ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜନ୍ମ ଶତବାର୍ଷିକୀ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 23 JUL 2022 9:41AM by PIB Bhubaneshwar

ଜନ୍ମ ଶତବାର୍ଷିକୀ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କିଛି ବର୍ଷ ପୂର୍ବରୁ ମନ କି ବାତରେ ଲୋକମାନ୍ୟ ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କ ସମ୍ପର୍କରେ କରିଥିବା ଚର୍ଚ୍ଚାର କିଛି ଅଂଶ ଶେୟାର କରିଛନ୍ତି । ଏହାସହିତ ସେ ନିଜ ମୁମ୍ବାଇ ଗସ୍ତ ବେଳର ସ୍ନାପସଟଗୁଡିକ ମଧ୍ୟ ଶେୟାର କରିଛନ୍ତି । ମୁମ୍ବାଇ ଗସ୍ତ ଅବସରରେ ସେ ଲୋକମାନ୍ୟ ତିଲକଙ୍କ ସହ ଘନିଷ୍ଠ ଭାବେ ଜଡିତ ଲୋକମାନ୍ୟ ସେବା ସଙ୍ଘ ଯାଇଥିଲେ ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ମା ଭାରତୀଙ୍କ ଦୁଇ ମହାନ ସନ୍ତାନ, ଲୋକମାନ୍ୟ ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ସେମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରଣାମ କରୁଛି । ଏହି ଦୁଇ ମହାନ ବ୍ୟକ୍ତିତ୍ୱ ସାହସ ଓ ଦେଶପ୍ରେମର ପ୍ରତୀକ । କିଛି ବର୍ଷ ପୂର୍ବରୁ #MannKiBaatରେ ସେମାନଙ୍କ ସମ୍ପର୍କରେ କରିଥିବା ଚର୍ଚ୍ଚା ଶେୟାର କରୁଛି ।

ଲୋକମାନ୍ୟ ତିଲକଙ୍କ ଠାରୁ ପରମ୍ପରା ସୂତ୍ରରେ ମିଳିଥିବା ବ୍ୟାପକ ଗଣେଶ ଉତ୍ସବ ଦେଶବାସୀଙ୍କ ମଧ୍ୟରେ ସାଂସ୍କୃତିକ ଚେତନାକୁ ପ୍ରଜ୍ୱଳିତ କରୁଛି । ମୁମ୍ବାଇ ଗସ୍ତ ବେଳେ ଲୋକମାନ୍ୟ ତିଲକଙ୍କ ସହ ଘନିଷ୍ଠ ଭାବେ ଜଡିତ ଲୋକମାନ୍ୟ ସେବା ସଙ୍ଘ ଯାଇଥିଲି ।

 

 

I bow to two greats sons of Maa Bharti, Lokmanya Tilak and Chandra Shekhar Azad on their birth anniversary. These two stalwarts epitomise courage and patriotism. Sharing what I had spoken about them during #MannKiBaat a few years ago. pic.twitter.com/GuhXVxWZfa

— Narendra Modi (@narendramodi) July 23, 2022

 

One of the everlasting legacies of Lokmanya Tilak is the large scale Ganesh Utsavs, which ignited a spirit of cultural consciousness among the people. During one of my Mumbai visits, I visited the Lokmanya Seva Sangh, which has a close association with Lokmanya Tilak. pic.twitter.com/AwtYpkpc1E

— Narendra Modi (@narendramodi) July 23, 2022

SR



(Release ID: 1844201) Visitor Counter : 131