ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟର ଅମ୍ବାଜୀଠାରେ ବିଭିନ୍ନ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 30 SEP 2022 10:53PM by PIB Bhubaneshwar

ବୋଲ ମାରୀ ମାଁ, ‘ବୋଲ ମାରୀ ମାଁ,

ଜୟ ମା ଅମ୍ବେ!

ଆଜି ହେଉଛି ମାଆଙ୍କର ପଂଚମ ସ୍ୱରୂପ, ସ୍କନ୍ଦମାତାଙ୍କ ପୂଜାର ଦିନ ଏହି ଶୁଭ ଅବସରରେ ଆଜି ମାଆ ଅମ୍ବେଙ୍କ ଦର୍ଶନ ଏବଂ ପୂଜନ କରିବାର ସୌଭାଗ୍ୟ ମିଳିଛି ଅମ୍ବାଜୀରେ ମାତାଙ୍କ ଦର୍ଶନ କରିବା ପାଇଁ ଏକ ପ୍ରକାରରେ, ମୁଁ କହିବି ଯେ ମାଆଙ୍କ କୋଳରେ ଆମର ଜୀବନ ଅତିବାହିତ ହୋଇଛି, ଆପଣ ସମସ୍ତଙ୍କର ମଧ୍ୟ ଅତିବାହିତ ହୋଇଛି ଆଉ ଆମେ ସମସ୍ତେ  ଅନୁଭବ କରିଥାଉ, ଯେତେବେଳେ ମଧ୍ୟ ଏଠାକୁ ଆସିଥାଉ ଏକ ନୂତନ ଉର୍ଜ୍ଜା, ନୂତନ ପ୍ରେରଣା ନେଇକରି ଯାଇଥାଉ, ନୂଆ ବିଶ୍ୱାସ ନେଇକରି ଯାଇଥାଉ ଚଳିତ ଥର ଏଭଳି ସମୟରେ ଏଠାକୁ ଆସିଛି, ଯେତେବେଳେ ଦେଶ ବିକଶିତ ଭାରତର ବିରାଟ ସଂକଳ୍ପ ନେଇଛି 130 କୋଟି ଦେଶବାସୀ ସଂକଳ୍ପ ନେଇଛନ୍ତି ଯେ 25 ବର୍ଷ ଭିତରେ ଆମେ ହିନ୍ଦୁସ୍ତାନକୁ ବିକଶିତ ରାଷ୍ଟ୍ରରେ ପରିଣତ କରି ରହିବୁ ମାଆ ଅମ୍ବାଙ୍କ ଆଶୀର୍ବାଦରୁ ଆମକୁ ଆମର ସମସ୍ତ ସଂକଳ୍ପ ଗୁଡିକର ସିଦ୍ଧି ପାଇଁ ଶକ୍ତି ମିଳିବ, ବଳ ମିଳିବ ଏହି ପବିତ୍ର ଅବସରରେ ମୋତେ ବନାସକାଣ୍ଠା ସହିତ ଗୁଜରାଟର ଅନେକ ଜିଲ୍ଲାକୁ ହଜାର- ହଜାର କୋଟି ଟଙ୍କାର ଯୋଜନା ଗୁଡିକର ଉପହାର ଦେବାର ସୁଯୋଗ ମଧ୍ୟ ମିଳିଛି ଆଜି ଯେଉଁ 45 ହଜାରରୁ ଅଧିକ ଘରର ଲୋକାର୍ପଣ ଏବଂ ପ୍ରାୟ ଲୋକର୍ପଣ ଶିଳାନ୍ୟାସକୁ ମିଶାଇ ଦେବା ତେବେ 61 ହଜାର, ସେହି ସମସ୍ତ ହିତାଧିକାରୀଙ୍କୁ ମୋ ତରଫରୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ସେହି ଭଉଣୀମାନଙ୍କୁ ଶୁଭକାମନା, ବିଶେଷ କରି ଯେଉଁମାନଙ୍କୁ ଆଜି ନିଜର ଘର ମିଳିଛି ଚଳିତ ଥରର ଦିୱାଲୀ ଆପଣ ସମସ୍ତେ ନୂତନ ଘରେ ପାଳନ କରିବେ, ସ୍ୱୟଂ ନିଜର ଘରେ ପାଳନ କରିବେ ଆମକୁ ଆନନ୍ଦ ହେବ ନା ହେବ ନାହିଁ, ନିଜ ଘରେ ଦିୱାଲୀ ପାଳନ କରିବା କଥା କୁହାଯାଏ, ଯେଉଁମାନେ ନୂଆଣିଆ ଚାଳଘରେ ବୋ ଝୋପଡୀରେ ନିଜର ଜୀବନ ବିତାଇଛନ୍ତି, ଏବେ ସେମାନେ ନିଜ ପକ୍କା ଘରେ ଦିୱାଲୀ ପାଳନ କରିବେ, ତେବେ ଏହା ତାଙ୍କ ଜୀବନରେ ସବୁଠାରୁ ବଡ଼ ଦିୱାଲୀ ହେବ ନା ହେବ ନାହିଁ

