ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମୀ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ


“ମୋ ପାଇଁ ଏମଏସଏମଇ ଅର୍ଥ ହେଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସର୍ବାଧିକ ସହାୟତା”

“ଏମଏସଏମଇ କ୍ଷେତ୍ରକୁ ଶକ୍ତିଶାଳୀ କରିବା ଅର୍ଥ ସମାଜକୁ ସଶକ୍ତ କରିବା”

“ଯଦି କୌଣସି ଶିଳ୍ପ ବୃଦ୍ଧି ଏବଂ ସମ୍ପ୍ରସାରଣ ଚାହୁଁଛନ୍ତି, ତେବେ ସରକାର ସେମାନଙ୍କୁ ସମର୍ଥନ ଦେବା ସହ ଆବଶ୍ୟକ ହେଲେ ନୀତିରେ ମଧ୍ୟ ପରିବର୍ତ୍ତନ କରୁଛନ୍ତି”

“ଭାରତ ବାହାରେ ଥିବା ଦୂତାବାସଗୁଡ଼ିକୁ ତିନିଟି ପଦ୍ଧତି ଯଥା ବାଣିଜ୍ୟ, ବୈଷୟିକ ଜ୍ଞାନ ଓ ପର୍ଯ୍ୟଟନ ଦ୍ୱାରା ଆକଳନ କରାଯାଉଛି”

“ପ୍ରଥମ ଥର ନିମନ୍ତେ ଖଦୀ ଓ ଗ୍ରାମଦ୍ୟୋଗର ବ୍ୟବସାୟ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି”
“ପ୍ରତ୍ୟେକ ଭାରତୀୟଙ୍କ ନିମନ୍ତେ ଔଦ୍ୟୋଗିକତା ହାସଲ ପାଇଁ ମୁଦ୍ରା ଯୋଜନାର ଏକ ବିରାଟ ଭୂମିକା ରହିଛି”

“ଔଦ୍ୟୋଗିକତାର ପୂର୍ଣ୍ଣତା ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହିଁ ପ୍ରକୃତ ପକ୍ଷେ ସାମାଜିକ ନ୍ୟାୟ”
“ମୁଁ ପ୍ରତିଶ୍ରୁତି ଦେଉଛି କି ଏମଏସଏମଇ ନିମନ୍ତେ ସରକାର ଆପଣଙ୍କୁ ସୁହାଇଲା ଭଳି ନୀତି ନିର୍ଦ୍ଧାରଣ ପାଇଁ ଅଙ୍ଗୀକାରବଦ୍ଧ”

“ଔଦ୍ୟୋଗିକ ଭାରତର ଯେକୌଣସି ସଫଳତା ଦେଶକୁ ଆତ୍ମନିର୍ଭର ଭାରତ ଅଭିମୁଖୀ କରାଇବ । ମୁଁ ଆପଣ ଓ ଆପଣଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କରେ”

Posted On: 30 JUN 2022 1:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଉଦ୍ୟମୀ ଭାରତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଶ୍ରୀ ମୋଦୀ ଏହି ଅବସରରେ ଏମଏସଏମଇ କାର୍ଯ୍ୟ ଦକ୍ଷତା ଉତଥାନ ତ୍ୱରାନ୍ୱିତ କାର୍ଯ୍ୟକ୍ରମ (ଆରଏଏମପି) ଯୋଜନା, ଏମଏସଏମଇ ପ୍ରଥମ ଥର ରପ୍ତାନୀକାରୀ ଓ ସମର୍ଥ ବୃଦ୍ଧି ଯୋଜନା (ସିବିଏଫଟିଇ) ଓ ପ୍ରଧାନମନ୍ତ୍ରୀ କର୍ମନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମର ନୂତନ ବୈଶିଷ୍ଟ୍ୟ (ପିଏମଇଜିପି) ଯୋଜନାର ମଧ୍ୟ ଆରମ୍ଭ କରିଛନ୍ତି ।

