ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଇଣ୍ଟରନ୍ୟାସନାଲ ସୋଲାର ଆଲାୟାନ୍ସ ଏବଂ ଅନ୍ତରାଷ୍ଟ୍ରୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ


ଏଭଳି ଚିନ୍ତାଧାରା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ ୨୦୨୨ ମେ ମାସରେ ପ୍ରତିପାଦନ କରିଥିଲେ ।

୨୦୨୨ ସୁଦ୍ଧା ଭାରତ ୧୭୫ ଗିଗାୱାଟ ନବୀକରଣ ଶକ୍ତି ସ୍ଥାପିତ କରିବା ତଥା ୨୦୩୦ ସୁଦ୍ଧା ଉତ୍ସର୍ଜନ ମାତ୍ରାରେ ୩୩-୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ଲକ୍ଷ୍ୟ ହାସଲ କରିବାକୁ ସ୍ଥିର କରିଛି

Posted On: 28 SEP 2022 9:00AM by PIB Bhubaneshwar

ମଣ୍ଟ୍ରିଲଠାରେ ଆୟୋଜିତ ଆନ୍ତର୍ଜାତିକ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ସଗାର ୪୨ତମ ଅଧିବେଶନ ପୃଷ୍ଠଭୂମିରେ ସେପ୍ଟେମ୍ବର ୨୬, ୨୦୨୨ ଦିନ ଆୟୋଜିତ ଏକ ସମାରୋହରେ, ଆନ୍ତର୍ଜାତିକ ସୌରସଂଗଠନ ତଥା ଆଇସିଏଓ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ବେସାବରିକ ବିମାନ ଚଳାଚଳମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ, ଫ୍ରାନ୍ସର ପରିବହନ ମନ୍ତ୍ରୀ ମହାମହୀମ ମିଶିୟୋ କ୍ଲେମେଣ୍ଟ ବ୍ୟୁନ, ଆଇସିଏଓ ପରିଷଦର ଅଧ୍ୟକ୍ଷ ଶ୍ରୀ ସାଲଭାଟୋର ସାଶିତାନୋଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ରରେ ଆଇସିଏଓର ମହାସଚିବ ଶ୍ରୀ ଜୁଆନ୍‌ କାର୍ଲୋସ ସାଲାଜାର ଏବଂ ଆଇଏସଏର ସଂଚାଳନ ପ୍ରମୁଖ ଶ୍ରୀ ଯୋଶୁଆ ୱେକ୍ଲିଫ୍‌ ସ୍ୱାକ୍ଷର କରିଛନ୍ତି ।

ଶ୍ରୀଜ୍ୟୋତିରାଦିତ୍ୟ ସିନ୍ଧିଆ ଯେତେବେଳେ ମେ, ୨୦୨୨ରେ ମଣ୍ଟ୍ରିଲ୍ ଗସ୍ତ କରିଥିଲେ ସେହି ସମୟରେ ଆଇସିଏଓର ଅଧ୍ୟକ୍ଷ ସହିତ ସାକ୍ଷାତ ଆଲୋଚନା ସମୟରେ ସେ ଏହି ବିଚାର ବ୍ୟକ୍ତ କରିଥିଲେ ଯେ ଆଇସିଏଓ ଏବଂ ଆଇଏସଏର ସହଭାଗୀ ସଂଗଠନ ହେବା ଉଚିତ । ମାତ୍ର ଚାରିମାସ ଅବଧି ମଧ୍ୟରେଏହି ବୁଝାମଣା ପତ୍ର ସ୍ୱାକ୍ଷର ପାଇଁ ଉଭୟପକ୍ଷଙ୍କ ମଧ୍ୟରେ ସହମତ ସୃଷ୍ଟି ହୋଇଥିଲା ଏବଂ ଏହାକୁ ଏବେ ଚୂଡ଼ାନ୍ତ ରୂପ ପ୍ରଦାନ କରାଯାଇଛି । ଏହା ପରେ ଭାରତ ଏବଂ ଫ୍ରାନ୍ସର ମନ୍ତ୍ରୀମାନଙ୍କ ଉପସ୍ଥିରେ ଆଇଏସଏ ଏବଂ ଆଇସିଏଓ ହସ୍ତାକ୍ଷରରେ ସ୍ୱାକ୍ଷର କରିଛନ୍ତି । ସୂଚନାଯୋଗ୍ୟ ଯେ ପ୍ୟାରିସ୍‌ରେ କୋପ୍ ୨୧ସମ୍ମିଳନୀ ଅବସରରେ ୨୦୧୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଏବଂ ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ମହାମହୀମ ଫ୍ରାନସିସ୍‌ ହୋଲାଣ୍ଡ ସର୍ବାଧିକ ଉତ୍ସାହଜନକ ପ୍ରେରଣା ପ୍ରଦାନ କରିଥିଲେ ଏବଂ ବୁଝାମଣାପତ୍ର ସ୍ୱାକ୍ଷର ପାଇଁ ଏହା ଯଥେଷ୍ଟ ମାତ୍ରାରେ ସହାୟକ ହୋଇଥିଲା ।