ଭାଇ ଭଉଣୀମାନେ,

ଯେତେବେଳେ ଆମେ ନାରୀ ସମ୍ମାନର କଥା କହୁଛେ, ସେତେବେଳେ ଆମ ପାଇଁ ଏହା ବହୁତ ସହଜ କଥା ଲାଗୁଛି କିନ୍ତୁ ଆମେ ଯେତେବେଳେ ଗମ୍ଭୀରତାର ସହିତ ଏହା ଉପରେ ବିଚାର କରୁଛେ, ସେତେବେଳେ ପାଇଥାଉ ଯେ ଆମ ସଂସ୍କାରଗୁଡ଼ିକରେ ନାରୀର ସମ୍ମାନ କେତେ ପରିମାଣରେ ଅସ୍ଥି ମଜ୍ଜା ହୋଇ ରହିଛି ସାରା ବିଶ୍ୱରେ ଯେଉଁ ଶକ୍ତିଶାଳୀ ଲୋକ ରହିଥାଆନ୍ତି, ଯେଉଁଠାରେ ଶକ୍ତିର ଚର୍ଚ୍ଚା ହୋଇଥାଏ, ତାଙ୍କ ସହିତ ତାଙ୍କ ପିତାଙ୍କର ନାମ ଯୋଡ଼ି ହୋଇଥାଏ ଆପଣମାନେ ଶୁଣିଥିବେ ଯେ ସେ ଅମୁକ ଭାଇଙ୍କ ପୁଅ ହେଉଛି ବାହାଦୂର, ଏପରି କୁହନ୍ତି କି ନାହିଁ ଭାରତରେ ଆମର ବୀର ପୁରୁଷଙ୍କ ସହିତ ମାଆର ନାମ ଯୋଡ଼ା ଯାଇଛି ମୁଁ ଉଦାହରଣ ଦେଉଛି, ଆପଣ ମଧ୍ୟ ଚିନ୍ତା କରନ୍ତୁ, ଅର୍ଜୁନ, ମହାନ ବୀର ପୁରୁଷ ଥିଲେ, କିନ୍ତୁ କେବେ ଆମେ ଏହା ଶୁଣିନାହେଁ ଯେ ପାଣ୍ଡୁ ପୁତ୍ର ଅର୍ଜୁନ, ଲୋକ ଏଭଳି କୁହନ୍ତି ନାହିଁ, ଲୋକ କୁହନ୍ତି ଆମେ ଯେବେ ହେଲେ ମଧ୍ୟ ଶୁଣୁଛୁ ତାଙ୍କ ନାମ ପାର୍ଥ ବୋଲି ଶୁଣିଛୁ, ଏହି ପାର୍ଥ ହେଉଛି କିଏ ? ଯିଏ ହେଉଛନ୍ତି  ପୃଥା ଅର୍ଥାତ କୁନ୍ତିଙ୍କର ପୁତ୍ର ଯେତେବେଳେ ଅର୍ଜୁନଙ୍କ ବର୍ଣ୍ଣନା ଆସିଥାଏ, ତେବେ କୌନ୍ତେୟଙ୍କ ପୁତ୍ର କୁନ୍ତିପୁତ୍ରଙ୍କ ନାମରେ ମଧ୍ୟ ଜଣା ଯାଆନ୍ତି ଏହିଭଳି ଭାବେ ଭଗବାନ ଶ୍ରୀ କୃଷ୍ଣ, ସର୍ବଶକ୍ତିମାନ ତାଙ୍କର ମଧ୍ୟ ଯେତେବେଳେ ପରିଚୟ ଦିଆ ଯାଇଥାଏ ତେବେ ଦେବକୀ ନନ୍ଦନ କହୁଛନ୍ତି ଦେବକୀଙ୍କ ପୁତ୍ର କୃଷ୍ଣ, ଏହିଭଳି ଭାବେ କୁହନ୍ତି ହନୁମାନଜୀଙ୍କ କଥା ଆସିଥାଏ ତେବେ ହନୁମାନ ଜୀଙ୍କୁ ମଧ୍ୟ, ହନୁମାନ ଜୀଙ୍କଠାରୁ କୌଣସି ବଡ଼ ବୀରଙ୍କ କଥା ଆମେ କେବେ ଶୁଣି ନାହୁଁ, କିନ୍ତୁ ତାଙ୍କର ମଧ୍ୟ କଥା ଆସିଥାଏ ତେବେ କୁହନ୍ତି ଅଞ୍ଜନୀ ପୁତ୍ର ହନୁମାନ ଅର୍ଥାତ ମାଆଙ୍କ ନାମ ସହିତ ଆମ ଦେଶରେ ବୀରମାନଙ୍କର ନାମ, ଏହା ମାଆଙ୍କର ନାମର ଗୁରୁତ୍ୱକୁ, ନାରୀର ମାହାତ୍ମ୍ୟକୁ, ସ୍ତ୍ରୀ ଶକ୍ତିର ମାହାତ୍ମ୍ୟ ଆମକୁ ଆମର ସଂସ୍କାରର ପୁଞ୍ଜିର ସହିତ ଆମକୁ ମିଳିଛି କେବଳ ଏତିକି ନୁହେଁ, ଏହା ହେଉଛି ଆମର ସଂସ୍କାର, ଯେ ଆମେ ଆମ ଦେଶ ଭାରତକୁ ମଧ୍ୟ ମାଆ ରୂପରେ ଦେଖୁଛୁ, ନିଜକୁ ମାଆ ଭାରତୀର ସନ୍ତାନ ବୋଲି ମାନୁଛୁ

