ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତ ଗସ୍ତରେ ଥିବା ଫ୍ରାନ୍ସର ବୈଦେଶିକ ଓ ୟୁରୋପୀୟ ବ୍ୟାପାର ମନ୍ତ୍ରୀ

Posted On: 14 SEP 2022 5:51PM by PIB Bhubaneshwar

ସେପ୍ଚେମ୍ବର ୧୩-୧୫, ୨୦୨୨ ପର୍ଯ୍ୟନ୍ତ ଔପଚାରିକ ଭାରତ ଗସ୍ତରେ ଥିବା ଫ୍ରାନ୍ସର ବୈଦେଶିକ ଓ ୟୁରୋପୀୟ ବ୍ୟାପାର ମନ୍ତ୍ରୀ ସୁଶ୍ରୀ କାଥେରିନ କୋଲୋନା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଦ୍ୱିପାକ୍ଷିକ ଓ ଉଭୟ ପକ୍ଷର ସ୍ୱାର୍ଥ ନିହିତ ଥିବା ଅନ୍ୟ ପ୍ରସଙ୍ଗରେ ଆଲୋଚନା ବ୍ୟତୀତ ଫ୍ରାନ୍ସର ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁଙ୍କ ବନ୍ଧୁତା ଓ ସହଯୋଗର ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ୟାରିସ ଓ ଜର୍ମାନର ଶାଲ୍ସ ଏଲମୁ ଠାରେ ରାଷ୍ଟ୍ରପତି ମାକ୍ରୋଁଙ୍କ ସହ ହୋଇଥିବା ନିକଟରେ ହୋଇଥିବା ବୈଠକକୁ ସ୍ମରଣ କରିଥିଲେ ଓ ଯଥାଶୀଘ୍ର ରାଷ୍ଟ୍ରପତିଙ୍କୁ ଭାରତରେ ସ୍ୱାଗତ କରିବାକୁ ଇଚ୍ଛା ଜାହିର କରିଛନ୍ତି । 

 

SR



(Release ID: 1859445) Visitor Counter : 130