ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂତନ ସଂସଦ ଅଟ୍ଟାଳିକାର ଛାତ ଉପରେ ସ୍ଥାପିତ ଜାତୀୟ ପ୍ରତୀକକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମଜୀବୀଙ୍କ ସହ କଲେ ମତବିନିମୟ
ପୋଷ୍ଟ କରାଯିବା ଦିନାଙ୍କ:
11 JUL 2022 2:32PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ସକାଳେ ନୂତନ ସଂସଦ ଭବନ ଛାତ ଉପରେ ପ୍ରତିଷ୍ଠା କରାଯାଇଥିବା ଜାତୀୟ ପ୍ରତୀକକୁ ଉନ୍ମୋଚନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି :
‘‘ଆଜି ସକାଳେ, ନୂଆ ସଂସଦ ଭବନ ଛାତ ଉପରେ ଜାତୀୟ ପ୍ରତୀକ ଉନ୍ମୋଚନ କରିବାର ସୌଭାଗ୍ୟ ମୋତେ ମିଳିଲା ।’’
ନୂଆ ସଂସଦ ଭବନ କାମରେ ନିୟୋଜିତ ଥିବା ଶ୍ରମଜୀବୀଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ମତବିନିମୟ କରିଥିଲେ ।
‘‘ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମଜୀବୀଙ୍କ ସହିତ ମୋର ଏକ ଭଲ ଆଲୋଚନା ହେଲା । ସେମାନଙ୍କ ପ୍ରୟାସକୁ ନେଇ ଆମେ ଗର୍ବିତ ଏବଂ ଆମ ଦେଶ ପ୍ରତି ସେମାନଙ୍କର ଯୋଗଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ।’’
କାଂସ୍ୟ ବା ବ୍ରୋଞ୍ଜରେ ନିର୍ମିତ ହୋଇଥିବା ଜାତୀୟ ପ୍ରତୀକର ମୋଟ୍ ଉଚ୍ଚତା ୬.୫ ମିଟର ହୋଇଥିବା ବେଳେ ଓଜନ ୯ ହଜାର ୫୦୦ କିଲୋଗ୍ରାମ ।
କମ୍ପ୍ୟୁଟର ଗ୍ରାଫିକ୍ସ/ମାଟି ଢାଞ୍ଚା ପ୍ରସ୍ତୁତି ଠାରୁ ଆରମ୍ଭ କରି ବ୍ରୋଞ୍ଜ କାଷ୍ଟିଂ ଏବଂ ପଲିସ କରିବା ପର୍ଯ୍ୟନ୍ତ, ସଂସଦ ଭବନ ଛାତ ଉପରେ ଜାତୀୟ ପ୍ରତୀକ ପ୍ରତିଷ୍ଠା କରିବାର ପରିକଳ୍ପନା, ନକ୍ସା ଏବଂ ପ୍ରକ୍ରିୟା ଆଠଟି ଭିନ୍ନ ଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଛି ।
*****
P.S.
(ରିଲିଜ ଆଡି: 1840803)
ପରିଦର୍ଶକ କାଉଣ୍ଟର : 326
ଏହି ରିଲିଜ ପଢନ୍ତୁ :
Bengali
,
Punjabi
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam