ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଗୃହ ମନ୍ତ୍ରଣାଳୟ ଦ୍ବାରା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ଏବଂ ତାହାର ସହଯୋଗୀମାନଙ୍କୁ ବେଆଇନ୍ ସଙ୍ଗଠନ ଭାବେ ଘୋଷିତ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2022 9:03AM by PIB Bhubaneswar
ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ଏବଂ ଏହାର ସହଯୋଗୀ ସଙ୍ଗଠନ ବା ସହବନ୍ଧିତ ସଂସ୍ଥା ତଥା ଅଗ୍ରଣୀ ସଙ୍ଗଠନ ଗୁଡ଼ିକ ଗମ୍ଭୀର ଅପରାଧରେ ଲିପ୍ତ ଥିବା ଜଣାଯାଇଛି ଯେଉଁଥିରେ ଆତଙ୍କବାଦ ଏବଂ ସେଥିପାଇଁ ପାଣ୍ଠି ପ୍ରଦାନ, ନୃଶଂସ ହତ୍ୟା, ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଅସମ୍ମାନ, ସାର୍ବଜନୀକ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବା ଆଦି ସାମିଲ୍ ରହିଛି ଯାହାକି ଦେଶର ଅଖଣ୍ଡତା, ସୁରକ୍ଷା ଏବଂ ସାର୍ବଭୌମତ୍ବ ପାଇଁ ବିପଦ ଅଟେ।
ଏଥିପାଇଁ ଗୃହ ମନ୍ତ୍ରଣାଳୟ ଏହି ସଙ୍ଗଠନର ବେଆଇନ୍ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ ବୋଲି ବିଚାର କରି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ଏବଂ ତାହାର ସହଯୋଗୀ ସଙ୍ଗଠନ ବା ସହବନ୍ଧିତ ସଂସ୍ଥା ବା ଅଗ୍ରଣୀ ସଙ୍ଗଠନ ଗୁଡ଼ିକୁ ବେଆଇନ୍ କାର୍ଯ୍ୟ (ନିବାରଣ) ଅଧିନିୟମ 1967 ର ବ୍ୟବସ୍ଥା ଅନ୍ତର୍ଗତ ‘‘ବେଆଇନ୍ ସଙ୍ଗଠନ’’ ଘୋଷିତ କରିଛି ଯେଉଁଥିରେ ରେହାବ୍ ଇଣ୍ଡିଆ ଫାଉଣ୍ଡେସନ (ଆରଆଇଏଫ୍), କ୍ୟାମ୍ପସ୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ସିଏଫଆଇ), ଅଲ୍ ଇଣ୍ଡିଆ ଇମାମ୍ସ କାଉନ୍ସିଲ୍ (ଏଆଇଆଇସି), ନ୍ୟାସନାଲ୍ କନ୍ଫେଡରସନର ଅଫ୍ ହ୍ୟୁମାନ ରାଇଟ୍ସ ଅର୍ଗାନାଇଜେସନ (ଏନସିଏଚଆରଓ), ନ୍ୟାସନାଲ୍ ଓମେନ୍ସ ଫ୍ରଣ୍ଟ, ଜୁନିୟର ଫ୍ରଣ୍ଟ, ଏମ୍ପାୱାର ଇଣ୍ଡିଆ ଫାଉଣ୍ଡେସନ ଓ ରିହାବ୍ ଫାଉଣ୍ଡେସନ, କେରଳ ସାମିଲ୍ ରହିଛି।
ପିଏଫଆଇ ଉପରେ ପ୍ରତିବନ୍ଧକର ଗେଜେଟ୍ ଅଧିସୂଚନା ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
BS
(ରିଲିଜ ଆଡି: 1863123)
ପରିଦର୍ଶକ କାଉଣ୍ଟର : 318
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Gujarati
,
Tamil
,
Telugu
,
Kannada
,
Malayalam