ରାଷ୍ଟ୍ରପତିଙ୍କ ସଚିବାଳୟ

ଅନୁରାଗ ଓ ଅଭିମାନ ସହ କାର୍ଯ୍ୟ କଲେ ୨୦୪୭ର ଭାରତ ଅଧିକ ସମୃଦ୍ଧ, ଶକ୍ତିଶାଳୀ ଓ ସୁଖୀ ହେବା ଆପଣମାନେ ସୁନିଶ୍ଚିତ କରିପାରିବେ


୨୦୨୦ ବ୍ୟାଚର ଆଇଏଏସ ଅଧିକାରୀମାନଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପରାମର୍ଶ

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ୨୦୨୦ ବ୍ୟାଚର ଆଇଏଏସ ଅଧିକାରୀ

Posted On: 25 AUG 2022 1:33PM by PIB Bhubaneshwar

କେନ୍ଦ୍ର ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ସହକାରୀ ସଚିବ ଭାବେ କାର୍ଯ୍ୟରତ ୨୦୨୦ ବ୍ୟାଚର ୧୭୫ ଜଣ ଆଇଏଏସ ଅଧିକାରୀ ରଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି ।

ଅଧିକାରୀମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଲେ ଯେ ଜନସେବକ ଭାବେ ଭାରତ ଏକ ବୈଶ୍ୱିକ ଜ୍ଞାନକେନ୍ଦ୍ର, ନବୋନ୍ମୋଷ, ପ୍ରଯୁକ୍ତି ବିକାଶ ଓ ଅନ୍ୟାନ୍ୟ କ୍ଷେତ୍ରରେ କିପରି ପ୍ରତିଷ୍ଠା ଲାଭ କରିବ ତାହା ସୁନିଶ୍ଚିତ କରିବା ନେଇ ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥି ସହିତ ଭାରତ ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ପରିବେଶର ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ନେଇଥିବା ନେତୃତ୍ୱ ମଧ୍ୟ ଶକ୍ତିଶାଳୀ କରିବାକୁ ହେବ ।

୨୦୪୭ କଥା ଚିନ୍ତା କଲେ ୨୦୨୦ ବ୍ୟାଚର ଅଧିକାରୀମାନେ ସେତେବେଳକୁ ଅତି ବରିଷ୍ଠ ନିଷ୍ପତ୍ତି ଗ୍ରହଣକାରୀ ହୋଇସାରିଥିବେ ବୋଲି କହି ରାଷ୍ଟ୍ରପତି କହିଥିଲେ ଯେ ଅନୁରାଗ ଓ ଅଭିମାନ ସହ କାର୍ଯ୍ୟ କଲେ ସେମାନେ ଏକ ସମୃଦ୍ଧ, ମଜଭୁତ ଓ ବିକଶିତ ୨୦୪୭ ସୁନିଶ୍ଚିତ କରିପାରିବେ । ୨୦୪୭କୁ ପରିବର୍ତ୍ତିତ ରୂପ ଦେବାପାଇଁ ସେମାନଙ୍କୁ ଆଧୁନିକ ଓ ସେବାଭିତ୍ତିକ ମନୋଭାବ ନେଇ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ । ମିଶନ କର୍ମଯୋଗୀ ଆମର ଲୋକସେବକମାନଙ୍କୁ ଅଧିକ ଆଧୁନିକ, ସମ୍ବେଦନଶୀଳ ଓ ଗତିଶୀଳ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ସେ କହିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଯୋଗୁଁ ଦେଶର ଦୂରଦୂରାନ୍ତରେ ପହଞ୍ଚିବା ଆଜି ଖୁବ ସହଜ ହୋଇଛି । ପ୍ରତ୍ୟେକ ଲୋକ ସେବକ ତାଙ୍କ ଦାୟୀତ୍ୱରେ ଥିବା ଅଞ୍ଚଳର ସବୁଠାରୁ ବଞ୍ଚିତ ଓ ଅବହେଳିତ ବ୍ୟକ୍ତି ନିକଟରେ ପହଞ୍ଚି ତାର ଜୀବନଧାରଣ ମାନ ଉନ୍ନତ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଯେଉଁମାନେ ବିଭିନ୍ନ କଲ୍ୟାଣକାରୀ ବା ବିକାଶ ଯୋଜନା ସମ୍ପର୍କରେ ଅନଭିଜ୍ଞ ସେମାନଙ୍କୁ ସେମାନେ ତାର ସୁଯୋଗ ଦେବା ଦରକାର । ପ୍ରତ୍ୟେକ କଲ୍ୟାଣକାରୀ ପଦକ୍ଷେପ ପ୍ରକୃତପକ୍ଷେ ସଫଳ ହେବ ଯଦି ତାହାର ସୁବିଧା ସମାଜର ଗରୀବ, ଅବହେଳିତ ଓ ସମାଜର ସବୁଠାରୁ ନିମ୍ନ ସ୍ତରରେ ରହୁଥିବା ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚେ ବୋଲି ସେ ସେମାନଙ୍କୁ ମନେ ପକାଇ ଦେଇଥିଲେ । ଲୋକସେବକମାନେ ସେଭଳି ସୁବିଧାରୁ ବଞ୍ଚିତ ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚିବାର ଦରକାର ବୋଲି ସେ କହିଥିଲେ । ସୁବିଧାରୁ ବଞ୍ଚିତ ବ୍ୟକ୍ତିମାନେ ସେମାନଙ୍କ ନିକଟରେ ସାହାଯ୍ୟ ଯେପରି ପହଞ୍ଚେ ତାହା ସୁନିଶ୍ଚିତ ହେବା ଦରକାର ।

