ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ

ଇଏସି - ପିଏମ୍ ଇଣ୍ଡିଆ@୧୦୦ ନିମନ୍ତେ ପ୍ରତିଯୋଗିତାମୂଳକ ମାର୍ଗଦର୍ଶିକା ଜାରି କରିଛନ୍ତି

Posted On: 30 AUG 2022 1:25PM by PIB Bhubaneshwar

ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି - ପିଏମ୍‌) ଦ୍ୱାରା ଆଜି ଭାରତ@୧୦୦ ନିମନ୍ତେ ପ୍ରତିଯୋଗିତାମୂଳକ  ମାର୍ଗଦର୍ଶିକା ଜାରି କରିଛନ୍ତି ।  ମାର୍ଗଦର୍ଶିକା , ଯାହା ଭାରତର ପ୍ରତିଯୋଗିତାମୂଳକ ପଦକ୍ଷେପର ଏକ ଅଂଶ ବିଶେଷ ଅଟେ, ଡଃ ବିବେକ ଦେବରାୟ, ଅଧ୍ୟକ୍ଷ, ଇଏସି - ପିଏମ୍ , ସଞ୍ଜୀବ ସାନ୍ୟାଲ୍‌, ସଦସ୍ୟ , ଇଏସି - ପିଏମ୍ ଏବଂ ପଦକ୍ଷେପର ଅଂଶ ବିଶେଷ ଭାବରେ ଗଠିତ ହିତାଧିକାରୀ ସମୂହର ସଦସ୍ୟ ମାନଙ୍କ ଉପସ୍ଥିତିରେ ଜାରି କରା ଯାଇଥିଲା । ରୋଡମ୍ୟାପ୍ ଇଏସି - ପିଏମ୍ ଏବଂ ଦି ଇନ୍‌ଷ୍ଟିଚ୍ୟୁଟ୍ ଫର୍ କମ୍ପିଟିଟିଭ୍‌ନେସ୍ ମଧ୍ୟରେ ଏକ ସହଯୋଗୀ ପ୍ରୟାସ ଅଟେ ଏବଂ ଏହା ଡଃ ଅମିତ କପୁର, ଅଧ୍ୟକ୍ଷ, ଇନ୍‌ଷ୍ଟିଚ୍ୟୁଟ୍ ଫର୍ କମ୍ପିଟିଟିଭ୍‌ନେସ୍‌, ମାଇକେଲ୍ ଇ. ପୋର୍ଟର ଏବଂ ହାର୍ଭାର୍ଡ ବିଜିନେସ୍ ସ୍କୁଲ୍‌ର ଡଃ କ୍ରିଷ୍ଟିଆନ୍ କେଟେଲ୍ସଙ୍କ ଦ୍ୱାରା ବିକଶିତ କରା ଯାଇଛି । ଏହା ନିମ୍ନଲିଖିତ ବର୍ଷ ଗୁଡିକରେ ଦେଶର ବିକାଶ ଯାତ୍ରା ନିମନ୍ତେ ମାର୍ଗଦର୍ଶନକାରୀ ସିଦ୍ଧାନ୍ତ ଗୁଡିକୁ ସ୍ଥାପିତ କରିବା ସହିତ ଧାର୍ଯ୍ୟ ଲକ୍ଷ୍ୟ ଗୁଡିକୁ ପ୍ରାପ୍ତ କରିବା ନିମନ୍ତେ ଅଂଚଳ ଭିତିରେ ରୋଡମ୍ୟାପ୍ ବିକଶିତ କରିବା ନିମନ୍ତେ ଭାରତର ବିକାଶ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ଗୁଡିକୁ, ମନ୍ତ୍ରଣାଳୟ ଗୁଡିକୁ ଏବଂ ଅଂଶୀଦାର ମାନଙ୍କୁ ମାର୍ଗଦର୍ଶନ କରିବାର ଦୃଷ୍ଟିକୋଣ ବହନ କରୁଛି । 

