ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅହମ୍ମଦାବାଦ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ


ଅହମ୍ମଦାବାଦ ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ

Posted On: 30 SEP 2022 3:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦ ଠାରେ ମେଟ୍ରୋ ରେଳ ସେବା ଉଦଘାଟନ କରିବା ସହ କାଳୁପୁର ଷ୍ଟେସନ ଠାରୁ ଦୂରଦର୍ଶନ କେନ୍ଦ୍ର ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଛନ୍ତି ।

ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ଗାନ୍ଧୀନଗର ଷ୍ଟେସନରୁ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ୨.ଠରେ ଯାତ୍ରା କରି ପ୍ରଧାନମନ୍ତ୍ରୀ କାଳୁପୁର ଷ୍ଟେସନ ଠାରେ ପହଂଚିଥିଲେ । ଏହି ଅବସରରେ ସେଠାରେ ଆୟୋଜିତ ମେଟ୍ରୋ ରେଳ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଓ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ମେଟ୍ରୋ ଯାତ୍ରା କାଳରେ ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀ, କ୍ରୀଡ଼ାବିତ ଓ ସାଧାରଣ ଯାତ୍ରୀ ମଧ୍ୟ ଯାତ୍ରା କରିଥିଲେ । ସେମାନଙ୍କ ସହ ସେ ଭାବ ବିନିମୟ କରିଥିଲେ । ଅନେକ ତାଙ୍କର ଅଟୋଗ୍ରାଫ ମଧ୍ୟ ନେଇଥିଲେ ।

ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପ ବହୁ ପ୍ରଣାଳୀଯୁକ୍ତ ଭିତ୍ତିଭୂମି ସଂଯୋଗୀକରଣ ନିମନ୍ତେ ଏକ ବିରାଟ ପ୍ରୋତ୍ସାହନ। ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ୩୨ କିଲୋମିଟର ହୋଇଥିବା ବେଳେ, ଏହାର ପୂର୍ବ-ପଶ୍ଚିମ କରିଡର ଆପରେଲ ପାର୍କ ଠାରୁ ଥଲତେଜ ପର୍ଯ୍ୟନ୍ତ ଓ ଉତ୍ତର-ଦକ୍ଷିଣ କରିଡ଼ର ମୋଟେରା ଠାରୁ ଗ୍ୟାସପୁର ପର୍ଯ୍ୟନ୍ତ ବ୍ୟାପ୍ତ । ଥଲତେଜ ବସ୍ତ୍ରାଲ ପଥ ପୂର୍ବ-ପଶ୍ଚିମ କରିଡ଼ରରେ ୧୭ଟି ଷ୍ଟେସନ ରହିଛି ।

ଏହି କରିଡ଼ରରେ ୬.୬ କିମି ଭୂତଳ ରେଳପଥ ଥିବାବେଳେ ଏଥିରେ ଛଅଟି ଷ୍ଟେସନ ରହିଛି । ବ୍ୟାସପୁରରୁ ମୋଟେରା ଷ୍ଟାଡିୟମକୁ ସଂଯୋଗ କରୁଥିବା ୧୯ କିମି ବ୍ୟାପୀ ଉତ୍ତର-ଦକ୍ଷିଣ କରିଡ଼ରରେ ୧୫ଟି ଷ୍ଟେସନ ରହିଛି । ସମ୍ପୂର୍ଣ୍ଣ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ୧୨,୯ଠଠ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

ଅତ୍ୟାଧୁନିକ ଭିତ୍ତିଭୂମି ଥିବା ଅହମ୍ମଦାବାଦ ମେଟ୍ରୋରେ ନୂତନ ସୁଡ଼ଙ୍ଗ ଉଚ୍ଚ ରେଳରାସ୍ତା, ସେତୁ, ଭୂତଳ ଷ୍ଟେସନ ଭବନ, ହାଲୁକା ରେଳ ଟ୍ରାକ ଇତ୍ୟାଦି ରହିଛି । ଏହି ମେଟ୍ରୋ ଟ୍ରେନ ଦକ୍ଷିଣ ପୂର୍ଣ୍ଣ ଟାଣିବା ପଦ୍ଧତି ଯୋଗୁ ଶତକଡ଼ା ୩ଠ - ୩୫ ଭାଗ ଶକ୍ତି ମଧ୍ୟ ବଂଚାଇ ପାରିବ । ଏହି ଟ୍ରେନ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗୁ ଯାତ୍ରୀମାନଙ୍କ ଯାତ୍ରା ମଧ୍ୟ ସୁଖଦ ହୋଇପାରିବ ।

 


SM/MB



(Release ID: 1863987) Visitor Counter : 181