ରାଷ୍ଟ୍ରପତି କହିଥିଲେ ଯେ ଲୋକ ସେବକ ଜନସେବା ପ୍ରତି ଉତ୍ସର୍ଗୀକୃତ ରଖିବା ସହ ଦୁର୍ବଳ ଶ୍ରେଣୀ ଲୋକମାନଙ୍କ ପ୍ରତି ଦୟା ଓ ସହାନୁଭୂତିଶୀଳ ହେବା ସହ ସର୍ବୋଚ୍ଚ ସାଧୁତା ନିରପେକ୍ଷତା ଓ ବସ୍ତୁନିଷ୍ଠତା ପ୍ରଦର୍ଶନ କରିବା ଦରକାର । ସେମାନେ ପଞ୍ଚାୟତିରାଜ ଅନୁଷ୍ଠାନ, ସୂଚୀଭୁକ୍ତ ଅଞ୍ଚଳ ଓ ତଫସିଲଭୁକ୍ତ ଉପଜାତି ଏବଂ ଷଷ୍ଠ ସୂଚୀଭୁକ୍ତ ଉତ୍ତର ପୂର୍ବାଞ୍ଚଳରେ ଆଦିବାସୀ ବହୁଳ ଅଞ୍ଚଳରେ ସମ୍ବିଧାନରେ ଥିବା ବିଧିବ୍ୟବସ୍ଥା ପ୍ରତି ସମ୍ମାନ ଦେବା ଦରକାର ।

ରାଷ୍ଟ୍ରପତି କହିଥିଲେ ଯେ ଲୋକସେବକମାନେ ତାଙ୍କ ନିଜ କର୍ମକ୍ଷେତ୍ରକୁ ମାନବିକ ବିକାଶ ସୂଚକାଙ୍କରେ ଯେପରି ସର୍ବଶ୍ରେଷ୍ଠ ହେବ ସେଥିପାଇଁ ଅହରହ ଚେଷ୍ଟା କରିବା ଆବଶ୍ୟକ । ବିଭିନ୍ନ ସୁବିଧାରୁ ବଞ୍ଚିତ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣି ସେମାନେ ଗର୍ବିତ ହେବା ଦରକାର । ଯେଉଁମାନଙ୍କ ସେବା କରିବା ସେମାନଙ୍କ କର୍ତ୍ତବ୍ୟ, ସେମାନଙ୍କ ପ୍ରତି ସେମାନେ ସମ୍ବେଦନଶୀଳ ହେବା ଦରକାର । ସେ କହିଥିଲେ ଯେ “ବସୁଧୈବ କୁଟୁମ୍ବକମ” ସମଗ୍ର ବିଶ୍ୱ ଏକ ବିରାଟ ପରିବାର ହେଉଛି ଭାରତୀୟ ଲୋକାଚାରର ଅଂଶ ବିଶେଷ । “ଭାରତମେବ କୁଟୁମ୍ବକମ” ସାରା ଭାରତ ମୋର ପରିବାର ସର୍ବଭାରତୀୟ ସେବାର ଲୋକସେବକମାନଙ୍କ ନିମନ୍ତେ ଏକ ଅଭିନ୍ନ ଅଂଶ ହେବା ଦରକାର ବୋଲି ସେ କହିଥିଲେ ।

SM/DD



(Release ID: 1854451) Visitor Counter : 128