ସେ ମଧ୍ୟ ଡିଜିଟାଲ ମାଧ୍ୟମରେ ୨୦୨୨-୨୩ ନିମନ୍ତେ ପିଏମଇଜିପି ହିତାଧିକାରୀମାନଙ୍କୁ ସହାୟତା ହସ୍ତାନ୍ତର କରିଛନ୍ତି। ଏହା ବ୍ୟତୀତ ସେ ୨୦୨୨ର ଏମଏସଏମଇ ଆଇଡିଆ ହକାଥନର ଫଳ ଘୋଷଣା କରିଛନ୍ତି ଓ ଆତ୍ମନିର୍ଭରଶୀଳ ଭାରତ ନିଧି (ଏସଆରଆଇ) ଅଧିନରେ ୭୫ ଏମଏସଏମଇକୁ ଡିଜିଟାଲ ଇକୁଇଟି ପ୍ରମାଣପତ୍ର ମଧ୍ୟ ଜାରି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ନାରାୟଣ ରାଣେ, ଶ୍ରୀ ଭାନୁ ପ୍ରତାପ ବର୍ମା ଦେଶବ୍ୟାପୀ ଏମଏସଏମଇ ଅଂଶୀଦାର ବିଭିନ୍ନ ଦେଶର କୂଟନୀତିଜ୍ଞ ଏହି ଅବସରରେ ଉପସ୍ଥିତ ଥିଲେ ।

ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏମଏସଏମଇର ଉଦ୍ୟମ ଆତ୍ମନିର୍ଭର ଭାରତକୁ ଆଗେଇ ନେବାରେ ସହାୟକ ହେବ । ଏକବିଂଶ ଶତାବ୍ଦୀରେ ଭାରତ ଯେଉଁ ଶିଖର ଛୁଇଁଲେ ମଧ୍ୟ ତାହା ଏମଏସଏମଇ କ୍ଷେତ୍ର ଉପରେ ନିର୍ଭରଶୀଳ ରହିବ ବୋଲି ସେ କହିଥିଲେ । ଭାରତୀୟ ସାମଗ୍ରୀ ନୂତନ ବଜାରରେ ପହଂଚିବା ତଥା ଦେଶର ରପ୍ତାନୀ ବୃଦ୍ଧି ପାଇଁ ଏମଏସଏମଇ ଭୂମିକାର ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । “ଆମ ସରକାର ଏହି କ୍ଷେତ୍ରରେ ଥିବା ପର୍ଯ୍ୟାପ୍ତ ସମ୍ଭାବନା ଓ ଆପଣମାନଙ୍କ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଉଛି ଓ ନୀତିମାନ ନିର୍ଦ୍ଧାରଣ କରୁଛି” ବୋଲି ସେ କହିଥିଲେ । ଆଜି ଯେଉଁ ପଦକ୍ଷେପମାନ ସରକାରଙ୍କ ଦ୍ୱାରା ନିଆଯାଉଛି ସେ ସବୁ ଏମଏସଏମଇର ଗୁଣାତ୍ମକ ବିକାଶକୁ ଆଖି ଆଗରେ ରଖି ନିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେତେବେଳେ ଏମଏସଏମଇ କଥା କହୁ ଏହାର ପ୍ରଯୁକ୍ତିଗତ ସମ୍ପ୍ରସାରଣ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ବୁଝାଇଥାଏ । ଏହି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ଭାରତୀୟ ଅଭିବୃଦ୍ଧି ଯାତ୍ରାର ମୁଖ୍ୟ ସ୍ତମ୍ଭ । ଭାରତୀୟ ଅର୍ଥନୀତିର ଏକ ତୃତୀୟାଂଶ ଏହି ଏମଏସଏମଇ କ୍ଷେତ୍ରରୁ ଆସିଥାଏ । ଏମଏସଏମଇ କ୍ଷେତ୍ରରେ ଶକ୍ତି ବୃଦ୍ଧି ସମ୍ପୂର୍ଣ୍ଣ ସମାଜର ଶକ୍ତି ବୃଦ୍ଧିରେ ସହାୟକ ଓ ବିକାଶରେ ସମସ୍ତେ ସହଭାଗୀ । ସେଥିପାଇଁ ଏହି କ୍ଷେତ୍ରକୁ ସରକାର ସବୁବେଳେ ଅଗ୍ରାଧିକାର ଦେଇ ଆସୁଛନ୍ତି ।

