ଯୋଗାଯୋଗ ମନ୍ତ୍ରଣାଳୟ

ଭାରତୀୟ ଦୂରସଂଚାର ବିଲ୍‌, ୨୦୨୨ ଚିଠା ସମ୍ପର୍କରେ ମତାମତ ଆହ୍ୱାନ

Posted On: 22 SEP 2022 11:16AM by PIB Bhubaneshwar

ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଦୂରସଂଚାର କ୍ଷେତ୍ରରେ ଏକ ଆଧୁନିକ ଏବଂ ଭବିଷ୍ୟତର ବିଧି ବ୍ୟବସ୍ଥା ବିକଶିତ କରିବା ପାଇଁ ଜନ ମତାମତ ଆହ୍ୱାନ କରିଛନ୍ତି ।

ଜୁଲାଇ ୨୦୨୨ରେ ‘ନିଡ ଫର ଏ ଲିଗାଲ ଫ୍ରେମୱର୍କ ଗଭର୍ଣ୍ଣିଂ ଟେଲିକମ୍ୟୁନିକେସନ୍ ଇନ୍ ଇଣ୍ଡିଆ’ ଶୀର୍ଷକ ଏକ ପରାମର୍ଶ ପତ୍ର ପ୍ରକାଶିତ ହୋଇଥିଲା ଏବଂ ମତାମତ ଆହ୍ୱାନ କରା ଯାଇଥିଲା । ଏହି ପରାମର୍ଶ ପତ୍ର ଉପରେ ବିଭିନ୍ନ ହିତଧାରକ ଏବଂ ଶିଳ୍ପ ସଂଘ ଠାରୁ ମତାମତ ପ୍ରାପ୍ତ ହୋଇଥିଲା ।

ଏହି ପରାମର୍ଶ ଏବଂ ଆଲୋଚନାକୁ ଭିତ୍ତି କରି ମନ୍ତ୍ରଣାଳୟ ଏବେ ଭାରତୀୟ ଦୂରସଂଚାର ବିଲ୍‌, ୨୦୨୨ର ଚିଠା ପ୍ରସ୍ତୁତ କରିଛନ୍ତି ।

ଅଧିକ ବିଚାର ବିମର୍ଶ ପାଇଁ ଏକ ବ୍ୟାଖ୍ୟାମୂଳକ ଟୀକା ମଧ୍ୟ ପ୍ରସ୍ତୁତ କରା ଯାଇଛି, ଯେଉଁଥିରେ ବିଲ୍ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇଛି ।

ଏହି ଚିଠା ବିଲ୍ ଏବଂ ବ୍ୟାଖ୍ୟାମୂଳକ ଟୀକା https://dot.gov.in/relatedlinks/indian-telecommunication-bill-2022 ରେ ଦେଖା ଯାଇପାରିବ ।

ମତାମତ ଏହି ଇ ମେଲ୍ ଆଇଡିରେ ପଠାଇ ପାରିବେ : naveen[dot]kumar71[at]gov[dot]in

ମତାମତ ପଠାଇବାର ଶେଷ ତାରିଖ  ଅକ୍ଟୋବର ୨୦, ୨୦୨୨ ।

SSP



(Release ID: 1861525) Visitor Counter : 174