ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନରୱେର ପ୍ରଧାନମନ୍ତ୍ରୀ ଶ୍ରୀ ଜୋନାସ୍ ଗହର୍ ଷ୍ଟୋରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ଆଲୋଚନା
Posted On:
09 SEP 2022 8:01PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନରୱେର ପ୍ରଧାନମନ୍ତ୍ରୀ ଶ୍ରୀ ଜୋନାସ୍ ଗହର୍ ଷ୍ଟୋରଙ୍କ ସହିତ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି ।
ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ଜଡିତ ଦ୍ୱିପାକ୍ଷିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏଥି ମଧ୍ୟରେ ବିକାଶଶୀଳ ଦେଶମାନଙ୍କରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଜଳବାୟୁ ଅର୍ଥ ସଂଗ୍ରହ ପଦକ୍ଷେପ ଭଳି ପ୍ରସଙ୍ଗ ସ୍ଥାନ ପାଇଥିଲା । ବିକାଶଶୀଳ ଦେଶ ପାଇଁ ସମାନ, ସମୟାନୁବର୍ତ୍ତୀ ଏବଂ ପର୍ଯ୍ୟାପ୍ତ ଜଳବାୟୁ ଅର୍ଥ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଏବଂ ମାନ୍ୟବର ଷ୍ଟୋର ଏଥି ପାଇଁ ପ୍ରତିବଦ୍ଧତା ଦର୍ଶାଇଥିଲେ ।
ଦୁଇ ନେତା ନୀଳ ଅର୍ଥନୀତି ଉପରେ ଟାସ୍କ ଫୋର୍ସ ସମେତ ବିଭିନ୍ନ ଦ୍ୱିପାକ୍ଷିକ ସହଯୋଗ ପଦକ୍ଷେପଗୁଡିକର ସମୀକ୍ଷା କରିଛନ୍ତି । ସବୁଜ ହାଇଡ୍ରୋଜେନ, ଜାହାଜ ଚଳାଚଳ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଶିକ୍ଷା ପରି କ୍ଷେତ୍ରରେ ଭାରତ-ନରୱେ ସହଯୋଗ ବୃଦ୍ଧି ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
HS
(Release ID: 1858207)
Visitor Counter : 184
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam