ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀଙ୍କୁ ନେଇ ଆୟୋଜିକ ଜାତୀୟ ଶ୍ରମ ସମ୍ମେଳନରେ ଅଗଷ୍ଟ ୨୫ରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ


ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଦୁଇ ଦିନିଆ ସମ୍ମେଳନ ଆୟୋଜିତ ହେଉଛି

ଶ୍ରମ ଓ ଶ୍ରମିକ କଲ୍ୟାଣ ସମ୍ପର୍କିତ ପ୍ରସଙ୍ଗଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ସୃଷ୍ଟି ପାଇଁ ଏହି ସମ୍ମେଳନ ଉଦ୍ୟମ କରିବ

Posted On: 23 AUG 2022 9:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୫, ୨୦୨୨ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଜାତୀୟ ଶ୍ରମ ସମ୍ମେଳନରେ ଉଦବୋଧନ ଦେବେ । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଅଗଷ୍ଟ୨୫-୨୬, ୨୦୨୨ରେ ଏହି ଦୁଇଦିନିଆ ସମ୍ମିଳନୀ ଆୟୋଜିତ ହେବ ।

ସହଭାଗୀ ସଂଘୀୟ ବ୍ୟବସ୍ଥା ଭାବନା ଆଧାରରେ ଗୁରୁତ୍ୱପୂର୍ଣ୍ଣ ଶ୍ରମ ସମ୍ପର୍କିତ ପ୍ରସଙ୍ଗଗୁଡିକ ସମ୍ପର୍କରେ ଆଲୋଚନା ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ଶ୍ରମିକ କଲ୍ୟାଣ ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାଳମେଳ ସୃଷ୍ଟି କରି ସଫଳ ନୀତି ପ୍ରଣୟନ ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଯୋଜନାଗୁଡିକର ସଫଳ ରୂପାୟନ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ ।

ଏହି ସମ୍ମିଳନୀରେ ଚାରିଟି ବିଷୟ ଆଧାରିତ ଅଧିବେଶନ ରହିବ । ସାମାଜିକ ସୁରକ୍ଷା ଯୋଜନାଗୁଡିକର ପଞ୍ଜିକରଣ ଇ-ଶ୍ରମ ପୋର୍ଟାଲରେ ଉପଲବ୍ଧ କରାଇ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଇଏସଆଇ ଡାକ୍ତରଖାନାର ସ୍ୱାସ୍ଥ୍ୟ ସେ ସମୃଦ୍ଧି ଯୋଜନା ଓ ପିଏମଜେଏୱାଇ ସହ ମିଶ୍ରଣ, ଚାରିଟି ଶ୍ରମ ସଂହିତା ଅନ୍ତର୍ଗତ ନିୟମ ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନର ପଦ୍ଧତି, ସମାନ ଓ ଉପଯୁକ୍ତ କାମ କରିବାର ସ୍ଥିତି, ଭିଜନ ସତ୍ୟମେବ ଜୟତେ @ 2047ରେ ସମସ୍ତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ତଥା ଅସଂଗଠିତ ଓ ପ୍ଲାଟଫର୍ମ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା, କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା ଆଦି ପ୍ରସଙ୍ଗରେ ଆଲୋଚନା ହେବ ।

 

SR



(Release ID: 1854030) Visitor Counter : 141