ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାଶୀ ବିଦ୍ୟା ପରିଷଦର ଅଧ୍ୟକ୍ଷ ପ୍ରଫେସର ରାମ ଯାତନା ଶୁକ୍ଲାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 20 SEP 2022 10:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଦ୍ୟା ପରିଷଦର ଅଧ୍ୟକ୍ଷ ପ୍ରଫେସର ରାମ ଯାତନା ଶୁକ୍ଲାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଫେସର ଶୁକ୍ଳାଙ୍କ ଦେହାନ୍ତକୁ ଶିକ୍ଷା, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“କାଶୀ ବିଦ୍ୟା ପରିଷଦର ଅଧ୍ୟକ୍ଷ ପ୍ରଫେସର ରାମ ଯାତନା ଶୁକ୍ଲାଙ୍କ ଦେହାନ୍ତ, ଶିକ୍ଷା, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ସେ ସଂସ୍କୃତ ଭାଷା ତଥା ପାରମ୍ପାରିକ ଶାସ୍ତ୍ରର ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା । ଓମ୍‍ ଶାନ୍ତି ।”

HS


(Release ID: 1862393) Visitor Counter : 120