ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ- ସିଙ୍ଗାପୁର ଯୁଗ୍ମ ମନ୍ତ୍ରିସ୍ତରୀୟ ପ୍ରତିନିଧି ମଣ୍ଡଳର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ

Posted On: 19 SEP 2022 8:28PM by PIB Bhubaneshwar

ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗ, ସେ ଦେଶର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଗାନ୍ କିମ୍ ୟୋଙ୍ଗ୍ ଏବଂ ଭାରତର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ନେଇ ଗଠିତ ଭାରତ- ସିଙ୍ଗାପୁର ଯୁଗ୍ମ ମନ୍ତ୍ରିସ୍ତରୀୟ ପ୍ରତିନିଧି ମଣ୍ଡଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ମନ୍ତ୍ରୀମାନେ  ନୂଆଦିଲ୍ଲୀଠାରେ ସେପ୍ଟେମ୍ବର ୧୭ ତାରିଖ ଦିନ ଅନୁଷ୍ଠିତ ଭାରତ- ସିଙ୍ଗାପୁର ରାଉଣ୍ଡଟେବୁଲ (ଓଝଗଜ)ର ଉଦ୍ଘାଟନୀ ଅଧିବେଶନରେ ହୋଇଥିବା ଆଲୋଚନାର ନିର୍ଯ୍ୟାସ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ପଦରେ କାର୍ଯ୍ୟ କରିବା ଅବସରରେ ଶ୍ରୀ ଲରେନ୍ସ ୱଙ୍ଗ୍‌ଙ୍କର ଏହା ପ୍ରଥମ ଭାରତ ଗସ୍ତ ।
ଆଇଏସଏମଆର ଗଠନ କରାଯିବା ଏକ ଯୁଗାନ୍ତକାରୀ ପ୍ରୟାସ ଯାହାକି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାର ଅଂଶବିଶେଷ ଏବଂ ଏହା ଭାରତ- ସିଙ୍ଗାପୁର ଦ୍ୱିପାକ୍ଷିକ ସଂପର୍କର ବୈଶିଷ୍ଟ୍ୟ ସଂପର୍କରେ ସୂଚନା ପ୍ରଦାନ କରେ । ଏହି ଗୋଷ୍ଠୀର ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ହୋଇଥିବା ବ୍ୟାପକ ଆଲୋଚନା ପ୍ରସଙ୍ଗରେ ସୂଚୀତ କରିଥିଲେ । ସେଥି ମଧ୍ୟରେ ବିଶେଷ କରି ଡିଜିଟାଲ ସଂଯୋଗୀକରଣ କ୍ଷେତ୍ରର ବୃଦ୍ଧି, ଫିନ୍‌ଟେକ୍‌, ଗ୍ରୀନ୍ ଅର୍ଥନୀତି, କୌଶଳ ବିକାଶ ଏବଂ ଖାଦ୍ୟ ନିରାପତ୍ତା ଆଦି ସାମିଲ ।
ଏହି ମିଳିତ ପ୍ରତିନିଧିମାନଙ୍କ ଆଲୋଚନାରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଆଶା ପ୍ରକଟ କରିଥିଲେ ଯେ ଆଇଏସଏମଆର ଭଳି ପ୍ରୟାସ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜଭୁତ କରିବା ଦିଗରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ  ମଧ୍ୟ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଶ୍ରୀ ଲି ଏବଂ ସିଙ୍ଗାପୁରବାସୀଙ୍କୁ ଶୁଭକାମନା ଜଣାଇଥିଲେ । 


SS



(Release ID: 1862701) Visitor Counter : 84