ସାଥୀଗଣ,

ଏହି ମହାନ ସଂସ୍କୃତି ସହିତ ଜଡ଼ିତ ହୋଇଥିବା ସତ୍ୱେ ମଧ୍ୟ ଆମ ଦେଶରେ ଏହା ମଧ୍ୟ ଆମେ ଦେଖିଛୁ, ଯେ ଘରର ସମ୍ପତି ଉପରେ, ଘରର ଆର୍ଥିକ ନିଷ୍ପତି ଗୁଡ଼ିକ ଉପରେ, ଅଧିକାଂଶରେ ଅଧିକାର ପିତାଙ୍କର କିମ୍ବା ପୁତ୍ରଙ୍କର ରହିଥାଏ ଆମ ସମସ୍ତଙ୍କୁ ଜଣାଅଛି ଘର ରହିଥିବ ତେବେ ପୁରୁଷଙ୍କ ନାମରେ, ଗାଡ଼ି ରହିଥିବ ତେବେ ପୁରୁଷଙ୍କ ନାମରେ, ଦୋକାନ ରହିଥିବ ତେବେ ପୁରୁଷଙ୍କ ନାମରେ, କ୍ଷେତ ରହିଥିବ ତେବେ ପୁରୁଷଙ୍କ ନାମରେ ମହିଳାଙ୍କ ନାମରେ କିଛି ଥାଏ, ଆଉ ଯେତେବେଳେ ସ୍ୱାମୀ ଚାଲି ଯାଆନ୍ତି ତେବେ ସବୁକିଛି ପୁତ୍ର ନାମରେ ହୋଇ ଯାଇଥାଏ ଆମେ ନିଷ୍ପତି ନେଇଛୁ ଯେ ପ୍ରଧାନମନ୍ତ୍ରୀ ଆବାସ ଯାହା ଆମେ ଦେବୁ, ଦୀନଦୟାଲ ଆବାସ ଯାହା ଆମେ ଦେବୁ ସେଥିରେ ମାତାଙ୍କର ମଧ୍ୟ ନାମ ରହିବ ଏଥିପାଇଁ 2014 ପରଠାରୁ ଆମେ ନିଷ୍ପତି ନେଇଛୁ ଯେ ଗରିବଙ୍କୁ ସରକାର ଯେଉଁ ପକ୍କା ଘର ତିଆରି କରି ଦେଉଛନ୍ତି, ତାହା ମାଆଙ୍କ ନାମରେ ହେବ କିମ୍ବା ପୁଣି ମାଆ ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ହେବ, ମାଆ କିମ୍ବା ତାଙ୍କ ପୁଅଙ୍କ ନାମରେ ସଂଯୁକ୍ତ ନାମରେ ହେବ ପର୍ଯ୍ୟନ୍ତ ଦେଶରେ ଗରିବଙ୍କୁ 3 କୋଟିରୁ ଅଧିକ ଘର ତିଆରି କରି ଆମେ ଗରିବମାନଙ୍କୁ ଦେଇଛୁ ଯେଉଁ ଖୁସି ଆପଣ ଯେଉଁ ଲୋକମାନଙ୍କର ଚେହେରାରେ ଦେଖୁଥିଲେ ନା ଏହି ଦେଶର 3 କୋଟି ଲୋକଙ୍କୁ ଘର ମିଳିଛି ଆଉ ଏମିତି ହିଁ ଖୁସି ସେମାନଙ୍କର ଚେହେରାରେ ଆଜି ନଜର ଆସୁଛି ଆଉ ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ଘର ଗୁଡ଼ିକର ମାଲିକାଣୀ ହେଉଛନ୍ତି, ମାଆମାନେ ଭଉଣୀମାନେ ନିଜର ଘର ହେବା କାରଣରୁ, ଏବେ ଯେଉଁ ଘର ମିଳିଛି ନା, ଏହି ଘରର ଯେଉଁ ମୂଲ୍ୟ ହେଉଛି ତେବେ ସେଥିପାଇଁ ସମସ୍ତ ଭଉଣୀ ଲକ୍ଷପତି ହୋଇ ଯାଇଛନ୍ତି, ପଛରେ ବସିଥିବା ଆପଣ ସମସ୍ତଙ୍କୁ ଠିକ ଭାବେ ଶୁଣା ଯାଉଛି ମୁଁ ଗୁଜରାଟ ସରକାରଙ୍କୁ ଶୁଭେଚ୍ଛା ଜଣାଇବି ଯେ ସେ ପ୍ରତ୍ୟେକ ଗରିବଙ୍କୁ ପକ୍କା ଘର ଦେବାର ଅଭିଯାନକୁ ଦ୍ରୁତ ଗତିରେ ପୂରଣ କରିବାରେ ଲାଗି ପଡ଼ିଛନ୍ତି ମୁଁ ଭୁପେନ୍ଦ୍ର ଭାଇଙ୍କୁ ଧନ୍ୟବାଦ ଜଣାଉଛି ଗତ ବର୍ଷ ହିଁ ଗୁଜରାଟରେ ଦେଢ଼ ଲକ୍ଷ ଘର ସମ୍ପୂର୍ଣ୍ଣ ହୋଇ ସାରିଛି ପାର୍ବଣର ଏହି ଋତୁରେ ଗରିବ ପରିବାରର ଭଉଣୀମାନଙ୍କୁ ନିଜର ରୋଷେଇ କରିବାରେ ସମସ୍ୟା ହେଉ, ଏଥିପାଇଁ ସରକାର ମାଗଣା ରାସନ ଯୋଜନାକୁ ମଧ୍ୟ ଆଗାମୀ ତିନି ମାସ ପାଇଁ ଆହୁରି ବଢ଼ାଇ ଦେଇଛନ୍ତି ଅସୁବିଧା ସମୟରେ ଦେଶର 80 କୋଟିରୁ ଅଧିକ ସାଥୀଙ୍କୁ ଆଶ୍ୱାସନା ଦେବା ଭଳି ଏହି ଯୋଜନା ଉପରେ କେନ୍ଦ୍ର ସରକାର ପ୍ରାୟତଃ 4 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବିଗତ 2 ଦଶକ ଧରି ମାଆ- ଭଉଣୀମାନଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରିବାର ବହୁତ ବଡ଼ ସୌଭାଗ୍ୟ ମୋତେ ମିଳିଛି ବନାସକାଣ୍ଠା ଏହାର ବହୁତ ବଡ଼ ସାକ୍ଷୀ ହୋଇ ରହିଛି ମୋତେ ବହୁତ କଷ୍ଟ ହେଉଥିଲା ଯେ ଯେଉଁଠି ମାତା ଅମ୍ବାଜୀ ଆଉ ମାତା ନଚ୍ଚେଶ୍ୱରୀ ଦେବୀ ବିରାଜମାନ ଅଛନ୍ତି, ସେଠାରେ ଝିଅମାନଙ୍କର ପାଠପଢ଼ାକୁ ନେଇ ଆମେ କାହିଁକି ପଛରେ ରହିଛୁ? ଏଥିପାଇଁ ଯେତେବେଳେ ମୁଁ ମାଆ ନର୍ମଦାଙ୍କ ଠାରୁ ବନାସକାଣ୍ଠାର ବିଲ-ବାଡିକୁ ସବୁଜିମାଭରା କରିବାର ପ୍ରଣ ନେଇଥିଲି, ସେତେବେଳେ ଆପଣଙ୍କ ଠାରୁ ମଧ୍ୟ ମୁଁ ମାଆ ସରସ୍ୱତୀଙ୍କୁ ମଧ୍ୟ ଘରେ ସ୍ଥାନ ଦେବା ପାଇଁ ଅନୁରୋଧ କରିଥିଲି ମୋର ସ୍ମରଣ ରହିଛି ମୁଁ ଭଉଣୀମାନଙ୍କୁ ବାରମ୍ବାର କହୁଥିଲି ଯେ ଝିଅମାନେ ପାଠ ପଢ଼ିବେ ନାହିଁ, ସେତେବେଳେ ମାଆ ସରସ୍ୱତୀ ଘରକୁ ଆସିବେ ନାହିଁ ଯେଉଁଠାରେ ସରସ୍ୱତୀ ରହିବେ, ସେଠାରେ ଲକ୍ଷ୍ମୀଜୀ କେବେହେଲେ ମଧ୍ୟ ପାଦ ରଖନ୍ତି ନାହିଁ ମୁଁ ଖୁସି ଯେ ବନାସକାଣ୍ଠାର ଭଉଣୀମାନେ, ଆଦିବାସୀ ପରିବାରଗୁଡ଼ିକ ମୋର ଅନୁରୋଧକୁ ସ୍ୱୀକାର କଲେ ଆଜି ମାଆ ନର୍ମଦାଙ୍କ ଜଳ ଏଠାକାର ଭାଗ୍ୟକୁ ବଦଳାଉଛି, ସେତେବେଳେ ଝିଅମାନେ ମଧ୍ୟ ଖୁବ ଆଗ୍ରହର ସହିତ ସ୍କୁଲ କଲେଜକୁ ମଧ୍ୟ ଯାଉଛନ୍ତି କୁପୋଷଣ ବିରୋଧରେ ହେଉଥିବା ଲଢ଼େଇରେ ମଧ୍ୟ ବନାସକାଣ୍ଠା ବହୁତ ସହଯୋଗ ପ୍ରଦାନ କରିଛି ପ୍ରସୂତି ସମୟରେ ମାଆମାନଙ୍କୁ (ଖାଦ୍ୟ) ସୁଖଡ଼ି ବିତରଣର କାର୍ଯ୍ୟକ୍ରମ ହେଉ କିମ୍ବା ଦୁଗ୍ଧ ଦାନ କରିବାର ଅଭିଯାନ, ବନାସକାଣ୍ଠା ସଫଳତାର ସହିତ ଏହାକୁ ଆଗକୁ ବଢ଼ାଇଛି

ଭାଇ ଭଉଣୀମାନେ,

ଆମେମାନେ ଏଠାରେ ମାତୃସେବାର ଯେଉଁ ସଂକଳ୍ପ ନେଇଛୁ, 2014 ପରେ ଏଥି ନିମନ୍ତେ ସମଗ୍ର ଦେଶରେ କାର୍ଯ୍ୟ ଚାଲୁ ରହିଛି ମାଆ- ଭଉଣୀ- ଝିଅମାନଙ୍କ ଜୀବନର ପ୍ରତ୍ୟେକ କଷ୍ଟ, ପ୍ରତ୍ୟେକ ଅସୁବିଧା, ପ୍ରତ୍ୟେକ ବାଧାବିଘ୍ନକୁ ଦୂର କରିବା ପାଇଁ, ସେମାନଙ୍କୁ ଭାରତର ବିକାଶ ଯାତ୍ରାର ସାରଥୀ କରାଯାଉଛି ବେଟୀ ବଚାଓ- ବେଟୀ ପଢ଼ାଓରୁ ନେଇ ଦେଶର ସେନାରେ ଝିଅମାନଙ୍କର ସମ୍ପୂର୍ଣ୍ଣ ଭାଗିଦାରୀ ପର୍ଯ୍ୟନ୍ତ, ଝିଅମାନଙ୍କ ପାଇଁ ସୁଯୋଗର ଦ୍ୱାର ଉନ୍ମୁକ୍ତ କରାଯାଉଛି ଶୌଚାଳୟ ହେଉ, ଗ୍ୟାସ ସଂଯୋଗ ହେଉ, ହର୍ ଘର୍ ଜଲ୍ ହେଉ, ଜନ- ଧନ ଖାତା ହେଉ, ମୁଦ୍ରା ଯୋଜନା ମାଧ୍ୟମରେ ମିଳୁଥିବା ବିନା ଗ୍ୟାରେଂଟିର ଋଣ ହେଉ, କେନ୍ଦ୍ର ସରକାରଙ୍କର ପ୍ରତ୍ୟେକ ବଡ଼ ଯୋଜନାର କେନ୍ଦ୍ରରେ ଦେଶର ମାତୃଶକ୍ତି ରହିଛନ୍ତି, ନାରି ଶକ୍ତି ରହିଛନ୍ତି

