ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ସେପ୍ଟେମ୍ବର ୧୧ରେ ଦିନିକିଆ ଶୋକ

Posted On: 09 SEP 2022 1:46PM by PIB Bhubaneshwar

ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮, ୨୦୨୨ରେ ବିୟୋଗ ହୋଇଛି । ଏହି ଦିବଂଗତ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତ ସରକାର ସେପ୍ଟେମ୍ବର ୧୧ରେ ସାରା ଦେଶରେ ଦିନିକିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଶୋକ ପାଳନ ଦିନ ନିୟମିତ ଜାତୀୟ ପତାକା ଉଡୁଥିବା ଭାରତର ସମସ୍ତ ସୌଧରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ଓ ସେହିଦିନ କୌଣସି ଔପଚାରିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ।

 

SR



(Release ID: 1858146) Visitor Counter : 168