ଗତ ଆଠ ବର୍ଷ ମଧ୍ୟରେ ଏମଏସଏମଇ କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ସରକାର ବଜେଟରେ ଶତକଡ଼ା ୬୫ ଭାଗରୁ ଅଧିକ ବ୍ୟୟ ବରାଦ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । “ଆମ ପାଇଁ ଏମଏସଏମଇ ଅର୍ଥ ହେଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଯଥା ସମ୍ଭବ ଅଧିକ ସହାୟତା” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି ପ୍ରକାଶ କରିଥିଲେ ।

ଏଗାର କୋଟିରୁ ଅଧିକ ଜନସାଧାରଣଙ୍କ ଏମଏସଏମଇ କ୍ଷେତ୍ର ସହ ଯୋଡ଼ି ହୋଇଥିବା ବେଳେ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମଧ୍ୟ ପାରଙ୍ଗମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବୈଶ୍ୱିକ ମହାମାରୀ ବଳରେ ସରକାର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ବଞ୍ଚାଇ ସେଗୁଡ଼ିକ ନୂତନ ଶକ୍ତି ଦେବାକୁ ଚାହୁଁଥିଲେ । ଜରୁରୀକାଳୀନ କ୍ରେଟିଡ ଲାଇନ ଗ୍ୟାରେଣ୍ଟି ଯୋଜନା ଅଧିନରେ କେନ୍ଦ୍ର ସରକାର ଏମଏସଏମଇ ପାଇଁ ୩.୫ ଲକ୍ଷ କୋଟି ଟଙ୍କା ସୁନିଶ୍ଚିତ କରିଛନ୍ତି । ଏହା ଫଳରେ ୧.୫ କୋଟି କର୍ମନିଯୁକ୍ତି ବଞ୍ଚା ଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ସ୍ୱାଧୀନତାର ଅମୃତ କାଳରେ ସଂକଳ୍ପଗୁଡ଼ିକୁ ହାସଲ କରିବା ନିମନ୍ତେ ଏମଏସଏମଇ ଏକ ପ୍ରମୁଖ ମାଧ୍ୟମ ବୋଲି ସେ କହିଛନ୍ତି ।

ଶ୍ରୀ ମୋଦୀ ଅତୀତର ସେ ସମୟକୁ ସ୍ମରଣ କହିଥିଲେ ଯେତେବେଳେ ପୂର୍ବ ସରକାରମାନେ ଏ କ୍ଷେତ୍ରରେ ଗୁରୁତ୍ୱକୁ ପୁରା ନୁ୍ୟନ କରି ଦେଇଥିଲେ । ସେମାନଙ୍କ ଏହା ଦ୍ୱାରା ଗ୍ରହଣ କରାଯାଇଥିବା ନୀତିଗୁଡ଼ିକ ଯୋଗୁଁ କ୍ଷୁଦ୍ର ଉଦ୍ୟୋଗ ପ୍ରକୃତ ପକ୍ଷେ କ୍ଷୁଦ୍ର ଅଗ୍ରାଧିକାର ଏହାର ରହି ଯାଇଥିଲା । ଏହାକୁ ପରିବର୍ତ୍ତନ କରାଇବା ପାଇଁ ଏମଏସଏମଇ ସଜ୍ଞାର ପରିବର୍ତ୍ତନ କରାଗଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି କୌଣସି ଶିଳ୍ପାନୁଷ୍ଠାନ ଅଭିବୃଦ୍ଧି ଚାହୁଁଛି ତେବେ ସରକାର ତାକୁ ସାହାଯ୍ୟ କରିବା ସହ ନୀତିରେ ମଧ୍ୟ ପରିବର୍ତ୍ତନ ଆଣୁଛନ୍ତି । ଜିଇଏମରେ ଏମଏସଏମଇ ବସ୍ତୁତ ସେବା ପ୍ରଦାନ ନିମନ୍ତେ ଏକ ଶକ୍ତିଶାଳୀ ମଞ୍ଚ ସରକାରରେ ଅଛି ଆଉ କରୁଛୁ । ସମସ୍ତ ଏମଏସଏମଇ ନିଯୁକ୍ତି ଜିଇଏମ ପୋର୍ଟାଲରେ ପଞ୍ଜୀକୃତ ହେବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ସେହିପରି ୨ଠଠ କୋଟି ଟଙ୍କାରୁ କମ ପ୍ରକଳ୍ପ କ୍ଷେତ୍ରରେ ବୈଶ୍ୱିକ ଟେଣ୍ଡର ନିଷେଧାଦେଶ ଏମଏସଏମଇକୁ ସାହାଯ୍ୟ କରିବ ବୋଲି ସେ କହିଥିଲେ ।

