ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହିମାଚଳ ପ୍ରଦେଶର କୁଲ୍ଲୁ ଠାରେ ପର୍ଯ୍ୟଟକ ବସ ଘାଟିରୁ ଖସିପଡିବା ଯୋଗୁଁ ହୋଇଥିବା ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

Posted On: 26 SEP 2022 10:42AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର କୁଲ୍ଲୁ ଠାରେ ପର୍ଯ୍ୟଟକ ବସ ଘାଟିରୁ ଖସିପଡିବା ଯୋଗୁଁ ହୋଇଥିବା ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆହତମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯାଉଛି ବୋଲି ଶ୍ରୀ ମୋଦୀ କହିବା ସହିତ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।    

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“ହିମାଚଳ ପ୍ରଦେଶର କୁଲ୍ଲୁ ଠାରେ ପର୍ଯ୍ୟଟକ ବସ ଘାଟିରୁ ଖସିପଡିବା ଘଟଣା ବେଶ ଦୁଃଖଦାୟକ । ଏହି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡିକୁ ଗଭୀର ସମବେଦନା ଜଣାଉଛି । ଆହତମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯାଉଛି । ସେମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି: PM

 

SR



(Release ID: 1862363) Visitor Counter : 109