ଆଇଏସଏ ଏଭଳି ଏକ ସଂଗଠନ, ଯେଉଁଥିରେ ୧୨୧ଟି ଦେଶ ଅଦ୍ୟାବଧି ସ୍ୱାକ୍ଷରକରିଛନ୍ତି । ସେଥି ମଧ୍ୟରେ ୩୨ଟି ସହଭାଗୀସଂଗଠନ ମଧ୍ୟ ସାମିଲ । ତନ୍ମଧ୍ୟରେ ମିଳିତ ଜାତିସଂଘ ମଧ୍ୟ ରହିଛି । ଆଇଏସଏ ଜୀବାଷ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରି ସୌରଶକ୍ତିର ଉପଯୁକ୍ତଭାବେ ଉପଯୋଗ କରିବା ଦିଗରେ କାର୍ଯ୍ୟ କରିଆସୁଛି । ଆଇଏସଏର ପ୍ରୟାସ ଯେ ଏହା ସଦସ୍ୟ ରାଷ୍ଟ୍ରମାନଙ୍କୁ ନବୀକରଣୀୟ ଶକ୍ତିର ଉପଯୋଗକରିବା ଦିଗରେ ଶସ୍ତା ତଥା ପରିବର୍ତ୍ତନଶୀଳ ସମାଧାନ ପ୍ରଦାନ କରିବାରେ ସହାୟକ ହେଉଛି । ଏଥି ନିମନ୍ତେ ଏଲଡିସି ଏବଂ ଏସଆଇଡିସିର ପ୍ରଭାବକୁ ଦୃଷ୍ଟିରେ ରଖି ବିଶେଷ ଧ୍ୟାନ ପ୍ରଦାନ କରାଯାଉଛି ।

ଭାରତ କୋପ୍ ୨୬ରେ ସଂକଳ୍ପ ଗ୍ରହଣ କରିଥିଲା ଯେ ୨୦୭୦ ମସିହା ସୁଦ୍ଧା ଏହା ନେଟ୍‌ଜିରୋ କାର୍ବନ ଉତ୍ସର୍ଜନ ଲକ୍ଷ୍ୟ ହାସଲ କରିବ । ଏହାର ଉଦ୍ଦେଶ୍ୟମାନବ କୈନ୍ଦ୍ରିକ, ସମ୍ମାନପୂର୍ଣ୍ଣ ଏବଂ ରାଷ୍ଟ୍ରୀୟ ଅସ୍ମିତାର ସିଦ୍ଧାନ୍ତ ଉପରେ ଆଧାରିତ ତଥା ସମସ୍ତଙ୍କ ପ୍ରତି ଏହା ଅଙ୍ଗୀକାରବଦ୍ଧ । ଭାରତ ଏହା ମଧ୍ୟ ସଂକଳ୍ପ ଗ୍ରହଣ କରିଥିଲାଯେ ୨୦୨୨ ସୁଦ୍ଧା ୧୭୫ ଗିଗାୱାଟ ଅକ୍ଷୟ ଶକ୍ତିଉତ୍ପାଦନ ବ୍ୟବସ୍ଥା ସ୍ଥାପିତ କରିବ ତଥା ୨୦୩୦ ସୁଦ୍ଧା ଉତ୍ସର୍ଜନ ମାତ୍ରାରେ ୩୩- ୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟାଇବା ଲକ୍ଷ୍ୟ ହାସଲ କରିବ । ଏହିଭଳି ଭାବେ ସମସ୍ତ ଗ୍ରାମ ଏବଂ ଜନବସତି ପର୍ଯ୍ୟନ୍ତ ସୌରଶକ୍ତି ପହଞ୍ଚାଇବ ଯାହା ଏପର୍ଯ୍ୟନ୍ତ ସେଭଳି ସୁବିଧାରୁ ବଞ୍ଚିତ ଥିଲା । ଭାରତରେ କୋଚ୍ଚି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ୨୦୧୫ରେ ହିଁ ବିଶ୍ୱର ସଂପୂର୍ଣ୍ଣରୂପେ ସୌରଶକ୍ତିଯୁକ୍ତ ପ୍ରଥମ ବିମାନ ବନ୍ଦରର ମାନ୍ୟତା ଲାଭ କରିଥିଲା ।

ଫ୍ରାନ୍ସ ସହଯୋଗରେ ଭାରତ ସୌରଶକ୍ତିକୁ କ୍ରିୟାନ୍ୱୟନ କରିବାର ଅବ ସଂରଚନା ସୁବିଧା ବୃଦ୍ଧି ସଂପର୍କରେ ଅନ୍ୟାନ୍ୟ ରାଷ୍ଟ୍ରଙ୍କୁ ଆମନ୍ତ୍ରିତ କରିଛି । ଏହି ସଂଗଠନ ଏକ ବିଲିଅନ ଡଲାରର ନିବେଶର ସଂକଳ୍ପ ଗ୍ରହଣ କରିଥିଲା । ଏହିଭଳି ଭାବେ ସଂଗଠନ ଦୂର ଦୂରାନ୍ତ କ୍ଷେତ୍ରଏବଂ ଦୁର୍ଗମ ଜନବସତି ପର୍ଯ୍ୟନ୍ତ ବିଜୁଳି ପହଞ୍ଚାଇବାର ଉପକ୍ରମରେ ସୌରଶକ୍ତିର ଉପଯୋଗ ଏବଂ ଏହାର ମୂଲ୍ୟହ୍ରାସ କରିବା ଦିଗରେ କାର୍ଯ୍ୟକରୁଛି ।

ଆଇସିଏଓ ଅନେକ ନୂତନ ଉପକ୍ରମ ଏବଂ ଲକ୍ଷ୍ୟ ମାଧ୍ୟମରେ ବିମାନ ଚଳାଚଳ କ୍ଷେତ୍ରରେ କାର୍ବନ ଉତ୍ସର୍ଜନକୁ ହ୍ରାସ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ଏହି ରଚନାତ୍ମକ ପ୍ରୟାସକୁ ଦୃଷ୍ଟିରେ ରଖି ଆଇଏସଏ ଏବଂ ଆଇସିଏଓ ମଧ୍ୟରେ ଏବେ ବୁଝାମଣାପତ୍ର ଜରିଆରେ ହେବାକୁ ଥିବା ସହଭାଗୀତା ସମୟୋଚିତଭାବେ ସୁଫଳ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହିଭଳି ଭାବେ ସୌରଶକ୍ତିର ଉପଯୋଗ ସମ୍ପର୍କରେ ସଦସ୍ୟ ରାଷ୍ଟ୍ରମାନଙ୍କ କ୍ଷମତାର ବିକାଶ ଘଟାଇବା ନିମନ୍ତେ ମାଧ୍ୟମ ଭାବେ କାର୍ଯ୍ୟକରିବ । ଏହି ବୁଝାମଣା ଜରିଆରେ ସୂଚନା ପ୍ରଦାନ, ସୌରଶକ୍ତି ପ୍ରତି ସଚେତନତା ବୃଦ୍ଧି କରିବା, କ୍ଷମତା ବୃଦ୍ଧି ଏବଂ ପରିଯୋଜନାମାନ ପ୍ରସ୍ତୁତ କରିବା କାର୍ଯ୍ୟ ସମ୍ଭବପର ହୋଇପାରିବ । ଏହା ମାଧ୍ୟମରେ ସମସ୍ତ ସଦସ୍ୟରାଷ୍ଟ୍ରଙ୍କ ମଧ୍ୟରେ ବିମାନ ଚଳାଚଳକ୍ଷେତ୍ରକୁ ସୌରଶକ୍ତି ସହିତ ଯୋଡ଼ିବା ଦିଗରେ ସହାୟତା ପ୍ରାପ୍ତ ହୋଇପାରିବ । 

 

*****

SS/SLP



(Release ID: 1863027) Visitor Counter : 121