ରପ୍ତାନୀ ବୃଦ୍ଧି ପାଇଁ ସରକାର ନେଉଥିବା ପଦକ୍ଷେପଗୁଡ଼ିକ ଏମଏସଏମଇକୁ ସାହାଯ୍ୟ କରିବ । ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକୁ ଏ ଦିଗରେ କାର୍ଯ୍ୟ କରିବାକୁ କୁହାଯାଇଛି । ଦୂତାବାସଗୁଡ଼ିକୁ ବାଣିଜ୍ୟ, ପ୍ରଯୁକ୍ତି ଓ ପର୍ଯ୍ୟଟନ ଏହିପରି ତିନିଟି ପଦ୍ଧତି ଭିତ୍ତିରେ ଆକଳନ କରାଯାଉଛି ।

୨୦୦୮-୨୦୧୨ ମଧ୍ୟରେ ଲକ୍ଷ ହାସଲରେ ବିଫଳତା ନିମନ୍ତେ ୨୦୧୪ ପରେ ପ୍ରଧାନମନ୍ତ୍ରୀ ରୋଜଗାର ଶ୍ରୀଜନ କାର୍ଯ୍ୟକ୍ରମରେ ପୁନର୍ବିନ୍ୟାସ କରାଯାଇଛି । ୨୦୧୪ ପରେ ଏହି ଯୋଜନ ଅଧିନରେ ୪୦ ଲକ୍ଷରୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହି ସମୟ ମଧ୍ୟରେ ୧୪ ହଜାର କୋଟି ଟଙ୍କାର ପ୍ରାନ୍ତୀୟ ଅର୍ଥ ରିହାତି ଏହି ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇଛି । ଏହି ଯୋଜନା ଅଧିନରେ ଆସୁଥିବା ସାମଗ୍ରୀଗୁଡ଼ିକର ମୂଲ୍ୟ ସମାନ ମଧ୍ୟ ବୃଦ୍ଧି ପାଇଛି ବୋଲି ସେ କହିଥିଲେ ।

ସାମୁହିକ ବିକାଶ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟ୍ରାନ୍ସଜେଣ୍ଡର ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଥମଥର ପାଇଁ ଖଦୀ ଓ ଗ୍ରାମଦ୍ୟୋଗର ଆୟ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । “ଏହା ଆମ ଗ୍ରାମାଞ୍ଚଳ କ୍ଷୁଦ୍ର ଉଦ୍ୟୋଗୀଙ୍କ ଯୋଗୁଁ ସମ୍ଭବ ହେବା ସହ ଆମ ଭଉଣୀମାନେ କଠିନ ପରିଶ୍ରମ କରୁଛନ୍ତି । ଗତ ଆଠ ବର୍ଷ ମଧ୍ୟରେ ଖଦୀ ବିକ୍ରି ଚାରିଗୁଣ ବୃଦ୍ଧି ପାଇଛି ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଦ୍ୟୋଗ ରାସ୍ତାରେ ପାଦ ଥାପିବା ପିମନ୍ତେ ସମାଜର ଅବହେଳିତ ଶ୍ରେଣୀ ଲୋକମାନଙ୍କ ନିକଟରେ ବିନା ଗ୍ୟାରେଣ୍ଟିରେ ଋଣ ପାଇବା ଏକ ମୁଖ୍ୟ ପ୍ରତିବନ୍ଧକ ଥିଲା । ମାତ୍ର ୨୦୧୪ ପରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ନୀତିରେ ଔଦ୍ୟୋଗିକତାର ପରିସର ବୃଦ୍ଧି କରାଗଲା । ପ୍ରତ୍ୟେକ ଭାରତୀୟଙ୍କ ନିମନ୍ତେ ମୁଦ୍ରା ଯୋଜନା ଯୋଗୁଁ ଔଦ୍ୟୋଗିକତା ସହଜ ହୋଇ ପାରିଲା । ବିନା ଗ୍ୟାରେଣ୍ଟିରେ ଏହି ଯୋଜନା ଅଧିନରେ ବ୍ୟାଙ୍କ ଋଣ ଅନେକ ମହିଳା ଉଦ୍ୟୋଗୀ, ଦଳିତ ଅନଗ୍ରସର ଓ ଆଦିବାସୀଙ୍କୁ ଉଦ୍ୟୋଗପତି ହେବାର ସୁଯୋଗ ଦେଲା । ଏ ପର୍ଯ୍ୟନ୍ତ ଏହି ଯୋଜନା ଅଧିନରେ ୧୯ ଲକ୍ଷ କୋଟିରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ପ୍ରାୟ ସାତ କୋଟି ଉଦ୍ୟୋଗୀ ପ୍ରଥମ ଥର ପାଇଁ ଉଦ୍ୟୋଗ ଆରମ୍ଭ କରି ଉଦ୍ୟୋଗପତି ବନିପାରିଛନ୍ତି । ଉଦ୍ୟମ ପୋର୍ଟାଲରେ ମଧ୍ୟ ପଞ୍ଜୀକୃତ ଉଦ୍ୟୋଗୀମାନଙ୍କ ମଧ୍ୟରେ ଶତକଡ଼ା ୧୮ ଭାଗ ମହିଳା ଅଛନ୍ତି । ‘ଏପରି ସାମୁହିକ ଔଦ୍ୟୋଗିକତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରକୃତ ପକ୍ଷେ କହିବାକୁ ଗଲେ ଏକ ସାମାଜିକ ଜାତୀୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ଏହି କାର୍ଯ୍ୟକ୍ରମ ଜରିଆରେ ଏମଏସଏମଇ ସହ ସଂଶ୍ଳିଷ୍ଟ ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ସରକାର ଆପଣମାନଙ୍କୁ ସୁହାଇବା ଭଳି ନୀତି ପ୍ରଣୟନ କରିବାକୁ ଅଙ୍ଗୀକାରବଦ୍ଧ । ପ୍ରତ୍ୟେକ ଉଦ୍ୟୋଗୀ ଭାରତର ସଫଳତା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ଦେଶକୁ ନେଇଯିବ । ମୋର ଆପଣମାନେ ଓ ଆପଣଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ ରହିଛି ।

କାର୍ଯ୍ୟକ୍ରମ ପୃଷ୍ଠଭୂମି

ଉଦ୍ୟମୀ ଭାରତ ହେଉଛି ସରକାରଙ୍କ ଏମଏସଏମଇର ସଶକ୍ତୀକରଣ ପାଇଁ ନିରବଚ୍ଛିନ୍ନ ଅଙ୍ଗୀକାରବଦ୍ଧତାର ପ୍ରତିଫଳନ। ସରକାର ବିଭିନ୍ନ ସମୟରେ ମୁଦ୍ରା ଯୋଜନା, ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା, ପାରମ୍ପରିକ ଶିଳ୍ପ ପୁନରୁଦ୍ଧାର ପାଣ୍ଠି ଯୋଜନା (ଏସଏଫୟୁଆରଟିଆଇ) ଭଳି ଯୋଜନାମାନ ପ୍ରବର୍ତ୍ତନ କଲେ । ଏମଏସଏମଇ କ୍ଷେତ୍ରକୁ ସମୟଭିତ୍ତିକ ସହାୟତା ନେଇ ଆସୁଛନ୍ତି । ଏହା ଦେଶବ୍ୟାପୀ କୋଟି କୋଟି ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବ ।