ସାଥୀଗଣ,

ଯେତେବେଳେ ମାଆ ସୁଖୀ ହୋଇଥାଏ, ସେତେବେଳେ ପରିବାର ସୁଖୀ ହୋଇଥାଏ, ଯେତେବେଳେ ପରିବାର ସୁଖୀ ହୋଇଥାଏ, ସେତେବେଳେ ସମାଜ ସୁଖୀ ହେଇଥାଏ, ଆଉ ଯେତେବେଳେ ସମାଜ ସୁଖୀ ହୋଇଥାଏ ତେବେ ଦେଶ ସୁଖୀ ହୋଇଥାଏ ମୋର ଭାଇମାନେ ଏହା ହେଉଛି ସଠିକ ବିକାଶ, ଏହି ବିକାଶ ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ ଆପଣମାନେ ମୋତେ କୁହନ୍ତୁ, ଏଠାରେ ମନ୍ଦିର ସମ୍ମୁଖରେ ଯେଉଁ ଏତେ ଗହଳି ହେଉଥିଲା, ଏଥିରୁ ମୁକ୍ତି ମିଳିବା ଦରକାର ଥିଲା କି ଦରକାର ଥିଲା? ସେଠାରେ ଶାନ୍ତିର ବାତାବରଣର ଆବଶ୍ୟକତା ରହିଥିଲା କି  ରହି ଥିଲା ? ମାର୍ବଲ  ନେଇ ଯେଉଁ ବଡ଼- ବଡ଼ ଟ୍ରକ ମନ୍ଦିର ସାମ୍ନା ଦେଇ ଯାଉଥିଲେ, ସେଗୁଡ଼ିକ ପାଇଁ ଭିନ୍ନ ରାସ୍ତାର ଆବଶ୍ୟକତା ରହିଥିଲା କି ରହି ଥିଲା? ଆଜି ନୂତନ ରେଳ ଲାଇନ ଏବଂ ବାଇପାସ ରୂପରେ ଆମେ ସମସ୍ତଙ୍କର ଏହି କାମନାକୁ ପୂରଣ କରୁଛୁ

ଭାଇ ଭଉଣୀମାନେ,

ଆଜି ମୁଁ ଆଉ ଏକ ଆଶ୍ଚର୍ଯ୍ୟର କଥା ଆପଣମାନଙ୍କୁ ଜଣାଇବି ଆପଣ ସମସ୍ତଙ୍କୁ ଏହା ଜାଣି ବଡ଼ ଆଶ୍ଚର୍ଯ୍ୟ ହେବ ଯେ ଆଜି ଯେଉଁ ତାରଙ୍ଗା ହିଲ- ଅମ୍ବାଜୀ- ଆବୁ ରୋଡ଼, ମେହସାନା ଯେଉଁ ରେଳ ଧାରଣାର ଶିଳାନ୍ୟାସ ହୋଇଛି ନା, ଦେଶ ଯେତେବେଳେ ପରାଧୀନ ଥିଲା, ଇଂରେଜମାନେ ଶାସନ କରୁଥିଲେ, ଇଂରେଜମାନଙ୍କ ସମୟରୁ ଏହି ରୋଳ ଧାରଣା ନିର୍ମାଣ କରିବାର ନିଷ୍ପତି ଇଂରେଜମାନେ 1930ରେ କରିଥିଲେ, ଅର୍ଥାତ ପ୍ରାୟ ଶହେ ବର୍ଷ ପୂର୍ବରୁ, ଫାଇଲ ପଡ଼ି ରହିଛି ଏହାର ପରିକଳ୍ପନା ଇଂରେଜମାନଙ୍କ ସମୟରେ ହୋଇଥିଲା ଅର୍ଥାତ ଏହି ଅଂଚଳରେ ରେଳ ଲାଇନର ଗୁରୁତ୍ୱ କେତେ ପରିମାଣରେ ରହିଥିଲା, ରେଳ ଲାଇନର ଆବଶ୍ୟକତା କେତେ ଥିଲା, ଏହି କଥା ଶହେ ବର୍ଷ ପୂର୍ବରୁ ଜଣା ପଡ଼ି ଯାଇଥିଲା କିନ୍ତୁ ସାଥୀଗଣ, ବୋଧହୁଏ ଏହି କାର୍ଯ୍ୟଟି ମଧ୍ୟ ପରମାତ୍ମା, ମାଆ ଅମ୍ବା ମୋତେ ହିଁ କରିବା ପାଇଁ କହିଥିବେ ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ ମଧ୍ୟ ଏହି କାର୍ଯ୍ୟଟି ହେଲା ନାହିଁ ସ୍ୱାଧୀନତାର ଏତେ ଦଶକ ପର୍ଯ୍ୟନ୍ତ ସେହି ଫାଇଲ ସଢ଼ିଲା ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ଏହା ପଛରେ ଲାଗିଥିଲି, ଏହାର ପ୍ରସ୍ତାବ ରଖିଥିଲି କିନ୍ତୁ ସେତେବେଳେ ଆମର କୌଣସି ଶୁଣାଣି ହୋଇ ଥିଲା, ଆଉ କେହି ସରକାରରେ ଥିଲେ ଏହା ହେଉଛି ଆମର ସୌଭାଗ୍ୟ ଯେ ଆଜି ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ କରୁଛି, ସେତେବେଳେ ଆମର ଡବଲ ଇଞ୍ଜିନର ସରକାରଙ୍କୁ ଏହାକୁ ମାତାଙ୍କ ଚରଣରେ ସମର୍ପିତ କରିବାର ସୁଯୋଗ ମିଳିଛି ଏହି ରେଳ ଲାଇନ ଦ୍ୱାରା ଏବଂ ବାଇପାସ ଦ୍ୱାରା ଗହଳି ଏବଂ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକରୁ ମଧ୍ୟ ମୁକ୍ତି ହିଁ ମିଳିବ, ଏହା ସହିତ ମାର୍ବଲ ଉଦ୍ୟୋଗକୁ ମଧ୍ୟ ବଳ ମିଳି ପାରିବ ୱେଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ କରିଡରର ଏକ ବହୁତ ବଡ଼ ଅଂଶ ଏହି ଅଂଚଳରେ ରହିଛି, ଯାହା ଆଜି ଚାଲୁ ହୋଇ ଯାଇଛି ଡେଡିକେଟେଡ୍ ଫ୍ରେଟ କରିଡରରୁ ଏଠାକାର ମାର୍ବଲ, ଆଉ ଯେଉଁ ଆମର କୃଷକ ଏଠାରେ ଆଳୁ ଚାଷ କରିବାରେ ଆଗ୍ରହର ସହିତ ଲାଗି ଯାଇଛନ୍ତି, ଏବେ ପନିପରିବାର ଫସଲ ଚାଷ କରୁଛନ୍ତି, ଟମାଟୋ ଚାଷ କରୁଛନ୍ତି ଆଉ ଦୁଗ୍ଧ ଉତ୍ପାଦନରେ ମଧ୍ୟ ପଛରେ ନାହାଁନ୍ତି ସମସ୍ତ ଜିନିଷ ଗୁଡ଼ିକ ପାଇଁ ବହୁତ ସହଜରେ ରାସ୍ତା ମିଳିଯିବ, ସହଜରେ ଏଗୁଡ଼ିକୁ ପହଂଚାଇବା ସରଳ ହୋଇଯିବ କୃଷକମାନଙ୍କୁ ବିଶେଷ ଲାଭ ଏଥିପାଇଁ ମଧ୍ୟ ହେବ କାରଣ ଆଗାମୀ ସମୟରେ ସ୍ୱତନ୍ତ୍ର କିଷାନ ରେଳ ମଧ୍ୟ ଏହିଠାରୁ ଚାଲିପାରେ

