗୁଡିକର ବିପଦ ଜନସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ସୁଦୂରପ୍ରସାରୀ ଏବଂ ବିପର୍ଯ୍ୟସ୍ତ ପରିଣାମ ଆଣିପାରେ ।

ଉଭୟ ନେତା ନଭେମ୍ବର ୨୦୨୧ ରେ ଗ୍ଲାସ୍କୋରେ ସେମାନଙ୍କର ଶେଷ ବୈଠକ ପରେ ଦ୍ୱିପାକ୍ଷିକ ସହଯୋଗର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ମଧ୍ୟ ଆଲୋଚନା କରିଥିଲେ ।

HS



(Release ID: 1865238) Visitor Counter : 170