ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁଲାଇ ୩୦ରେ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 29 JUL 2022 2:19PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩୦, ୨୦୨୨ ପୂର୍ବାହ୍ନ ୧୦ଟା ବେଳେ ବିଜ୍ଞାନ ଭବନ ଠାରେ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।

ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ)ର ପ୍ରଥମ ଜାତୀୟ ସ୍ତରୀୟ ସମ୍ମେଳନ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଏଲଏସଏ) ଦ୍ୱାରା ଜୁଲାଇ ୩୦ରୁ ଜୁଲାଇ ୩୧, ୨୦୨୨ ପର୍ଯ୍ୟନ୍ତ ଆୟୋଜିତ ହେବ । ଡିଏଲଏସଏଗୁଡିକ ମଧ୍ୟରେ ସମାନତା ଓ ସମନ୍ୱୟ ସ୍ଥାପନ ପାଇଁ ସମନ୍ୱିତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ବୈଠକରେ ଆଲୋଚନା ହେବ ।

ଦେଶରେ ସମୁଦାୟ ୬୭୬ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ରହିଛି । ଜିଲ୍ଲା ଜଜ ଅଧ୍ୟକ୍ଷ ଭାବେ ଏହି ପ୍ରାଧିକରଣର ଦାୟିତ୍ୱ ତୁଲାଇଥାନ୍ତି । ଡିଏଲଏସଏ ଓ ରାଜ୍ୟ ଆଇନସେବା ପ୍ରାଧିକରଣ (ଏସଏଲଏସଏ)ଗୁଡିକ ମାଧ୍ୟମରେ ଆଇନ ସହାୟତା ପ୍ରଦାନ କରିବା ସହ ଏନଏଏଲଏସଏ ଦ୍ୱାରା ଆରମ୍ଭ ସଚେତନତା କାର୍ଯ୍ୟକ୍ରମଗୁଡିକୁ ରୂପାୟନ କରିଥାଏ । ଏନଏଏଲଏସଏ ଦ୍ୱାରା ଆୟୋଜିତ ଲୋକ ଅଦାଲତଗୁଡିକୁ ପରିଚାଳନା କରି ଡିଏଲଏସଏ ଅଦାଲତର ବୋଝ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

 

SR



(Release ID: 1846256) Visitor Counter : 143