ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

୨୦୨୨ ସେପ୍ଟେମ୍ବର ମାସରେ ୧,୪୭,୬୮୬ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ବ ଆଦାୟ


କ୍ରମାଗତ ୭ ମାସ ଧରି ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟିରୁ ଅଧିକ ରହିଛି

ଓଡ଼ିଶାରେ ଜିଏସଟି ସଂଗ୍ରହ ୧୩ ପ୍ରତିଶତ ବଢ଼ିଲା; ସେପ୍ଟେମ୍ବର ୨୦୨୨ ମାସରେ ୩ ହଜାର ୭୬୫ କୋଟି ଟଙ୍କାର ଜିଏସଟି ଆଦାୟ

ସେପ୍ଟେମ୍ବର ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ବ ୨୦୨୧ର ସମାନ ମାସ ତୁଳନାରେ ୨୬% ଅଧିକ

ସେପ୍ଟେମ୍ବର ମାସରେ ଆଉ ଏକ ଉପଲବ୍ଧି ହାସଲ; ୩୦ ସେପ୍ଟେମ୍ବର ୨୦୨୨ ଦିନ ଜିଏସଟି ପୋର୍ଟାଲରେ ୧.୧ କୋଟି ଇ-ୱେ ବିଲ ଏବଂ ଇନଭଏସ (୭୨.୯୪ ଇ-ଇନଭଏସ ଏବଂ ୩୭.୭୪ ଲକ୍ଷ ଇ-ୱେ ବିଲ) ଜାରି ହେଲା

ପୋଷ୍ଟ କରାଯିବା ଦିନାଙ୍କ: 01 OCT 2022 12:59PM by PIB Bhubaneswar

ସେପ୍ଟେମ୍ବର ୨୦୨୨ ମାସରେ ସକଳ ଜିଏସଟି ସଂଗ୍ରହ ୧,୪୭,୬୮୬ କୋଟି ଟଙ୍କା ଟପିଛି । ଏଥିମଧ୍ୟରୁ ସିଜିଏସଟି ୨୫,୨୭୧ ଏବଂ ଏସଜିଏସଟି ୩୧,୮୧୩ କୋଟି ଟଙ୍କା ରହିଛି । ସେହିପରି ଆଇଜିଏସଟି ୮୦,୪୬୪ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୪୧,୨୧୫ କୋଟି ଟଙ୍କା ସମେତ) ଏବଂ ସେସ ୧୦,୧୩୭ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୮୫୬ କୋଟି ଟଙ୍କା ସମେତ) ରହିଛି ।

ସରକାର ସିଜିଏସଟି ବାବଦରେ ୩୧,୮୮୦ କୋଟି ଟଙ୍କା ପରିଶୋଧ କରିବା ସହିତ ଆଇଜିଏସଟିରୁ ନିୟମିତ ପରିଶୋଧ ବାବଦରେ ୨୭ ହଜାର ୪୦୩ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ବ ପରିମାଣ ସେପ୍ଟେମ୍ବର ୨୦୨୨ରେ ସିଜିଏସଟି ବାବଦରେ ୫୭ ହଜାର ୧୫୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୯ ହଜାର ୨୧୬ କୋଟି ଟଙ୍କା ରହିଛି ।

ଓଡ଼ିଶାରେ ସେପ୍ଟେମ୍ବର ୨୦୨୨ ମାସରେ ୩ ହଜାର ୭୬୫ କୋଟି ଟଙ୍କାର ଜିଏସଟି ରାଜସ୍ବ ଆଦାୟ ହୋଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ୩ ହଜାର ୩୨୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟରେ ଜିଏସଟି ସଂଗ୍ରହ ୧୩ ପ୍ରତିଶତ ବୃଦ୍ଧି ପାଇଛି ।

ଗତ ବର୍ଷ ସମାନ ମାସ ତୁଳନାରେ ସେପ୍ଟେମ୍ବର ୨୦୨୨ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ୨୬% ବୃଦ୍ଧି ପାଇଛି । ଏହି ମାସ ସମୟରେ ବସ୍ତୁ ଆମଦାନୀରୁ ସଂଗୃହିତ ରାଜସ୍ବ ପରିମାଣ ୩୯% ଅଧିକ ଥିବା ବେଳେ ଘରୋଇ କାରବାର (ସେବା ଆମଦାନୀ ସମେତ) ରୁ ସଂଗୃହିତ ରାଜସ୍ବ ପରିମାଣ ଗତ ବର୍ଷ ସମାନ ମାସ ତୁଳନାରେ ୨୨% ଅଧିକ ରହିଛି ।

କ୍ରମାଗତ ୭ ମାସ ଧରି ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜିଏସଟି ରାଜସ୍ବ ସଂଗ୍ରହ ଗତ ବର୍ଷର ଏହି ଅବଧି ତୁଳନାରେ ୨୭% ଅଧିକ ରହିଛି । ଏହା ଉଚ୍ଚ ରାଜସ୍ବ ବୃଦ୍ଧିକୁ ଦର୍ଶାଉଛି । ଅଗଷ୍ଟ ୨୦୨୨ରେ ୭.୭ କୋଟି ଇ-ୱେ ବିଲ ସୃଷ୍ଟି କରାଯାଇଥିଲା । ଏହା ଜୁଲାଇ ୨୦୨୨ରେ ଜାରି ହୋଇଥିବା ୭.୫ କୋଟି ଇ-ୱେ ବିଲ ତୁଳନାରେ ଅଧିକ ।