ଭାଇ ଭଉଣୀମାନେ,

ସବୁଠାରୁ ବଡ଼ ଲାଭ ଏଠାକାର ପର୍ଯ୍ୟଟନ ଉଦ୍ୟୋଗ ମାନଙ୍କୁ ହେବାକୁ ଯାଉଛି ଏଠାରେ ସ୍ୱୟଂ ମାଆ ଅମ୍ବାଜୀ ବିରାଜମାନ ଅଛନ୍ତି ଏବଂ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ଆମେ ଏଠାରେ 51 ଶକ୍ତିପୀଠର ମଧ୍ୟ ନିର୍ମାଣ କରିଥିଲୁ ମାଆ ଅମ୍ବା ସ୍ୱୟଂ ହେଉଛନ୍ତି 51 ଶକ୍ତିପୀଠ ମଧ୍ୟରୁ ଗୋଟିଏ ଆଉ ଆମେ ବିଶ୍ୱର ଯେଉଁ- ଯେଉଁଠାରେ ମାଆ ଅମ୍ବାଙ୍କ ବିରାଜିତ ସ୍ଥାନ ରହିଛି ତାହାର ପ୍ରତିମୂର୍ତି ଏଠାରେ ନିର୍ମାଣ କରିଛୁ ଅର୍ଥାତ ଏକ ପ୍ରକାରରେ ଏହି 51 ତୀର୍ଥ କ୍ଷେତ୍ରର ଯାତ୍ରା ଅମ୍ବାଜୀକୁ ଆସିବା ଦ୍ୱାରା ହୋଇଯାଇଥାଏ କିନ୍ତୁ ମୁଁ ଦେଖିଛି, ଏବେ ମଧ୍ୟ ଲୋକ ଏତେ ଦ୍ରୁତ ଗତିରେ ଏଠାକୁ ଆସୁଛନ୍ତି ଏବଂ ମାଆ ଅମ୍ବାଙ୍କ ଦର୍ଶନ କରି, ପୁଣି ପଳାଇ ଯାଉଛନ୍ତି ମୁଁ ଏଭଳି ସ୍ଥିତି ସୃଷ୍ଟି କରିବାକୁ ଚାହୁଁଛି ଯେ, ଯେଉଁମାନେ ଅମ୍ବାଜୀ ଆସିବେ ସେମାନଙ୍କୁ ଏଠାରେ ଦୁଇ- ତିନି ଦିନ ରହିବାକୁ ପଡିବ, ଏତେ ସମସ୍ତ କଥା ମୋତେ ପ୍ରସ୍ତୁତ କରି ଦେବାର ଅଛି, ଫଳରେ ଏଠାକାର ସମ୍ପୂର୍ଣ୍ଣ ଦୈନିକ ରୋଜଗାର ବୃଦ୍ଧି ପାଇବ ଦେଖନ୍ତୁ ପାଖରେ ଗବର, ଏବେ ଆମେ ଗବରକୁ ବଦଳାଉଛୁ, ଆପଣମାନଙ୍କୁ ଦୃଷ୍ଟି ଗୋଚର ହେଉଥିବ କେହି କେବେ ଭାବିଥିଲା କି? ଆଜି ଗବର ତୀର୍ଥ କ୍ଷେତ୍ରର ବିକାଶ ପାଇଁ ମୁଁ ଗୁଜରାଟ ସରକାରଙ୍କୁ ବହୁତ ପ୍ରଶଂସା କରୁଛି ଏବେ ଅଜିତନାଥ ଜୈନ ମନ୍ଦିର, ତରାଙ୍ଗା ପାହାଡ, ତାହାର ଦର୍ଶନ ମଧ୍ୟ ସହଜ ହୋଇଯିବ ଯେଭଳି ପାଲିତଲାର ଗୁରୁତ୍ୱ ବଢି ଯାଇଛି, ସେହିପରି ତରାଙ୍ଗା ପାହାଡର ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଇବ ଏହା ଆପଣ ଲେଖିକରି ରଖନ୍ତୁ ଟ୍ରେନ ଚାଲିବ ତେଣୁ ଅଧିକ ତୀର୍ଥଯାତ୍ରୀ ଏଠାକୁ ଆସିବେ, ହୋଟେଲ- ଗେଷ୍ଟ ହାଉସ, ଦୋକାନ- ଢାବା ବାଲାଙ୍କର ଅର୍ଥାତ ସେମାନଙ୍କର ଆୟ ବଢିବ ଛୋଟ- ଛୋଟ ଦୋକାନୀମାନଙ୍କୁ କାମ ମିଳିବ ଯୁବକମାନଙ୍କ ପାଇଁ ଗାଇଡଠାରୁ ଆରମ୍ଭ କରି ଟ୍ୟାକ୍ସି ସେବା ପର୍ଯ୍ୟନ୍ତ ନୂତନ ସୁଯୋଗ ମିଳିବ ଆଉ ଧରାଇ ଡ୍ୟାମଠାରୁ ନେଇ ଅମ୍ବାଜୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଂଚଳକୁ ମୋତେ ବିକଶିତ କରିବାର ଅଛି ଯେଭଳି ଆପଣ ଏକତାର ପ୍ରତିମୂର୍ତି (ଷ୍ଟାଚ୍ୟୁ ଅଫ୍ ୟୁନିଟି)କୁ ଯାଇ ଦେଖୁଛନ୍ତି, ସେହିଭଳି ମୁଁ ଏଠାରେ କରିବାକୁ ଚାହୁଁଛି ସମ୍ପୂର୍ଣ୍ଣ ଏକ କ୍ଷେତ୍ର, ଧରାଇ ଡ୍ୟାମରେ ଜଳ କ୍ରୀଡା (ୱାଟର ସ୍ପୋର୍ଟ୍ସ)କୁ ନେଇ ସମ୍ଭାବନା ରହିଛି, ଏବେ ତାହାକୁ ମଧ୍ୟ ଆହୁରି ବିସ୍ତାର ମିଳିବ

