ଯୋଗାଯୋଗ ମନ୍ତ୍ରଣାଳୟ
azadi ka amrit mahotsav

ହର ଘର ତିରଙ୍ଗା ଅଭିଯାନ : ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଛୁଟି ଦିନ ସହିତ ସବୁଦିନ ଖୋଲା ରହିବ ଡାକ ଘର


ହର ଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ ଡାକ ଘର ଜରିଆରେ ଜାତୀୟ ପତାକା ବିକ୍ରି ଏବଂ ବିତରଣ ସୁବିଧା ଯୋଗାଇ ଦିଆଯିବ

ପୋଷ୍ଟ କରାଯିବା ଦିନାଙ୍କ: 06 AUG 2022 6:30PM by PIB Bhubaneswar

ସ୍ୱାଧୀନତା ଦିବସ ୨୦୨୨ ପୂର୍ବରୁ ପଡ଼ୁଥିବା ସବୁ ସରକାରୀ ଛୁଟି ଦିନ ସହିତ ସବୁଦିନ ଦେଶର ସବୁ ଡାକ ଘର ଖୋଲା ରହିବ । ହର ଘର ତିରଙ୍ଗା (ପ୍ରତି ଘରେ ତ୍ରିରଙ୍ଗା) ଅଭିଯାନ ଅନ୍ତର୍ଗତ ଜାତୀୟ ପତାକା ବିକ୍ରି ଏବଂ ବିତରଣ ସୁବିଧା ଯୋଗାଇ ଦେବା ନିମନ୍ତେ ଡାକ ଘର ଖୋଲା ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି।

ଏହି ଗଣ ଅଭିଯାନକୁ ସମର୍ଥନ ଯୋଗାଇ ଦେବା ଲାଗି ସବୁ ଡେଲିଭରୀ ପୋଷ୍ଟ ଅଫିସ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଡାକ ଘରଗୁଡ଼ିକ ସବୁଦିନ ଖୋଲା ରହିବ ।

ଡାକ ଘର ଗୁଡ଼ିକରେ ଅତି କମରେ ଗୋଟିଏ କାଉଣ୍ଟର ଜରିଆରେ ୭, ୯ ଏବଂ ୧୪ ଅଗଷ୍ଟ ୨୦୨୨ରେ ପଡ଼ୁଥିବା ସରକାରୀ ଛୁଟି ଦିବସରେ ଜାତୀୟ ପତାକା ବିକ୍ରି ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସବୁ ଡେଲିଭରୀ ପୋଷ୍ଟ ଅଫିସରେ ଜାତୀୟ ପତାକା ବିତରଣ ନିମନ୍ତେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ ।

********

P.S.


(ରିଲିଜ ଆଡି: 1849153) ପରିଦର୍ଶକ କାଉଣ୍ଟର : 278