ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସେପ୍ଟେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି


୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ପ୍ରୋତ୍ସାହନ ଯୋଗାଇବା ଲକ୍ଷ୍ୟ

ସହଯୋଗପୂର୍ଣ୍ଣ ଗୋଷ୍ଠିଭିତ୍ତିକ ସମର୍ଥନ ଉପରେ ଗୁରୁତ୍ୱ

ନି-କ୍ଷୟ ୨.୦ ପୋର୍ଟାଲର ମଧ୍ୟ ଉନ୍ମୋଚନ ହେବ

Posted On: 07 SEP 2022 3:07PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଯକ୍ଷ୍ମା ମିଶନକୁ ପୁନଃ ଉଜ୍ଜୀବିତ କରିବା ସକାଶେ ସେପ୍ଟେମ୍ବର ୯ ତାରିଖରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ । ମାର୍ଚ୍ଚ ୨୦୧୮ ରେ ଦିଲ୍ଲୀ ଠାରେ ଏଣ୍ଡ୍‍ ଟିବି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍‍ଡିଜି ଲକ୍ଷ୍ୟ ୨୦୩୦ର ପାଞ୍ଚବର୍ଷ ପୂର୍ବରୁ ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଆହ୍ୱାନ ଦେଇଥିଲେ । ଏହି ଅଭିଯାନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ରାଷ୍ଟ୍ରମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ) ଭାରତୀ ପ୍ରବୀଣ ପାୱାର, କେନ୍ଦ୍ର ମନ୍ତ୍ରୀଗଣ, ରାଜ୍ୟପାଳ ଏବଂ ଲେଫନାଣ୍ଟ ଗଭର୍ଣ୍ଣର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶୁଭାରମ୍ଭ ହେବ । ଯେହେତୁ ଦେଶ ୨୦୨୫ ସୁଦ୍ଧା ଯକ୍ଷ୍ମା ବିଲୋପ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛି, ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ, କର୍ପୋରେଟ୍‌, ଶିଳ୍ପ, ସିଭିଲ ସୋସାଇଟି ଏବଂ ଏନଜିଓର ପ୍ରତିନିଧିମାନେ ଉପସ୍ଥିତ ରହିବେ ।

ଯକ୍ଷ୍ମା ଚିକିତ୍ସା କ୍ଷେତ୍ରରେ ସହାୟତା କରୁଥିବା ତଥା ଯକ୍ଷ୍ମା ବିଲୋପ ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଗୋଷ୍ଠିର ହିତାଧିକାରୀଙ୍କୁ ଏକାଠି କରିବା ସକାଶେ ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର କଳ୍ପନା କରାଯାଇଛି । ମାନ୍ୟବର ରାଷ୍ଟ୍ରପତି ନି-କ୍ଷୟ ମିତ୍ର ପଦକ୍ଷେପର ମଧ୍ୟ ଶୁଭାରମ୍ଭ କରିବେ ଯାହାକି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ । ନି-କ୍ଷୟ ମିତ୍ର ପୋର୍ଟାଲ୍ ଯକ୍ଷ୍ମା ଚିକିତ୍ସା କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇବା ଲାଗି ଦାତାମାନଙ୍କୁଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ । ତିନୋଟି ସମର୍ଥନ ଯଥା ପୁଷ୍ଟିକର ଖାଦ୍ୟ, ଅତିରିକ୍ତ ପରୀକ୍ଷା ନିରୀକ୍ଷା ଏବଂ ଧନ୍ଦାମୂଳକ ସହାୟତା ଅନ୍ତର୍ଭୁକ୍ତ । ନି-କ୍ଷୟ ମିତ୍ର ନାମକ ଏହି ଦାତାମାନେ ର୍ନିବାଚିତ ପ୍ରତିନିଧୀ, ରାଜନୈତିକ ଦଳ ଠାରୁ ଆରମ୍ଭ କରି କର୍ପୋରେଟ୍‌, ଏନଜିଓ ଏବଂ ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ହିତାଧିକାରୀ ହୋଇପାରନ୍ତି ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ହେଉଛି ଏକ ସାମାଜିକ ଆଭିମୁଖ୍ୟର ଆବଶ୍ୟକତାକୁ ଆଲୋକିତ କରିବା ଯାହାକି ବିଭିନ୍ନ ବର୍ଗର ଲୋକଙ୍କୁ ଜନ ଆନ୍ଦୋଳନରେ ସାମିଲ କରି ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ଦୂର କରିବାର ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ହେଉଛି ଗୋଷ୍ଠି ସହାୟତା ହାସଲ କରି ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଡକୁ ଏକ ପଦକ୍ଷେପ ।

HS



(Release ID: 1857547) Visitor Counter : 130