ଭାଇ ଭଉଣୀମାନେ,

ଗୋଟିଏ ପକ୍ଷରେ ଆସ୍ଥା ଏବଂ ଉଦ୍ୟୋଗ ଗୁଡିକର ପଥ ରହିଛି ଅନ୍ୟ ପଟେ ଆମର ସୀମା ରହିଛି, ଯେଉଁଠାରେ ଆମର ବୀର ଜବାନ ରାଷ୍ଟ୍ର ରକ୍ଷା ନିମନ୍ତେ ମୁତୟନ ହୋଇଛନ୍ତି ନିକଟରେ ସରକାର ସୁଇଗାମ ଅଂଚଳରେ ସୀମା ଦର୍ଶନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଏହି ପ୍ରୟାସ ରହିଛି ଯେ, ସାରା ଦେଶର ଲୋକ ଏଠାକୁ ଆସି ସିଧାସଳଖ ଆମର ବିଏସଏଫର ଜବାନଙ୍କର ଅନୁଭବକୁ ଦେଖନ୍ତୁ, ଜାଣି ପାରନ୍ତୁ ଏହି ପ୍ରକଳ୍ପ ରାଷ୍ଟ୍ରୀୟ ଏକତାର ପଂଚ ପ୍ରଣକୁ ମଧ୍ୟ ଶକ୍ତି ଦେବା ଭଳି, ଆଉ ଏଠାରେ ପର୍ଯ୍ୟଟନ ସହିତ ଜଡ଼ିତ ନୂତନ ରୋଜଗାର ମଧ୍ୟ ସୃଷ୍ଟି କରିବ ମିଠା-ଥରାଦ-ଡିସା ସଡ଼କ ପ୍ରଶସ୍ତ ହେବା ଦ୍ୱାରା ମଧ୍ୟ ଏହି ପ୍ରକଳ୍ପକୁ ଶକ୍ତି ମିଳିବ ଡିସାରେ ବାୟୁସେନା ଷ୍ଟେସନର ରନ୍- ୱେ ଏବଂ ଅନ୍ୟାନ୍ୟ ଭିତିଭୂମି ନିର୍ମାଣ ହେବା ଦ୍ୱାରା ଆମର ବାୟୁସେନାର ଶକ୍ତି ମଧ୍ୟ ଏହି କ୍ଷେତ୍ରରେ ବଢ଼ିବାକୁ ଯାଉଛି ରଣନୀତିକ ଦୃଷ୍ଟିକୋଣରୁ ଏହି ବାୟୁସେନା କେନ୍ଦ୍ର ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ଯେତେବେଳେ ଏତେ ବଡ଼ କେନ୍ଦ୍ର ଏଠାରେ ନିର୍ମାଣ ହେଉଛି, ସେତେବେଳେ ଆଖପାଖର ବ୍ୟାପାର- କାରବାର ମଧ୍ୟ ବଢ଼ିବ ଏଠାରେ କ୍ଷୀର-ଫଳ-ପନିପରିବା ଠାରୁ ନେଇ ଅନେକ ପ୍ରକାରର ଆବଶ୍ୟକତା ସୃଷ୍ଟି ହେବ ଯାହାଦ୍ୱାରା ଏଠାକାର କୃଷକ, ପଶୁପାଳକମାନଙ୍କୁ ସମସ୍ତଙ୍କୁ ମଧ୍ୟ ଲାଭ ମିଳିବା ସୁନିଶ୍ଚିତ