ଚଳିତ ମାସରେ ଗୋଟିଏ ଦିନରେ ଦ୍ବିତୀୟ ସର୍ବାଧିକ ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଥିଲା। ସେପ୍ଟେମ୍ବର ୨୦ ତାରିଖରେ ୪୯ ହଜାର ୪୫୩ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା ଏବଂ ଦ୍ବିତୀୟ ସର୍ବାଧିକ ୮.୭୭ ଲକ୍ଷ ଚାଲାଣ ଦାଖଲ କରାଯାଇଥିଲା । ଏଥିପୂର୍ବରୁ ୨୦ ଜୁଲାଇ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ୯.୫୮ ଲକ୍ଷ ଚାଲାଣ ଦାଖଲ କରାଯିବା ସହିତ ୫୭ ହଜାର ୮୪୬ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା । ଏହି ତଥ୍ୟ ଦର୍ଶାଉଛି ଯେ ଜିଏସଟିଏନ ଦ୍ବାରା ପରିଚାଳିତ ଜିଏସଟି ପୋର୍ଟାଲ ସମ୍ପୂର୍ଣ୍ଣ ଭାବେ ସ୍ଥିର ଏବଂ ଏବଂ ବାଧାମୁକ୍ତ ପ୍ରଦର୍ଶନ କରୁଛି । ସେପ୍ଟେମ୍ବର ମାସରେ ଆଉ ଏକ ଉପଲବ୍ଧି ହାସଲ କରାଯାଇଛି ।  ୩୦ ସେପ୍ଟେମ୍ବର ୨୦୨୨ ଦିନ ଜିଏସଟି ପୋର୍ଟାଲରେ ୧.୧ କୋଟି ଇ-ୱେ ବିଲ ଏବଂ ଇନଭଏସ (୭୨.୯୪ ଇ-ଇନଭଏସ ଏବଂ ୩୭.୭୪ ଲକ୍ଷ ଇ-ୱେ ବିଲ) ଜାରି ହୋଇଛି ।

ତଳେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷର ମାସିକ ସକଳ ଜିଏସଟି ରାଜସ୍ବ ସଂଗ୍ରହର ଧାରା ପ୍ରଦର୍ଶିତ ହୋଇଛି । ସେପ୍ଟେମ୍ବର ୨୦୨୧ ତୁଳନାରେ ସେପ୍ଟେମ୍ବର ୨୦୨୨ରେ ପ୍ରତ୍ୟେକ ରାଜ୍ୟରେ ସଂଗୃହିତ ଜିଏସଟି ଆଦାୟର ରାଜ୍ୟୱାରୀ ତଥ୍ୟ ପ୍ରଦାନ କରାଗଲା।

 

 

State-wise growth of GST Revenues during September 2022

State

Sep-21

Sep-22

Growth

Jammu and Kashmir

377

428

13%

Himachal Pradesh

680

712

5%

Punjab

1,402

1,710

22%

Chandigarh

152

206

35%

Uttarakhand

1,131

1,300

15%

Haryana

5,577

7,403

33%

Delhi

3,605

4,741

32%

Rajasthan

2,959

3,307

12%

Uttar Pradesh

5,692

7,004

23%

Bihar

876

1,466

67%

Sikkim

260

285

9%

Arunachal Pradesh

55

64

16%

Nagaland

30

49

61%

Manipur

33

38

17%

Mizoram

20

24

22%

Tripura

50

65

29%

Meghalaya

120

161

35%

Assam

968

1,157

20%

West Bengal

3,778

4,804

27%

Jharkhand

2,198

2,463

12%

Odisha

3,326

3,765

13%

Chattisgarh

2,233

2,269

2%

Madhya Pradesh

2,329

2,711

16%

Gujarat

7,780

9,020

16%

Daman and Diu

0

0

-38%

Dadra and Nagar Haveli

304

312

3%

Maharashtra

16,584

21,403

29%

Karnataka

7,783

9,760

25%

Goa

319

429

35%

Lakshadweep

0

3

731%

Kerala

1,764

2,246

27%

Tamil Nadu

7,842

8,637

10%

Puducherry

160

188

18%

Andaman and Nicobar Islands

20

33

69%

Telangana

3,494

3,915

12%

Andhra Pradesh

2,595

3,132

21%

Ladakh

15

19

27%

Other Territory

132

202

53%

Center Jurisdiction

191

182

-5%

Grand Total

86,832

1,05,615

22%

 

******

P.S.


(ରିଲିଜ ଆଡି: 1864160) ପରିଦର୍ଶକ କାଉଣ୍ଟର : 368
ଏହି ରିଲିଜ ପଢନ୍ତୁ : English , Tamil , Telugu , Urdu , Marathi , हिन्दी