ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜର୍ମାନୀର ଜି-୭ ଶିଖର ସମ୍ମିଳନୀରେ ଖାଦ୍ୟ ନିରାପତ୍ତା ଓ ଲିଙ୍ଗଗତ ସମାନତା ନେଇ ପ୍ରଧାନମନ୍ତ୍ରୀଙ୍କ ଇଂରାଜୀ ଭାଷା ମନ୍ତବ୍ୟର ମର୍ମାନୁବାଦ

Posted On: 27 JUN 2022 11:59PM by PIB Bhubaneshwar

ମହାମହିମଗଣ

ବୈଶ୍ୱିକ ଅଶାନ୍ତ ବାତାବରଣ ମଧ୍ୟରେ ଆମେ ବୈଠକରେ ମିଳିତ ହୋଇଛି ଭାରତ ସବୁବେଳେ ଶାନ୍ତି ସପକ୍ଷରେ ରହିଆସିଛି ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ଆମେ ବରାବର କଥାବାର୍ତ୍ତା କୂଟନୈତିକ ରାସ୍ତା ଅନୁସରଣ ପାଇଁ ନିବେଦନ କରୁଛୁ ଏହି ଭୂ-ରାଜନୀତିକ ଅଶାନ୍ତି କେବଳ ୟୁରୋପ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ ଇନ୍ଧନ ଖାଦ୍ୟ ଶସ୍ୟ ମୂଲ୍ୟବୃଦ୍ଧି ସବୁ ଦେଶକୁ ପ୍ରଭାବିତ କରିଛୁ ଭାରତ ଆବଶ୍ୟକ କରୁଥିବା ଅନେକ ଦେଶକୁ ଖାଦ୍ୟଶସ୍ୟ ଯୋଗାଇଛୁ ଗତ କିଛି ମାସ ମଧ୍ୟରେ ଆମେ ମାନବିକ ସହାୟତା ସ୍ୱରୂପ ଆଫଗାନିସ୍ତାନକୁ ୩୫ ହଜାର ଟନ ଗହମ ପଠାଇଛୁ ଏପରିକି ସେଠାରେ ଭୂମିକମ୍ପ ପରେ ଭାରତ ପ୍ରଥମ ଦେଶ ଭାବେ ରିଲିଫ ସାମଗ୍ରୀ ପଠାଇଛି ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଆମେ ମଧ୍ୟ ଆମର ପଡ଼ୋଶୀ ଶ୍ରୀଲଙ୍କାକୁ ସାହାଯ୍ୟ କରୁଛୁ

ବୈଶ୍ୱିକ ଖାଦ୍ୟ ସୁରକ୍ଷା ନେଇ ମୋର କେତେକ ପ୍ରସ୍ତାବ ରହିଛି ପ୍ରଥମ ଆମକୁ ସାରର ଉପଲବ୍ଧତା ଉପରେ ଧ୍ୟାନ ଦେଇ ବିଶ୍ୱସ୍ତରରେ ଏହାର ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ହେବ ଆମେ ଭାରତରେ ସାର ଉତ୍ପାଦନ ବୃଦ୍ଧି ପାଇଁ ଚେଷ୍ଟା କରିବା ସହ ଦିଗରେ ଜି- ଦେଶ ସମୂହର ସହଯୋଗ ଲୋଡୁଛୁ ଦ୍ୱିତୀୟ, ଭାରତରେ ଜି- ରାଷ୍ଟ୍ରସମୂହ ତୁଳନାରେ ଅଧିକ କୃଷିକାର୍ଯ୍ୟରେ ନିଯୁକ୍ତ ବ୍ୟକ୍ତି ଅଛନ୍ତି ଭାରତୀୟ କୃଷି କୌଶଳ କେତେକ ଜି- ଦେଶରେ ପାରମ୍ପରିକ କୃଷିଜାତ ସମାଗ୍ରୀ ଛେନା ଅଲିଭକୁ ନୂତନ ଦିଗ ଦର୍ଶନ ଦେଉଛି ଭାରତୀୟ କୃଷି କୌଶଳକୁ ଧରି କେତେକ ଜି- ରାଷ୍ଟ୍ର ବା ଏହାର ସଦସ୍ୟ ଦେଶ ଏକ ବିଧିବଦ୍ଧ ପଦ୍ଧତି ସୃଷ୍ଟି କରିପାରିବେ କି? ଭାରତୀୟ କୃଷକଙ୍କ ପାରମ୍ପରିକ ମେଧା ଶକ୍ତି ସାହାଯ୍ୟରେ ଜି- ରାଷ୍ଟ୍ରଗୁଡ଼ିକରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ

ଆସନ୍ତା ବର୍ଷ ବିଶ୍ୱ ଆନ୍ତର୍ଜାତି ମିଲେଟ ଦିବସ ପାଳନ କରିବାକୁ ଯାଉଛି ଏହି ଅବସରରେ ଆମେ ମିଲେଟର ଏକ ବିକଳ୍ପ ପୌଷ୍ଟିକ ସାମଗ୍ରୀ ପାଇଁ ଅଭିଯାନ ଚଳାଇବା ଉଚିତ ମିଲେଟ ବା ବାଜରା ଜାତୀୟ ଶସ୍ୟ ବିଶ୍ୱର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବିଶେଷ ଭୂମିକା ଗ୍ରହଣ କରିପାରିବ ଶେଷରେ ମୁଁ ଆପଣମାନଙ୍କୁ ସମସ୍ତଙ୍କ ଧ୍ୟାନ ଭାରତରେ ହେଉଥିବା ପ୍ରାକୃତିକ କୃଷି ବିପ୍ଳବ ପ୍ରତି ଆକର୍ଷିତ କରିବାକୁ ଚାହୁଁଛି ଆପଣଙ୍କ ବିଶେଷଜ୍ଞମାନେ ପରୀକ୍ଷାରେ ଅନୁଧ୍ୟାନ କରିପାରିବେ ଆମେ ଆପଣ ସମସ୍ତଙ୍କ ସହ ଏଥିନେଇ ତଥ୍ୟ ଯୋଗାଇବାକୁ ଚାହୁଁଛୁ

ମହାମହିମଗଣ

ଲିଙ୍ଗଗତ ସମାନତା କଥା ବିଚାର କଲେ ଆଜି ଭାରତ ମହିଳାଙ୍କ ବିକାଶ ପରିବର୍ତ୍ତେ ମହିଳାଙ୍କ କ୍ଷେତ୍ରରେ ବିକାଶ ଉପରେ ଅଧିକ ପ୍ରାଧାନ୍ୟ ଦେଉଛି ଛଅ ନିୟୁତରେ ଅଧିକ ଭାରତୀୟ ମହିଳା ସମ୍ମୁଖ ଯୋଦ୍ଧା ଆମର ନାଗରିକମାନଙ୍କୁ ବୈଶ୍ୱିକ ମହାମାରୀ କାଳରେ ସୁରକ୍ଷିତ ରହିଥିଲେ ଆମର ମହିଳା ବୈଜ୍ଞାନିକଗଣଙ୍କ ଅବଦାନ ଟିକା ପ୍ରସ୍ତୁତି ଟେଷ୍ଟ କିଟ ବିକାଶ ଦିଗରେ ଯଥେଷ୍ଟ ରହିଛି ଆମେ ଆଶାକର୍ମୀ କହୁଥିବା ଏକ ନିୟୁତରୁ ଅଧିକ ମହିଳା ସ୍ୱେଚ୍ଛାସେବୀ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ରହିଛନ୍ତି ଗତ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଆଶାକର୍ମୀଙ୍କୁ ୨୦୨୨ ବୈଶ୍ୱିକ ନେତୃତ୍ୱ ପୁରସ୍କାରରେ ସମ୍ମାନିତ କରାଇଛି

ସ୍ଥାନୀୟରୁ ଜାତୀୟ ସରକାର ପର୍ଯ୍ୟନ୍ତ ଭାରତରେ ନିର୍ବାଚିତ ନେତାମାନଙ୍କ ସଂଖ୍ୟାକୁ ହିସାବକୁ ନେଇ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ମହିଳା ଏମାନଙ୍କ ମୋଟ ସଂଖ୍ୟା ନିୟୂତାଧିକ ଏଥିରୁ ଭାରତୀୟ ମହିଳା ପ୍ରକୃତ ନିଷ୍ପତ୍ତି ନେବାରେ ସମ୍ପୂର୍ଣ୍ଣ ସଂଶ୍ଳିଷ୍ଟ ଥିବା ପ୍ରମାଣ ହେଉଛି ଆସନ୍ତା ବର୍ଷ ଭାରତ ଜି-୨୦ରେ ଅଧ୍ୟକ୍ଷତା କରିବ ଆମେ ଜି- ଦେଶଗୁଡ଼ିକ ସହ ଆହୁରି ଅଧିକ ବିଭିନ୍ନ ବିଷୟରେ କଥାବାର୍ତ୍ତା କରିବୁ

ଧନ୍ୟବାଦ

 

SM/MB



(Release ID: 1837949) Visitor Counter : 127