ଭାରତ @୧୦୦ ନିମନ୍ତେ ପ୍ରତିଯୋଗିତାମୂଳକ ରୋଡମ୍ୟାପ୍ ପ୍ରଫେସର ମାଇକେଲ୍ ଇ. ପୋର୍ଟରଙ୍କ ଦ୍ୱାରା ବିକଶିତ ପ୍ରତିଯୋଗିତାମୂଳକ ଢାଂଚା ଉପରେ ଆଧାରିତ ଅଟେ । ପ୍ରତିଯୋଗିତାମୂଳକ ଦୃଷ୍ଟିକୋଣ ଉତ୍ପାଦକତାର ବିଚାରକୁ ନିରନ୍ତର ସମୃଦ୍ଧିର ଚାଳକ ରୂପରେ ଆଗରେ ରଖିଥାଏ । ଏହା ଏହି ସନ୍ଦର୍ଭ ଉପରେ ଗୁରୁତ୍ୱ ଦେଇଥାଏ ଯେ ଏକ ରାଷ୍ଟ୍ର ପ୍ରତିଷ୍ଠାନକୁ ଅଧିକ ଊତ୍ପାଦକ କରିବାରେ ସକ୍ଷମ ଅଟେ ଏବଂ ବ୍ୟକ୍ତି ମାନଙ୍କୁ ସେମାନଙ୍କର ଉତ୍ପାଦକତା ମାଧ୍ୟମରେ ଉତ୍ପନ୍ନ ମୂଲ୍ୟରେ ଭାଗ ନେବା ପାଇଁ ସକ୍ଷମ କରାଇ ଥାଏ । ଏହି ଦୃଷ୍ଟିକୋଣର ଆଧାରରେ , ଭାରତ @୧୦୦ ରୋଡମ୍ୟାପ୍ ‘୪ ଏସ୍‌' ସିଦ୍ଧାନ୍ତ ଗୁଡିକ ଆଧାର ଉପରେ ଉଦ୍ୟୋଗ - ନିର୍ଦ୍ଦିଷ୍ଟ ଏବଂ ଅଂଚଳ - ନିର୍ଦ୍ଦିଷ୍ଟ ନୀତି ଗୁଡିକ ମାଧ୍ୟମରେ ୨୦୪୭ ପର୍ଯ୍ୟନ୍ତ ଭାରତ ନିମନ୍ତେ ଏକ ଉଚ୍ଚ ଆୟକାରୀ ଦେଶ ହେବାର ମାର୍ଗକୁ ପ୍ରଶସ୍ତ କରିଛି । ରୋଡ୍‌ମ୍ୟାପ୍ ନୂତନ ମାର୍ଗଦର୍ଶନକାରୀ ନୀତି ଗୁଡ଼ିକ ଦେବା ନିମନ୍ତେ ନିର୍ଦ୍ଧାରିତ ଅଟେ, ଯାହା ସ୍ପଷ୍ଟ ରୂପରେ ପରିଭାଷିତ ସମଗ୍ର ଲକ୍ଷ୍ୟ ଗୁଡିକୁ ଏବଂ ସାମାଜିକ ଏବଂ ଆର୍ଥିକ କାର୍ଯ୍ୟସୂଚୀକୁ ସମନ୍ୱିତ କରିବାରେ ଅନ୍ତର୍ନିହିତ ଏକ ନୂତନ ବିକାଶ ଦୃଷ୍ଟିକୋଣର ଅଭିବ୍ୟକ୍ତି ଉପରେ ଆଧାରିତ ଅଟେ । ‘୪ ଏସ୍‌' ମାର୍ଗଦର୍ଶକ ସିଦ୍ଧାନ୍ତ ଗୁଡ଼ିକ ସାମାଜିକ ପ୍ରଗତି ସହିତ ମେଳ ଖାଉଥିବା ସମୃଦ୍ଧିର ଆବଶ୍ୟକତା ଉପରେ ଜୋର୍ ଦେଇ ସମୃଦ୍ଧି ପ୍ରାପ୍ତ କରିବା ନିମନ୍ତେ, ଭାରତର ସମସ୍ତ କ୍ଷେତ୍ର ଗୁଡିକରେ ଆବଂଟିତ କରା ଯିବା ପାଇଁ, ପରିବେଶ ଦୃଷ୍ଟିରୁ ମଜଭୁତ ହେବା ନିମନ୍ତେ, ଏବଂ ବାହ୍ୟ ପରିସ୍ଥିତି ଗୁଡିକର ଆଘାତକୁ ସହ୍ୟ କରିବାକୁ କଠିନ ହେବା ନିମନ୍ତେ ଆମର ଦୃଷ୍ଟିକୋଣକୁ ପୁଣି ଥରେ ପରିଭାଷିତ କରିଥାଏ । ଏହି ଚାରି ମହତ୍ୱପୂର୍ଣ୍ଣ ପଦକ୍ଷେପ ଗୁଡିକୁ ଏକାଠି ଧରି ରଖି, ‘୪ ଏସ୍‌' ମାର୍ଗଦର୍ଶନ ସିଦ୍ଧାନ୍ତ ନମନୀୟ ଏବଂ ସମଗ୍ର ବିକାଶର ମାର୍ଗ ପ୍ରଶସ୍ତ କରିଥାଏ । 

ନିଜର ବାର୍ତାରେ, ପ୍ରଫେସର ମାଇକେଲ୍ ପୋର୍ଟର ଉଲ୍ଲେଖ କରିଛନ୍ତି ଯେ "ରୋଡମ୍ୟାପ୍‌ରେ ଅନ୍ତର୍ନିହିତ ପ୍ରତିଯୋଗିତାମୂଳକ ଢାଂଚା ଏକ ରଣନୀତିକ ପରିପ୍ରେକ୍ଷୀ ପ୍ରଦାନ କରିଥାଏ ଯେ କିପରି ଦେଶର ପ୍ରତିଯୋଗିତାମୂଳକ ଢାଂଚାର ପ୍ରସଙ୍ଗ ଉପରେ ପ୍ରତିଷେଧକର କାର୍ଯ୍ୟ ଯୋଗ୍ୟ ଅନ୍ତର୍ଦୃଷ୍ଟି ଦ୍ୱାରା କାର୍ଯ୍ୟକାରୀ କରାଯାଏ । ସମାଧାନ ସଂକୀର୍ଣ୍ଣ ହସ୍ତକ୍ଷେପରେ ନିହିତ ନ ଥାଏ । ପ୍ରଗତିରେ କ୍ଷୀପ୍ରତା ଆଣିବା ନିମନ୍ତେ ଏକ ସ୍ପଷ୍ଟ ରଣନୀତି ଆବଶ୍ୟକ ଅଟେ, ଯାହା ପ୍ରମୁଖ ପ୍ରାଥମିକତା ସମ୍ପନ୍ନ କ୍ଷେତ୍ର ଗୁଡିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା ନିମନ୍ତେ କାର୍ଯ୍ୟକୁ ସକ୍ଷମ କରିବ । ଡଃ ଅମିତ କପୁର ପ୍ରତିଯୋଗିତାମୂଳକ ରୋଡମ୍ୟାପ୍‌ର ସାର କଥାକୁ ବର୍ଣ୍ଣନା କରି କହିଥିଲେ ଯେ "ପ୍ରତିଯୋଗିତା ଦୃଷ୍ଟିକୋଣ ଭାରତର ଆର୍ଥିକ ଏବଂ ସାମାଜିକ ନୀତିର ଆଧାରଶିଳା ରୂପରେ କାର୍ଯ୍ୟ କରିବା ଉଚିତ୍‌, ଯାହା ଫଳରେ ଆମେ ଦୀର୍ଘକାଳୀନ ଆର୍ଥିକ ବିକାଶକୁ ବଜାୟ ରଖି ପାରିବା । ଭାରତର ବିଶେଷ ଲାଭ ଗୁଡିକରେ ରୋଡମ୍ୟାପ୍ କାରକରେ ଉଲ୍ଲିଖିତ ସୁପାରିସ ସମୂହ ଏବଂ ମାର୍ଗଦର୍ଶନ ସିଦ୍ଧାନ୍ତ ଗୁଡିକ , ନୀତିଗତ ଲକ୍ଷ୍ୟ ଗୁଡିକ ଏବଂ କାର୍ଯ୍ୟାନ୍ୱୟନ ସ୍ଥାପତ୍ୟର ଏକ ନୂତନ ସେଟ୍ ଉପରେ ଆଧାରିତ ଅଟେ । ରୋଡମ୍ୟାପ୍ ଏହି ଦିଗରେ ଏକ ପଦକ୍ଷେପ ଅଟେ । ଏହା ଭାରତର ବର୍ତମାନର ପ୍ରତିଯୋଗିତାମୂଳକ ସ୍ତର , ସାମନା କରା ଯାଉଥିବା ପ୍ରାଥମିକ ଆହ୍ୱାନ ଗୁଡିକୁ ଏବଂ ବିକାଶର ଅବସର ଗୁଡିକର ଗଭୀର ବିଶ୍ଳେଷଣାତ୍ମକ ମୂଲ୍ୟାଙ୍କନ ପ୍ରଦାନ କରିଥାଏ । ଏହା ବ୍ୟତୀତ , ଏକ ଉଚ୍ଚ ଆୟକାରୀ ଦେଶ ହେବା ନିମନ୍ତେ ମାର୍ଗକୁ ନିର୍ଦ୍ଧାରିତ କରି ରୋଡ୍‌ମ୍ୟାପ୍ କାର୍ଯ୍ୟର ଆବଶ୍ୟକ କ୍ଷେତ୍ର ଗୁଡିକୁ ପରାମର୍ଶ ଦେଇଥାଏ, ଯେଉଁଥିରେ ଶ୍ରମ ଉତ୍ପାଦକତାରେ ଉନ୍ନତି ଏବଂ ଶ୍ରମକୁ ଏକାଠି କରିବା, ପ୍ରତିଦ୍ୱନ୍ଦ୍ୱିତାତ୍ମକ ନିଯୁକ୍ତିର ଅବସରକୁ ସୃଷ୍ଟି କରିବାକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ ମନ୍ତ୍ରଣାଳୟ ଗୁଡିକରେ ଅଧିକ ସମନ୍ୱୟ ମାଧ୍ୟମରେ ନୀତି କାର୍ଯ୍ୟନ୍ୱୟନରେ ସୁଧାର କରିବା ସାମିଲ୍ ଅଟେ । 

