ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ମାର୍କ ରୁଟେଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
Posted On:
13 JUL 2022 6:50PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ମାର୍କ ରୁଟେଙ୍କ ସହ କଥା ହୋଇଛନ୍ତି ।
ଦୁଇ ନେତା ଭାରତ-ନେଦରଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ସହିତ ଜଳ ଉପରେ ରଣନୀତିକ ସହଯୋଗ, ପ୍ରମୁଖ କୃଷି କ୍ଷେତ୍ରରେ ସହଯୋଗ, ଉଚ୍ଚ ବୈଷୟିକ ତଥା ଆଗକୁ ବଢୁଥିବା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଥିଲେ । ଭାରତ-ୟୁରୋପିଆନ ୟୁନିଅନ ସମ୍ପର୍କ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ, ଭାରତ-ପ୍ରଶାନ୍ତ ମହାସାଗରୀୟ ସହଯୋଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା ।
ନିୟମିତ ଉଚ୍ଚ ସ୍ତରୀୟ ଗସ୍ତ ଏବଂ ଆଲୋଚନା ସହିତ, ଭାରତ-ନେଦରଲ୍ୟାଣ୍ଡ ସମ୍ପର୍କ ନିକଟ ଅତୀତରେ ଅତୁଳନୀୟ ଅଗ୍ରଗତି କରିଛି । ଉଭୟ ପ୍ରଧାନମନ୍ତ୍ରୀ ୦୯ ଏପ୍ରିଲ ୨୦୨୧ ରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ କରିଥିଲେ ଏବଂ ନିୟମିତ ଭାବରେ କଥା ହୋଇଥିଲେ । ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ନେଦରଲ୍ୟାଣ୍ଡ ସହିତ ‘ଜଳ ଉପରେ ରଣନୀତିକ ଭାଗିଦାରୀ' ଆରମ୍ଭ କରାଯାଇଥିଲା ।
ଚଳିତ ବର୍ଷ ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୭୫ ବର୍ଷ ସ୍ମରଣ କରୁଛନ୍ତି । ଏହି ସ୍ୱତନ୍ତ୍ର ସମ୍ପର୍କକୁ ଭାରତର ରାଷ୍ଟ୍ରପତିଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମୟରେ ଏପ୍ରିଲ୍ ୪-୭, ୨୦୨୨ରେ ପାଳନ କରାଯାଇଥିଲା ।
HS
(Release ID: 1841331)
Visitor Counter : 171
Read this release in:
Bengali
,
English
,
Urdu
,
Marathi
,
Hindi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam