ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ମାନ୍ୟବର ଏଲିଜାବେଥ୍ ଟ୍ରସ୍ଙ୍କ ମଧ୍ୟରେ ଟେଲିଫୋନ୍ ଯୋଗେ ଆଲୋଚନା

Posted On: 10 SEP 2022 6:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ମାନ୍ୟବର ଏଲିଜାବେଥ୍ ଟ୍ରସ୍ଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିବାରୁ ମାନ୍ୟବର ଟ୍ରସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଣିଜ୍ୟ ସଚିବ ତଥା ବୈଦେଶିକ ସଚିବ ଭାବରେ ତାଙ୍କର ପୂର୍ବ କାର୍ଯ୍ୟକାଳ ସମୟରେ ଭାରତ-ବ୍ରିଟେନ ଦ୍ୱିପାକ୍ଷିକ ସମ୍ପର୍କରେ ତାଙ୍କର ଅବଦାନକୁ ସେ ପ୍ରଶଂସା କରିଥିଲେ ଉଭୟ ନେତା ଭାରତ ଏବଂ ବ୍ରିଟେନ ମଧ୍ୟରେ ବିସ୍ତୃତ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି

ଦୁଇ ନେତା ୨୦୩୦ ରୋଡମ୍ୟାପ କାର୍ଯ୍ୟାନ୍ୱୟନରେ ଅଗ୍ରଗତି, ଚାଲିଥିବା ଏଫଟିଅ ବୁଝାମଣା, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଏବଂ ଉଭୟ ଦେଶ ମଧ୍ୟରେ ଲୋକ ସମ୍ପର୍କକୁ ନେଇ ଦ୍ୱିପାକ୍ଷିକ ସ୍ୱାର୍ଥର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ

ଭାରତବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦୁଃଖଦ ମୃତ୍ୟୁ ପାଇଁ ରାଜ ପରିବାର ଏବଂ ବ୍ରିଟେନର ଲୋକଙ୍କୁ ଗଭୀର ସମବେଦନା ଜଣାଇଛନ୍ତି

HS



(Release ID: 1858905) Visitor Counter : 117