ରୋଡମ୍ୟାପ୍ ଡଃ କ୍ରିଷ୍ଟିଆନ୍ କେଟେଲ୍ସଙ୍କ ଦ୍ୱାରା ଉପସ୍ଥାପିତ କରା ଯାଇଥିଲା, ଯିଏକି ଭାରତର ଶକ୍ତି ଏବଂ ଏହାର ବିଶେଷ ଲାଭ ଗୁଡିକୁ ସମ୍ପୂର୍ଣ୍ଣ ବୁଝିବାର ପ୍ରସଙ୍ଗକୁ ସୃଷ୍ଟି କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ଯାହା ଦେଶର ସମଗ୍ର ଜାତୀୟ ମୂଲ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରି ପାରିବ । ସେ କହିଥିଲେ ଯେ, "ଭାରତର ପ୍ରତିଯୋଗିତା ମୂଳକ ଆହ୍ୱାନ ଗୁଡିକୁ ଏବଂ ଅବସର ଗୁଡିକୁ ବୁଝିବା ବିଶ୍ୱ ସମ୍ମୁଖରେ ଆସୁଥିବା ଆହ୍ୱାନ ଗୁଡିକ ଏବଂ ସୁଯୋଗ ଗୁଡିକ ସମ୍ପର୍କରେ ସୂଚନା ହାସଲ କରିବା କ୍ଷେତ୍ରରେ ସହାୟତା ମିଳିଥାଏ । ଭାରତ ନିଜର ପ୍ରମୁଖ ଆହ୍ୱାନ ଗୁଡିକୁ କିପରି ସମାଧାନ କରିଥାଏ, ଏହାର ପ୍ରଭାବ ଏହି କଥା ଉପରେ ପଡିବ ଯେ ବିଶ୍ୱ ଏହି ଆହ୍ୱାନ ଗୁଡିକୁ କିପରି ମୁକାବିଲା କରୁଛି । ଭାରତର ପ୍ରଦର୍ଶନ ଗୁରୁତ୍ୱ ବହନ କରେ ।’

‘ଇଣ୍ଡିଆ - ଦ କମ୍ପିଟିଟିଭ୍ ଏଜ୍‌' ଉପରେ ମୁଖ୍ୟ ବକ୍ତବ୍ୟରେ, ଇଏସି - ପିଏମ୍‌ର ଅଧ୍ୟକ୍ଷ, ଡଃ ବିବେକ ଦେବରାୟ କହିଥିଲେ ଯେ, "ଯଦି ଭାରତର ବିକାଶ ପଥକୁ ଦ୍ରୁତ ଗତିରେ, ଉଚ୍ଚତର ଏବଂ ସୁଦୃଢ଼ତାର ସହିତ ମୁଣ୍ଡ ଟେକିବାର ଅଛି, ତା’ହେଲେ ଉଭୟ ସରକାରୀ ନୀତି ଗୁଡିକ ଏବଂ ଉଦ୍ୟୋଗ ଗୁଡ଼ିକ ଏବଂ ପୂର୍ବୋକ୍ତ ଦ୍ୱାରା ଉପସ୍ଥାପିତ ପରିବେଶରେ କାର୍ଯ୍ୟ କରୁଥିବା ବଜାର ଗୁଡ଼ିକର ଯଥେଷ୍ଟ ମହତ୍ୱ ରହିଛି । ବିକାଶ ନିମନ୍ତେ ଏକ ନୂତନ ଦୃଷ୍ଟିକୋଣର ମହତ୍ୱ ଉପରେ ଗୁରୁତ୍ୱ ଦେଇ, ଅମିତାଭ କାନ୍ତ, ଜି୨୦, ଶେର୍‌ପା କହିଥିଲେ ଯେ, "ଏକ ସଦା ପରିବର୍ତନଶୀଳ ବିଶ୍ୱ ସ୍ତରୀୟ ସନ୍ଦର୍ଭରେ, ଭାରତ ନିଜର ଲୋକ ମାନଙ୍କ ନିମନ୍ତେ ଜୀବନର ସହଜତା ଏବଂ ଉଦ୍ୟୋଗ ଗୁଡିକ ନିମନ୍ତେ ବ୍ୟବସାୟ କରିବାର ସହଜତାର ଆଧାର ଉପରେ ଏକ ନିରନ୍ତର ବିକାଶ ମଡେଲ୍ ଉପସ୍ଥାପନ କରିବା ଦିଗରେ କାର୍ଯ୍ୟ କରୁଛି । ଗୁରୁତ୍ୱ କେବଳ ଭାରତ ନିମନ୍ତେ ନିର୍ଦ୍ଧାରିତ ମହତ୍ୱାକାଂକ୍ଷା ଗୁଡିକୁ ପ୍ରାପ୍ତ କରିବା ଉପରେ ରହି ନାହିଁ, ଏହା ସହିତ ଏହି ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ୱ ଦିଆ ଯାଉଛି ଯେ ଦେଶ କିଭଳି ସେହି ସ୍ଥାନରେ ପହଂଚି ପାରିବ । ରୋଡମ୍ୟାପ୍ ନିର୍ଦ୍ଧାରିତ ଲକ୍ଷ୍ୟ ଗୁଡିକୁ ପ୍ରାପ୍ତ କରିବା ନିମନ୍ତେ ପ୍ରକ୍ରିୟାକୁ ଦିଗ୍‌ଦର୍ଶନ ପ୍ରଦାନ କରିଥାଏ, ଏବଂ ଯେଉଁ ପରିବର୍ତନ ନିମନ୍ତେ ଆମେ କାର୍ଯ୍ୟ କରୁଛେ, ସେଥିପାଇଁ ଆବଶ୍ୟକ ସିଦ୍ଧାନ୍ତ ସମ୍ପର୍କିତ ପରିବର୍ତନ ଗୁଡିକର ରୂପରେଖ ପ୍ରସ୍ତୁତ କରିଥାଏ ।’ 

ରିଲିଜ୍ ରେ ପଦକ୍ଷେପର ଅଂଶ ବିଶେଷ ଭାବରେ ଗଠିତ ହିତାଧିକାରୀ ସମୂହର ସଦସ୍ୟ ମାନଙ୍କ ମଧ୍ୟରେ ଏକ ଦଳଗତ (ପ୍ୟାନେଲ) ଚର୍ଚ୍ଚା ମଧ୍ୟ ସାମିଲ୍ ଥିଲା । ପ୍ୟାନେଲିଷ୍ଟ ମାନଙ୍କ ମଧ୍ୟରେ ଅକ୍ଷୟ ଜିନ୍ଦଲ୍‌, ସିଇଓ, ବରମାଲ୍ଟ ମାଲ୍ଟିଂଗ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌, ଆଶିଷ ଝାଲାନୀ, ପରିଚାଳନା ନିର୍ଦ୍ଦେଶକ, ସ୍କୋୟାର ପାଣ୍ଡା, ଗୁରୁଚରଣ ଦାସ, ଲେଖକ, ହରି ମେନନ୍‌, ନିର୍ଦ୍ଦେଶକ, ଇଣ୍ଡିଆ କଂଟ୍ରି ଅଫିସ୍‌, ବିଏମ୍‌ଜିଏଫ୍‌, ହିମାଂଶୁ ଜୈନ, ଅଧ୍ୟକ୍ଷ, ଭାରତୀୟ ଉପମହାଦେଶ, ଡାଇଭର୍ସି, ରବି ଭେଙ୍କଟେଶ, ଅଧ୍ୟକ୍ଷ, ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ଫର ପିପଲ୍ ଆଣ୍ଡ ପ୍ଲାନେଟ୍‌, ସୁମନ୍ତ ସିହ୍ନା, ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ, ରିନ୍ୟୁ ପାୱାର ଅନ୍ତର୍ଭୁକ୍ତ ଥିଲେ । ଚର୍ଚ୍ଚା ଭାରତର ଭବିଷ୍ୟତର ବିକାଶ ପ୍ରକ୍ଷେପକ ସହିତ ସମ୍ପର୍କିତ ମୂଲ୍ୟବାନ ଅନ୍ତର୍ଦୃଷ୍ଟିକୁ ସାମନାକୁ ଆଣିଥିଲା । 

ଭାରତ @୧୦୦ ନିମନ୍ତେ ପ୍ରତିଯୋଗିତାମୂଳକ ରୋଡମ୍ୟାପ୍ ଭାରତର ବୃଦ୍ଧି ଏବଂ ବିକାଶ ରଣନୀତି ନିମନ୍ତେ ଏକ ନୂତନ ଦୃଷ୍ଟିକୋଣର ଆଧାର ପ୍ରଦାନ କରିଥାଏ । ଆଗାମୀ ସମୟରେ ଦେଶର ବିଭିନ୍ନ ଉଦ୍ୟୋଗ ଗୁଡିକ , ମନ୍ତ୍ରଣାଳୟ ଗୁଡିକ ଏବଂ ରାଜ୍ୟ ଗୁଡିକ ନିମନ୍ତେ କେପିଆଇ ଏବଂ ରୋଡମ୍ୟାପ୍ ବିକଶିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ, ଯାହା ଫଳରେ ଶତାବ୍ଦୀ ବର୍ଷ ସୁଦ୍ଧା ଦେଶର ମହତ୍ୱାକାଂକ୍ଷା ଗୁଡିକ ପର୍ଯ୍ୟନ୍ତ ପହଂଚିବାର ଯାତ୍ରାକୁ ରୂପ ପ୍ରଦାନ କରା ଯାଇ ପାରିବ । ବିଭିନ୍ନ କ୍ଷେତ୍ର ଗୁଡିକରେ ତଥା ରାଜ୍ୟ ଗୁଡିକରେ ବିକାଶକୁ ନେଇ ଆଭିମୁଖ୍ୟରେ ପରିବର୍ତନ କେବଳ ଆଜି ଆମର ନୀତିଗତ କାର୍ଯ୍ୟ ଗୁଡିକୁ ରୂପରେଖ ପ୍ରଦାନ କରିବ ନାହିଁ , ଏହା ମଧ୍ୟ ଆମର ଭବିଷ୍ୟତର ନୀତି ଗୁଡିକୁ ଡିଜାଇନ୍ ଏବଂ କାର୍ଯ୍ୟକାରୀ କରିବା ଉପରେ ପ୍ରଭାବ ପକାଇବ ।

****

SSP

 

 

 



(Release ID: 1855601) Visitor Counter : 182