ଭାଇ ଭଉଣୀମାନେ,

ବିଗତ 2 ଦଶକର ନିରନ୍ତର ପ୍ରୟାସ ଫଳରେ ବନାସକାଣ୍ଠାର ଚିତ୍ର ବଦଳି ଯାଇଛି ନର୍ମଦାର ପାଣି, ସୁଜଳାମ- ସୁଫଳାମ ଏବଂ ବୁନ୍ଦା ଜଳସେଚନ ସ୍ଥିତିକୁ ବଦଳାଇବାରେ ବଡ଼ ଭୂମିକା ତୁଲାଇଛି ଏଥିରେ ଭଉଣୀମାନଙ୍କର ଭୂମିକା, ଏହି ଭୂମିକାରେ ଭଉଣୀମାନଙ୍କର କାର୍ଯ୍ୟ ବହୁତ ଅଗ୍ରଣୀ ରହିଛି ବନସକାଣ୍ଠାରେ କେବେ ଡାଳିମ୍ବର ଚାଷ ହେବ, ଅଙ୍ଗୁର ଚାଷ ହେବ, ଆଳୁ ଏବଂ ଟମାଟୋ ଏତେ ବ୍ୟାପକ ମାତ୍ରାରେ ଉତ୍ପାଦିତ ହେବ, କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଏହା କେହି ମଧ୍ୟ ଚିନ୍ତା କରି ଥିଲେ ଆଜି ଯେଉଁ ପ୍ରକଳ୍ପମାନ ଆରମ୍ଭ ହୋଇଛି, ତାହା କୃଷକ, ଯୁବକ, ମହିଳା ସମସ୍ତଙ୍କର ଜୀବନ ବଦଳାଇବାରେ କାର୍ଯ୍ୟ କରିବ ପୁଣିଥରେ ମାଆଙ୍କ ଚରଣରେ ବନ୍ଦନା କରି ଆପଣ ସମସ୍ତଙ୍କୁ ବିକାଶ ପ୍ରକଳ୍ପର ବହୁତ- ବହୁତ ଶୁଭେଚ୍ଛା ଆପଣମାନଙ୍କର ଭରପୂର ଆଶୀର୍ବାଦ ଆମକୁ ଏହିଭଳି ମିଳି ଚାଲିବ, ଏହି କାମନା ସହିତ ବହୁତ- ବହୁତ ଧନ୍ୟବାଦ ଆଉ ସର୍ବପ୍ରଥମେ ମୋତେ ଆପଣମାନଙ୍କୁ କ୍ଷମା ମାଗିବାର ଅଛି, କାରଣ ମୋତେ ଏଠାକୁ ଆସିବାରେ ବିଳମ୍ବ ହୋଇଗଲା, ମୋତେ ତାହାର ଅନୁମାନ ଥିଲା ମୋତେ ଲାଗୁଥିଲା ଯେ ଏଠାରୁ ସିଧା ବାହାରିବି ଆଉ ପହଂଚିଯିବି ରାସ୍ତାରେ ଏତେ ବଡ଼ ସଂଖ୍ୟାରେ ଗ୍ରାମବାସୀଙ୍କ ସହିତ ସାକ୍ଷାତ ହେଲା, ତେଣୁ ସ୍ୱାଭାବିକ ଭାବରେ ମୋର ମନ ହେଉଥିଲା କି ସେମାନଙ୍କ ପାଦ ଛୁଇଁବା ପାଇଁ ତେଣୁ ଏହିଭଳି କରି ମୋତେ ଏଠାରେ ପହଂଚିବାରେ ବିଳମ୍ବ ହୋଇଗଲା ସେଥିପାଇଁ ଆପଣ ସମସ୍ତଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଲା, ସେଥିପାଇଁ କ୍ଷମା ଚାହୁଁଛି କିନ୍ତୁ ନିଜର ବନାସକାଣ୍ଠାର ଭାଇମାନେ, ଆଉ ଏବେ ପାଖରେ ନିଜର ଖେଡ଼ବ୍ରହ୍ମା ମଧ୍ୟ ଅଛନ୍ତି, ଆମର ସାବରକାଣ୍ଠାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି ଆମେ ଏହାକୁ ବିକାଶ ଏବଂ ପ୍ରଗତିର ନୂତନ ଶିଖରରେ ପହଂଚାଇବାର ଅଛି ଆଉ ଏହା 25 ବର୍ଷର ବଡ଼ ସୁଯୋଗ ଆମ ପାଖରେ ଅଛି, ଆଜି ବିଶ୍ୱରେ ଲୋକମାନଙ୍କର ଭାରତ ପ୍ରତି ଆକର୍ଷଣ ବୃଦ୍ଧି ପାଉଛି ଆମକୁ ଏହି ସୁଯୋଗକୁ ହାତଛଡ଼ା କରିବାର ଅଛି କି? ଏହି  ସୁଯୋଗକୁ ଆମେ ଯିବାକୁ ଦେବା କି ? ପରିଶ୍ରମ କରିବାକୁ ପଡ଼ିବ ନା କରିବାକୁ ପଡ଼ିବ ନାହିଁ, ବିକାଶର କାର୍ଯ୍ୟରେ ଗୁରୁତ୍ୱ ଦେବାକୁ ପଡ଼ିବ ନା ପଡ଼ିବ ନାହିଁ ସମସ୍ତେ ସାଙ୍ଗ ହୋଇ ମିଳିମିଶି ଆଗକୁ ବଢ଼ିବାର ଅଛି ନା ନାହିଁ ଏହା କରିବା, ତେବେ ଯାଇ ପ୍ରଗତି ହେବ ଭାଇମାନେ ଆଉ ଏହି ପ୍ରଗତି କରିବା ପାଇଁ ଆପଣମାନେ ସଦା ସର୍ବଦା ସହଭାଗୀ ଏବଂ ସହଯୋଗ ଦେଇଛନ୍ତି ଏହା ହେଉଛି ମୋର ଶକ୍ତି, ଏହା ହେଉଛି ମୋର ପୁଞ୍ଜି ଆପଣମାନଙ୍କର ଏହିସବୁ ଆଶୀର୍ବାଦ ଆମକୁ ନୂଆ- ନୂଆ କିଛି କରିବା ପାଇଁ ପ୍ରେରଣା ଦେଇଥାଏ ଆଉ ଏଥିପାଇଁ ଏହି ମାତାଙ୍କ ଧାମରୁ ମୁଁ ଆପଣ ସମସ୍ତ ଗୁଜରାଟବାସୀଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି ବହୁତ- ବହୁତ ଧନ୍ୟବାଦ

*****

AH



(Release ID: 1864132) Visitor Counter : 133