ଛଅ ହଜାର କୋଟି ବ୍ୟୟ ଅଟକଳରେ ଏମଏସଏମଇ ଦକ୍ଷତା ବୃଦ୍ଧି (ଆରଏଏମପି) ଯୋଜନା ଦ୍ୱାରା ବର୍ତ୍ତମାନର ଏମଏସଏମଇ ଯୋଜନାଗୁଡ଼ିକର ମଧ୍ୟ ସାମର୍ଥ୍ୟ ବୃଦ୍ଧି କରାଯିବ । ନବୋନ୍ମେଷ ବିକାଶ ଗୁଣାତ୍ମକ ମାନ ବୃଦ୍ଧି କରି ନୂତନ ବ୍ୟବସାୟ ଓ େଔଦ୍ୟୋଗିକତା ବୃଦ୍ଧି, ବଜାର ପହଂଚ ବୃଦ୍ଧି, ବୈଷୟିକ ମାନ ବୃଦ୍ଧି କରି ଦେଶକୁ ଆତ୍ମନିର୍ଭର ପଥରେ ଆଗେଇ ନେବାକୁ ଏମଏସଏମଇକୁ ଅଧିକ ଆତ୍ମନିର୍ଭରଶୀଳ ଓ ପ୍ରତିଯୋଗିତାମୂଳକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ପ୍ରଥମ ଥର ଏମଏସଏମଇ ରପ୍ତାନୀକାରୀଙ୍କ ସାମର୍ଥ୍ୟ ବୃଦ୍ଧି (ସିବିଏଫଟିଇ) ଯୋଜନା ବୈଶ୍ୱିକ ବଜାର ପାଇଁ ଆନ୍ତର୍ଜାତିକ ମାନର ସାମଗ୍ରୀ ଓ ସେବା ପ୍ରଦାନ ପାଇଁ ଉଦ୍ଦିଷ୍ଟ । ଏହା ଭାରତୀୟ ଏମଏସଏମଇ ମାନକୁ ବୈଶ୍ୱିକ ବଜାରରେ ଅଧିକ ଅଂଶଗ୍ରହଣ ପାଇଁ ସୁଯୋଗ ଦେବ ।

ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (ପିଏମଇଜିପି) ଦ୍ୱାରା ସର୍ବାଧିକ ପ୍ରକଳ୍ପ ଅଟକଳ ପରିମାଣ ୨୫ରୁ ୫୦ ଲକ୍ଷ ବୃଦ୍ଧି (ନିର୍ମାଣ କ୍ଷେତ୍ର ନିମନ୍ତେ) ସେବା କ୍ଷେତ୍ର ପାଇଁ ପରିମାଣ ୧୦ରୁ ୨୦ ଲକ୍ଷକୁ ବୃଦ୍ଧି, ଆକାଂକ୍ଷୀ ଜିଲ୍ଲା ଓ ତୃତୀୟଲିଙ୍ଗ ଆବେଦନକାରୀଙ୍କୁ ଅଧିକ ରିହାତି ପ୍ରଦାନ ସହ ଅନ୍ତର୍ଭୁକ୍ତୀକରଣ ।

ମାର୍ଚ୍ଚ ୧୦, ୨୦୨୨ରେ ଆରମ୍ଭ କରାଯାଇଥିବା ଏମଏସଏମଇ ଆଇଡିଆ ହକାଥନ ସର୍ବାଧୁନିକ ପ୍ରଯୁକ୍ତିବିଦ୍ୟାର ଗ୍ରହଣୀୟତା ଓ ନବୋନ୍ମେଷ ଦିଗରେ ସହାୟକ ହେବ । ନବୋନ୍ମେଷକାରୀ ଆଇଡିଆକୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ ।

୨୦୨୨ର ଜାତୀୟ ଏମଏସଏମଇ ପୁରସ୍କାର, ଏମଏସଏମଇର ଅବଦାନ, ରାଜ୍ୟ ଓ ଆକାଂକ୍ଷୀ ଜିଲ୍ଲା ଓ ବ୍ୟାଙ୍କଗୁଡ଼ିକର ସାଫଲ୍ୟ ଇତ୍ୟାଦି ନିମନ୍ତେ ପ୍ରଦାନ କରାଯାଇଥାଏ ।

SM/MB



(Release ID: 1838350) Visitor Counter : 1473