ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଉଜବେକିସ୍ତାନ ଗସ୍ତରେ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

Posted On: 15 SEP 2022 2:38PM by PIB Bhubaneshwar

ଉଜବେକିସ୍ତାନ ରାଷ୍ଟ୍ରପତି ମହାମହିମ ଶ୍ରୀ ସୱକତ ମୀର୍ଜିୟୋୟେଭଙ୍କ ଆମନ୍ତ୍ରଣ କ୍ରମେ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ରମୁଖ୍ୟ ପରିଷଦର ବୈଠକରେ ଯୋଗ ଦେବାକୁ ମୁଁ ସମରକନ୍ଦ ଗସ୍ତ କରିବି । 

ଏସସିଓ ଶିଖର ସମ୍ମିଳନୀରେ ସାମୟିକ, କ୍ଷେତ୍ରୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗ, ଏସସିଓ ସମ୍ପ୍ରସାରଣ ଓ ସଂଗଠନ ମଧ୍ୟରେ ବହୁମୁଖୀ ଓ ପାରସ୍ପରିକ ଲାଭଜନକ ସହଯୋଗ ଆହୁରି ଗଭୀର କରିବା ପାଇଁ ବିଚାର ଆଦାନ ପ୍ରଦାନ ପାଇଁ ଆଶାବାଦୀ । ଉଜବେକ ଅଧ୍ୟକ୍ଷତାରେ ବାଣିଜ୍ୟ, ଅର୍ଥନୀତି, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ସମ୍ପର୍କରେ ବହୁ ନିଷ୍ପତ୍ତି ନିଆ ଯାଇପାରେ ।

ସମରକନ୍ଦ ଠାରେ ରାଷ୍ଟ୍ରପତି ମୀର୍ଜିୟୋୟେଭଙ୍କୁ ସାକ୍ଷାତ କରିବାକୁ ଆଗ୍ରହର ସହ ଅପେକ୍ଷା କରିଛି । ୨୦୧୮ରେ ତାଙ୍କ ଭାରତ ଗସ୍ତ ସ୍ମରଣୀୟ ଥିଲା । ସେ ୨୦୧୯ରେ ଭାଇବ୍ରାଣ୍ଚ ଗୁଜୁରାଟ ସମିଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହିତ ଏହି ସମ୍ମିଳନୀରେ ଭାଗ ନେଉଥିବା ଆଉ କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବି ।

 

SR



(Release ID: 1859602) Visitor Counter : 219